ଏଇ ଭାରତରେ

ଭାରତରେ ଗାନ୍ଧୀ ବିଚାରଧାରାରେ ଅନେକ ବ୍ୟକ୍ତି ଅଛନ୍ତି, ଯେଉଁମାନେ ନିଜ ସମ୍ବଳରେ ଗାନ୍ଧୀବାଦର ବାର୍ତ୍ତା ଦେଇଚାଲିଛନ୍ତି। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ବିହାରର ଶଶିଭୂଷଣ ସିଂ। ସେ ବିହାରର ସୀତାମଢି ମେଜରଗଞ୍ଜ ବ୍ଲକର ଟୁମରିକଲା ଗାଁରେ ରହନ୍ତି। ଭାରତ ସରକାରଙ୍କ ସ୍ବଚ୍ଛତା ଅଭିଯାନ ଆରମ୍ଭ ହେବା ପୂର୍ବରୁ ସେ ତାଙ୍କ ଅଞ୍ଚଳରେ ଏହାକୁ କାର୍ଯ୍ୟକାରୀ କରିଛନ୍ତି। ସ୍ବଚ୍ଛତା ତାଙ୍କ ଜୀବନଚର୍ଯ୍ୟାରେ ସାମିଲ ହୋଇଯାଇଛି। ସ୍ବଚ୍ଛତାର ଆଧୁନିକ ସିପାହି ଶଶିଭୂଷଣ ୨୦୧୧ରୁ ତାଙ୍କ ଗାଁରେ ସ୍ବଚ୍ଛତା ଅଭିଯାନ ଚଲାଇଛନ୍ତି। କିଛି ସମ୍ବଳ ନ ଥାଇ ବି ହୃଦୟରେ ସ୍ବଚ୍ଛତାକୁ ସ୍ଥାନ ଦେଇ ସକାଳୁ ଝାଡୁ ଧରି ବାହାରିଯାଆନ୍ତି ଶଶିଭୂଷଣ। ପ୍ରଥମରୁ ଲୋକେ ‘ବେକାରିର ଟାଇମ୍‌ପାସ’ ଓ ପରେ ‘ପାଗଳ ଝାଡୁଦାର’ ବୋଲି କହୁଥିଲେ ବି ସେ କେବେ ବି ଏପରିି କାର୍ଯ୍ୟରୁ ପଛକୁ ହଟିନାହାନ୍ତି। ତାଙ୍କ ଆର୍ଥିକ ପରିସ୍ଥିତି ସ୍ବଚ୍ଛଳ ନ ଥିଲେ ମଧ୍ୟ ନିଜେ ଟଙ୍କା ଖର୍ଚ୍ଚକରି ଝାଡୁ ଓ ଟୋକେଇ କିଣୁଛନ୍ତି। ଏହା ସହ ଲୋକମାନଙ୍କୁ ବାହାରେ ଶୌଚ ବିରୋଧରେ ସଚେତନ କରାଉଛନ୍ତି। ବିବାହ ପରେ ଶଶିଭୂଷଣଙ୍କ ସ୍ତ୍ରୀ ତାଙ୍କ ସହ ଏହି ସ୍ବଚ୍ଛତା ଅଭିଯାନରେ ସାମିଲ ହୋଇଯାଇଛନ୍ତି। ପାଗଳ ଝାଡୁବାଲା ଡାକରେ ଲୋକମାନଙ୍କର ସ୍ନେହ ରହିଛି ବୋଲି କୁହନ୍ତି ଶଶିଭୂଷଣ।


All Right Reserved By Dharitri.Com

ତାଲାବନ୍ଦୀରେ ଘରୋଇ ସହାୟିକା

ସାଧାରଣ ପର୍ବ-ପର୍ବାଣି ହେଉ ଅବା ଧର୍ମଘଟ ହେଉ, ଏହି ଦିନଗୁଡିକରେ ଘରୋଇ ସହାୟିକା ବିନା ଗୋଟିଏ ଗୋଟିଏ ଦିନ ଘର କିପରି ଚଳେ ଆମେ ସମସ୍ତେ...

ଏ ଯୋଦ୍ଧା ବି କମ୍‌ ନୁହନ୍ତି

ଡ. ନିରଞ୍ଜନ ପାଢ଼ୀ ଆମ ଭାରତକୁ ୨ ମାସ ଓ ଅବଶିଷ୍ଟ ବିଶ୍ୱକୁ ପ୍ରାୟ ୪ ମାସ ପୂରିବାକୁ ଯାଉଛି ଗୋଟିଏ ଅଦୃଶ୍ୟ ଶତ୍ରୁ ସହ...

ତାଲା-ବନ୍ଦର ପୀଡ଼ା ଆହୁରି ଅଛି

ବିମଳ ପାଣ୍ଡିଆ ଅନ୍ତର୍ଜାତୀୟ ବ୍ୟାଙ୍କ ‘ବର୍କଲେ’ର ଅନୁମାନ ଅନୁସାରେ କୋଭିଡ୍‌ ମହାମାରୀକୁ ରୋକିବା ପାଇଁ ନିଆଯାଇଥିବା ‘ଲକ୍‌-ଡାଉନ’ କାରଣରୁ ଭାରତର ଜିଡିପିରେ ୮.୧%ର ମାଡ଼ ପଡ଼ିବାକୁ...

ପ୍ରଥମେ ମୁଁ

ଛନ୍ଦା ମିଶ୍ର କୁହାଯାଏ ମନୁଷ୍ୟ ଜନ୍ମ ଅତି ଦୁର୍ଲଭ। କାରଣ, ମନୁଷ୍ୟ ହିଁ ଏକମାତ୍ର ପ୍ରାଣୀ, ଯାହା ପାଖରେ ବାହ୍ୟଚକ୍ଷୁ ସହ ଅନ୍ତର୍ଚକ୍ଷୁ ବା ବିବେକ...

ଏଇ ଭାରତରେ

୪୪ ଜଣ ସାଥୀଙ୍କୁ ଏକାଠି କଲା ଗୋଟିଏ ମେସେଜ୍‌। ଆଧୁନିକ ଯୁଗରେ ସମସ୍ତେ ମୋବାଇଲ ମାନିଆ ହୋଇଥିବା ବେଳେ ଏବେ ହ୍ବାଟ୍ସଆପ୍‌ ମଧ୍ୟ ଅନେକ ସମୟରେ...

ମଙ୍ଗଳ ଅଭିଯାନ

ଆକାର ପଟେଲ ଗତ ସପ୍ତାହରେ ଆମେ ଚନ୍ଦ୍ରଯାନ-୨ ଓ ଭାରତର ଚନ୍ଦ୍ର ଅଭିଯାନ ବିଷୟରେ ଉଲ୍ଲେଖ କରିଥିଲୁ ଏବଂ ସେଥିରେ ମଙ୍ଗଳ ଅଭିଯାନ ବିଷୟରେ ବି...

ଅବସ୍ଥାର ବ୍ୟବସ୍ଥା ନାହିଁ

ଭାରତ ଅର୍ଥନୈତିକ ମାନ୍ଦାବସ୍ଥା ଦେଇ ଗତି କରୁଛି। କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପ ଧିମା ପଡ଼ିଯାଇଛିି। ନିଯୁକ୍ତି କମିଆସିଛି। ଲୋକଙ୍କ ହାତରେ କ୍ରୟ କରିବାର...

ଏଇ ଭାରତରେ

ଭାରତରେ ରହିଛି ଏପରି ଏକ ଗାଁ ଯେଉଁଠି ଦେଶର ଆଇନ ବ୍ୟବସ୍ଥା ଚଳି ନ ଥାଏ। ହିମାଚଳପ୍ରଦେଶର କୁଲ୍ଲୁ ନିକଟରେ ଥିବା ଏହି ଗାଁର ନାମ...

Coronavirus Update


selfi corner

Archives

Model This Week

Why Dharitri

Leave a comment

Your email address will not be published. Required fields are marked *