୨ ମୋଟରସାଇକେଲ ଲୁଟ୍‌, ଥାନାରେ ଅଭିଯୋଗ

ବାହାନଗା, ୪ା୧୦(ଡି.ଏନ.ଏ.)-୧୬ ନମ୍ବର ଜାତୀୟ ରାଜପଥ ଉପରୁ ପୃଥକ ସ୍ଥାନରୁ ଦୁଇ ଯୁବକଙ୍କଠାରୁ ୨ ମୋଟରସାଇକେଲ ଲୁଟ୍‌ ହେବା ଘଟଣା ସାଧାରଣରେ ଭୟର ବାତାବରଣ ସୃଷ୍ଟି କରିଛି। ଏକ ପ୍ରାଣୀ ଖାଦ୍ୟ କମ୍ପାନୀର କର୍ମଚାରୀ ଅଜିତ କୁମାର ମହନ୍ତ ନିଜ ମୋଟରସାଇକେଲ ଯୋଗେ ବାଲେଶ୍ୱରସ୍ଥିତ ନିଜ କମ୍ପାନୀକୁ ଯାଉଥିଲେ। ପଣପଣାଠାରେ ତାଙ୍କ ଆଗରେ ଏକ ମୋଟରସାଇକେଲ ହଠାତ୍‌ ଆସି ଅଟକିଯିବାରୁ ସେ ନିୟନ୍ତ୍ରଣ ହରାଇ ତଳେ ପଡିଯାଇଥିଲେ। ଏହି ସମୟରେ ଲୁଟେରାମାନେ ତାଙ୍କ ମୋଟର ସାଇକେଲ(ନଂ.ଓଡି୦୯-ଇ-୮୭୩୩)କୁ ଲୁଟ୍‌ କରିନେବା ସହିତ ତାଙ୍କ ମୋବାଇଲ ଫୋନକୁ ମଧ୍ୟ ଲୁଟି ନେଇଛନ୍ତି। ଏନେଇ ସେ ଖନ୍ତାପଡା ଥାନାରେ ଅଭିଯୋଗ କରିବା ପରେ ଥାନାରେ ଏକ ମାମଲା (ନଂ.୩୧୧/୧୯) ରୁଜୁ ହୋଇଛି। ସେହିପରି ଗୁରୁବାର ରାତି ପ୍ରାୟ ସାଢେ ୯ଟା ବେଳେ ଲଲାଟେନ୍ଦୁ ପଣ୍ଡା(୩୪) ବାଲେଶ୍ୱରରୁ ୧୬ ନମ୍ବର ଜାତୀୟ ରାଜପଥ ଦେଇ ନିଜ ଗ୍ରାମ ସୋର ଆସୁଥିବାବେଳେ ତାଙ୍କ ମୋଟରସାଇକେଲ(ନଂ.ଓଡି ୦୧ଏଲ-୯୦୮୮)କୁ ଦୁର୍ବୃତ୍ତମାନେ ଲୁଟି ନେଇଥିଲେ। ଏନେଇ ସେ ଥାନାରେ ଅଭିଯୋଗ କରିବା ପରେ ଖନ୍ତାପଡା ଥାନାରେ ଏକ ମାମଲା (ନଂ.୩୧୦/୧୯) ରୁଜୁ ହୋଇଛି।


All Right Reserved By Dharitri.Com

ସମ୍ବଲପୁରରେ ରାସେଶ୍ୱରୀ ଆଗୁଆ

ସମ୍ବଲପୁର,୨୩।୫: ଦ୍ୱିତୀୟ ରାଉଣ୍ଡ ଗଣତି ଶେଷ ସୁଦ୍ଧା ସମ୍ବଲପୁର ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ଡା. ରେସେଶ୍ୱରୀ ପାଣିଗ୍ରୀହୀ ଆଗୁଆ ରହିଛନ୍ତି। ରାସେଶ୍ୱରୀ ୫୩୪୩ ଭୋଟ...

ମିଳୁନି ବିଧବା ଭତ୍ତା: ଦୁଃଖରେ ଦିନ କାଟୁଛନ୍ତି ପୁଷ୍ପଲତା

ଆଠଗଡ, ୧୫।୧୨(ସ୍ବ.ପ୍ର.): ତିଗିରିଆ ବ୍ଲକ ଅନ୍ତର୍ଗତ ଭିରୁଡା ପଞ୍ଚାୟତର ଗୋଡିଝରିଆ ଗ୍ରାମର ପୁଷ୍ପଲତା ବାରିକ ବିଧବା ଭତ୍ତା ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ସେ ବର୍ଷେ ହେବ...

ଜାତୀୟ ରାଜପଥରୁ ଜବରଦଖଲ ଉଚ୍ଛେଦ ବେଳେ ଭୁଶୁଡ଼ିଲା ଛାତ, ୪ ଗୁରୁତର

ବଅଁରପାଳ,୨୭।୧୨(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ଥାନା ନୂଆହତା ବାଲିସାହି ନିକଟରେ ଶୁକ୍ରବାର ଏକ ଅଘଟଣ ଘଟିଛି। ପ୍ରଶାସନ ପକ୍ଷରୁ ୫୫ନଂ. ଜାତୀୟ ରାଜପଥ ପ୍ରଶସ୍ତିକରଣ ନିମନ୍ତେ...

ପୁନରୁଦ୍ଧାର ହେଉନି ନାଗସରା ପୋଖରୀ

ହାଟଡିହୀ, ୭ା୧୧(ଡି.ଏନ.ଏ.)-କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ସୋସୋ ପଞ୍ଚାୟତ ସୋସୋ ଗ୍ରାମର ନାଗସରା ପୋଖରୀ ବହୁବର୍ଷ ଧରି ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। ପୋଖରୀଟି ଧୀରେ ଧୀରେ...

ଟ୍ରକ ଧକ୍କାରେ ଜଣେ ମୃତ

ବଅଁରପାଳ,୨୨।୧୦(ଡି.ଏନ.ଏ.)-ବଅଁରପାଳ ଥାନା ହାଇସ୍କୁଲ ନିକଟରେ ସୋମବାର ସାରେ ଏକ କୋଇଲା ବୋଝେଇ ଟ୍ରକ ଧକ୍କାରେ ବଅଁରପାଳ ଥାନା ସାଲଗାଡ଼ିଆ ଗ୍ରାମର ଲକ୍ଷ୍ମଣ ଖଟୁଆ(୩୫)ଙ୍କ ମୃତ୍ୟୁ ହୋଇଛି।...

ଚୋରି ଟିପ୍ପର ଝାଡ଼ଖଣ୍ଡରୁ ଉଦ୍ଧାର : ଅଭିଯୁକ୍ତ ଚମ୍ପଟ

ବଡ଼ବିଲ,୧୯।୭(ସ୍ବ.ପ୍ର.) : କେନ୍ଦୁଝର ଜିଲା ବଡ଼ବିଲ ଥାନା ଭଦ୍ରାସାହିରୁ ଗୁରୁବାର ବିଳମ୍ବିତ ରାତିରେ ଏକ ହାଇଓ୍ବା ଟିପ୍ପର ଚୋରି ହୋଇଯାଇଥିଲା। ଖବରପାଇ ପୋଲିସ ଟିପ୍ପରର ପିଛା...

ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁ ମହିଳାଙ୍କ ମୃତ୍ୟୁ

ଔପଦା, ୨୧।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ଔପଦା ବ୍ଲକ ରାଏରାମଚନ୍ଦ୍ରପୁର ପଞ୍ଚାୟତ ସୋରିଷପାଳ ଗ୍ରାମର ଅନ୍ନପୂର୍ଣ୍ଣା ପାଢ଼ୀ (୧୮) ନାମ୍ନୀ ମହିଳା ପରିବାର ନିୟୋଜନ ଅସ୍ତ୍ରୋପଚାର କରିବାକୁ ଯାଇ...

ଜେଏମ୍‌ଏଫ୍‌ସି କୋର୍ଟ ଉଦ୍‌ଘାଟିତ

ଧର୍ମଗଡ଼,୨୬।୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରାଠାରେ ସୋମବାର ଜେଏମ୍‌ଏଫ୍‌ସି କୋର୍ଟ ଉଦ୍‌ଘାଟିତ ହୋଇଯାଇଛି। ଦୀର୍ଘଦିନର ଦାବି ପୂରଣ ହୋଇଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଏହି...

Leave a comment

Your email address will not be published. Required fields are marked *