ଗୋଡ଼ ହଲାଇବା ରୋଗର ଲକ୍ଷଣ

ଗୋଡ଼ ହଲାଇବା ଏକ ରୋଗର ଲକ୍ଷଣ ବୋଲି କହିଛନ୍ତି ମିଚିଗାନ୍‌ ୟୁନିଭର୍ସିଟିର ଗବେଷକ। ଶରୀରରେ ଆଇରନର ମାତ୍ରା କମ୍‌ ହେଲେ ଏପରି ଲକ୍ଷଣ ଦେଖାଦେଇଥାଏ। ବିଶେଷ କରି ୩୫ ବର୍ଷରୁ ଊର୍ଦ୍ଧ୍ୱ ବୟସର ଲୋକଙ୍କ ପାଖରେ ଏପରି ଲକ୍ଷଣ ଦେଖାଦେଇଥାଏ। ଏହା ରେଷ୍ଟଲେସ୍‌ ସିଣ୍ଡ୍ରୋମର ଲକ୍ଷଣ ହୋଇଥାଇ ପାରେ ବୋଲି ଗବେଷକମାନେ କହିଛନ୍ତି। ଏହା ନର୍ଭସ୍‌ ସିଷ୍ଟମ ସହ ଯୋଡି ହୋଇଥାଏ। ଗୋଡ଼ ହଲାଇବା ଦ୍ୱାରା ଡୋପାମାଇନ୍‌ ହର୍ମୋନ୍‌ ନିର୍ଗତ ହୋଇଥାଏ। ଯାହାକି ବାରମ୍ବାର ଗୋଡ଼ ହଲାଇବାକୁ ଇଚ୍ଛା ପ୍ରକାଶ କରାଏ। ସ୍ଲିପ ଡିସଅର୍ଡର ହେଲେ ଜଣେ ବ୍ୟକ୍ତି ଗୋଡ଼ ହଲାଇଥାଏ ବୋଲି ଗବେଷଣାରୁ ଜଣାପଡିଛି। ଠିକ୍‌ ଭାବେ ନିଦ ନ ହେଲେ ଜଣେ ବ୍ୟକ୍ତି ବାରମ୍ବାର ଗୋଡ ହଲାଇବାକୁ ଭଲ ପାଆନ୍ତି। ତେବେ ଏହା ଜାଣିବା ପାଇଁ ବ୍ଲଡ ଟେଷ୍ଟ କରାଯାଇଥାଏ।
ଶରୀରରେ ଆଇରନର ମାତ୍ରା କମ୍‌ହେଲେ, କିଡନୀ ସମସ୍ୟା ଦେଖାଦେଲେ ପାର୍କିନସନ୍‌ ରୋଗୀ, ଗର୍ଭବତୀ ମହିଳାଙ୍କ ହରମୋନରେ ପରିବର୍ତ୍ତନ ହେଲେ, ହୃଦରୋଗୀ, ମଧୁମେହ, ବ୍ଲଡ ପ୍ରେସର ଥିଲେ ଗୋଡ଼ ହଲାଇବା ଭଳି ଲକ୍ଷଣ ଦେଖାଦେଇଥାଏ।
ଏଥିପାଇଁ ଆଇରନ୍‌ ଯୁକ୍ତ ଖାଦ୍ୟ ସହ ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ଖାଇବା ଭଲ। ଏହାସହ ନିୟମିତ ବ୍ୟାୟମ କରିବା, ଭାଇବ୍ରେଟ୍‌ ପ୍ୟାଡ ଉପରେ ଗୋଡ଼ ରଖିବା କଦଳୀ, ସୋରିଷ ଶାଗ, ପାଳଙ୍ଗ ଆଦି ଖାଦ୍ୟରେ ସାମିଲ କଲେ ନିଦ ଭଲ ହେବା ସହ ଏହି ରୋଗରୁ ଉପଶମ ମିଳିଥାଏ।


All Right Reserved By Dharitri.Com

ଡାଏଟ୍‌ରେ ସାମିଲ୍‌ କରନ୍ତୁ ଭିଟାମିନ୍‌ ବି-କମ୍ପ୍ଲେକ୍ସଯୁକ୍ତ ଖାଦ୍ୟ…

ଭିଟାମିନ୍‌ ବି-କମ୍ପ୍ଲେକ୍ସ ଶରୀର ପାଇଁ ବେଶ୍‌ ଉପଯୋଗୀ। ଏହାର ସ୍ତର ହ୍ରାସ ପାଇଲେ ସ୍ମରଣଶକ୍ତି ଦୁର୍ବଳ ହୋଇଯାଇଥାଏ। ଅଳ୍ପ କିଛି କାମ କଲେ ହାଲିଆ ଲାଗେ।...

ଓ୍ବିଣ୍ଟର ଲୁକ୍‌

ଶୀତଦିନେ ସ୍ବେଟର, ମଫ୍‌ଲର ପିନ୍ଧି ଯେ, ଷ୍ଟାଇଲିଶ୍‌ ଲୁକ୍‌ ମିଳିବ ଅନେକେ ଭାବି ପାରନ୍ତି ନାହିଁ। ତେବେ ଆଜିକାଲି ବିଭିନ୍ନ ପ୍ରକାରର ଷ୍ଟାଇଲିଶ୍‌ ଓ୍ବିଣ୍ଟର ଓ୍ବେର...

ପିଲା ଯଦି ଏକୁଟିଆ ଘରେ ଅଛି

-ଘରେ ପିଲା ଏକୁଟିଆ ଥିଲେ ଇଲେକ୍ଟ୍ରିକ୍‌ ବୋର୍ଡରେ ଟେପ୍‌ ଲଗାଇ ରଖନ୍ତୁ। ଯଦି ସେ ଘରେ ଏକୁଟିଆ ଅଛି କିଛି ଅସୁବିଧା ନାହିଁ। -ଓ୍ବାର୍କିଂ ହୋଇଥିଲେ...

ହାର୍ଟଆଟାକ୍‌ ଓ ମେଦବହୁଳତାରୁ ଦୂରେଇ ରଖେ ଡ୍ୟାନ୍ସ୍‌ ଥେରାପି…

ଭାରତୀୟ ସଂସ୍କୃତିରେ ନୃତ୍ୟର ବିଶେଷ ସ୍ଥାନ ରହିଛି। ନୃତ୍ୟ କରିବା ଦ୍ୱାରା ବହୁ ସୁଫଳ ମିଳିଥାଏ। ନୃତ୍ୟ ଶରୀରକୁ ଫିଟ୍‌ ରଖିଥାଏ। ଏହାକୁ ଡ୍ୟାନ୍ସ୍‌ ଥେରାପି...

ଅଦାରସରେ ରହିଛି ବହୁ ଔଷଧିୟ ଗୁଣ

ସାଧାରଣତଃ ଚା’ରେ ଅଦାର ବ୍ୟବହାର କରାଯାଇଥାଏ। ମାତ୍ର ଅଦାରେ ବହୁ ଔଷଧିୟ ଗୁଣ ଭରି ରହିଛି। ଏଥିରେ ଆଣ୍ଟି ଇମ୍ଫ୍ଲେମେଟ୍ରି ଏବଂ ଆଣ୍ଟି ବ୍ୟାକ୍ଟେରିଆ ଗୁଣ...

ଲିପ୍‌ଷ୍ଟିକ୍‌ ଲଗାଇବା ଯୋଗୁ ହୋଇପାରେ ଏହିସବୁ ସମସ୍ୟା

ଚେହେରାର ସୌନ୍ଦର୍ଯ୍ୟ ପାଇଁ ଓଠର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ। ଓଠର ଆକର୍ଷଣ ପାଇଁ ଲିପ୍‌ଷ୍ଟିକ୍‌ର ବହୁତ ବଡ଼ ଯୋଗଦାନ ଥାଏ। ସ୍କିନ୍‌ର ରଙ୍ଗ ଅନୁସାରେ ଓ...

ଶୀତଦିନେ ଶିଶୁଙ୍କ କାଶ

କାଶ ଶିଶୁମାନଙ୍କର ଅନ୍ୟତମ ସ୍ବାସ୍ଥ୍ୟଜନିତ ସମସ୍ୟା। ଏହା ଶିଶୁ ପାଇଁ ଓ ବାପା, ମା’ଙ୍କ ପାଇଁ ବହୁତ କଷ୍ଟଦାୟକ ହୋଇଥାଏ। କାଶ ଲାଗି ରହିଲେ ତାହାଶିଶୁକୁ...

ଉଚ୍ଚ ରକ୍ତଚାପରୁ ଦୂରେଇ ରହିବା ପାଇଁ ସକାଳେ ଏଥିରୁ ପିଅନ୍ତୁ ଅଧାଗ୍ଲାସେ…

ସକାଳେ ଗୁଡ଼ପାଣି ପିଇଲେ ପାଚନ କ୍ରିୟା ସ୍ବାଭାବିକ ହୋଇଥାଏ। ଏଥିରେ ପ୍ରଚୁର ପରିମାଣରେ ପୋଟାସିୟମ୍‌ ଏବଂ ସୋଡିୟମ୍‌ ରହିଥାଏ। ଫଳରେ ରକ୍ତଚାପ ନିୟନ୍ତ୍ରଣ କରିବାରେ ଗୁଡ଼ପାଣି...

Leave a comment

Your email address will not be published. Required fields are marked *