ବସ୍ତି ଉଚ୍ଛେଦକୁ ବିରୋଧ: ଜିଲାପାଳଙ୍କୁ ଦାବିପତ୍ର

ରାୟଗଡ଼ା,୪।୧୦: ବସ୍ତି ଉଚ୍ଛେଦକୁ ବିରୋଧ କରି ରାୟଗଡ଼ା ଜିଲା ଝୁପୁଡ଼ି ବସ୍ତିବାସିନ୍ଦା ଶୁକ୍ରବାର ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏ ନେଇ ଏକ ବିରାଟ ଶୋଭାଯାତ୍ରା କୋରାପୁଟ ଛକରୁ ବାହାରି ବ୍ଲକ ଅଫିସ ଦେଇ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା। ବସ୍ତିବାସିନ୍ଦାଙ୍କୁ ପଟ୍ଟା ପ୍ରଦାନ, ବସ୍ତି ଉଚ୍ଛେଦ ବନ୍ଦ, ସରକାରୀ ଯୋଜନାନୁସାରେ ଥଇଥାନ ନେଇ ଉକ୍ତ ଦାବିପତ୍ରରେ ଉଲ୍ଲେଖ ରହିଛି। ଜିଲାପାଳଙ୍କ ଅନୁପସ୍ଥିତିରେ ଏଡିଏମ୍‌ ସୁଧାକର ଶବରଙ୍କୁ ଏହି ଦାବିପତ୍ର ପ୍ରଦାନ କରାଯାଇଥିଲା। ଦୁର୍ଗାପୂଜା ପରେ ଜିଲାପାଳଙ୍କ ସହ ଏ ବିଷୟରେ ଆଲୋଚନା କରି ତୁରନ୍ତ ସମାଧାନ କରାଯିବ ବୋଲି ଏଡିଏମ୍‌ ଶବର କହିଛନ୍ତି। ଏଥିରେ ୪୬ଟି ବସ୍ତିବାସିନ୍ଦାର ନରେନ୍ଦ୍ର ନାୟକ, ଧନୁରାମ ନାୟକ, ରାମଦାସ ନାୟକ, ବିଶୁ ଖୋସଲା, ପିଲିମୋହନ ଖୁରା, ବୃନ୍ଦାବନ ନାୟକ ପ୍ରମୁଖ ସାମିଲ ଥିଲେ ।


All Right Reserved By Dharitri.Com

ପୋଲ ତଳୁ ମୃତଦେହ ଉଦ୍ଧାର: ଦୁର୍ଘଟଣା ସନ୍ଦେହ

କେନ୍ଦୁଝର,୧୨।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ନୟାକୋଟ ଥାନା ଗଜପୁର ଗ୍ରାମ ରାସ୍ତାର ଏକ ପୋଲତଳୁ ବୁଧବାର ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେ ହେଲେ ଗଜପୁର...

ବାର୍‌ହା ମାଂସ ଜବତ, ଶିକାରୀ ଗିରଫ

ବୁଗୁଡ଼ା,୧୧ା୧(ଡି.ଏନ.ଏ.)-ବୁଗୁଡ଼ା ବନାଞ୍ଚଳ ଜିଲିବା ଛକରେ ବାଲିପଦର ବନପାଳ ଓ ବନରକ୍ଷୀ ଶନିବାର ବାର୍‌ହା ମାଂସ ବିକ୍ରି କରୁଥିବା ଜଣେ ଯୁବକଙ୍କୁ କୋର୍ଟ ଚାଲାଣ କରିଛନ୍ତି। ସେ...

ଯୁବତୀଙ୍କୁ ମଧ୍ୟପ୍ରଦେଶରେ ବିକ୍ରି ଅଭିଯୋଗ

ଅନୁଗୋଳ ଅଫିସ୍‌, ୧୭।୩ ଅନୁଗୋଳ ଜିଲା କିଶୋରନଗର ଥାନା ଅଞ୍ଚଳର ଜନୈକା ଯୁବତୀଙ୍କୁ ଗଁାର ଜଣେ ଲୋକ ପ୍ରତିନିଧି ମଧ୍ୟପ୍ରଦେଶ ଚାଲାଣ କରିଥିବା ଅଭିଯୋଗ ହୋଇଛି।...

ପାସ୍‌ଧାରୀଙ୍କ ଚାଲାଣ କାଟୁଛି ପୋଲିସ: ମାଲଗୋଦାମ ବ୍ୟବସାୟୀ ହଇରାଣ

କଟକ ଅଫିସ,୨୦ା୪: ପାସ୍‌ ଦେଇଛି କମିଶନରେଟ ପୋଲିସ। ହେଲେ ପାସ୍‌ ଦେଖାଇଲେ ସୁଦ୍ଧା ପୋଲିସ ଛାଡ଼ୁନି। ଗାଡ଼ି ଅଟକାଉଛି, ଏପରି କି ଜରିମାନା ମଧ୍ୟ ଲଦୁଛି।...

କେନ୍ଦୁପତ୍ର ବୋଝେଇ ମିନି ଟ୍ରକ ଜବତ

ବଇଣ୍ଡା,୩୦।୮(ଡି.ଏନ.ଏ.)-କିଶୋରନଗର ବ୍ଲକ ହଣ୍ଡପା ଥାନା ଆଶ୍ରୁବାହାଳ ଗ୍ରାମରୁ ଗୁରୁବାର ବିଳମ୍ବିତ ରାତିରେ ଏକ ଚୋରା କେନ୍ଦୁପତ୍ର ବୋଝେଇ ଟ୍ରକକୁ ବଇଣ୍ଡା ଫାଣ୍ଡି ପୋଲିସ ଜବତ କରିଛି।...

ଦନ୍ତା ହାତୀ ଗୋଠଛଡ଼ା: ବଢ଼ି ଚାଲିଛି ଉତ୍ପାତ

ଝୁମ୍ପୁରା, ୧୯।୮ (ଡି.ଏନ.ଏ.)- କେନ୍ଦୁଝର ଜିଲା ବନଖଣ୍ଡ ଅଧୀନ ଭୂୟାଁ ଜୁଆଙ୍ଗପୀଢ଼ ଓ ଚମ୍ପୁଆ ରେଞ୍ଜ ଅଞ୍ଚଳରେ ୩ଟି ଗୋଠଛଡ଼ା ଦନ୍ତାହାତୀ ଦୀର୍ଘ ୩ ବର୍ଷ...

୮୬ ଛାତ୍ରୀଛାତ୍ରଙ୍କ ଦିନକର ମଧ୍ୟାହ୍ନଭୋଜନ ହେରଫେର, ପ୍ରଧାନ ଶିକ୍ଷକ ନିଲମ୍ବିତ

ରେଢାଖୋଲ,୧୫।୧୦(ଡି.ଏନ.ଏ.):ସମ୍ବଲପୁର ଜିଲା ରେଢାଖୋଲ ବ୍ଲକ କଦଳୀଗଡ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବୀରେନ୍ଦ୍ର କୁମାର ସାହୁ ନିଲମ୍ବନ ହୋଇଛନ୍ତି। ୮୬ ଜଣ ଛାତ୍ରୀଛାତ୍ରଙ୍କ ଗୋଟିଏ ଦିନର...

ସାମାଜିକ ଦୂରତ୍ୱ ନ ଥିଲେ ୧ ହଜାର ଜରିମାନା ଦେବେ ଦୋକାନୀ: ଜିଲାପାଳ

ଛତ୍ରପୁର,୨୩ା୪(ଡି.ଏନ୍‌.ଏ.): କରୋନା ସଂକ୍ରମଣ ପ୍ରତିହତ ପାଇଁ ଦୋକାନ ସମ୍ମୁଖରେ ଗ୍ରାହକମାନେ ନିଜ ମଧ୍ୟରେ ୨ ମିଟର ସାମାଜିକ ଦୂରତ୍ୱ ଅବଲମ୍ବନ କରିବା ବାଧ୍ୟତାମୂଳକ। ଦୋକାନୀମାନେ ଏପରି...

Leave a comment

Your email address will not be published. Required fields are marked *