Posted inଖେଳ

ଡିନ୍‌ ଏଲଗାରଙ୍କ ଶତକ

ବିଶାଖାପାଟଣା,୪।୧୦: ଓ୍ବାଇ.ଏସ ରାଜଶେଖର ରେଡ୍ଡୀ ଷ୍ଟାଡିୟମରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ଭାରତ ବିପକ୍ଷରେ ଶତକ ହାସଲ କରିଛନ୍ତି ଦକ୍ଷିଣ ଆଫ୍ରିକାର ଷ୍ଟାର୍‌ ବ୍ୟାଟ୍ସମ୍ୟାନ୍‌ ଡିନ୍‌ ଏଲଗାର। ଛକା ମାରି ସେ ନିଜ କ୍ୟାରିୟର ୧୨ତମ ଶତକ ଅର୍ଜନ କରିଥିଲେ। ଦ୍ୱିତୀୟ ଦିନ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ପରେ ପଞ୍ଚମ ଉଇକେଟ ପାଇଁ ଏଲଗାର ଏବଂ ଫାଫ୍‌ ଡୁପ୍ଲେସିସ୍‌ ୧୦୦ରୁ ଉର୍ଦ୍ଧ୍ୱ ଭାଗିଦାରୀ କରିଥିଲେ। ଏହି ଯୋଡି କ୍ରିଜରେ ଜମି ଆସୁଥିଲାବେଳେ ଏହାକୁ ଭାଙ୍ଗିଥିଲେ ଅଶ୍ୱିନ। ଡୁପ୍ଲେସିସ୍‌ ୫୫ରନ କରି ଆଉଟ୍‌ ହୋଇଥିଲେ। ଫଳରେ ଏବେ ଦକ୍ଷିଣ ଆଫ୍ରିକା ୫ ଉଇକେଟ୍‌ ହରାଇ ୨୨୭ ରନ ସଂଗ୍ରହ କରିଛି। ପ୍ରଥମ ଇନିଂଶରେ ଭାରତ ୫୦୨ରନରେ ପାଳି ସମାପ୍ତି ଘୋଷଣା କରିଥିଲା।


All Right Reserved By Dharitri.Com

Posted inଖେଳ View All

ଆନ୍ତଃ ସ୍କୁଲ ଫୁଟବଲ: ବିଜେଇଏମ୍‌ ବିଜୟୀ

ଭୁବନେଶ୍ୱର, ୭।୮(କ୍ରୀଡ଼ା ପ୍ରତିନିଧି): ୟୁନିଟ-୬ ଆଥଲେଟିକ୍‌ ଆସୋସିଏଶନ ଆନୁକୂଲ୍ୟରେ ୬ ନମ୍ବର ହାଇସ୍କୁଲ ପଡ଼ିଆରେ ଚାଲିଥିବା ୟୁନିଲାଇଟ କପ୍‌ ଆନ୍ତଃସ୍କୁଲ ଫୁଟବଲ ଟୁର୍ନାମେଣ୍ଟରେ ବୁଧବାର ଗୋଟିଏ...

ରେକର୍ଡ ବିଜୟ

ଗଲ୍ଫ ସୁପରଷ୍ଟାର ଟାଇଗର ଉଡ୍ସ ବିଭିନ୍ନ କାରଣରୁ ଫର୍ମ ଓ ଫିଟ୍‌ନେସ ପାଇଁ ସଂଘର୍ଷ କରିଆସୁଥିଲେ ମଧ୍ୟ ନିକଟରେ ଜୋଜୋ ଚାମ୍ପିୟନଶିପ୍‌ରେ ବିଜୟୀ ହୋଇଛନ୍ତି। ଏଥିସହିତ...

ଗୁରୁକୁଳ ଟେନିସ: ଓମିନ୍ଦରଙ୍କୁ ଡବଲ ଟାଇଟଲ

ଭୁବନେଶ୍ୱର, ୨୦।୭(କ୍ରୀଡ଼ା ପ୍ରତିନିଧି)- ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ ମେଣ୍ଢାଶାଳସ୍ଥିତ ଗୁରୂକୁଳ ରିସର୍ଟ ଟେନିସ କମ୍ପ୍ଲେକ୍ସରେ ଏଆଇଟିଏ-ଓଟିଏ ପୁରୁଷ ଟେନିସ ଟୁର୍ନାମେଣ୍ଟ ଶୁକ୍ରବାର...

ଆଇପିଏଲ ନିଲାମୀରେ ଶୁଭ୍ରାଂଶୁ

କଟକ ଅଫିସ,୧୪ା୧୨- ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ଆଗାମୀ ସଂସ୍କରଣ ପାଇଁ ହେବାକୁ ଥିବା ନିଲାମ ପ୍ରକ୍ରିୟାରେ ସାମିଲ ହେବେ ଜଣେ ଓଡ଼ିଆ ପ୍ରତିଭାବାନ ଖେଳାଳି। ଏହି...

ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ:ଭାରତ ପ୍ରଥମେ ଟସ୍‌ ଜିଣି ବ୍ୟାଟିଂ ନିଷ୍ପତ୍ତି

ପୁଣେ,୧୦।୧୦: ପୁଣେର ଏମସିଏ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହୋଇଛି। ଏହି ମ୍ୟାଚରେ ଭାରତ ପ୍ରଥମେ ଟସ୍‌ ଜିଣି...

ପରିବାର ପୋଷିବା ପାଇଁ ଦିନେ ଚୋରି କରିଥିଲେ, ଏବେ ଭାଙ୍ଗିଲେ ଲାରାଙ୍କ ରେକର୍ଡ

ପୋର୍ଟ-ଅଫ୍‌-ସ୍ପେନ୍‌,୧୨।୮: ସ୍ଥାନୀୟ କୁଇନ୍ସ ପାର୍କ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ରେ ଭାରତ ୫୯ରନ୍‌ରେ ଓ୍ବେଷ୍ଟଇଣ୍ଡିଜକୁ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜର ଦୁର୍ଦ୍ଧଷ...

ପୁଅ ବିଶ୍ୱର ଜଣେ ସର୍ବଶ୍ରେଷ୍ଠ କ୍ରିକେଟର, କୋଟି କୋଟି ଟଙ୍କା ରୋଜଗାର: ବାପା ଏବେ ବି ରେଳ ଷ୍ଟେଶନରେ ବିକୁଛନ୍ତି ବିସ୍କୁଟ

କୁହାଯାଏ, ପୁଅ କିମ୍ବା ଝିଅଟିଏ ଯଦି ରୋଜଗାରକ୍ଷମ ହୋଇ ନିଜ ଆୟରେ ଚଳିବା ସହ ପରିବାର ଚଳାଇଥାନ୍ତି ସେତେବେଳେ ମାବାପାଙ୍କ ଦୁଃଖ ଦୂର ହୁଏ। କିନ୍ତୁ...

୬ ବର୍ଷରେ ଟେଲରଙ୍କ ପ୍ରଥମ ଟି୨୦ ଅର୍ଦ୍ଧଶତକ

ଅକ୍‌ଲାଣ୍ଡ,୨୪।୧- ଭାରତ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡର ବରିଷ୍ଠ ବ୍ୟାଟ୍ସମ୍ୟାନ ରସ ଟେଲର ୨୭ ବଲରେ ବିସ୍ଫୋରକ ୫୪ ରନ୍‌ର ଇନିଂସ ଖେଳିଥିଲେ। ତାଙ୍କ...

Leave a comment

Your email address will not be published. Required fields are marked *