ପାରିବାରିକ କଳହ: ସ୍ତ୍ରୀଙ୍କ ଆତ୍ମହତ୍ୟା ପରେ ଜୀବନ ହାରିଲେ ସ୍ବାମୀ

ଖୋର୍ଦ୍ଧା ଅଫିସ, ୪।୧୦: ଖୋର୍ଦ୍ଧା ଜିଲା ବାଣପୁର ଥାନା ନଇରି ପଞ୍ଚାୟତ ସାନ-ନଇରି ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀଙ୍କ ଆତ୍ମହତ୍ୟା ପରେ ସ୍ବାମୀ ବେକରେ ରଶି ଲଗାଇ ଜୀବନ ହାରିଛନ୍ତି। ମୃତକଦ୍ୱୟ ହେଲେ ସନା ସାହୁ ଓ ସ୍ତ୍ରୀ ଶିବାନୀ ସାହୁ।
ପ୍ରକାଶ ଯେ, ନଇରି ଗାଁର ସନା ରାଜମିସ୍ତ୍ରୀ ଭାବେ କାମ କରୁଥିଲେ। ଏହା ମଧ୍ୟରେ କଣାସ ବ୍ଲକ ବିଜିପୁର ଗ୍ରାମର ଶିବାନୀଙ୍କ ସହ ତାଙ୍କର ଦେଖା ହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ୫ ମାସ ପୂର୍ବେ ଦୁହେଁ ପ୍ରେମ ବିବାହ କରିଥିଲେ। ବିବାହ ପରଠାରୁ ସ୍ତ୍ରୀସ୍ବାମୀଙ୍କ ମଧ୍ୟରେ କଳହ ଲାଗିରହୁଥିଲା। ଗୁରୁବାର କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହେବାରୁ ଶିବାନୀ ରଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସନାତନ ମୃତଦେହକୁ ନିଜ ଘରକୁ ନେଇ ରଖିଥିଲେ। ପରେ ନିଜେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାରକରି ବ୍ୟବଚ୍ଛେଦ ଲାଗି ପଠାଇବା ସହ ତଦନ୍ତ ଆରମ୍ଭ କରିଛି।


All Right Reserved By

ସୁରଟ ଫେରନ୍ତା ନାବାଳକଙ୍କ ମୃତ୍ୟୁ

ବ୍ରହ୍ମପୁର ଅଫିସ,୧୩ା୧୦-ସୁରଟରୁ ବ୍ରହ୍ମପୁର ଫେରୁଥିବା ଜଣେ ନାବାଳକଙ୍କର ଏମ୍‌କେସିଜିରେ ଶନିବାର ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ଗଞ୍ଜାମ ଜିଲା ବଡଗଡ ଗୌଡ଼ ସାହିର ରଘୁନାଥ ଗୌଡ଼ଙ୍କ...

ହାଓଡା-ସମ୍ବଲପୁର ଏକ୍ସପ୍ରେସ୍‌ରେ ଭାଙ୍ଗ ଚାଲାଣ: ଧରାପଡ଼ିବା ଭୟରେ ଫିଙ୍ଗିଦେଲେ

ଢେଙ୍କାନାଳ ଅଫିସ, ୧୧।୮-ଯାତ୍ରୀବାହୀ ଟ୍ରେନ୍‌ରେ ଅବାଧରେ ହେଉଛି ନିଶାଦ୍ରବ୍ୟ ଚାଲାଣ। ବେପାରୀମାନେ ଯୋଜନାବଦ୍ଧ ଭାବେ ଚଳାଇଛନ୍ତି ଏଭଳି ବେଆଇନ କାରବାର। ଷ୍ଟେଶନ ଏବଂ ଟ୍ରେନ୍‌ରେ ହୁଗୁଳା...

ମାଙ୍କଡ଼ପଡ଼ା ଅଞ୍ଚଳରେ ହାତୀ ଉପଦ୍ରବ

କପ୍ତିପଦା,୩ା୬(ଡି.ଏନ.ଏ)- ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍‌ର ମାଙ୍କଡ଼ପଡ଼ା ପଞ୍ଚାୟତରେ ଗତ କିଛି ଦିନ ହେଲା ହାତୀ ଉପଦ୍ରବ ଲାଗି ରହିଛି । ଏଥିନେଇ ଲୋକେ ଭୟଭୀତ...

୬ ଅନାଥ ଭଉଣୀଭାଇ ନିରାଶ୍ରୟ

କେନ୍ଦୁଝର,୨୫ା୬ (ସ୍ବ.ପ୍ର.)-ଅନାଥ ହୋଇପଡ଼ିଛନ୍ତି ୬ ଭାଇଭଉଣୀ। ସରକାର ଶିଶୁ ମାନଙ୍କ ପାଇଁ ବିଭିନ୍ନ ଯୋଜନା କରୁଥିବାବେଳେ ଏହି ଶିଶୁମାନେ ସବୁ ପ୍ରକାର ଯୋଜନାରୁ ବଞ୍ଚିତ ହୋଇପଡ଼ିଛନ୍ତି।...

ଗୃହିଣୀ ହାତରେ ବନ୍ଧୁକ

ଭଦ୍ରକ ଅଫିସ, ୨୬।୫ – ଯେଉଁ ନାରୀ ହାତରେ ରୋଷେଇ କରି ଚାରିକାନ୍ଥ ମଧ୍ୟରେ ସୀମିତ ରହେ ସେହି ନାରୀ ବି ବନ୍ଧୁକ ଚାଳନା କରି...

ଜମା ଅର୍ଥ ଦେଉନି ସାହାରା ଇଣ୍ଡିଆ

ଛତ୍ରପୁର, ୧୬।୧୦(ଡି.ଏନ.ଏ.)-ଛତ୍ରପୁର ସାହାରା ଇଣ୍ଡିଆ କାର୍ଯ୍ୟାଳୟ ଜମାଅର୍ଥ ଫେରାଉ ନ ଥିବା ନେଇ ଜଣେ ଜମାକାରୀ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସୂଚନା ଥାଉକି, ଗଞ୍ଜାମ...

ଜଳ ବନ୍ଦିରେ ଶକ୍ତିନଗର ବାସିନ୍ଦା : ୨୦ ବର୍ଷ ପରେ ବି ନିର୍ମାଣ ହୋଇନି ଡ୍ରେନ

ବ୍ରହ୍ମପୁର ଅଫିସ୍‌,୮ା୯-ଉତ୍ତର- ପଶ୍ଚିମ ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଦୁଇଦିନ ଧରି ହୋଇଥିବା ଲଗାଣ ବର୍ଷାରେ ଗଞ୍ଜାମ ଜିଲାର ବିଭିନ୍ନ ଅଞ୍ଚଳ ପ୍ରଭାବିତ ହୋଇଛି ।...

‘କାଳିଆ’ରେ ସାମିଲ ହେଲେ ୪୦ ହଜାର: ବାଦ୍‌ ପଡ଼ିଲେ ୨୦ ହଜାର ଅଯୋଗ୍ୟ

ଅନୁଗୋଳ ଅଫିସ, ୧।୯ – ରାଜ୍ୟ ସରକାରଙ୍କ ‘କାଳିଆ’ ଯୋଜନାରେ ସାମିଲ ହୋଇଥିବା ଚାଷୀଙ୍କ ଚୂଡାନ୍ତ ତାଲିକା ଅନୁଗୋଳ ଜିଲା କୃଷି ଉପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରୁ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *