Posted inଜାତୀୟ

କଂଗ୍ରେସ ଛାଡିବାକୁ ଧମକ ଦେଲେ ସଞ୍ଜୟ ନିରୁପମ

ନୂଆଦିଲ୍ଲୀ,୪।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଟିକେଟ୍‌ ନ ଦିଆଯିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ସଞ୍ଜୟ ନିରୁପମ। ଏପରିକି ସେ ଦଳ ଛାଡିବାକୁ ମଧ୍ୟ ଧମକ ଦେଇଛନ୍ତି। ଦିଲ୍ଲୀରେ ବସିଥିବା ଦଳର ନେତାଙ୍କୁ ଯୋଗ୍ୟ ପ୍ରାର୍ଥୀଙ୍କ ବାବଦରେ ଜଣାନାହିଁ। ତେଣୁ ଅଯୋଗ୍ୟଙ୍କୁ ପ୍ରାର୍ଥୀ କରାଯାଉଛି ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ସହ ଜଡିତ ଲୋକମାନେ ଏମିତି ଷଡଯନ୍ତ୍ର ରଚୁଛନ୍ତି। କଂଗ୍ରେସର ବରିଷ୍ଠ ନେତା ମଲିକାର୍ଜୁନ ଖଡେଗେଙ୍କ ଉପରେ ମଧ୍ୟ ସେ ବର୍ଷିଛନ୍ତି। ଯଦି ଆଗକୁ ଏପରି ଚାଲେ, ତେବେ ଦଳ ଧ୍ୱଂସ ପାଇଯିବ ବୋଲି ସେ ଚେତାବନୀ ଦେଇଛନ୍ତି।


All Right Reserved By Dharitri.Com

ଭାରତ ବିରୋଧରେ ପାକିସ୍ତାନ ଜାରି ରଖିଛି ଆତଙ୍କବାଦ ଛାୟାଯୁଦ୍ଧ: ରାଜନାଥ

ପୁଣେ,୩୦।୧୧: ଭାରତ ବିରୋଧରେ ପାକିସ୍ତାନ ଆତଙ୍କବାଦ ଛାୟାଯୁଦ୍ଧ ଜାରି ରଖିଛି। ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରାଇବା ଲାଗି ପାକିସ୍ତାନ ଉଦ୍ୟମ ଅବ୍ୟାହତ ରଖିଥିବା ପ୍ରତିରକ୍ଷା ମନ୍ତ୍ରୀ...

ପଦୋନ୍ନତି ପରୀକ୍ଷାରେ ଫେଲ୍‌ ହେଲେ ୧୧୯ ବିଚାରପତି

ଅହମ୍ମଦାବାଦ୍‌,୮।୧୦: ଗୁଜରାଟରେ ଏକ ପଦୋନ୍ନତି ପରୀକ୍ଷାରେ ୧୧୯ ଜଣ ବିଚାରପତି ଫେଲ୍‌ ହୋଇଛନ୍ତି। ଜିଲା କୋର୍ଟରେ ୪୦ ବିଚାରପତି ନିଯୁକ୍ତି ପାଇଁ ଏହି ପରୀକ୍ଷା ଅନୁଷ୍ଠିତ...

ଦିଲ୍ଲୀ ବିଧାନସଭା ବାଚସ୍ପତିଙ୍କୁ ୬ମାସ ଜେଲ୍‌

ନୂଆଦିଲ୍ଲୀ,୧୮।୧୦:ଦିଲ୍ଲୀ ବିଧାନସଭାର ବାଚସ୍ପତି ରାମନିବାସ ଗୋଏଲଙ୍କୁ ୬ମାସ ଜେଲ୍‌ ଦଣ୍ଡରେ ଦଣ୍ଡିତ କରାଯାଇଛି। ଦିଲ୍ଲୀର ରାଉଜ୍‌ ଏଭେନ୍ୟୁ କୋର୍ଟ ଶୁକ୍ରବାର ରାମନିବାସଙ୍କ ଏକ ମାମଲାର ଶୁଣାଣି...

ତାମିଲନାଡୁରେ ପ୍ରବଳ ବର୍ଷା: ସ୍କୁଲ, କଲେଜ ବନ୍ଦ

ଚେନ୍ନାଇ,୩୦।୧୦: ତାମିଲନାଡୁର ମଦୁରେ ଏବଂ ରାମନାଥପୁରମ ସମେତ ଅନେକ ଜିଲାରେ ପ୍ରବଳ ବର୍ଷା ଲାଗି ରହିଛି। ବର୍ଷା ଯୋଗୁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏହାକୁ...

ଆତଙ୍କବାଦୀଙ୍କୁ ନାହିଁ ଭୟ: କଶ୍ମୀରର ୫ ଶହ ୭୫ ଯୁବକ ସେନାବାହିନୀରେ ସାମିଲ

ଶ୍ରୀନଗର,୩୧।୮: ଜମ୍ମୁ-କଶ୍ମୀରରେ ଏବେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ନାହିଁ। ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଏବେ ୫ ଶହ ୭୫ ଯୁବକ ସେନାରେ...

୨ ମହିଳାଙ୍କୁ ପସନ୍ଦ ଆସିଲା ଗୋଟିଏ ପୋଷାକ: କିିଣିବା ପାଇଁ ଚପଲରେ ପିଟାପିଟି

ଲକ୍ଷ୍ନୌ,୪।୬: ମଣିଷ ଯେ ବେଳେବେଳେ ସାଧାରଣ କତାରେ ତାହାର ମଣିଷ ପଣିଆ ହରାଇ ବସେ ତାହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶରେ। ସ୍ଥାନୀୟ ବିଜନୌରରେସ୍ଥିତ...

ଘୋଡ଼ା ଉପରେ ୪୦ ମିନିଟ୍‌ ଧରି ୩୦ ଯୋଗାସନ କଲେ ୧୧ ଯବାନ

ସହାରନ୍‌ପୁର,୨୦।୬: ଶୁକ୍ରବାର ପାଳିତ ହେବ ଅନ୍ତର୍ଜାତୀୟ ଯୋଗ ଦିବସ। ଏହା ପୂର୍ବରୁ ଉତ୍ତରପ୍ରଦେଶ ସହାରନ୍‌ପୁରରେ ଗୁରୁବାର ସେନାର ରିମାଉଣ୍ଟ୍‌ ଡିପୋ ଆଣ୍ଡ୍‌ ଟ୍ରେନିଂ ସ୍କୁଲରେ ୧୧...

ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ଭାରତକୁ ଆହୁରି ମଜଭୁତ କରିବ: ରାଜନାଥ

ନୂଆଦିଲ୍ଲୀ,୯।୧୧: ସୁପ୍ରିମକୋର୍ଟ ଶନିବାର ଅଯୋଧ୍ୟା ଜମି ବିବାଦକୁ ନେଇ ଯେଉଁ ରାୟ ଦେଇଛନ୍ତି ତାହା ଐତିହାସିକ ରାୟ ବୋଲି କୁହାଯାଉଛି। କାରଣ ଦୀର୍ଘ ଦଶନ୍ଧି ପରେ...

Leave a comment

Your email address will not be published. Required fields are marked *