ଦଶହରାରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା : ଓଡ଼ିଶାରେ ହାଇ ଆଲର୍ଟ, ବଢ଼ିଲା ସୁରକ୍ଷା

ଭୁବନେଶ୍ୱର,୪ା୧୦(ବ୍ୟୁରୋ) : ଭାରତକୁ ପାକିସ୍ତାନ ପଟୁ ପଶି ଆସିଛନ୍ତି ଆତଙ୍କବାଦୀ। ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦ ଦିଲ୍ଲୀ ସମେତ ଦେଶର ବଡ଼ ବଡ଼ ସହରକୁ ଟାର୍ଗେଟ କରିଛି। ନବରାତ୍ରୀ ଓ ଦଶହରାରେ ବିସ୍ଫୋରଣ ପାଇଁ ଯୋଜନା କରୁଥିବା ଗୋଇନ୍ଦା ବିଭାଗ ସତର୍କ କରିବା ପରେ ଦିଲ୍ଲୀରେ ଏବେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ଅନ୍ୟପକ୍ଷରେ ଏ ସଂକ୍ରାନ୍ତରେ କେନ୍ଦ୍ର ଗୋଇନ୍ଦା ବିଭାଗ ରାଜ୍ୟ ପୋଲିସକୁ ସତର୍କ କରାଇଛି। ପୂର୍ବରୁ ଆତଙ୍କବାଦୀଙ୍କ ଟାର୍ଗେଟରେ ଓଡ଼ିଶା ରହିଛି। ଏଠାରୁ ମଧ୍ୟ କେତେକ ଆତଙ୍କବାଦୀ ଧରାହୋଇଛନ୍ତି। ଏବେ ଗୋଇନ୍ଦା ରିପୋର୍ଟ ମିଳିବା ପରେ ରାଜ୍ୟରେ ହାଇ ଆଲର୍ଟ ଜାରି କରାଯାଇଛି। କଟକ ଓ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସହର ଓ ଉପକୂଳ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଦଶହରାରେ ପୂଜାମଣ୍ଡପ ନିକଟରେ ପ୍ରବଳ ଗହଳି ସମୟରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ସହ ଆତଙ୍କବାଦ କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମୁଦ୍ର ତଟ ଦେଇ ଆତଙ୍କବାଦୀମାନେ ପଶି ଆସିବାର ସମ୍ଭାବନା ଥିବାରୁ ଉପକୂଳରେ ସୁରକ୍ଷା ଓ ପାଟ୍ରୋଲିଂକୁ ଜୋର୍‌ଦାର କରିବାକୁ କୁହାଯାଇଛି। ସମୁଦ୍ରପଥ ଦେଇ ଆତଙ୍କବାଦୀମାନେ ପଶି ଆସିବା ସମ୍ଭାବନା ଥିବାରୁ ଓଡ଼ିଶା ପୋଲିସର ଚିନ୍ତା ବଢ଼ିଛି। ଆତଙ୍କବାଦୀଙ୍କୁ ଚ୍ୟାଲେଞ୍ଜ ପାଇଁ ରାଜ୍ୟ ପୋଲିସ ପକ୍ଷରୁ ଏକ ବ୍ଲ୍ୟୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିବା ସୂଚନା ମିଳିଛି।
ସମ୍ଭାବ୍ୟ ଆକ୍ରମଣକୁ ଦୃଷ୍ଟିରେ ରଖାଯାଇ ରେଲ୍‌ଓ୍ବେ ଷ୍ଟେଶନ, ବିମାନବନ୍ଦର ଓ ସମୁଦ୍ରତଟବର୍ତ୍ତୀ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି। ମେରାଇନ୍‌ ଥାନା ଅଧିକାରୀଙ୍କୁ ପାଟ୍ରୋଲିଂ କଡାକଡି କରାଯିବା ସହ ସ୍ଥାନୀୟ ଲୋକଙ୍କ ସହ ଯୋଗାଯୋଗ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆତଙ୍କବାଦୀମାନେ ବିସ୍ଫୋରଣ ପାଇଁ ସାଇକେଲ, ବାଇକ ଓ କାର ବ୍ୟବହାର କରିପାରନ୍ତି। ପାର୍କିଂ ସ୍ଥଳରେ କିମ୍ବା ରାସ୍ତାରେ ଯାଉଥିବା କୌଣସି ଗାଡିକୁ ସନ୍ଦେହଜନକ ଅବସ୍ଥାରେ ରହିଥିବା ସୂଚନା ମିଳିଲେ ତୁରନ୍ତ ଯାଞ୍ଚ ସହ ତାହା ଉପରେ ନଜର ରଖାଯିବ। ସେହିଭଳି କୌଣସି ଅଜଣା ବ୍ୟକ୍ତିଙ୍କ ଉପରେ ସନ୍ଦେହ ହେଲେ ପୋଲିସ ତୁରନ୍ତ ତାଙ୍କ ସମ୍ପର୍କରେ ତଥ୍ୟ ନେବାକୁ ପରାମର୍ଶ ଦିଆଯାଇଛି। ଏନେଇ ପୋଲିସ ଡିଜି ବି.କେ. ଶର୍ମାଙ୍କ ମତାମତ ମିଳିପାରିନି। ତେବେ କୋଷ୍ଟାଲ ସୁରକ୍ଷା ଏବଂ ରେଲ୍‌ଓ୍ବେ ଏଡିଜି ପ୍ରଣବିନ୍ଦୁ ଆଚାର୍ଯ୍ୟ କହିଛନ୍ତି, ଏନେଇ ସମୁଦ୍ର ତଟ ଓ ଉପକୂଳ ଅଞ୍ଚଳରେ ପାଟ୍ରୋଲିଂ କଡ଼ାକଡ଼ି ପାଇଁ କୁହାଯାଇଛି। ଏହାସହ ଟ୍ରେନରେ ଯାଉଥିବା ଯାତ୍ରୀଙ୍କୁ ତନ୍ନତନ୍ନ କରି ଯାଞ୍ଚ କରିବା ସହ ସନ୍ଦେହଜନକ ବସ୍ତୁ ବା ବ୍ୟକ୍ତିଙ୍କ ଉପରେ ପୋଲିସ ନଜର ରଖିଥିବା ସେ କହିଛନ୍ତି।


All Right Reserved By Dharitri.Com

ଓଡ଼ିଆ ଭାଷା ଓ ସଂସ୍କୃତି ସୁରକ୍ଷାକୁ ନେଇ ବିଧାନସଭାରେ କଂଗ୍ରେସର ହଟ୍ଟଗୋଳ

ଭୁବନେଶ୍ୱର,୧୮।୨(ବ୍ୟୁରୋ): ଓଡ଼ିଆ ଭାଷା ଓ ସଂସ୍କୃତିକୁ ନେଇ ବିଧାନସଭାରେ କଂଗ୍ରେସ ଦଳର ସଭ୍ୟମାନେ ମଙ୍ଗଳବାର ହଙ୍ଗାମା କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ, ଭାଷା ଓ...

ଆର୍‌ଟିଓ ଅଫିସକୁ ଦଲାଲମୁକ୍ତ କରିବାକୁ ନୂଆ ପଦକ୍ଷେପ: କର୍ମଚାରୀଙ୍କ ପାଇଁ ହେବ ପରିଚୟ ପତ୍ର, ଲାଗିବ ସିସିଟିଭି

ଭୁବନେଶ୍ୱର,୨୮।୯(ବ୍ୟୁରୋ): ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ(ଆର୍‌ଟିଓ) କାର୍ଯ୍ୟାଳୟରେ ଦଲାଲଙ୍କ ଦ୍ୱାରା ଅନେକ ବ୍ୟକ୍ତି ଠକେଇର ଶିକାର ହେଉଛନ୍ତି। ଏପରିକି ରାଜ୍ୟ ସରକାର ଡିଜିପିଙ୍କୁ ନିର୍ଦ୍ଦେଶ ଦେବା ପରେ...

ଅସୁବିଧାର ସମ୍ମୁଖୀନ ହେବେ ନାହିଁ ଓଡ଼ିଶାର ଖାଉଟି, ସଂକ୍ରମଣକୁ ଦୃଷ୍ଟିରେ ରଖି ଦିନକୁ ନୁହେଁ ସପ୍ତାହକୁ ଦୁଇଥର ବଜାରକୁ ଯାଆନ୍ତୁ: ସୁରେନ୍ଦ୍ର କୁମାର

ଭୁବନେଶ୍ୱର,୧।୪(ବ୍ୟୁରୋ): କରୋନା ମୁକାବିଲାକୁ ନେଇ ଲକ୍‌ଡାଉନ୍‌ ସ୍ଥିତିରେ ସାରା ଓଡ଼ିଶାର ଜନସାଧାରଣଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ ନିମନ୍ତେ ରାଜ୍ୟ ସରକାର ସମସ୍ତ ପ୍ରଚେଷ୍ଟା କରୁଛନ୍ତି। ଏ...

ରାଜ୍ୟର ବିଭିନ୍ନ ସ୍ଥାନରେ ଯାଞ୍ଚ:ଗୋଟିଏ ଦିନରେ ୧୪୧ ମଦ୍ୟପ ଗାଡ଼ିଚାଳକ ଗିରଫ

କଟକ ଅଫିସ, ୧୭-୯:ରାଜ୍ୟରେ ମଦ୍ୟପ ଗାଡି ଚାଳକଙ୍କୁ ନିସ୍ତାର ନାହିଁ। ସେମାନଙ୍କ ପ୍ରତି କଠୋର ଆଭିମୁଖ୍ୟ ଆପଣାଇଛି ପୋଲିସ। ମଦ୍ୟପାନ କରି ଗାଡି ଚଳାଉଥିବା ଚାଳକଙ୍କୁ...

ବର୍ଷାରେ ବେହାଲ ରାସ୍ତା

ପରଜଙ୍ଗ, ୨୮।୨(ଡି.ଏନ.ଏ.) – ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକର ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରିଛି ଅଦିନିଆ ବର୍ଷା। ଏଥିରେ ଶୋଚନୀୟ ହୋଇପଡ଼ିଛି ଗ୍ରାମ୍ୟ ସଡ଼କ। ଖାଲଖମାରେ...

ବିଦେଶୀ ପର୍ଯ୍ୟଟକଙ୍କ ଡାଟାବେସ୍‌ ପ୍ରସ୍ତୁତ ହେବ

ଭୁବନେଶ୍ୱର,୧୭।୩(ବ୍ୟୁରୋ): କରୋନା ସଂକ୍ରମଣକୁ ରୋକିବା ଲାଗି ଅନ୍ୟ ସମସ୍ତ ବିଭାଗ ଭଳି ବ୍ୟାପକ ପ୍ରସ୍ତୁତି କରିଛି ରାଜ୍ୟ ପର୍ଯ୍ୟଟନ ବିଭାଗ। କରୋନା ଭୂତାଣୁ ସଂକ୍ରମଣରେ ଚାଇନା...

ବୋଲଗଡ଼ରେ ଦେବଦମ୍ପତି ବିବାହ

ବୋଲଗଡ଼,୮ା୬(ଡି.ଏନ.ଏ.): ଶୀତଳ ଷଷ୍ଠୀ ପର୍ବ ଅବସରରେ ବୋଲଗଡ଼ ବ୍ଲକ ଅଞ୍ଚଳର ବିଭିନ୍ନ ଶିବାଳୟରେ ଶୁକ୍ରବାର ଦେବଦମ୍ପତିଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବଡକୁମାରୀସ୍ଥିତ ଶ୍ରୀ ଶ୍ରୀ...

‘କ୍ଷେତ୍ର ପରିଦର୍ଶନରେ ଯାଇ ବାସ୍ତବ ସ୍ଥିତି ଅନୁଧ୍ୟାନ କର’

ବାଲେଶ୍ୱର ଅଫିସ, ୧।୧୦-ରାଜ୍ୟ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସୋମବାର ବାଲେଶ୍ୱର ଗସ୍ତରେ ଆସି ବାଲେଶ୍ୱର ଓ...

Leave a comment

Your email address will not be published. Required fields are marked *