ଥାନା ଅଧିକାରୀଙ୍କ ନାମରେ କୋର୍ଟରେ ମାମଲା

କାଳିଆପାଣି,୪ା୧୦(ଡି.ଏନ୍‌.ଏ.): ଯାଜପୁର ଜିଲା ସୁକିନ୍ଦା ଥାନା ଅଧିକାରୀ ବିଚିତ୍ରା ନନ୍ଦ ସେଠୀଙ୍କ ନାମରେ ଗୁରୁବାର ଯାଜପୁର ରୋଡସ୍ଥିତ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ କୋର୍ଟରେ ଏକ ଦୁର୍ବ୍ୟବହାର ମାମଲା ରୁଜୁ ହୋଇଛି। ଥାନା ଅଞ୍ଚଳର ଜଣେ ମହିଳା ଏହି ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ କୋର୍ଟରେ ଏକ କମ୍ପ୍ଲେଣ୍ଟ କେସ୍‌ (ନଂ. ୩୫୦/୧୯) ରୁଜୁ ହୋଇଛି। ପ୍ରକାଶ ଯେ, ସେପ୍ଟେମ୍ବର ୨୨ ତାରଖରେ ଜଣେ ଫେରାର ଅଭିଯୁକ୍ତଙ୍କୁ ଧରିବାକୁ ଯାଇ ଥାନାଧିକାରୀ ସମ୍ପୃକ୍ତା ମହିଳାଙ୍କ ସହ ତାଙ୍କ ନାବାଳିକା ଝିଅଙ୍କୁ ଦୁର୍ବ୍ୟବହାର କରିବା ଏବଂ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୋଧରେ ପୀଡିତା କୋର୍ଟର ଦ୍ୱାରସ୍ଥ ହୋଇଥିବା ଜଣାପଡିଛି। ଥାନା ଅଧିକାରୀଙ୍କ ଦୁର୍ବ୍ୟବହାର ନେଇ ପୀଡିତା ଜଣଙ୍କ ବହୁବାର ପୋଲିସ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଜଣାଇଥିଲେ। ହେଲେ କୌଣସି ପକ୍ଷକ୍ଷେପ ଗ୍ରହଣ କରାଯାଇ ନାହିଁ। ଏପରିକି ଏତାଲାର ନକଲ ମଧ୍ୟ ତାଙ୍କୁ ପ୍ରଦାନ କରିବାକୁ ବିଭାଗୀୟ ଅଧିକାରୀ ପଛଘୁଞ୍ଚା ଦେଇଥିଲେ। ତେଣୁ ବାଧ୍ୟ ହୋଇ ମହିଳା ଜଣଙ୍କ କୋର୍ଟର ଦ୍ୱାରସ୍ଥ ହୋଇଥିବା କହିଛନ୍ତି।


All Right Reserved By

କଟକଣା ନାହିଁ: ବାହାର ରାଜ୍ୟକୁ ଚାଲାଣ ହେଉଛି ଧାନ

ବାଲିଆପାଳ, ୧୮ା୫(ଡି.ଏନ.ଏ.)-ଚଳିତ ରବିଋତୁରେ ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକରେ ୭ହଜାର ୫ଶହ ହେକ୍ଟର ଜମିରେ ଅଧିକ ଅମଳକ୍ଷମ ଧାନ ଚାଷ ହୋଇଛି। ଏଥିରୁ ୨ଲକ୍ଷ ୫ହଜାର...

ଡାଇଭର୍ସନ ରାସ୍ତା ବିପଦସଙ୍କୁଳ

ଝୁମ୍ପୁରା, ୨।୬ (ଡି.ଏନ୍‌.ଏ.)-ଝୁମ୍ପୁରା ବଜାର ଅଞ୍ଚଳ ତଥା ସରକାରୀ କାର୍ଯ୍ୟାଳୟ, ବ୍ଲକ, ଡାକ୍ତରଖାନା, ସ୍କୁଲକୁ ସଂଯୋଗ କରୁଥିବା ୨ଟି ମୁଖ୍ୟରାସ୍ତା, ଝୁମ୍ପୁରା – ଉଖୁଣ୍ଡା ରାସ୍ତା...

ଗର୍ଭବତୀଙ୍କୁ ଅସଦାଚରଣ, ଆକ୍ରମଣ ମାମଲା: ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୧୧।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗର୍ଭବତୀଙ୍କୁ ଅସଦାଚରଣ, ଆକ୍ରମଣ ମାମଲାରେ ବୁଧବାର କୈଠଖଣ୍ଡି ପଞ୍ଚାୟତ ଚକାତେନ୍ତୁଳି ଗ୍ରାମର ଭଗବାନ ଗୌଡଙ୍କୁ ଗିରଫ କରିଛି।...

ବିଭିନ୍ନ ପ୍ରସଙ୍ଗ ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ

ଛତ୍ରପୁର,୫।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲା ଶ୍ରମ ଅଧିକାରୀଙ୍କ ମନମୁଖୀ ଶାସନ, ଶ୍ରମିକ ମାରଣ ନୀତି, ଦୁର୍ବ୍ୟବହାର, ଶ୍ରମିକ ସଂଗଠନ ପ୍ରତି ବିରୋଧ ଆଚରଣ ପ୍ରତିବାଦରେ...

ଭୁଶୁଡ଼ି ପଡ଼ିଲା ପାନୀୟଜଳ ପ୍ରକଳ୍ପ

ପରଜଙ୍ଗ, ୪।୮(ଡି.ଏନ.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ନୂଅଁାକୁଆଳୋ ଗ୍ରାମରେ ଗତ ଫେବୃୟାରୀରେ ଲୋକାର୍ପିତ ହୋଇଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଡିପ୍‌ଓ୍ବେଲ ଶନିବାର ଭୁଶୁଡ଼ି ପଡ଼ିଛି।...

ଚୋରି ବାଇକ ଉଦ୍ଧାର, ଦୁଇ କୋର୍ଟ ଚାଲାଣ

ବଡ଼ବିଲ,୨୬ା୬(ସ୍ବ.ପ୍ର.) : କେନ୍ଦୁଝର ଜିଲା ବଡ଼ବିଲ ଥାନା ଷ୍ଟେଶନରୋଡ୍‌ରୁ ଗତ ସୋମବାର ଚୋରି ହୋଇଥିବା ବାଇକକୁ ପୋଲିସ ଉଦ୍ଧାର କରି ଘଟଣାରେ ସଂପୃକ୍ତ ୨ ଅଭିଯୁକ୍ତଙ୍କୁ...

ବିଭିନ୍ନ ଦାବିରେ ତହସିଲ କାର୍ଯ୍ୟାଳୟ ଆଗରେ ଧାରଣା ଦେଲେ ଚାଷୀ

ବିଜେପୁର,୧୪।୧୦(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ଉପନିର୍ବାଚନକୁ ଆଉ ୭ ଦିନ ଥିବା ବେଳେ ୪ ଦଫା ଦାବି ନେଇ ବ୍ଲକ କୃଷକ ସଂଗଠନ ପକ୍ଷରୁ ସୋମବାର...

ରୁପା ଅଳଙ୍କାର ଚୋରି ଘଟଣା: ୬ କେଜି ରୁପା ଉଦ୍ଧାର, ୩ ଗିରଫ

ବ୍ରହ୍ମପୁର ଅଫିସ, ୭।୯: ଗଞ୍ଜାମ ଜିଲା ବଡ଼ବଜାର ଥାନା ଅନ୍ତର୍ଗତ ମାଲସେନାପେଟା ସାହିରେ ଥିବା ଶ୍ରୀସାଇ ରିଫାଇନେରୀ ଏବଂ ରୁପା ଅଳଙ୍କାର ଦୋକାନରୁ ହୋଇଥିବା ଚୋରି...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *