କେନାଲକୁ ଖସିପଡ଼ିଛି ଛୁଆ, ଜଗିଛି ମା’ ହାତୀ

ପରଜଙ୍ଗ,୪।୧୦ (ଡି.ଏନ.ଏ.)-ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଖାଲପାଳ ଗ୍ରାମ ନିକଟ ଶାଖା କେନାଲ ମଧ୍ୟକୁ ଗୁରୁବାର ରାତିରେ ଏକ ଛୁଆ ହାତୀ ଖସିପଡିଛି। କେନାଲର ଉଭୟ ପାର୍ଶ୍ୱ କଂକ୍ରିଟ ହୋଇଥିବାରୁ ହାତୀଟି ବାହାରି ପାରୁ ନ ଥିବା ବେଳେ ମା’ ହାତୀ ଜଗି ରହିବା ସହ ଉଠାଇବାକୁ ଉଦ୍ୟମ କରୁଥିବା ସୂଚନା ମିଳିଛି। ଖବରପାଇ ବନ ବିଭାଗ କର୍ମଚାରୀମାନେ ପହଞ୍ଚିଥିଲେ ମଧ୍ୟ ମା’ ହାତୀ ଆକ୍ରମଣ ଉଦ୍ୟମ କରୁଥିବାରୁ ଭୟରେ ସେମାନେ ଉଦ୍ଧାର ପାଇଁ କେନାଲ ନିକଟକୁ ଯାଇପାରୁ ନାହାନ୍ତି। ପରିସ୍ଥିତି ଉପରେ ମହାବିରୋଡ଼ ରେଞ୍ଜର ସୁବ୍ରତ କୁମାର ବେହେରା, ଡେପୁଟି ରେଞ୍ଜର ହରମୋହନ ନାୟକ, ଫରେଷ୍ଟର ରାମଚନ୍ଦ୍ର ରାଉତ ଓ ହାତୀ ସ୍କ୍ବାଡ୍‌ ନଜର ରଖିଥିବା ଜଣାପଡ଼ିଛି। ଅନ୍ୟପଟେ ପରମହଂସପୁର ଅଞ୍ଚଳରେ ଏକ ଦନ୍ତା ହାତୀ ଉପଦ୍ରବ ଚଳାଇଛି। ଖବରପାଇ ସେଠାକୁ ଯାଉଥିଲେ ବି ଗାଡି କାଦୁଅରେ ଫସିଯିବାରୁ ସେ ଘଟଣାସ୍ଥଳରେ ପହଞ୍ଚି ପାରି ନ ଥିବା ଫରେଷ୍ଟର ରାମଚନ୍ଦ୍ର ରାଉତ ସୂଚନା ଦେଇଛନ୍ତି।


All Right Reserved By Dharitri.Com

ଆମ୍ବବାଗାନ ଅଞ୍ଚଳରୁ ଚୋରି: ଘର ତାଲା ଭାଙ୍ଗି ଟଙ୍କା, ମୋବାଇଲ ନେଇଗଲେ, ପୋଲିସର ତଦନ୍ତ ଆରମ୍ଭ

ଯୋଡ଼ା,୨୯।୭(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ସହର ୨ ନଂ ଓ୍ବାର୍ଡ ଆମ୍ବବାଗାନ ଅଞ୍ଚଳର ରୁଦ୍ର ନାରାୟଣ ପ୍ରଧାନଙ୍କ ଘରୁ ରବିବାର ବିଳମ୍ବିତ ରାତିରେ ଚୋରି ହୋଇଛି।...

ଭୟାବହ ଅଗ୍ନିକାଣ୍ଡ: ୧୪ ବଖରା, ଝିଅ ବାହାଘର ପାଇଁ ଥିବା ଟଙ୍କା, ଗହଣା ଭସ୍ମ

ଭୁବନ, ୨୯ା୨(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ଭୁବନ ବ୍ଲକ ବାଲିବୋ ପଞ୍ଚାୟତ ଅଧୀନ ବାଉଁଶକଣ ଗ୍ରାମର ମାଟିଆସାହିରେ ଶୁକ୍ରବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୫ ପରିବାରର...

ଜାପାନରେ ବ୍ରହ୍ମପୁର ଯୁବ ଇଞ୍ଜିନିୟର ଫସିବା ଘଟଣା: ପୁଅକୁ ଫେରାଇ ଆଣିବା ଲାଗି ସରକାରଙ୍କୁ ନିବେଦନ କଲେ ପରିବାରବର୍ଗ

ବ୍ରହ୍ମପୁର ଅଫିସ,୧୯।୨: ସାରା ବିଶ୍ୱବାସୀଙ୍କୁ ଏବେ କରୋନା ଭୟ ଘାରିଛି। ଏପରି ସ୍ଥିତିରେ ଜାପାନର ୟୋକୋହମା ଜଳ ସୀମା ଜାହାଜରେ ଗଞ୍ଜାମ ଜିଲାର ବ୍ରହ୍ମପୁର ପନ୍ଦରା...

ଲକ୍ ଡାଉନ୍ ନିୟମ ଭାଙ୍ଗି ୪ ଗିରଫ

କୁଆମରା, ୫।୪(ଡି.ଏନ.ଏ.): କରୋନା ମୁକାବିଲା ଲାଗି ସାରା ଦେଶରେ ଲକ୍ ଡାଉନ୍ କରାଯାଇଛି। ଏହି ସମୟରେ ଏଣେ ତେଣେ ନ ବୁଲି ଘରେ ରହିବାକୁ ସରକାରଙ୍କ...

ନୀଳମାଧବଙ୍କ ପୀଠରେ ଲବଣୀଖିଆ ଉତ୍ସବ

ଖଣ୍ଡପଡା,୨୭।୮(ସ୍ବ.ପ୍ର.)-ସୋମବାର କାଳୀୟଦଳନ ଏକାଦଶୀ ତିଥିରେ କଣ୍ଟିଲୋ ନୀଳମାଧବ ଜୀଉଙ୍କ ପୀଠରେ ବାଳୁତ କୃଷ୍ଣଙ୍କର ଲବଣୀଖିଆ ଓ କାଳୀୟ ଦଳନ ଉତ୍ସବ ପାରମ୍ପରିକ ରୀତିରେ ଅନୁଷ୍ଠିତ ହୋଇଯାଇଛି...

ଗୁଜୁରାଟରେ ଫସିଛନ୍ତି ବରଗଡ଼ର ୨୮ଶ୍ରମିକ

ବରଗଡ଼ ଅଫିସ୍‌,୬।୪: ରାଜ୍ୟ ବାହାରକୁ କର୍ମ ଅନ୍ବେଷଣରେ ଯାଇ କିଛି ରୋଜଗାର ଆଶା ରଖିଥିଲେ । ମାତ୍ର ଲକ୍‌ ଡାଉନ୍‌ ନୁହେଁ, ସଟ୍‌ ଡାଉନ କଟକଣା...

ଜାତୀୟସ୍ତରକୁ ମନୋନୀତ ହେଲା ମଡେଲ

ପରଜଙ୍ଗ, ୨୪।୧(ଡି.ଏନ.ଏ.) ପୂର୍ବ ଭାରତ ବିଜ୍ଞାନ ମେଳାରେ ଚମକିଛନ୍ତି ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କୁଲେଇସ୍ଥିତ ତାଳେଶ୍ୱର ବିଦ୍ୟାପୀଠର ଦଶମ ଶ୍ରେଣୀ ଛାତ୍ରୀ ଚୁଲ୍‌ବୁଲି ଜେନା।...

ମୁଣ୍ଡାରୀ ସମ୍ପ୍ରଦାୟର ବୁରୁବଙ୍ଗା ମହୋତ୍ସବ

ବଡ଼ସାହି,୨୦ା୧(ସ୍ବ.ପ୍ର)-ବଡସାହି ପଞ୍ଚାୟତ କେନ୍ଦୁଆସାହି ବିର୍ସା ମଇଦାନରେ ବୁରୁବଙ୍ଗା ସାସାଂକିର୍‌ କମିଟି ଓ ବୁରୁବଙ୍ଗା ଯୁବକ ସଂଘ ଆନୁକୂଲ୍ୟରେ ମୁଣ୍ଡାରୀ ସମ୍ପ୍ରଦାୟ ତରଫରୁ ୬ଷ୍ଠ ବାର୍ଷିକ ‘ବୁରୁବଙ୍ଗା...

Leave a comment

Your email address will not be published. Required fields are marked *