ନୀଳମାଧବ ପୀଠରେ ମା’ ବିମଳାଙ୍କ ଭଦ୍ରକାଳୀ ବେଶ

ଖଣ୍ଡପଡା,୪।୧୦(ସ୍ବ.ପ୍ର.): ନୀଳମାଧବ ପୀଠରେ ଇଷ୍ଟଦେବୀ ମା’ ବିମଳାଙ୍କ ୧୬ପୂଜା ଦ୍ୱିତୀୟା ଓଷାଠାରୁ ଆରମ୍ଭ ହୋଇଛି। ଏହି ପାରମ୍ପରିକ ପର୍ବ ମହାନବମୀ ପଯର୍‌ୟନ୍ତ ଚାଲୁରହିବ। ମହାଳୟା ଅମାବାସ୍ୟାଠାରୁ ମା’ଙ୍କର ନବରାତ୍ର ପୂଜା ଆରମ୍ଭ ହେବା ସହ ପ୍ରତିଦିନ ଚଣ୍ଡୀପାଠ, ହୋମଯଜ୍ଞ କରାଯାଉଛି।  ଉକ୍ତ ଯଜ୍ଞରେ କର୍ତ୍ତାଭାବେ ବ୍ରଜରାଜ ମିଶ୍ର ଓ ପୁରୋଧା ଭାବେ ଶ୍ରୀକାନ୍ତ ମିଶ୍ର କାଯର୍‌ୟ କରୁଛନ୍ତି।  ମା’ଙ୍କ ନିକଟରେ ପ୍ରତିଦିନ ଖଇ, କୋରା, କାକରା, ଫଳମୂଳ, ବିରିକାନ୍ତି ଓ ଅନ୍ନଭୋଗ ଲାଗି କରାଯାଇଥାଏ।  ପୂଜକ ମନୋଜ କୁମାର ମିଶ୍ର, ଦୟାନିଧି ମିଶ୍ର, ଶ୍ରବଣରାମ ମିଶ୍ର, ନୀଳମାଧବ ମିଶ୍ର, ମନୋରଞ୍ଜନ ମିଶ୍ର ଓ ଦୀପକ ମିଶ୍ର ପ୍ରମୁଖ ବ୍ରତଧାରଣ କରି ନବରାତ୍ର ପାଳନ କରୁଛନ୍ତି।  ନବରାତ୍ରର ୬ଷ୍ଠ ଦିବସ ଗୁରୁବାର ମା’ଙ୍କୁ ଭଦ୍ରକାଳୀ ବେଶରେ ସୁସଜ୍ଜିତ କରାଯାଇଥିଲା।  ଏହି ବେଶ ଦେଖିବା ପାଇଁ ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।


All Right Reserved By

ଦୁର୍ବଳ ହେଉଛି କୁଆଁରିଆ ସେତୁ

ଖଣ୍ଡପଡା.୨ା୯(ସ୍ବ.ପ୍ର.): ଖଣ୍ଡପଡା ବ୍ଲକର କଣ୍ଟିଲୋଠାରୁ ନୟାଗଡକୁ ସଂଯୋଗ କରୁଥିବା ମୁଖ୍ୟ ପୂର୍ତ୍ତ ବିଭାଗ ରାସ୍ତାର ବେଣାଗାଡିଅ ନିକଟ କୁଆଁରିଆ ନଦୀ ଉପରେ ନିର୍ମିତ ସେତୁଟି ଉପଯୁକ୍ତ...

ଅକ୍ଟୋବର ୧୪ରୁ ଆଞ୍ଚଳିକ ସରସ ମେଳା

ଢେଙ୍କାନାଳ ଅଫିସ, ୮ା୯ – ପ୍ରସିଦ୍ଧ ଲକ୍ଷ୍ମୀପୂଜା ଅବସରରେ ଢେଙ୍କାନାଳ ମହିଷାପାଟ ବାଇପାସ୍‌ ନିକଟ ପଡ଼ିଆରେ ଅକ୍ଟୋବର ୧୪ରୁ ୨୩ ଯାଏ ଆଞ୍ଚଳିକ ସରସ ମେଳା-୨୦୧୯...

ମୃତଦେହ ଧରି ଆସୁଥିବା ଆମ୍ବୁଲାନ୍ସ ଓଲଟିଲା : ୩ ଗୁରୁତର

ଭଦ୍ରକ ଅଫିସ,୧୨।୮: ସୋମବାର ଭୋର୍‌ ସମୟରେ କଟକରୁ ମୃତଦେହ ଧରି ଧାମନଗର ଅଞ୍ଚଳକୁ ଆସୁଥିବା ଏକ ଆମ୍ବୁଲାନ୍ସ ଭଣ୍ଡାରିପୋଖରୀ ନିକଟରେ ଜାତୀୟ ରାଜପଥରୁ ଏକ ଖାଲକୁ...

ତୁଟୁନି ଫାଷ୍ଟ କମ୍‌ ଫାଷ୍ଟ ଲୋଡ଼ିଂ ବିବାଦ:୩ ଟ୍ରକ୍‌ ମାଲିକ ସଂଘର ସହଯୋଗରେ ବ୍ୟବସ୍ଥାକୁ ସଂଘଠିତ କରିବାକୁ ଦାବି

ଚଣ୍ଡିଖୋଲ,୨୮।୮(ଡି.ଏନ୍‌.ଏ)- ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଯାଜପୁର ଜିଲାର ସୁକିନ୍ଦା ଖଣିଗୁଡ଼ିକରେ ଫାଷ୍ଟ କମ୍‌ ଫାଷ୍ଟ ଲୋଡ଼ିଂ ବ୍ୟବସ୍ଥା ଲାଗୁ କରିବା ପାଇଁ ଜିଲା ପ୍ରଶାସନର...

ପୋଲିଓ ବୁନ୍ଦା ଖାଇ ଶିଶୁକନ୍ୟା ମୃତ୍ୟୁ ଅଭିଯୋଗ : ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ପରିବାର ଲୋକଙ୍କ ଧାରଣା

ବ୍ରହ୍ମଗିରି,୬।୯(ଡି.ଏନ୍‌.ଏ.): ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ନରଣପୁର ଗ୍ରାମରେ ବୁଧବାର ପୋଲିଓ ବୁନ୍ଦା ଖାଇ ଅଢେଇ ମାସର ଶିଶୁକନ୍ୟା ପ୍ରିୟଙ୍କା ବିଶ୍ବାଳ ଅସୁସ୍ଥ ହୋଇ...

ଗ୍ୟାସ୍‌ ନିଆଁରେ ପୋଡ଼ିହୋଇ ମହିଳା ମୃତ

ଭଟ୍‌ଲି, ୨୪।୯(ଡି.ଏନ୍‌.ଏ.): ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ କୁଶନପୁରୀ ଗ୍ରାମର ଜନୈକା ମହିଳାଙ୍କର ମଙ୍ଗଳବାର ସକାଳେ ଗ୍ୟାସ୍‌ ନିଆଁରେ ପୋଡ଼ିହୋଇ ମୃତ୍ୟୁ ଘଟିଛି। ସେ...

ଚାଷୀଙ୍କୁ ସ୍ବାବଲମ୍ବୀ କରୁଛି ‘ମୋ ମାଛ ପୋଖରୀ’

ବାସୁଦେବପୁର, ୨୩।୯ (ଡି.ଏନ.ଏ.)- ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ। ମାଛ ଚାଷ ଓ ଉପତ୍ାଦନ କ୍ଷେତ୍ରରେ ଏହି ବ୍ଲକ ଅଞ୍ଚଳରେ ଆବଶ୍ୟକ...

ଦୋଳି ଖେଳ ହେଲା କାଳ, ଦଉଡ଼ିରେ ଗଲା ନାବାଳିକାଙ୍କ ଜୀବନ

ହିଞ୍ଜିଳିକାଟୁ,୨୨ା୬ (ଡି.ଏନ୍‌.ଏ)-ଦୋଳଖେଳ ଜଣେ ନାବାଳିକାଙ୍କ ପାଇଁ କାଳ ହୋଇଛି। ଦଉଡ଼ି ତାଙ୍କ ବେକରେ ଅସାବଧାନତାରୁ ଛନ୍ଦି ହୋଇଯିବାରୁ ତାଙ୍କ ଜୀବନ ଯାଇଛି। ରଜ ଦିନଠାରୁ ଘରେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *