ଭୂତକୋଠି ପାଲଟିଛି ଆଦିବାସୀ ବାଳକ ଶିକ୍ଷାଶୌଧ

ଚନ୍ଦ୍ରଗିରି,୪ା୧୦(ଡି.ଏନ.ଏ.)- ଗଜପତି ଜିଲା ମୋହନା ବ୍ଲକ ଚନ୍ଦ୍ରଗିରି ସୌରା ଉନ୍ନୟନ ସଂସ୍ଥା ଜରିଆରେ ଧାଡିଆମ୍ବ ପଞ୍ଚାୟତର ପଲାବନ୍ଧା ଗାଁରେ ୨୦୧୩-୧୪ ଆର୍ଥିକ ବର୍ଷରେ ଆଦିବାସୀ ଛାତ୍ରଙ୍କ ଶିକ୍ଷାର ବିକାଶ ଲକ୍ଷ୍ୟରେ ନିର୍ମାଣ ହୋଇଥିଲା ୨ଶହ ଆସନ ବିଶିଷ୍ଟ ବାଳକ ଶିକ୍ଷା ଶୌଧ। ପଲାବନ୍ଧା ଗ୍ରାମର ମୋଟ ୮ ଏକର ଜମିରେ ଏହା ନିର୍ମାଣ କରାଯାଇଥିଲା। ଅଞ୍ଚଳର ଆଦିବାସୀମାନେ ନିଜ ପିଲାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ନେଇ ସ୍ବପ୍ନ ଦେଖିଥିଲେ। ହେଲେ ବିଡମ୍ବନାର ବିଷୟ ନିର୍ମାଣର ୩ବର୍ଷ ପରେ ମଧ୍ୟ ପ୍ରଶାସନର ଦାୟିତ୍ୱହୀନତା ଯୋଗୁ ଏହା କାର୍ଯ୍ୟକ୍ଷମ ହୋଇ ନ ପାରି ଭୂତକୋଠି ପାଲଟିଛି। କେଉଁଠି କାନ୍ଥ ଫାଟି ଆଁ କଲାଣି ତ ଆଉ କେଉଁଠି ଘର ଭିତରେ ଊଇହୁଙ୍କା ହୋଇଗଲାଣି। ବିଦ୍ୟୁତ, ପାନୀୟ ଜଳ ଯୋଗାଣ ପାଇଁ ଲଗାଯାଇଥିବା ସରଞ୍ଜାମ ଚୋରୀ ହେବାସହ ପାଚେରି ମଧ୍ୟ ଭାଙ୍ଗିଗଲାଣି। ଏବେ ଏହା ଅସାମାଜିକଙ୍କ ଆଡ୍ଡାସ୍ଥଳୀ ଓ ଗୋରୁଙ୍କ ଚରାଭୂଇଁ ପାଲଟିଛି। ଏହାକୁ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ଧାଡିଆମ୍ବ ନାଏବ ସରପଞ୍ଚ ପୂର୍ଣ୍ଣିମା ଗମାଙ୍ଗ, ସମ୍ବରା ରଇତ, ହେମାବତୀ ଗମାଙ୍ଗ, ସୁକାନ୍ତ ଦଳାଇ ପ୍ରମୁଖ ବିଭାଗୀୟ ଅଧୀକାରୀ ଓ ଜିଲାପାଳଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତି।
ଏନେଇ ଚନ୍ଦ୍ରଗିରି ସୌରା ଉନ୍ନୟନ ସଂସ୍ଥା ସ୍ବତନ୍ତ୍ର ପଦାଧିକାରୀ ଦମିନିକ ଟପ୍ପୋଙ୍କୁ ପଚାରିବାରୁ କୋଠା ଭଲ ଅଛି, ସମସ୍ୟା ନେଇ ବିଭାଗୀୟ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି, ନିର୍ଦ୍ଦେଶ ମିଳିଲେ ଶିକ୍ଷକ ନିଯୁକ୍ତ କରାଯାଇ ପାଠପଢା ଆରମ୍ଭ ହେବ। ଅପରପକ୍ଷେ ବିଲ୍‌ଡିଂ କାମ ସରିଥିବା ସରକାରଙ୍କୁ ଜଣାଇ ଦିଆଯାଇଛି, ନିର୍ଦ୍ଦେଶ ଆସିଲେ ଏହାକୁ କାର୍ଯ୍ୟକ୍ଷମ କରାଯିବ ଏବଂ ରକ୍ଷଣାବେକ୍ଷଣ ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ଗଜପତି ଜିଲାପାଳ ଅନୁପମ ସାହା।


All Right Reserved By Dharitri.Com

ମଦ୍ୟପ ବାପାଙ୍କୁ ହତ୍ୟା କଲା ପୁଅ

ବୌଦ୍ଧ, ୮ା୬(ସ୍ବ.ପ୍ର): ବୌଦ୍ଧ ଥାନା ଅନ୍ତର୍ଗତ ସରଣ୍ଡା ଗ୍ରାମରେ ଗୁରୁବାର ଏକ ହତ୍ୟା ଘଟଣା ଘଟିଛି । ମଦ୍ୟପ ବାପାଙ୍କ ନିର୍ଯାତନା ଅସହ୍ୟ ହେବାରୁ ପୁଅ...

ଧାନ କିଣାବିକାରେ ଟୋକନ ବ୍ୟବସ୍ଥାକୁ ବିରୋଧ: ଅତାବିରାରେ ୧୨ ଘଣ୍ଟିଆ ବନ୍ଦ ଆରମ୍ଭ

ବରଗଡ ଅଫିସ,୨୦।୧୧: ଚଳିତ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାରେ ରାଜ୍ୟ ସରକାର ଟୋକନ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରିଛନ୍ତି। ସରକାରଙ୍କ ଏହି ବ୍ୟବସ୍ଥାକୁ ଚାଷୀମାନେ ଦୃଢ ବିରୋଧ...

ଭୁବନେଶ୍ୱର ରେଳ ଷ୍ଟେଶନକୁ ମିଳିବ ଆଇଏସ୍‌ଓ ସାର୍ଟିଫିକେଟ୍‌

ଭୁବନେଶ୍ୱର, ୨୭ା୧୧(ବ୍ୟୁରୋ): ବିଶାଖାପାଟଣା ପରେ ଏବେ ଭୁବନେଶ୍ୱର ରେଳ ଷ୍ଟେଶନକୁ ମିଳିବାକୁ ଯାଉଛି ଇଣ୍ଟରନ୍ୟାଶନାଲ ଅର୍ଗାନାଇଜେଶନ ଫର୍‌ ଷ୍ଟାଣ୍ଡାର୍ଡାଇଜେଶନ(ଆଇଏସ୍‌ଓ) ସାର୍ଟିଫିକେଟ୍‌। ସେହିଭଳି କଟକ ଷ୍ଟେଶନ ମଧ୍ୟ...

ଚିଲିକା ପାଇଁ ୧୫୮ କୋଟି: ଉପକୃତ ହେବେ ୨ ଲକ୍ଷ ମତ୍ସ୍ୟଜୀବୀ

ଭୁବନେଶ୍ୱର, ୧୭।୮(ବ୍ୟୁରୋ): ରାଜ୍ୟର ପ୍ରମୁଖ ୩ଟି ଆର୍ଦ୍ରଭୂମି ପାଇଁ ବିଭିନ୍ନ ଯୋଜନାକୁ ଅନୁମୋଦନ କରାଯାଇଛି। ରାଜ୍ୟ ଆର୍ଦ୍ରଭୂମି ପ୍ରାଧିକରଣ ବୈଠକରେ ବିଭିନ୍ନ ଯୋଜନାକୁ ଏହି ମଞ୍ଜୁରୀ...

ପାନ ଦୋକାନରେ ନିଆଁ ଲଗାଇଲେ ଦୁର୍ବୃତ୍ତ

ଗୋପାଳପୁର,୧୮ା୮-ଗତ ୧୫ ଦିନରେ ଗୋଳନ୍ଥରା ଥାନା ରଣ୍ଢା, ଗୋବିନ୍ଦନଗର ଓ ଅଟୋନଗର ଅଞ୍ଚଳର ୩ ଦୋକାନ ଓ ଛତୁବାଡ଼ରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଚମ୍ପଟ ମାରିଛନ୍ତି।...

ସାଙ୍ଗଠନିକ ସ୍ଥିତି ସୁଧାରିବାକୁ ଅଣ୍ଟା ଭିଡିଲା ରାଜ୍ୟ କଂଗ୍ରେସ, ପୁନଃଗଠନ ହେବ ପିସିସି

ଭୁବନେଶ୍ୱର,୧୯।୯(ବ୍ୟୁରୋ): ପୁନଃଗଠନ ହେବ ପ୍ରଦେଶ କଂଗ୍ରେସ କମିଟି(ପିସିସି)। ରାଜ୍ୟରେ ଦଳର ସାଙ୍ଗଠନିକ ସ୍ଥିତି ସୁଦୃଢ଼ କରିବାକୁ ଏଆଇସିସି ନିର୍ଦ୍ଦେଶ ଦେବା ପରେ ଅଣ୍ଟା ଭିଡିଛି କଂଗ୍ରେସ।...

ବିଦ୍ୟାଳୟ ମିଶ୍ରଣକୁ ନେଇ ବଢିଲା ସମସ୍ୟା : ଆସିଲେନି ଶିକ୍ଷକ, ଖୋଲିଲାନି ତାଲା

ବାଲିକୁଦା,୬ା୮(ସ୍ବ.ପ୍ର.): ବାଲିକୁଦା ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଅଧୀନ ବଘେଇପୁର ପ୍ରାଥମିକ ବିଦ୍ୟାଳୟ ଓ କପୁରାବେଲାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ମିଶ୍ରଣ ପ୍ରକ୍ରିୟାକୁ ନେଇ ଉପୁଜିଥିବା ସମସ୍ୟା...

ରାସ୍ତାରେ ଭାସୁଛି ନର୍ଦ୍ଦମା ପାଣି

ବୁଗୁଡ଼ା,୧୭ା୭(ଡି.ଏନ.ଏ.)- ବୁଗୁଡ଼ା ବ୍ଲକ ଗୋଲିଆ ଗ୍ରାମ ୫ନଂ. ୱାର୍ଡରେ ଥିବା ତେଲୁଗୁସାହି ରାସ୍ତା ମରାମତି ଅଭାବରୁ ଖାଲଖମାରେ ଭର୍ତ୍ତି ହୋଇଛି। ଏହାର ମରାମତି ଲାଗି ଗ୍ରାମବାସୀ...

Leave a comment

Your email address will not be published. Required fields are marked *