କାଠ ବୋଝେଇ ଗାଡ଼ି ଜବତ : ୨ ଗିରଫ

ବାଙ୍ଗିରିପୋଷ,୪ା୧୦(ଡି.ଏନ୍‌.ଏ.)- ବାଙ୍ଗିରିପୋଷି ବନାଞ୍ଚଳ ଅଧୀନ ଶୀର୍ଷା ବିଟର ଜାଲଦା ଛକଠାରେ ବନ ବିଭାଗ କର୍ମଚାରୀମାନେ ଏକ କାଠ ବୋଝେଇ ପିକ୍‌ଅପ ଭ୍ୟାନ ଜବତ କରିଛନ୍ତି। ଏହି ଭ୍ୟାନରେ ଚୋରା କାଠ ଗଣ୍ଡି ଚାଲାଣ ହେଉଥିବା ବିଶେଷ ସୂତ୍ରରୁ ଖବର ପାଇ ଜାଲଦା ଛକ ଠାରେ ବନ ବିଭାଗ ଜଗି ରହିଥିଲେ ା ବନାଞ୍ଚଳ ଅଧିକାରୀ ତପନ କୁମାର ଦାସଙ୍କ ନେତୃତ୍ୱରେ ଚାଲାଣ ହେଉଥିବା ଭ୍ୟାନକୁ ଜବତ କରାଯିବା ସହ ଏଥିରେ ଥିବା ଦୁଇଜଣଙ୍କୁ ଗିରଫ କରିଥିଲେ। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ଝାରପୋଖରିଆ ଥାନା ଅନ୍ତର୍ଗତ ବାରୁଣାବେଳା ଗ୍ରାମର କୃଷ୍ଣଚନ୍ଦ୍ର ଚୌଧୁରୀ ଓ କପାଡିହା ଗ୍ରାମର ବୈକୁଣ୍ଠନାଥ ପାତ୍ର। ଜବତ କାଠଗଣ୍ଡିର ମୂଲ୍ୟ ୫୦ ହଜାର ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ବନ ବିଭାଗ ଅଧିକାରୀ ପ୍ରକାଶ କରିଛନ୍ତି। ଏଥିନେଇ ବନବିଭାଗ ପକ୍ଷରୁ ଏକ ମାମଲା (ନଂ. ୮୨/୧୯) ରୁଜୁ ହୋଇଛି।


All Right Reserved By Dharitri.Com

ଭାଇବୋହୂଙ୍କୁ ମରଣାନ୍ତକ ଆକ୍ରମଣ:ଜେଲ୍‌ ଗଲେ ଦେଢ଼ଶୁର

ରୂପ୍‌ସା, ୯।୧(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ହଳଦୀପଦା ରାଇସୁଆଁ ଗ୍ରାମର ଅଭିଯୁକ୍ତ ପ୍ରତାପ ଚନ୍ଦ୍ର ସାହୁଙ୍କୁ ଗୁରୁବାର ବସ୍ତା ଥାନା ପୋଲିସ ଗିରଫ କରିଛି। ପାରିବାରିକ...

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ କଲେ ପରିବାର

ଧର୍ମଶାଳା,୫ା୧୨(ଡି.ଏନ୍‌.ଏ.): ଧର୍ମଶାଳା ଥାନା ପାଟପୁର ପଞ୍ଚାୟତ ନସିଡିପୁର ଗ୍ରାମରେ ଜଣେ ମହିଳାଙ୍କୁ ତଣ୍ଟି ଚିପି ହତ୍ୟା କରିବାପରେ ଆତ୍ମହତ୍ୟା ରୂପ ଦିଆଯାଇଥିବା ଥାନାରେ ଅଭିଯୋଗ ହୋଇଛି।...

ବେପରୁଆ ଗାଡି ଚାଳନା ଉପରେ ଲାଗିବ କଟକଣା

ବାଲେଶ୍ୱର ଅଫିସ, ୩୧।୭-ବଲେଶ୍ୱର ଜିଲା ପ୍ରକଳ୍ପ ଉନ୍ନୟନ ଅଧିକାରୀଙ୍କ ସଭାଗୃହରେ ମଙ୍ଗଳବାର ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତା...

ମୋବାଇଲ ଦୋକାନରୁ ଚୋରି ଘଟଣାର ପର୍ଦ୍ଦାଫାଶ, ୫ ଅଭିଯୁକ୍ତ ଗିରଫ

ବରଗଡ଼ ଅଫିସ,୧୯।୧୨: ବରଗଡ଼ ଜିଲା ପାଇକମାଳସ୍ଥିତ ଏକ ମୋବାଇଲ ଦୋକାନରୁ ଗତ ୧୧ ତାରିଖ ବିଳମ୍ବିତ ରାତିରେ ହୋଇଥିବା ଚୋରି ଘଟଣାର ପର୍ଦ୍ଦାଫାଶ ହୋଇଛି। ଚୋରି...

୨ କରତକଳ ଉପରେ ଚଢ଼ାଉ୬ଲକ୍ଷ ଟଙ୍କାର କାଠ ଓ ଯନ୍ତ୍ରାଂଶ ଜବତ

ବସ୍ତା, ୧୦।୬(ସ୍ବ.ପ୍ର.)-ଭିଜିଲାନ୍ସ ଓ ବନବିଭାଗ ପକ୍ଷରୁ ସୋମବାର ମିଳିତ ଭାବେ ଚଢ଼ାଉ କରାଯାଇ ଦୁଇଟି ସ୍ଥାନରେ ବେଆଇନ ଭାବେ ଚାଲିଥିବା କରତ କଳରୁ ପ୍ରାୟ ୬...

ଏସ୍‌ସିବି ପୁନର୍ବିନ୍ୟାସ: ଉଚ୍ଛେଦ ପରେ ୫୫ଜଣଙ୍କୁ କ୍ଷତିପୂରଣ ପ୍ରଦାନ

କଟକ ଅଫିସ, ୪।୨: କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍‌ପିଟାଲ(ଏସ୍‌ସିବି) ନବକଳେବର ଲାଗି ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ମଙ୍ଗଳବାର ଏସ୍‌ସିବି ଚାରିପଟରୁ...

ଅଭିନବ ଉପାୟରେ ଟଙ୍କା ଠକେଇ

ବ୍ରହ୍ମପୁର ଅଫିସ,୭ା୭-ଟାଉନ ଥାନା ଅନ୍ତର୍ଗତ ମିଲିଟାରୀ ଲାଇନରେ ଥିବା କାନାରା ବ୍ୟାଙ୍କରେ ଲୁଟେରାମାନେ ଶନିବାର ଜଣେ ଜମାକାରୀଙ୍କ ୧୮ ହଜାର ୫ଶହ ଟଙ୍କା ଅଭିନବ ଉପାୟରେ...

ଥମୁନି ହାତୀ ଆତଙ୍କ , ପୁଣି ଜଣଙ୍କ ଜୀବନ ଗଲା

ରାସଗୋବିନ୍ଦପୁର,୪।୯ (ଡି.ଏନ.ଏ))- ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରୁ ଆସିଥିବା ହାତୀପଲଙ୍କ ଉପଦ୍ରବ ଥମିିବାର ନାଁ ଧରୁନି। ୧୩ଟି ହାତୀ ମାସେରୁ ଅଧିକ ସମୟ ହେଲା ରାସଗୋବିନ୍ଦପୁର...

Leave a comment

Your email address will not be published. Required fields are marked *