ବିଏସ୍‌ଏନ୍‌ଏଲ୍‌ ଠିକା କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି

ଭଦ୍ରକ ଅଫିସ, ୩।୧୦- ବିଏସ୍‌ଏନ୍‌ଏଲ୍‌ ଭଦ୍ରକ ଶାଖା ଅଧୀନରେ କାର୍ଯ୍ୟରତ ପ୍ରାୟ ୫୦ ଠିକା କର୍ମଚାରୀ ଗତ ୧ ତାରିଖଠାରୁ ଆରମ୍ଭ କରିଥିବା କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଛି। ସେମାନେ ବନ୍ତ ଛକ ନିକଟସ୍ଥ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ସେମାନଙ୍କୁ ୯ ମାସର ବକେୟା ଦରମା ଠିକାଦାର ପ୍ରଦାନ କରି ନ ଥିବା ଓ ମାସରେ ୨୬ ଦିନ ବଦଳରେ ୧୬ ଦିନ କାମ କରିବାକୁ ନିର୍ଦ୍ଦେଶ ଦେଇଥିବାରୁ କର୍ମଚାରୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ମାସରେ ୧୬ ଦିନ କାର୍ଯ୍ୟ କରି ଅନ୍ୟ ଦିନଗୁଡ଼ିକରେ ସେମାନେ କାମ ନ ପାଇ ପାରିଶ୍ରମିକ ପାଇବେ ନାହିଁ ବୋଲି ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦରେ ସେମାନେ ଆନ୍ଦୋଳନ କରିଥିବା ପ୍ରକାଶ କରିଛନ୍ତି। କର୍ମଚାରୀ ଜୟନ୍ତ କୁମାର ସେଠୀ, ଶରତ କୁମାର ନାୟକ, ଅକ୍ଷୟ ନାୟକ, ପ୍ରଦୀପ ବାରିକ, ନିର୍ମଳ ପାଢୀ, ସୁଶାନ୍ତ ମିଶ୍ର, ରମାକାନ୍ତ ରାଉତ, ମହେନ୍ଦ୍ର ସୂତାର, ଅଭିମନ୍ୟୁ ବେହେରା ପ୍ରମୁଖ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ସୂଚନା ଥାଉକ, ଭଦ୍ରକ ଜିଲାରେ ପ୍ରାୟ ୪ ହଜାର ଟେଲିଫୋନ ଗ୍ରାହକ ଥିବାବେଳେ ଏହି କର୍ମଚାରୀଙ୍କ ଆନ୍ଦୋଳନ କାରଣରୁ ଖରାପ ଥିବା ଟେଲିଫୋନ ଓ ବ୍ରଡବ୍ୟାଣ୍ଡ ହିତାଧିକାରୀ ନାନା ସମସ୍ୟା ଭୋଗୁଛନ୍ତି।


All Right Reserved By Dharitri.Com

ରଣପୁର ବ୍ଲକ ସରକାରୀ ଅନୁଦାନରୁ ବଞ୍ଚିତ ୩ ହାଇସ୍କୁଲ: ପଦକ୍ଷେପ ନ ନେଲେ ଆନ୍ଦୋଳନ ଚେତାବନୀ

ରଣପୁର,୨୭ା୭ (ସ୍ବ.ପ୍ର.): ସରକାର ଶିକ୍ଷାର ଉନ୍ନତୀକରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଠିକ୍‌ ଭାବେ ସମୀକ୍ଷା ହେଉ ନ ଥିବାରୁ ଛାତ୍ରୀଛାତ୍ର...

ଶିକ୍ଷାନୁଷ୍ଠାନ ମିଶ୍ରଣକୁ ବିରୋଧ

ଆରଡ଼ି, ୨୭।୭ (ଡି.ଏନ.ଏ.) – ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମଠଡିହ କ୍ଲଷ୍ଟର ଅଧୀନ ଚମ୍ପାସାହି ପ୍ରାଥମିକ ବିଦ୍ୟାଳୟ ଅନ୍ୟତ୍ର ମିଶ୍ରଣକୁ ବିରୋଧ କରାଯାଇଛି। ଏହାର...

ପ୍ଲାଷ୍ଟିକ୍‌ ଗୋଡ୍‌ ଖଁଜ୍‌ବାକେ ଟଁକା ଅଭାବ୍‌: ଜୀବନ୍‌ ଜୀବ୍‌କାରୁ ବଁଚିତ୍‌ ଭିନ୍ନକ୍ଷମ ଆଦିତ୍ୟ

ଜାମଟିକ୍ରା, ୨୬।୮ (ଡି.ଏନ୍‌.ଏ):  ବରଗଡ଼ ଜିଲା କୁରୁଆଁ ପଁଚେତ୍‌ ବାଉଁସେନପାଲି ଗାଁର ଅଭିମନ୍ୟୁ ମିର୍ଦ୍ଧାକଁର ପୁଓ ଆଦିତ୍ୟ ମିର୍ଦ୍ଧା(୨୬)। ୨୦୧୭ରେ ତାକର ଡେବ୍‌ରି ଗୋଡ଼ରେ କର୍କଟ...

ଗଞ୍ଜାମ ବସ୍‌ ବନ୍ଦ: ୫ ରୁ୍‌ଟ୍‌ରେ ଯାତ୍ରୀଙ୍କ ପାଇଁ ପ୍ରଶାସନର ସ୍ବତନ୍ତ୍ର ବସ୍‌

ବ୍ରହ୍ମପୁର ଅଫିସ, ୨୭।୧୧-ହଲଦିଆପଦର ବସଷ୍ଟାଣ୍ଡରୁ ଘରୋଇ ବସ୍‌ ଚଳାଚଳ ନେଇ ବିଡିଏର ନୋଟିସକୁ ବିରୋଧ କରି ବସ୍‌ ମାଲିକ ସଂଘ ବନ୍ଦ ଡାକରା ଦେଇଥିବାବେଳେ ପ୍ରଶାସନ...

ବିଧବା ଭତ୍ତା ପାଇବାରୁ ବଞ୍ଚିତ ହିତାଧିକାରୀ ବସିଲେ ବ୍ଲକ ବାରଣ୍ଡାରେ

କାଲିମେଳା,୧୬।୯(ଡି.ଏନ୍‌.ଏ.): ମାଲକାନଗିରି ଜିଲା କାଲିମେଳା ବ୍ଲକ ଅନ୍ତର୍ଗତ କୋଇମେଟଲା ପଞ୍ଚାୟତ କୋଇମେଟଲା ଗ୍ରାମରେ କେତେଜଣ ବିଧବା ଓ ବୁଢ଼ାବୁଢ଼ୀ ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି...

ମରଣଯନ୍ତା ପାଲଟିଛି ୫୫ନଂ ଜାତୀୟ ରାଜପଥ: ରାସ୍ତା କାର୍ଯ୍ୟ ନିମ୍ନମାନର ଅଭିଯୋଗ ଆଣିଲେ ଏମ୍‌ପି, ସମାଧାନ ନ ହେଲେ ଆନ୍ଦୋଳନ

ଅନୁଗୋଳ ଅଫିସ,୧୬।୮: ଅନୁଗୋଳ ଓ ଢେଙ୍କାନାଳ ମଧ୍ୟରେ ଯାଇଥିବା ୫୫ନଂ ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି। ପ୍ରତ୍ୟକ ଦିନ ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ...

ପିତୃପକ୍ଷ ଆରମ୍ଭ: ଶ୍ରୀକ୍ଷେତ୍ରକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି

ପୁରୀ ଅଫିସ,୧୪ା୯: ଶନିବାରଠାରୁ ଆରମ୍ଭ ହୋଇଛି ପିତୃପକ୍ଷ। ଏହା ୧୫ ଦିନ ଅର୍ଥାତ୍‌ ମହାଳୟା ଅମାବାସ୍ୟା ପର୍ଯ୍ୟନ୍ତ ଚାଲିବ । ଏହି ୧୫ ଦିନରେ ପିତୃପୁରୁଷଙ୍କ...

କର୍ମଶାଳାରେ ହୋହଲ୍ଲା, ଅଧାରୁ ବନ୍ଦ

ବାରିପଦା ଅଫିସ,୨୪ା୯- ସମଗ୍ର ରାଜ୍ୟରେ ବିଜୁ ଜନତା ଦଳ ପକ୍ଷରୁ ସଭ୍ୟ ସଂଗ୍ରହ ଅଭିଯାନ ଚାଲିିଛି। ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲା ବିଜେଡି ପକ୍ଷରୁ ବାରିପଦା...

Leave a comment

Your email address will not be published. Required fields are marked *