ସ୍ତନ୍ୟପାନ କରାଉଥିବା ମା’ଙ୍କୁ ଡାଇବେଟିସ୍‌ ଆଶଙ୍କା କମ୍‌…

ଜନ୍ମ ପରେ ନବଜାତକଙ୍କୁ ସ୍ତନ୍ୟପାନ କରାଉଥିବା ମହିଳା ଡାଇବେଟିସ୍‌ରୁ ଦୂରେଇ ରୁହନ୍ତି। ସେମାନଙ୍କ କ୍ଷେତ୍ରରେ ଡାଇବେଟିସ୍‌ ଆଶଙ୍କା ହ୍ରାସ ପାଇଥାଏ ବୋଲି ଚିକିତ୍ସା ବିଜ୍ଞାନୀ ପରାମର୍ଶ ଦେଇଥାନ୍ତି। ଶିଶୁଙ୍କୁ ୬ମାସ କିମ୍ବା ଏହାଠାରୁ ଅଧିକ ସମୟ ସ୍ତନ୍ୟପାନ କରାଇଲେ ଟାଇପ୍‌-୨ ଡାଇବେଟିସ୍‌ ଦେଖାଯାଇ ନ ଥାଏ। ଏଭଳି ମହିଳାଙ୍କଠାରେ ଡାଇବେଟିସ୍‌ ଆଶଙ୍କା ୪୭ ପ୍ରତିଶତ କମିଯାଇଥାଏ ବୋଲି ଡାକ୍ତରମାନେ ସୂଚିତ କରିଛନ୍ତି। ପୂର୍ବରୁ ଜଣାପଡିଥିଲା ଯେ, ସ୍ତନ୍ୟପାନ କରାଇବା ଦ୍ୱାରା ସ୍ତନ ଓ ଗର୍ଭାଶୟ ଗ୍ରୀବା କର୍କଟ ହୋଇ ନ ଥାଏ। ସ୍ତନ୍ୟପାନ ଉଭୟ ମା’ ଓ ଶିଶୁ ପାଇଁ ସୁରକ୍ଷା କବଚ ସଦୃଶ୍ୟ କାର୍ଯ୍ୟ କରିଥାଏ। ଗର୍ଭଧାରଣ ସମୟରେ ମା’ଠାରେ ସାମୟିକ ଭାବେ ଡାଇବେଟିସ୍‌ ରୋଗ ଦେଖାଯାଇଥାଏ। ପରବର୍ତ୍ତୀ ସମୟରେ ଏହା ଦୂର ହୋଇଯାଇଥାଏ। ରକ୍ତରେ ଶର୍କରା ମାତ୍ରାରେ ତାରତମ୍ୟ ଯୋଗୁ ଏହା ହୋଇଥାଏ। ଅଧିକ ଦିନ ଧରି ଶିଶୁକୁ ସ୍ତନ୍ୟପାନ କରାଉଥିବା ମହିଳାଙ୍କ ଜୈବିକ କ୍ରିୟାରେ କେତେକ ପରିବର୍ତ୍ତନ ହୋଇଥାଏ। ଯାହାଦ୍ୱାରା ରକ୍ତ ଶର୍କରାରେ ସମନ୍ବୟ ସୃଷ୍ଟି ହୋଇଥାଏ। ଫଳରେ ଏଭଳି ମହିଳାଙ୍କଠାରେ ପରବର୍ତ୍ତୀ ଜୀବନରେ ଟାଇପ୍‌-୨ ଡାଇବେଟିସ୍‌ ରୋଗ ଦେଖାଯିବାର ଆଶଙ୍କା କମିଯାଇଥାଏ ବୋଲି ଚିକିତ୍ସା ବିଜ୍ଞାନୀ ସୂଚିତ କରିଛନ୍ତି।


All Right Reserved By Dharitri.Com

କେଶ ଝଡୁଛି କି…ଆପଣାନ୍ତୁ ଏଭଳି କିଛି ଘରୋଇ ଉପଚାର

ପରିବର୍ତ୍ତିତ ଜୀବନଶଳୀ, ପ୍ରଦୂଷଣ, ଖାଦ୍ୟପେୟରେ ଅନିୟମିତତାର ପ୍ରଭାବ କେଶ ଉପରେ ପଡ଼ିଥାଏ। ଏ ନେଇ କେଶ ଧଳାହେବା ସହ ଛିଡ଼ିବା ଭଳି ସମସ୍ୟା ଦେଖାଯାଇଥାଏ। ଏହି...

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପାଇଁ ହେବ ସଂଗ୍ରହାଳୟ

ନୂଆଦିଲ୍ଲୀ,୨୫ା୭(ପି.ଟି.): ସମସ୍ତ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଲାଗି କେନ୍ଦ୍ର ସରକାର ଏକ ବିଶାଳ ସଂଗ୍ରହାଳୟ ନିର୍ମାଣ କରିବେ। ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ଉପରେ ରାଜ୍ୟ ସଭା ଉପାଧ୍ୟକ୍ଷ...

ବନ୍ଧୁର ରାସ୍ତାରେ ଚାଲିଲେ ମହାକାଶଚାରୀ: ଭିଡିଓ ଭାଇରାଲ

ବେଙ୍ଗାଲୁରୁ,୨।୯: ସାମାଜିକ ସମସ୍ୟାର ବିରୋଧ ପ୍ରଦର୍ଶନ କରିବା ପାଇଁ ଲୋକମାନେ ନିଆରା ଢଙ୍ଗ ଆପଣାଇଥାନ୍ତି। ତେବେ କିଛି ଏଭଳି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି କର୍ନାଟକର...

ଭାଜପା କର୍ମୀଙ୍କ ଉପରେ ପୋଲିସର ଲାଠିମାଡ଼

କୋଲକାତା,୧୮ା୧(ଏଆଇଏନ୍‌ଏସ୍‌): ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଜିଲା ଅନ୍ତର୍ଗତ ନନ୍ଦିଗ୍ରାମରେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ସପକ୍ଷରେ ଶନିବାର ଶୋଭାଯାତ୍ରା ବାହାର କରିଥିବା ଭାଜପା କର୍ମୀଙ୍କ ଉପରେ...

ଶିବଭକ୍ତଙ୍କ ପାଇଁ ଦେବଦୂତ ସାଜିଲେ ଯବାନ

ଶ୍ରୀନଗର,୫।୭: ଜୁଲାଇ ୧ରୁ ଅମରନାଥ ଯାତ୍ରା ଆରମ୍ଭ ହୋଇଛି। ୪୫ ଦିନ ଯାଏଁ ଏହି ଯାତ୍ରା ଚାଲିବାକୁ ଥିବା ବେଳେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ଅଣ୍ଟା...

ସିଂହ ଖାଉଛି ଘାସ

ନୂଆଦିଲ୍ଲୀ: ସିଂହ ଘାସ ଖାଇବା କେବେ ଦେଖିଛନ୍ତି କି? ଗୁଜରାଟର ଅମ୍‌ରେଲି ଜିଲାର ଖାମ୍ବା ଜଙ୍ଗଲରେ ଗୋଟିଏ ସିଂହ ଘାସ ଖାଉଥିବାର ଭିଡିଓ ଭାଇରାଲ ହୋଇଛି।...

ବନ୍ୟା ପ୍ରପୀଡ଼ିତ ଅଞ୍ଚଳ ମହିଳାମାନେ ନ୍ୟାଭି ସୈନ୍ୟଙ୍କ ହାତରେ ବାନ୍ଧିଲେ ରାଖୀ

ପୁଣେ,୧୧।୮: ମହାରାଷ୍ଟ୍ର, କେରଳ, କର୍ନାଟକ, ଗୁଜରାଟ ଏବଂ ମଧ୍ୟ ପ୍ରଦେଶରେ ଏବେ ବନ୍ୟା ପରିସ୍ଥିତି ଭୟଙ୍କର ହୋଇଛି। ଲକ୍ଷ ଲକ୍ଷ ଲୋକ ବାସହରା ହୋଇଛନ୍ତି। ମହାରାଷ୍ଟ୍ରରେ...

ପ୍ରବଳ ବର୍ଷା: ବନ୍ୟା ଜଳରେ ଭାସିଗଲା ଗାଡ଼ି

ମୁମ୍ବାଇ,୨୬।୯: ମହାରାଷ୍ଟ୍ର ପୁଣେରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। କେତେକ ଅଞ୍ଚଳରେ ଘର ଭିତରେ ଛାତିଏ ପାଣି ଠିଆ ହୋଇ ରହିଛି।...

Leave a comment

Your email address will not be published. Required fields are marked *