ଆଉ ନିର୍ବାଚନ ଲଢିବେନି ଦାମ ରାଉତ: କହିଲେ, ଲୋକଙ୍କ ପାଇଁ କାମ ଜାରି ରହିବ

ଭୁବନେଶ୍ୱର,୩।୧୦(ବ୍ୟୁରୋ): ବରିଷ୍ଠ ଭାଜପା ନେତା ଦାମ ରାଉତ ରାଜନୀତିରୁ ସନ୍ୟାସ ନେଇଛନ୍ତି। ଫଳରେ ତାଙ୍କ ୪୫ ବର୍ଷ ରାଜନୀତି କ୍ୟାରିୟର ସମାପ୍ତ ହୋଇଛି। ନିର୍ବାଚନ ଲଢିବାକୁ ଆଉ ବୟସ ନାହିଁ, କିନ୍ତୁ ବଞ୍ଚିଥିବା ଥିବା ଯାଏ ଲୋକଙ୍କ ପାଇଁ ସେବା କରିବି ବୋଲି ସେ କହିଛନ୍ତି। ଗତ ନିର୍ବାଚନ ପୂର୍ବରୁ ବିଜେଡି ଛାଡି ଭାଜପାରେ ଯୋଗ ଦେଇ ସେ ନିର୍ବାଚନ ମୈଦାନକୁ ଓହ୍ଲାଇଥିଲେ। କିନ୍ତୁ ତାଙ୍କୁ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡିଥିଲା। ନିର୍ବାଚନ ପୂର୍ବରୁ ଭାଜପା ନେତା ମୋତେ ଡାକି ଦଳରେ ମିଶାଇଥିଲେ। କିନ୍ତୁ ପରେ ମୋତେ ପଚରାଯାଉନାହିଁ। ଏପରିକ ମୋତେ କେଉଁଠିକି ମଧ୍ୟ ଡକାଯାଉନାହିଁ। ଓଡ଼ିଶାର ହେଉ କି ଦିଲ୍ଲୀର କୌଣସି ନେତା ମୋ ସହ କଥା ମଧ୍ୟ ହେଉନାହାନ୍ତି। ଯେଉଁ ଦଳ ମୋତେ ପଚାରୁନି, ମୁଁ କ’ଣ ଗୋଡେଇକି ପ୍ରାର୍ଥୀ ହେବି ବୋଲି ଦାମ ପ୍ରଶ୍ନ କରିଛନ୍ତି। ଆଉ ରାଜନୀତିରେ ରହିବାକୁ ଆଗ୍ରହ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ସୂଚନାଯୋଗ୍ୟ, ବିଜେପୁର ଉପନିର୍ବାଚନ ପାଇଁ ଭାଜପାର ଷ୍ଟାର୍‌ ପ୍ରଚାରକ ତାଲିକା ଗୁରୁବାର ଘୋଷଣା କରାଯାଇଥିଲେ ମଧ୍ୟ ଦାମଙ୍କ ନାଁ ସେଥିରେ ନାହିଁ। ଏହି କାରଣରୁ ହଠାତ୍‌ ସେ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି।


All Right Reserved By Dharitri.Com

୩ ଓଡ଼ିଆ ପାଇବେ ସାହସିକତା ପୁରସ୍କାର

ଭୁବନେଶ୍ୱର, ୨୨ା୧(ବ୍ୟୁରୋ):ଭାରତୀୟ ଶିଶୁ କଲ୍ୟାଣ ପରିଷଦ ବା ଇଣ୍ଡିଆନ କାଉନ୍‌ସିଲ ଫର୍‌ ଚାଇଲ୍ଡ ଓ୍ବେଲ୍‌ଫେୟାର(ଆଇସିସିଡବ୍ଲ୍ୟୁ) ପକ୍ଷରୁ ୬୩ତମ ଜାତୀୟ ସାହସିକତା ପୁରସ୍କାର ନେଇ ସାହସୀ ପିଲାଙ୍କ...

ବେଧଡ଼କ ଚାଲିଛେ ବାଲି ଚୁରାଚାଲାନ

ଦେଓଗାଁ, ୪।୧(ଡି.ଏନ୍‌.ଏ.)- ଦେଓଗଁ। ତହସିଲ ଜରାସିଂହା ଆର୍‌ଆଇ ଅଧୀନ ଚନ୍ଦ୍ରପୁର ପାସର ସୋନଗଡ଼ ନଦୀରୁ ବେଆଇନ ଭାବେ ଫିଦିନ ଶହ ଶହ ଟ୍ରାକ୍ଟର ବାଲି ଚୁରାଚାଲାନ...

ଟ୍ରେନ୍‌, ଷ୍ଟେଶନରେ ବଢୁଛି ଚୋରି, ଲୁଟ୍‌: ୪୪ ମୋବାଇଲ୍‌ ଜବତ, ୫ ଗିରଫ

ଜଟଣୀ,୨୦ା୬(ଡି.ଏନ.ଏ.): ଟ୍ରେନ୍‌ରୁ ଯାତ୍ରୀଙ୍କଠାରୁ ମୋବାଇଲ୍‌ ଲୁଟ୍‌ କରିବା ଘଟଣାରେ ୫ ଅଭିଯୁକ୍ତଙ୍କୁ ଖୋର୍ଦ୍ଧାରୋଡ଼ ଜିଆର୍‌ପି ଓ ଆର୍‌ପିଏଫ୍‌ ଗିରଫ କରିଛନ୍ତି। ଏଥିରେ ୨ ଅଭିଯୁକ୍ତ ରହିଥିବା...

ଏନ୍‌କାଉଣ୍ଟର ପରେ ରବି ରାଓ ଗ୍ୟାଙ୍ଗ୍‌ ସଦସ୍ୟ ଜିଲାପାର୍‌: ଆହତ ଅବସ୍ଥାରେ ଅର୍ଜୁନଙ୍କୁ ଧରିଲା ପୋଲିସ

ଭୁବନେଶ୍ୱର,୭ା୮(ବ୍ୟୁରୋ): ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଜିଲାରେ ଆତଙ୍କ ଖେଳାଉଥିବା ୧୧ଜଣିଆ ରବି ରାଓ ଗ୍ୟାଙ୍ଗ୍‌କୁ ଧରିବାକୁ କମିଶନରେଟ ପୋଲିସ ସିରିଜ ଏନ୍‌କାଉଣ୍ଟର କରିଥିଲା। ୪ଜଣଙ୍କୁ...

ଏସ୍‌ସିବିକୁ ମିଳିଲା ସୋଟୋ ସ୍ବୀକୃତି

କଟକ ଅଫିସ, ୩୧।୫ : ଏସ୍‌ସିବିକୁ ଷ୍ଟେଟ ଅର୍ଗାନ ଅଫ ଟିସୁ ଟ୍ରାନ୍ସପ୍ଲାଣ୍ଟ ଅର୍ଗାନାଇଜେଶନ (ସୋଟୋ) ସ୍ବୀକୃତି ମିଳିଛି। ନ୍ୟାଶନାଲ ଅର୍ଗାନ ଅଫ ଟିସୁ ଟ୍ରାନ୍ସପ୍ଲାଣ୍ଟ...

ନୂତନ ଜିଲା ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କେଉଁ ଜିଲା ପାଇଁ କାହାକୁ ମିଳିଲା ଦାୟିତ୍ୱ..

ଭୁବନେଶ୍ୱର,୨୩।୮(ବ୍ୟୁରୋ): ଶାସକ ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ନୂତନ ଜିଲା ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି। ଜିଲା: କାହାକୁ ମିଳିଲା...

ନିର୍ମାଣ ଶ୍ରମିକଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ନିବେଦନ

ଭୁବନେଶ୍ୱର,୨୬ା୩ (ବ୍ୟୁରୋ): କରୋନା ସଂକ୍ରମଣ ରୋକିବାକୁ ଲକ୍‌ଡାଉନ୍‌ ଯୋଗୁ ନିର୍ମାଣ ଶ୍ରମିକମାନେ ହାତବାନ୍ଧି ଘରେ ବସିଛନ୍ତି। ଅନେକ ନିର୍ମାଣ ଶ୍ରମିକ ଦୈନିକ ଓ ସାପ୍ତାହିକ ମଜୁରି...

ସରସରା ଧାନ ମଣ୍ଡି ବନ୍ଦ: ଯୋଗାଣ ଅଧିକାରୀଙ୍କୁ ଫେରାଦ

ବୌଦ୍ଧ,୩।୧(ସ୍ବ.ପ୍ର): ବୌଦ୍ଧ ଜିଲାରେ ସମସ୍ତ ମଣ୍ଡିରେ ଧାନ କିଣାବିକା ଚାଲିଥିବା ବେଳେ ସରସରା ମଣ୍ଡି ବନ୍ଦ ରହିଛି। ଏହି ମଣ୍ଡିରେ ଗତ ୧୮ ତାରିଖରୁ ଧାନକିଣା...

Leave a comment

Your email address will not be published. Required fields are marked *