ସଙ୍କଟରେ ଇମ୍ରାନ୍‌ ସରକାର: ଜେନେରାଲ ବାଜଓ୍ବା ଦଖଲ କରିପାରନ୍ତି କ୍ଷମତା !

ଇସଲାମାବାଦ୍‌,୩।୧୦: ପାକିସ୍ତାନରେ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ସରକାର ପ୍ରତି ସଙ୍କଟ ସୃଷ୍ଟି ହୋଇଛି। ପାକିସ୍ତାନ ସୈନ୍ୟ ବାହିନୀ ମୁଖ୍ୟ ଜେନେରାଲ କରମ ଜାଭେଦ୍‌ ବାଜଓ୍ବା କ୍ଷମତା ଦଖଲ କରିବାର ଆଶଙ୍କା ଦେଖାଦେଇଛି। ଇତିମଧ୍ୟରେ ବାଜଓ୍ବା ଦେଶର ବଡ଼ବଡ଼ ଶିଳ୍ପପତିଙ୍କ ସହିତ ଏକ ବୈଠକରେ ଯୋଗଦେଇଛନ୍ତି। ଶିଳ୍ପପତିମାନେ ସେମାନଙ୍କର ସମସ୍ୟା ସମ୍ପର୍କରେ ବାଜଓ୍ବାଙ୍କୁ ଅବଗତ କରାଇଛନ୍ତି। ତେବେ ବାଜଓ୍ବାଙ୍କ ଏହି ବୈଠକକୁ କେତେକ ନାପସନ୍ଦ କରିଛନ୍ତି। ସୈନ୍ୟ ବାହିନୀ ମୁଖ୍ୟ ଦେଶର ସୀମା ପ୍ରତି ଦୃଷ୍ଟି ନ ଦେଇ ଆଭ୍ୟନ୍ତରୀଣ କାର୍ଯ୍ୟରେ ଦଖଲ ଦେବା ଅନାବଶ୍ୟକ ବୋଲି ସେମାନେ କହିଛନ୍ତି। ସୂଚନାଯୋଗ୍ୟ, ପାକିସ୍ତାନର ୭୨ ବର୍ଷ ଇତିହାସରେ ସୈନ୍ୟ ବାହିନୀ ମୁଖ୍ୟଙ୍କ ଦ୍ୱାରା ଏଭଳି ଅନେକଥର କ୍ଷମତା ଦଖଲ ହୋଇଛି। ଫିଲ୍ଡ ମାର୍ଶଲ ଆୟୁବ ଖାଁ, ୟହିୟା ଖାଁ, ଜିଆଉଲ୍‌ ହକ୍‌, ପରବେଜ୍‌ ମୁଶାରଫ ଆଦି ପ୍ରାୟ ୩୫ ବର୍ଷ ଧରି ପାକିସ୍ତାନର ଶାସନ ଡୋର ଧରିଛନ୍ତି। ପୁଣି ଏବେ ପାକିସ୍ତାନରେ ସେହିପରିି ସ୍ଥିତି ସୃଷ୍ଟି ହୋଇଛି।


All Right Reserved By Dharitri.Com

କରୋନା ପ୍ରତିଷେଧକ ଟୀକା ପ୍ରସ୍ତୁତି ଲାଗି ଉଦ୍ୟମ ଜାରି ରଖିଛନ୍ତି ୮୦ ଦେଶର ୧୦୨ ସ୍ବାସ୍ଥ୍ୟ ସଂସ୍ଥା

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୦।୫: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ସଙ୍କଟ ଦେଖାଦେଇଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ବହୁ ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଇତିମଧ୍ୟରେ କରୋନା...

ହାଇକୋର୍ଟ ପହଞ୍ଚିଲେ ନଓ୍ବାଜ୍‌

ଇସ୍‌ଲାମାବାଦ,୨୧।୫: ଭ୍ରଷ୍ଟାଚାର ମାମଲାରେ ଜେଲରେ ସଜ୍ଜା କାଟୁଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ ଇସ୍‌ଲାମାବାଦ ହାଇକୋର୍ଟ ପହଞ୍ଚିଛନ୍ତି। ସ୍ବାସ୍ଥ୍ୟଗତ ସମସ୍ୟା ଦର୍ଶାଇ ସେ ହାଇକୋର୍ଟରେ...

ଆତ୍ମଘାତୀ ବିସ୍ଫୋରଣ: ୫ ମୃତ

କାବୁଲ,୧୧।୨: ଆଫଗାନିସ୍ତାନ କାବୁଲରେ ଏକ ଆତ୍ମଘାତୀ ବିସ୍ଫୋରଣରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୩ ଜଣ ସୈନ୍ୟ ବିଭାଗ କର୍ମଚାରୀ ରହିଥିବା ସ୍ଥାନୀୟ...

କରୋନା ଭାଇରସର ନୂଆ ଠିକଣା ଇଟାଲି: ଗୋଟିଏ ଦିନରେ ୧,୨୪୭ ରୋଗୀ ଚିହ୍ନଟ

ରୋମ,୮।୩: କରୋନା ଭାଇରସ ଏବେ ପ୍ରାୟ ୯୪ ଦେଶକୁ ବ୍ୟାପିଥିବା ବେଳେ ସେ ତା’ର ଠିକଣା ବଦଳାଇ ଦେଇଛି ବୋଲି କୁହାଯାଉଛି। ଚାଇନାରେ କରୋନା ଭାଇରସ...

ସୌଦି ରାଜପରିବାରର ୩ ଅଟକ

ରିୟାଧ,୮।୩(ପି.ଟି.): ସୌଦି ଆରବ କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲ୍‌ମାନଙ୍କ ବିରୋଧରେ ବିଦ୍ରୋହ ଷଡ଼ଯନ୍ତ୍ର ରଚିଥିବା ଅଭିଯୋଗରେ ରାଜ ପରିବାରର ଦୁଇ ବରିଷ୍ଠ ଯୁବରାଜଙ୍କ ସମେତ...

କରୋନା ଆତଙ୍କ: କୋଟିଏ ୬୦ ଲକ୍ଷ ଘରେ ବନ୍ଦ; ବିବାହ-ଅନ୍ତିମ ସଂସ୍କାର ଉପରେ କଟକଣା

ରୋମ,୮।୩: ଚାଇନା ପରେ ଏବେ କରୋନା ଆତଙ୍କ ଗୋଟିଏ ପରେ ଗୋଟିଏ ଦେଶ ବ୍ୟାପିବାରେ ଲାଗିଛି। ଇତିମଧ୍ୟରେ ୯୪ଟି ଦେଶରେ କରୋନା ପହଞ୍ଚିସାରିଛି। ଇଟାଲିରେ କରୋନା...

ମରିୟମଙ୍କୁ ବିଦେଶ ଯାତ୍ରା ଅନୁମତି ଦେଲେ ନାହିଁ ଇମ୍ରାନ ସରକାର

ଇସ୍‌ଲାମାବାଦ,୨୩।୧୨: ପାକିସ୍ତାନର ଇମ୍ରାନ୍‌ ଖାନ୍‌ ସରକାର ପାକିସ୍ତାନ ମୁସଲିମ ଲିଗ୍‌ ନଓ୍ବାଜ (PML-N)ର ଉପାଧ୍ୟକ୍ଷ ମରିୟମ ନଓ୍ବାଜଙ୍କୁ ବିଦେଶ ଗସ୍ତ କରିବାକୁ ମନୁମତି ଦେଇ ନାହାନ୍ତି।...

ମଝି ଆକାଶରେ ୨ ବିମାନ ମଧ୍ୟରେ ମୁହାଁମୁହିଁ ଧକ୍କା: ୨ ପାଇଲଟ ମୃତ

ଓ୍ବିଲିଂଟନ୍‌,୧୬।୬: ନ୍ୟୁଜିଲାଣ୍ଡ୍‌ରେ ମଝି ଆକାଶରେ ୨ ବିମାନ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବିମାନରେ ଥିବା ୨ ପାଇଲଟଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ତେବେ...

Leave a comment

Your email address will not be published. Required fields are marked *