Posted inଜାତୀୟ

୧୦ କୋଟିଙ୍କ ଜୀବନ ନେବ ଆଣବିକ ଯୁଦ୍ଧ

ନୂଆଦିଲ୍ଲୀ,୩ା୧୦: ଭାରତ-ପାକିସ୍ତାନ ମଧ୍ୟରେ ଆଣବିକ ଯୁଦ୍ଧ ହେଲେ ୧୦ କୋଟି ଲୋକ ପ୍ରାଣ ହରାଇବେ। ଆଣବିକ ଅସ୍ତ୍ର ପ୍ରୟୋଗର କୁପରିଣାମ ଯୋଗୁ ପୃଥିବୀକୁ ସୂର୍ଯ୍ୟକିରଣ ପହଞ୍ଚତ୍ବାରେ ବାଧାସୃଷ୍ଟି ହେବ। ଫଳରେ ସବୁଜିମା ନଷ୍ଟ ହେବା ସହ ସାମୁଦ୍ରିକ ଉତ୍ପାଦନଶୀଳତା ମଧ୍ୟ ହ୍ରାସ ପାଇବ ବୋଲି ପରିବେଶ ସମ୍ପର୍କିତ ଏକ ନୂଆ ଅଧ୍ୟୟନରୁ ଜଣାପଡ଼ିଛି।
ୟୁନିଭର୍ସିଟି-ନ୍ୟୁ ବ୍ରୁନ୍ସଓ୍ବିକ୍‌ର ପ୍ରଖ୍ୟାତ୍‌ ପ୍ରଫେସର ଆଲନ୍‌ ରୋବୋକ୍‌ ଓ ଅନ୍ୟ ବୈଜ୍ଞାନିକଙ୍କ ପକ୍ଷରୁ କରାଯାଇଥିବା ଏହି ଅଧ୍ୟୟନ ଜର୍ନାଲ ସାଇନ୍ସ ଆଡ୍‌ଭାନ୍ସରେ ପ୍ରକାଶ ପାଇଛି। ୨୦୨୫ରେ ଭାରତ-ପାକିସ୍ତାନ ମଧ୍ୟରେ ଆଣବିକ ଯୁଦ୍ଧ ହେଲେ ତା’ର କୁପରିଣାମ କ’ଣ ହୋଇପାରେ ତାହା ଏଥିରେ ଦର୍ଶାଯାଇଛି। ଅଧ୍ୟୟନରେ ଉଲ୍ଲେଖ କରାଯାଇଛି ଯେ, ଦୁଇ ପଡ଼ୋଶୀ ଦେଶ ପାଖରେ ମୋଟ ୪୦୦ରୁ ୫୦୦ ଆଣବିକ ଅସ୍ତ୍ର ରହିଛି। ସେଗୁଡ଼ିକୁ ବ୍ୟବହାର କରାଗଲେ ଏହାର ପ୍ରଭାବ କେବଳ ଦକ୍ଷିଣ ଏସିଆରେ ସୀମିତ ହୋଇ ରହିବନାହିଁ, ବରଂ ବିଶ୍ୱବ୍ୟାପୀ ଅନୁଭୂତ ହେବ। ଏହା ବିଶ୍ୱ ପରିବେଶକୁ ନଷ୍ଟ କରିଦେବା ସହ ୧୦ କୋଟି ଲୋକଙ୍କ ଜୀବନ ନେବ। ପରମାଣୁ ବୋମା ଯେଉଁ ସ୍ଥାନକୁ ଟାର୍ଗେଟ କରି ନିକ୍ଷେପ କରାଯିବ ସେଠାରେ କେତେଶହ ବର୍ଷ ଧରି ଘାସ ବି ଉଠିବ ନାହିଁ। ଏହାବାଦ ବିଶ୍ୱର ଅନ୍ୟ ଅଞ୍ଚଳଗୁଡ଼ିକୁ ମଧ୍ୟ ଏହା ପ୍ରଭାବିତ କରିବ। ପ୍ରଥମରେ ଆଣବିକ ବିସ୍ଫୋରଣ ଯୋଗୁ ଧୂଆଁରେ ୧୬ରୁ ୩୬ ନିୟୁତ ଟନ୍‌ ବ୍ଲାକ୍‌ କାର୍ବନ ନିର୍ଗତ ହେବ। ଏହା ଉପରକୁ ଉଠି ସପ୍ତାହେ ମଧ୍ୟରେ ସାରା ବିଶ୍ୱକୁ ବ୍ୟାପିଯିବ। ଦ୍ୱିତୀୟତଃ ସୌର ବିକିରଣକୁ ମଧ୍ୟ ଏହି ଧୂଆ ଶୋଷିନେବ। ଫଳରେ ବାୟୁ ମଧ୍ୟ ଶୁଷ୍କ ହୋଇଯିବ। ପୃଥିବୀକୁ ସୂର୍ଯ୍ୟକିରଣ ପହଞ୍ଚତ୍ବା ୨୦ରୁ ୩୫% ହ୍ରାସ ପାଇବ। ଏଥିଯୋଗୁ ପୃଥିବୀର ତାପମାତ୍ରା ୨ରୁ ୫ ଡିଗ୍ରୀ କମିଯିବ। ପୃଥିବୀର ୧୫ରୁ ୩୦% ସବୁଜିମା ନଷ୍ଟ ହେବା ସହ ସାମୁଦ୍ରିକ ଉତ୍ପାଦନଶୀଳତା ୫ରୁ ୧୫% ହ୍ରାସ ପାଇବ। ଏହି ପ୍ରଭାବରୁ ମୁକ୍ତ ହେବା ପାଇଁ ବିଶ୍ୱକୁ ଅନୂ୍ୟନ ୧୦ ବର୍ଷ ଲାଗିବ ବୋଲି ଏଥିରେ ଦର୍ଶାଯାଇଛି।
୩୭୦କୁ ହଟାଯିବା ପରେ ଭାରତ-ପାକିସ୍ତାନ ମୁହଁାମୁହିଁ ହୋଇଛନ୍ତି। ଏଥିଯୋଗୁ ଭାରତକୁ ପାକିସ୍ତାନ ଏକାଧିକ ଥର ଆଣବିକ ଅସ୍ତ୍ର ପ୍ରୟୋଗ ଓ ଯୁଦ୍ଧ ଧମକ ଦେଇସାରିଲାଣି। ବର୍ତ୍ତମାନ ୯ଟି ଦେଶ ପାଖରେ ଆଣବିକ ଅସ୍ତ୍ର ରହିଛି। କିନ୍ତୁ ଦ୍ରୁତଗତିରେ ଆଣବିକ ଯୁଦ୍ଧାସ୍ତ୍ର ବୃଦ୍ଧି କରୁଥିବା ଦେଶ ହେଉଛନ୍ତି ଭାରତ ଓ ପାକିସ୍ତାନ। ୧୯୪୫ରେ ଜାପାନର ହିରୋଶିମାରେ ଆମେରିକା ପରମାଣୁ ବୋମା ପକାଇଥିଲା, ଯାହାର ଆକାର ଥିଲା ପ୍ରାୟ ୧୫ କିଲୋଟନ। ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ହେଲେ ଏହାର ଭୟାବହତା ହିରୋଶିମାର କ୍ଷୟକ୍ଷତିକୁ ଟପିଯିବ ବୋଲି କୁହାଯାଉଛି। ତେଣୁ ଏଭଳି ଯୁଦ୍ଧର ବିପର୍ଯ୍ୟୟକୁ ଏଡ଼ାଇବା ଲାଗି ସମ୍ପୂର୍ଣ୍ଣ ବିଶ୍ୱର ନିରସ୍ତ୍ରୀକରଣ ଜରୁରୀ ବୋଲି ରୋବୋକ୍‌ ପରାମର୍ଶ ଦେଇଛନ୍ତି।


All Right Reserved By Dharitri.Com

ମୁଜାଫରପୁର ଶେଲ୍‌ଟର ହୋମ୍‌ ମାମଲା: ବ୍ରଜେଶଙ୍କ ସମେତ ୧୯ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ,୨୦।୧: ବିହାରର ବହୁଚର୍ଚ୍ଚିତ ମୁଜାଫରପୁର ଶେଲ୍‌ଟର ହୋମ୍‌ ମାମଲାରେ ସୋମବାର ଦିଲ୍ଲୀର ଏକ କୋର୍ଟ ରାୟ ପ୍ରକାଶ କରିଛନ୍ତି। ଏହି ମାମଲାରେ ଶେଲ୍‌ଟର ହୋମ୍‌ରେ ଝିଅମାନଙ୍କୁ...

ସ୍ବାମୀ କରୁଥିଲେ ଦ୍ୱିତୀୟ ବିବାହ, ମଣ୍ଡପରେ ପହଞ୍ଚିଲେ ପ୍ରଥମ ସ୍ତ୍ରୀ

ମୁଜାଫରନଗର, ୧୬।୭: ଛାଡପତ୍ର ନ ଦେଇ ଦ୍ୱିତୀୟ ବିବାହ କରୁଥିବା ସ୍ବାମୀଙ୍କୁ ହାଜତକୁ ନେଇଛନ୍ତି ପ୍ରଥମ ସ୍ତ୍ରୀ। ସ୍ବାମୀ ମଣ୍ଡପରେ ଦ୍ୱିତୀୟ ବିବାହ କରୁଥିବା ଜାଣି...

‘ଇଣ୍ଡିଆଜ୍‌ ଗଟ୍‌ ଟ୍ୟାଲେଣ୍ଟ୍‌’ ଶୋ’ ନିର୍ମାତାଙ୍କ ସନ୍ଦେହଜନକ ମୃତ୍ୟୁ

ମୁମ୍ବାଇ, ୧୯।୬: ଲୋକପ୍ରିୟ ଟିଭି ଶୋ’ ‘ଇଣ୍ଡିଆଜ୍‌ ଗଟ୍‌ ଟ୍ୟାଲେଣ୍ଟ’ ଶୋ’ର ନିର୍ମାତା ଶୋହନ ଚୌହାନଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ମୁମ୍ବାଇର ଆରେ କଲୋନୀସ୍ଥିତ...

ସିଏଏକୁ ବିରୋଧ: ପପୁ ଯାଦବ ବେଡି ପିନ୍ଧି କଲେ ପ୍ରଦର୍ଶନ

ପାଟନା,୧୯।୧୨: ନାଗରିକତା ସଂଶୋଧନ ଆଇନ(ସିଏଏ) ନେଇ ଦେଶବ୍ୟାପି ବିରୋଧ ଜାରି ରହିଛି। ଏନେଇ ବିହାରରେ ଜନ ଅଧିକାରୀ ପାର୍ଟି ମୁଖ୍ୟ ତଥା ପୂର୍ବତନ ଏମ୍‌ପି ପପୁ...

ଆତଙ୍କବାଦୀଙ୍କ ମୃତଦେହ ନେଇ ଯିବାକୁ ପାକିସ୍ତାନକୁ ଭାରତ ଦେଲା ପ୍ରସ୍ତାବ

ଶ୍ରୀନଗର,୪।୮: ଜମ୍ମୁ-କଶ୍ମୀର କେରନ୍‌ ସେକ୍ଟରରେ ଭାରତୀୟ ସେନାଙ୍କ ଗୁଳିରେ ବ୍ୟାଟ୍‌ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ସେମାନଙ୍କର ମୃତଦେହ ନେଇଯିବାକୁ ଭାରତ ପାକିସ୍ତାନକୁ ପ୍ରସ୍ତାବ ଦେଇଛି। ଏଥିପାଇଁ...

ଝାଡ଼ଖଣ୍ଡରେ ବିଜୟ ହାସଲ ପରେ ଖୁସିରେ ସାଇକେଲ୍‌ ଚଲାଇଲେ ସୋରେନ୍‌

ରାଞ୍ଚି,୨୩।୧୨: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ନିର୍ଣ୍ଣାୟକ ସ୍ଥିତିକୁ ଦେଖିବା ପରେ ଭାଜପାକୁ ଏକ ଶକ୍ତ ଧକ୍କା ଲାଗିଛି। ଝାଡ଼ଖଣ୍ଡରେ ଭାଜପା ହାତରୁ ଶାସନ ପଳାଇଥିବା ବେଳେ...

ଯେଉଁ ରାଜନେତାଙ୍କ ଭାଷଣ ଶୁଣିବା ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରୁଥିଲେ ଲୋକେ

ନୂଆଦିଲ୍ଲୀ, ୧୬।୮: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିବାହାରୀ ବାଜପେୟୀଙ୍କ ପ୍ରଥମ ପୁଣ୍ୟତିଥି। ଏହି ଅବସରରେ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଉଛି।...

ଇଦ୍‌-ଉଲ୍‌-ଜୁହା ପାଇଁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୨।୮: ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ଇଦ୍‌-ଉଲ୍‌-ଜୁହା ବା ବକ୍ରି ଇଦ୍‌ ପାଇଁ ଦେଶବାସୀ ବିଶେଷ କରି ମୁସଲମାନ...

Leave a comment

Your email address will not be published. Required fields are marked *