ସାପ କାମୁଡ଼ାରେ ମହିଳାଙ୍କ ଜୀବନ ଗଲା

ବଡସାହି,୨ା୧୦(ସ୍ବ.ପ୍ର): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ଧୋବାଧୋବଣୀ ଗ୍ରାମରେ ସାପ କାମୁଡାରେ ଜନୈକା ମହିଳାଙ୍କର ମୃତ୍ୟୁ ଘଟିଛି । ମୃତକ ହେଲେ ସେହି ଗ୍ରାମର ଜିତରାୟ ସିଂଙ୍କ ସ୍ତ୍ରୀ କାଲ (୩୮) । ଏଥିନେଇ ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ.୪୫/୧୯) ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। କାଲ ଓ ତାଙ୍କ ପୁଅ ବସରୁ ଓହ୍ଳାଇ ଘରକୁ ଫେରୁଥିବା ବାଟରେ ଏକ ବିଷାକ୍ତ ସାପ ତାଙ୍କୁ କାମୁଡ଼ି ଦେଇଥିଲା । ଉଭୟ ମିଶି ସାପଟିକୁ ମାରିଦେବା ପରେ ଘରକୁ ଫେରିଥିଲେ। କିଛି ସମୟ ପରେ ସେ ଅଚେତ ହୋଇପଡ଼ିିଥିଲେ। ପରିବାର ଲୋକେ ତାଙ୍କୁ ବାରିପଦା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ।


All Right Reserved By Dharitri.Com

ବଅଁରପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅଜବ ବ୍ୟବସ୍ଥା: ଚିକିତ୍ସା ଗୃହରେ ହେଉଛି ସଭା ସମିତି

ବଅଁରପାଳ, ୨୬।୧୨ (ଡି.ଏନ୍‌.ଏ.) – ଅନୁଗୋଳ ଜିଲା ବଅଁରପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନାନା ଅବ୍ୟବସ୍ଥା ମଧ୍ୟରେ ଚାଲିଛି ଚିକିତ୍ସା। ଡାକ୍ତରଖାନାର ପୁରୁଣା ଘରଗୁଡ଼ିକ ଶୋଚନୀୟ ଅବସ୍ଥାରେ...

୧୭ ବର୍ଷ ହେବ ମରାମତି ହୋଇନି : ରାସ୍ତାରେ ଧାନ ତଳି ରୋଇଲେ ଗ୍ରାମବାସୀ

ଜୁନାଗଡ଼,୧୭।୮(ଡି.ଏନ.ଏ.) – କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଛୋରିଆଗଡ଼ ପଞ୍ଚାୟତ ସାନଫୁର୍ଲା-ବନ୍ଦପଡାକୁ ସଂଯୋଗ କରୁଥିବା ଦେଢ କି.ମି. ରାସ୍ତା ଗତ ୧୭ ବର୍ଷ ହେବ ରକ୍ଷଣାବେକ୍ଷଣ...

ଶିଶୁ ଦିବସରେ ପିଲାଙ୍କୁ ଚକୋଲେଟ୍‌ ଦେଇ ଅଡୁଆରେ ପ୍ରଧାନ ଶିକ୍ଷକ

ଆରଡି,୧୯।୧୧,(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡ଼ି ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତସ୍ଥିତ ତଳଦୁମୁକା ପ୍ରୋଜେକ୍ଟ ପ୍ରାଇମେରୀ ସ୍କୁଲରେ ଗତ ଗୁରୁବାର ଶିଶୁ ଦିବସ ପାଳିତ ହୋଇଥିଲା। ସେହିଦିନ ବିଦ୍ୟାଳୟରେ...

ମାର୍ଚ୍ଚ ୫ରୁ ମାଲ୍ୟଗିରି ମହୋତ୍ସବ

ପାଲଲହଡା,୫।୨(ଡି.ଏନ.ଏ.) – ପାଲଲହଡ଼ା ଉପଖଣ୍ଡରେ ପୁଣିଥରେ ଆରମ୍ଭ ହେବ ମାଲ୍ୟଗିରି ମହୋତ୍ସବ। ଆସନ୍ତା ମାର୍ଚ୍ଚ ୫ ରୁ ୯ ତାରିଖ ପର୍ଯ୍ୟନ୍ତ ଏହା ଅନୁଷ୍ଠିତ ହେବ।...

ମହାନଦୀ ମୁହାଣରେ ବୁଡ଼ିଲା ଟ୍ରଲର: ୩ ମତ୍ସ୍ୟଜୀବୀ ନିଖୋଜ, ୨ ଉଦ୍ଧାର

ପାରାଦୀପ,୮ା୧୦(ସ୍ବ.ପ୍ର.)- ସମୁଦ୍ରରୁ ମାଛଧରି ଫେରୁ୍‌ଥିବା ଏକ ଟ୍ରଲର ମହାନଦୀ ମୁହାଣରେ ମଙ୍ଗଳବାର ବୁଡ଼ିଯାଇଛି। ସେଥିରେ ଥିବା ୫ଜଣ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ୨ଜଣଙ୍କୁ...

ନିଯୁକ୍ତି ଦାବିରେ ଖଣି ବନ୍ଦ ଆନ୍ଦୋଳନକୁ ଓହ୍ଲାଇଲେ ମଲ୍ଲିବନ୍ଧ ଗ୍ରାମବାସୀ

ତାଳଚେର,୨୩।୧୦(ନି.ପ୍ର.): ଅନୁଗୋଳ ଜିଲା ତାଳଚେର ବ୍ଲକ ମଲ୍ଲିବନ୍ଧ ଗ୍ରାମବାସୀ ଖଣିରେ ନିଯୁକ୍ତି ଦାବିରେ ବୁଧବାର ଖଣି ବନ୍ଦ ଆନ୍ଦୋଳନ କରିଛନ୍ତି। ଫଳରେ ହିଙ୍ଗୁଳା କୋଇଲା ଖଣିି...

ପୋଲିସ ଏଆଇଜି ହେଲେ ସୁଶୀଲ ମିଶ୍ର

ଭବାନୀପାଟଣା,୧୩।୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ସହରର ସୁଶୀଲ ମିଶ୍ରଙ୍କୁ କଟକ ମୁଖ୍ୟାଳୟରେ ପୋଲିସ ଏଆଇଜି ଭାବରେ ମଙ୍ଗଳବାର ପଦୋନ୍ନତି ମିଳିଛି। ଗୃହ ବିଭାଗର ଚିଠି ନଂ....

ଆରମ୍ଭ ହେଲା ଇ-ବସ୍‌ ‘ଡେମୋ ରନ୍‌’

ଭୁବନେଶ୍ୱର, ୨୪।୧୧(ବ୍ୟୁରୋ): ଭୁବନେଶ୍ୱରରେ ଶନିବାରଠାରୁ ଇ-ବସ୍‌ର ଡେମୋ ରନ୍‌ ଆରମ୍ଭ ହୋଇଛି। କ୍ୟାପିଟାଲ ରିଜିଅନ୍‌ ଅର୍ବାନ ଟ୍ରାନ୍ସପୋର୍ଟ ଲିମିଟେଡ୍‌ (କ୍ରୁଟ) ଏହି ବସ୍‌ ସେବା ଯୋଗାଇବାକୁ...

Leave a comment

Your email address will not be published. Required fields are marked *