ବିଶ୍ୱତାରିଣୀ ମହିଳା ମହାବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ : ପ୍ଲାଷ୍ଟିକ୍‌ ବର୍ଜନ ନେଇ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ସଂକଳ୍ପ

ହାଟଡିହୀ, ୨।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅନ୍ତର୍ଗତ ଛେନାପଦୀ ବିଶ୍ୱତାରିଣୀ ମହିଳା ମହାବିଦ୍ୟାଳୟରେ ବୁଧବାର ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି। ଅଧ୍ୟକ୍ଷା ସବିତା ସ୍ବାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସର୍ବପ୍ରଥମେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ସଭା ଆରମ୍ଭ ହୋଇଥିଲା। ଏଥିରେ ସ୍ବଚ୍ଛତା ଓ ପ୍ଲାଷ୍ଟିକ୍‌ମୁକ୍ତ ସମାଜ ଗଠନ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଉପସ୍ଥିତ ଛାତ୍ରୀ, ଅଧ୍ୟାପିକା, ଅଧ୍ୟାପକ ଓ କର୍ମଚାରୀମାନେ ପରିବେଶ ସ୍ବଚ୍ଛ ରଖିବା ସହିତ ପ୍ଲାଷ୍ଟିକ୍‌ ତଥା ପଲିଥିନ ବର୍ଜନ କରିବାକୁ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ସଂକଳ୍ପ ନେଇଥିଲେ। ପରେ ସଚେତନତା ଶୋଭାଯାତ୍ରାରେ ବଜାର ପରିକ୍ରମା କରିଥିଲେ। ଏଥିରେ ପ୍ରାଧ୍ୟାପିକା ଉଷା ଦାସ, ଡ. ମମତା ବିଶୋୟୀ, ରାଜଶ୍ରୀ ଗୋସ୍ବାମୀ ପ୍ରମୁଖ ଯୋଗଦେଇଥିଲେ।


All Right Reserved By Dharitri.Com

ପାରମ୍ପରିକ ବାଦ୍ୟରେ ମେଲାଣି ନେଲେ ମା’ କାଳୀ

ଭଦ୍ରକ ଅଫିସ, ୭।୧୧ – ପ୍ରସିଦ୍ଧ ଭଦ୍ରକ କାଳୀପୂଜାର ବୁଧବାର ଥିଲା ଭସାଣି ଉତ୍ସବ। ଗତ ୨୭ ତାରିଖରୁ ୧୦ ଦିନ ଧରି ପୂଜା ପାଇଆସୁଥିବା...

୧୫୫୦୧ ଟଙ୍କାରେ ଆଜ୍ଞା ଲଡ଼ୁ ନିଲାମ

ବଇଣ୍ଡା,୧୦।୧୦(ଡି.ଏନ.ଏ.)-ଅନୁଗୋଳ ଜିଲା କିଶୋରନଗର ବ୍ଲକ ବାମୁର ଗ୍ରାମରେ ଚାଲିଥିବା ସପ୍ତାହେବ୍ୟାପୀ ଦୁର୍ଗାପୂଜାର ଭସାଣି ଉତ୍ସବ ବୁଧବାର ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଏଥିସହିତ ମା’ଙ୍କଠାରେ ଲାଗିଥିବା...

ଡାବୁଗାଁ-କୋଡ଼ିଙ୍ଗା ରାସ୍ତା ମରଣଯନ୍ତା

ପାପଡାହାଣ୍ଡି, ୨୬।୫(ଡି.ଏନ.ଏ)-ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ହାତୀବେଢା ପଞ୍ଚାୟତ ଦେଇଯାଇଥିବା ଗ୍ରାମ୍ୟ ଉନୟନ ବିଭାଗର ଡାବୁଗାଁ ଠାରୁ କୋଡ଼ିଙ୍ଗା ରାସ୍ତା ଦୀର୍ଘ ଦିନ ହେଲା ମରାମତି...

ଜନତା କର୍ଫ୍ୟୁ : ଚାରିଆଡ଼େ ଖାଁ ଖାଁ ପରିବେଶ

କେସିଙ୍ଗା,୨୨।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ୨୬ଟି ପଞ୍ଚାୟତର ୧୧୦ଟି ଗ୍ରାମର ଲୋକେ ରବିବାର ସକାଳ ୭ଟାରୁ କେନ୍ଦ୍ର ସରକାରଙ୍କ ଜନତା କର୍ଫ୍ୟୁ ନିୟମ ସମ୍ପୂର୍ଣ୍ଣ...

ଥମୁନି ଝାଡ଼ାବାନ୍ତି, ୯ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

ସଜନାଗଡ଼, ୧୭ା୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ଔପଦା ବ୍ଲକର ବାଇଗଡ଼ିଆ ପଞ୍ଚାୟତର ୩୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ୨ଜଣଙ୍କର ମୃତ୍ୟୁ ହୋଇଛି। ନୀଳଗିରି ବ୍ଲକର ମହିଷାପଟା...

ଭବାନୀପାଟଣା ଦ୍ୱିତୀୟ ଟାଉନ ଫୁଟବଲ ଲିଗ୍‌ ଷଷ୍ଠ ଦିବସ: ଇଣ୍ଡିଆନ୍‌ କ୍ଲବ ୨-୧ ଗୋଲରେ ବିଜୟୀ

ଭବାନୀପାଟଣା,୨୧।୯(ଡି.ଏନ.ଏ.) ଭବାନୀପାଟଣା ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍‌ଠାରେ କଳାହାଣ୍ଡି କ୍ରୀଡା ସଂସ୍ଥା ଆନୁକୂଲ୍ୟରେ ଭବାନୀପାଟଣା ଦ୍ୱିତୀୟ ଟାଉନ ଫୁଟବଲ ଲିଗ୍‌ର ଶୁକ୍ରବାର ଷଷ୍ଠ ମ୍ୟାଚ୍‌ ଇଣ୍ଡିଆନ୍‌ କ୍ଲବ...

ଲକ୍‌ଡାଉନ ଉଲ୍ଲଂଘନ କରି ୮ବାଇକ୍‌ ଜବତ:୨ ଗିରଫ

ବାରିପଦା ଅଫିସ/ଠାକୁରମୁଣ୍ଡା,୨୬ା୩(ଡ଼ି.ଏନ୍‌.ଏ.)- ବୁଧବାରଠାରୁ ଲକ୍‌ଡାଉନକୁ କଡ଼ାକଡ଼ି କରିବା ଲାଗି ମୟୂରଭଞ୍ଜ ଜିଲା ପୋଲିସ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଲକ୍‌ଡ଼ାଉନର ପ୍ରଥମ ଦିନରେ ପୋଲିସ ନିୟମ...

ଆହାର ନ ପାଇ ଫେରୁଛନ୍ତି ଲୋକେ

ଫୁଲବାଣୀ ଅଫିସ, ୨୫ା୨-ସହରର ଗରିବ, ଦିନ ମଜୁରିଆଙ୍କୁ ୫ ଟଙ୍କାରେ ଭାତ, ଡାଲମା ଯୋଗାଇ ଦେବା ପାଇଁ ସରକାର ଆରମ୍ଭ କରିଛନ୍ତି ଆହାର ଯୋଜନା। କନ୍ଧମାଳ...

Leave a comment

Your email address will not be published. Required fields are marked *