Posted inUncategorized

ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର ମହଙ୍ଗା ପଡ଼ିଲା: ଭିଡିଓ ଭାଇରାଲ ହେବା ପରେ ଗିରଫ ହେଲେ ବିଜେଡି ନେତା

ଝାରସୁଗୁଡା ଅଫିସ/ଲଖନପୁର, ୨।୧୦(ଡି.ଏନ୍‌.ଏ.)-ଝାରସୁଗୁଡା ଜିଲା ବେଲପାହାଡ ସହରରେ ପୋଲିସର ଟ୍ରାଫିକ ସଚେତନତା ବେଳେ ଜଣେ ବିଜେଡି ନେତା ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଥିଲେ। ଏହି ସମ୍ବେଦନଶୀଳ ଘଟଣାକୁ ପୋଲିସ ଚାପି ଦେବାକୁ ଉଦ୍ୟମ କରିଥିଲା। ମାତ୍ର ପରମୁହୂର୍ତ୍ତରେ ଏହାକୁ ନେଇ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା। ଏପରିକି କେତେକ ଇଲୋଟ୍ରୋନିକ ଗଣମାଧ୍ୟମ ଖବର ପ୍ରସାରଣ କରିଥିଲେ। ଏହାପରେ ପୋଲିସ ବାଧ୍ୟ ହୋଇ ସମ୍ପୃକ୍ତ ବିଜେଡି ନେତା ତଥା ଝାରସୁଗୁଡା ଜିଲା ବିଜେଡି ଉପସଭାପତି ଶମ୍ଭୁ ମହାନ୍ତିଙ୍କୁ ଗତ ମଙ୍ଗଳବାର ରାତିରେ ଗିରଫ କରିଛି। ପୋଲିସ ତାଙ୍କ ନାମରେ ବେଲପାହାଡ ଥାନାରେ ମାମଲା(ନଂ. ୧୭୦/୧୯)ରେ ରୁଜୁ କରି ତଦନ୍ତ ଚଳାଇଥିବା ବୁଧବାର ନିଜ କାର୍ଯ୍ୟାଳୟରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଏସ୍‌ପି ଅଶ୍ବନୀ କୁମାର ମହାନ୍ତି ସୂଚନା ଦେଇଛନ୍ତି।

ଗତ ସୋମବାର ରାତି ସାଢ଼େ ୮ଟାରେ ବେଲପାହାଡ଼ ଥାନା ସବ୍‌ଇନସ୍ପେକ୍ଟର ଅର୍ଜ୍ଜୁନ ଓରାମ ସ୍ଥାନୀୟ ରେଳ ଫାଟକ ନିକଟରେ ଛିଡା ହୋଇ ଲୋକଙ୍କୁ ଟ୍ରାଫିକ ସଚେତନତା କରାଉଥିଲେ। ଏହି ସମୟରେ ବିଧାୟକ କିଶୋର ମହାନ୍ତି ଗାଡିରେ ଆସି ସେଠାରେ ପହଞ୍ଚିଥିଲେ। ପୋଲିସ ଅଧିକାରୀ ଓରାମ ବିଧାୟକଙ୍କୁ ସିଟ ବେଲ୍ଟ ପିନ୍ଧିବାପାଇଁ ଅନୁରୋଧ କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ବିଧାୟକଙ୍କ ସମର୍ଥକ ଶମ୍ଭୁ ମହାନ୍ତି ପୋଲିସ ଅଧିକାରୀଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରି ଅନ୍ୟତ୍ର ବଦଳି କରିବା ପାଇଁ ଧମକ ଦେଇଥିବା ନେଇ ଏସ୍‌ପି କହିଛନ୍ତି।


All Right Reserved By Dharitri.Com

Posted inUncategorized View All

ପିଓକେରେ ପାକିସ୍ତାନର ବର୍ବରତା: ବିକ୍ଷୋଭବେଳେ ଲାଠିମାଡ଼; ୨ ମୃତ, ୮୦ ଆହତ

ମୁଜାଫରାବାଦ,୨୩ା୧୦: ପାକ୍‌-ଅଧିକୃତ କଶ୍ମୀର(ପିଓକେ)ରେ ଇସ୍‌ଲାମାବାଦର ବର୍ବରତା ସୀମା ଟିପିଛି। ପିଓକେ ରାଜଧାନୀ ମୁଜାଫରାବାଦରେ ମଙ୍ଗଳବାର ସ୍ବାଧୀନତା ସପକ୍ଷରେ ଆୟୋଜିତ ଏକ ଶୋଭାଯାତ୍ରା ବେଳେ ପୋଲିସ ଲାଠିମାଡ଼...

ଯେଉଁଠି ଗଛର ଗଣ୍ଡିରେ ରଖି ଶିଶୁଙ୍କ ମୃତଦେହକୁ ସଂସ୍କାର କରାଯାଏ

ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଥିବା ଅଜବ ଗଜବ ପରମ୍ପରା ବିଷୟରେ ଶୁଣିଲେ ବେଳେ ବେଳେ ଆଶ୍ଚର୍ଯ୍ୟ ଲାଗେ। କେବେ କେବେ ଏହା ବିଶ୍ୱାସ ନ ହେଉଥିଲେ...

ସିଏଏକୁ ବିରୋଧ: ଜାମିଆରେ ବସ୍‌ ଜାଳିଦେଲେ ପ୍ରଦର୍ଶନକାରୀ

ନୂଆଦିଲ୍ଲୀ, ୧୫।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରି ଦିଲ୍ଲୀର ଜାମିଆ ଅଞ୍ଚଳରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ରବିବାର ଏହି ବିକ୍ଷୋଭ ଉଗ୍ର ରୂପ...

ନରହନ୍ତା ଦନ୍ତା ଚନ୍ଦକାମୁହାହାଁ

ଭୁବନେଶ୍ୱର,୨୫ା୨(ବ୍ୟୁରୋ):ପିପିଲି, ନିମାପଡ଼ା, କଣାସ ଓ ଡେଲାଙ୍ଗ ବ୍ଲକ ଅଞ୍ଚଳରେ ତିନି ଦିନ ଧରି ଉପଦ୍ରବ କରିଥିବା ଦନ୍ତାହାତୀ ସୋମବାର ସନ୍ଧ୍ୟାରେ ଚନ୍ଦକା ଜଙ୍ଗଲମୁହାଁ ହୋଇଛି। ତା’ର...

ଭାରତକୁ ଓଆଇସିର ପରାମର୍ଶ:୩୭୦ ଉଚ୍ଛେଦ ନିଷ୍ପତ୍ତି ପ୍ରତ୍ୟାହାର କର

ନୂଆଦିଲ୍ଲୀ,୨୭।୯:ଭାରତକୁ ଆଣବିକ ଯୁଦ୍ଧାସ୍ତ୍ରର ଭୟ ଦେଖାଉଥିବା ପାକିସ୍ତାନ ଶେଷରେ ଇସ୍‌ଲାମିକ୍‌ ସହଯୋଗ ସଂଗଠନ (ଓଆଇସି)ର ସମର୍ଥନ ହାସଲ କରିବାରେ ସଫଳ ହୋଇଛି। ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦...

Leave a comment

Your email address will not be published. Required fields are marked *