ପରିବେଶ ବି ଆଣିଥାଏ ଦମ୍ପତିଙ୍କ ମଧ୍ୟରେ ଦୂରତା…

ଦମ୍ପତିଙ୍କ ମଧ୍ୟରେ ସମ୍ପର୍କ ପରିବେଶ ଉପରେ ମଧ୍ୟ ନିର୍ଭର କରିଥାଏ। ଗୋଟିଏ ଋତୁରେ ସେମାନଙ୍କ ମଧ୍ୟରେ ନିବିଡ଼ତା ବଢୁଥିବାବେଳେ ଅନ୍ୟ ଋତୁରେ ସେମାନେ ପରସ୍ପରଠାରୁ ଦୂରେଇ ରହିବାକୁ ପସନ୍ଦ କରନ୍ତି। ଗ୍ରୀଷ୍ମଋତୁରେ ଏଭଳି ଘଟଣା ଅଧିକ ଘଟିଥାଏ ବୋଲି ଟୋକିଓ ବିଶ୍ୱବିଦ୍ୟାଳୟର ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ ରହିଛି। ଅପରପକ୍ଷରେ ଶୀତଦିନେ ଦମ୍ପତିଙ୍କ ମଧ୍ୟରେ ଆନ୍ତରିକତା ବଢୁଥିବାବେଳେ ଗ୍ରୀଷ୍ମଋତୁରେ ଅଧିକାଂଶକ୍ଷେତ୍ରରେ ସେମାନେ ପରସ୍ପରଠାରୁ ଦୂରେଇ ଯାଇଥାନ୍ତି। ଶୀତଋତୁରେ ଥଣ୍ଡା ଯୋଗୁ ଅନେକଙ୍କ ମଧ୍ୟରେ ନୈରାଶବୋଧ ବୃଦ୍ଧି ପାଇଥାଏ। ସେମାନେ ବିଷାଦଗ୍ରସ୍ତ ହୋଇଥାନ୍ତି। ଏହି ସମୟରେ ଅନେକ ଲୋକ ସାଥିଟିଏ ଖୋଜିଥାନ୍ତି। ମାତ୍ର ଗ୍ରୀଷ୍ମଋତୁରେ ସୂର୍ଯ୍ୟାଲୋକ ପରିମାଣ ବଢ଼ିବା ସହିତ ଶରୀରରେ କମ୍‌ ପରିମାଣର ମେଲାଟୋନିନ୍‌ ହରମୋନ୍‌ କ୍ଷରଣ ହୋଇଥାଏ। ଏହାଦ୍ୱାରା ଶରୀର ସତେଜ ଅନୁଭବ କରିଥାଏ। ସେହିପରି ଗ୍ରୀଷ୍ମଋତୁରେ ଅଧିକ ପରିମାଣରେ ସେରୋଟୋନିନ୍‌ ହରମୋନ୍‌ କ୍ଷରଣ ହୋଇଥାଏ। ଏହା ଯୋଗୁ ମନରେ ଖୁସୀ ଭାବ ଜାଗ୍ରତ ହୋଇଥାଏ। ଫଳରେ ମଣିଷ ମୁକ୍ତ ଭାବେ ଘୁରିବୁଲିବାକୁ ଚାହିଁଥାଏ। ଅପରପକ୍ଷରେ ଏହାର ବିପରୀତ ହରମୋନ୍‌ ଶୀତଋତୁରେ କ୍ଷରିତ ହୋଇଥାଏ। ଫଳରେ ମନ ବିଷାଦଗ୍ରସ୍ତ ରହିଥାଏ।


All Right Reserved By Dharitri.Com

ଆମେରିକାକୁ ଝଟ୍‌କା: ୧୬ ହଜାରରୁ ଅଧିକ ଚାଇନା ବୈଜ୍ଞାନିକଙ୍କ ଘର ବାହୁଡ଼ା

ବେଜିଂ,୨।୧: ଆମେରିକାକୁ ଚାଇନା ବଡ଼ ଝଟ୍‌କା ଦେଇଛି। ଆମେରିକାରେ କାମ କରୁଥିବା ୧୬ ହଜାରରୁ ଅଧିକ ବୈଜ୍ଞାନିକଙ୍କୁ ଚାଇନା ଫେରାଇ ଆଣିଛି। ବୈଜ୍ଞାନିକମାନେ ଏଣିକି ଘରୋଇ...

ଚନ୍ଦ୍ରୟାନ-୨ ବିକ୍ରମ ଲ୍ୟାଣ୍ଡର ଉଭାନ୍‌

ଓ୍ବାଶିଂଟନ: ଭାରତର ବହୁ ପ୍ରତୀକ୍ଷିତ ଚନ୍ଦ୍ରୟାନ-୨ ବିକ୍ରମ ଲ୍ୟାଣ୍ଡରର ପତ୍ତା ମିଳୁନାହିଁ। ବହୁ ପ୍ରୟାସ ସତ୍ତ୍ୱେ ନାସା ଫେଲ୍‌ ମାରିଛି। ଏହାର ଫଟୋ ଉଠାଇବା ଲାଗି...

ଓଜନ ହ୍ରାସ କରିବ ମୁଗଡାଲି ପାଣି

ଡାଲିକୁ ପ୍ରୋଟିନ୍‌ର ପାୱାର୍‌ ହାଉସ୍‌ ବୋଲି କୁହାଯାଏ। ତନ୍ମଧ୍ୟରୁ ମୁଗଡାଲି ଅନ୍ୟତମ। ଏଥିରେ ଥିବା ଜରୁରୀ ଭିଟାମିନ୍‌ ଏବଂ ମିନେରାଲ୍ସ ଶରୀରକୁ ସୁସ୍ଥ ରଖିଥାଏ। ତା’ସହ...

୨ ଭାରତୀୟ ନାବିକ କରୋନା ସଂକ୍ରମିତ

ଟୋକିଓ,୧୩ା୨(ପି.ଟି.): ଜାପାନ ଉପକୂଳରେ ଅଟକି ରହିଥିବା ଜାହାଜରେ ୨ ଜଣ ଭାରତୀୟ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବା ପରୀକ୍ଷାରୁ ଜଣାପଡିଛି। ଡାଇମଣ୍ଡ ପ୍ରିନ୍ସେସ ଜାହାଜରେ ମୋଟ...

ହାଫିଜ୍‌ଙ୍କୁ ଖୁବ୍‌ଶୀଘ୍ର ଗିରଫ କରିବ ପାକିସ୍ତାନ:ଭୟରେ ଭୁଆଁ

ଲାହୋର/ନୂଆଦିଲ୍ଲୀ,୫।୭(ପି.ଟି.):ଭାରତର କୂଟନୀତି ଓ ଅନ୍ତର୍ଜାତୀୟ ସମୁଦାୟର ଚାପ ଆଗରେ ମୁଣ୍ଡ ନୁଆଁଇ ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍‌ ସୟିଦ୍‌ଙ୍କ ସମେତ ତାଙ୍କର ୧୨ ସହଯୋଗୀଙ୍କ...

ରନ୍‌ ଓ୍ବେରେ ୩ ଖଣ୍ଡ ହେଲା ବିମାନ: ୧ ମୃତ, ୧୨୦ ଆହତ

ଅଙ୍କାରା,୬।୨: ତୁର୍କିର ପେଗାସସ ଏୟାର ଲାଇନ୍ସର ଏକ ବିମାନ ବୁଧବାର ଇସ୍ତାନବୁଲର ସବିହା ଗୋକେନ ବିମାନ ବନ୍ଦରରେ ଲ୍ୟାଣ୍ଡିଂ ସମୟରେ ରନ୍‌ ଓ୍ବେରେ ଖସି ଯିବାରୁ...

ହୃଦ୍‌ରୋଗୀ ଓ ଶୀତଦିନ

ଶୀତଦିନେ ପରିବେଶ ଥଣ୍ଡା ରହିଥାଏ। ବେଳେବେଳେ କେତେକ ସ୍ଥାନରେ ତାପମାତ୍ରା ଶୂନ ଡିଗ୍ରୀ ତଳକୁ ଖସିଯାଏ। ଏହି ଋତୁରେ ବିଶେଷଭାବରେ ହୃଦ୍‌ରୋଗୀ ଅଧିକ ସତର୍କ ରହିବା...

ଅଷ୍ଟ୍ରେଲିଆ ଜଙ୍ଗଲରେ ନିଆଁ: ୨ ମୃତ

ସିଡ୍‌ନୀ,୧ା୧: ଦକ୍ଷିଣ-ପୂର୍ବ ଅଷ୍ଟ୍ରେଲିଆର ନ୍ୟୁ ସାଉଥ୍‌ ଓ୍ବେଲ୍‌ସସ୍ଥିତ କୋବାର୍ଗୋ ଜଙ୍ଗଲରେ ଭୟଙ୍କର ନିଆଁ ଲାଗିବାରୁ ୨ ଜଣ ପ୍ରାଣ ହରାଇଛନ୍ତି। ଅନେକ ନିଖୋଜ ଥିବା ଜଣାପଡ଼ିଛି।...

Leave a comment

Your email address will not be published. Required fields are marked *