ପୃଥିବୀ ପାଇଁ ମାଡ଼ି ଆସୁଛି ବିପଦ: ଆଣ୍ଟାର୍କଟିକାରୁ ଭାଙ୍ଗିଲା ବିରାଟ ହିମଖଣ୍ଡ

ଓ୍ବାଶିଂଟନ,୨।୧୦: ପୃଥିବୀ ଉପରେ ବିପଦ ମାଡ଼ି ଆସୁଛି। ଆଣ୍ଟାର୍କଟିକାରୁ ଏକ ବିରାଟ ହିମଖଣ୍ଡ ଭାଙ୍ଗି ଯାଇଛି। ଏହାର କ୍ଷେତ୍ରଫଳ ଭାରତର ରାଜଧାନୀ ଦିଲ୍ଲୀଠାରୁ ମଧ୍ୟ ବଡ଼ ବୋଲି କୁହାଯାଉଛି। ଏହାକୁ ଡି-୨୮ ଭାବେ ନାମିତ କରାଯାଇଛି। ଏହି ହିମଖଣ୍ଡର କ୍ଷେତ୍ରଫଳ ୧୬୩୬ ବର୍ଗ କିଲୋମିଟର ଥିବାବେଳେ ଦିଲ୍ଲୀର କ୍ଷେତ୍ରଫଳ ୧୪୮୪ ବର୍ଗ କିଲୋମିଟର ରହିଛି। ଏହାର ଓଜନ ୩୧୫ ହଜାର ନିୟୁତ ଟନ୍‌। ବିଶ୍ୱତାପମାନ ବୃଦ୍ଧି ତଥା ଜଳବାୟୁ ପରିବର୍ତ୍ତନ ଯୋଗୁ ଏଭଳି ହୋଇଥିବା ପରିବେଶବିତ୍‌ମାନେ ଅନୁମାନ କରୁଛନ୍ତି। ଏନେଇ ଏକ ରିପୋର୍ଟ ମଧ୍ୟ ପ୍ରକାଶ ପାଇଛି। ଆସନ୍ତା ୩୩ ବର୍ଷ ମଧ୍ୟରେ ପୃଥବୀର ଦୁଇ ଗୋଲାର୍ଦ୍ଧରେ ଥିବା ହିମଖଣ୍ଡ ତରଳି ଯିବ। ଏହା ଦ୍ୱାରା ସମୁଦ୍ର ଜଳସ୍ତର ବଢ଼ି ପୃଥିବୀ ଜଳମଗ୍ନ ହେବ । ୨୦୫୦ ସୁଦ୍ଧା ବୃହତ୍‌ ହିମଖଣ୍ଡ ତରଳି ପୃଥିବୀ ପାଇଁ ସୃଷ୍ଟି ସଙ୍କଟ କରିବ। ବିଶ୍ୱତାପମାନ ବଢୁଥିବାରୁ ଅନେକ ପ୍ରାଣୀ ତଥା ପକ୍ଷୀ ସେମାନଙ୍କ ବାସସ୍ଥାନ ଆସନ୍ତା କିଛି ବର୍ଷ ମଧ୍ୟରେ ପରିବର୍ତ୍ତନ କରିବେ। ଏହାଦ୍ୱାରା ସ୍ଥିତି ଅତି ସଙ୍କଟ ଜନକ ହେବ ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି।


All Right Reserved By Dharitri.Com

‘ଚାଇନାର ଶକ୍ତିବୃଦ୍ଧି ବିଶ୍ୱକୁ ବିପଦ’

ଓ୍ବାଶିଂଟନ,୨୨ା୯(ପି.ଟି.): ଚାଇନାର ସାମରିକ ଶକ୍ତିବୃଦ୍ଧିକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଚିନ୍ତାବ୍ୟକ୍ତ କରିବା ସହ ଏହା ସାରା ବିଶ୍ୱ ପାଇଁ ବିପଦ ବୋଲି କହିଛନ୍ତି।...

ପଗଡି ପିନ୍ଧା ଶିଖ୍‌ ଯୁବକଙ୍କୁ ଆମେରିକା ସେନାରେ ଭର୍ତ୍ତି ପାଇଁ ମିଳିଲା ଅନୁମତି

ଓ୍ବାଶିଂଟନ,୭।୬: ଆମେରିକାରେ ପ୍ରଥମ ଥର ଲାଗି ଜଣେ ଶିଖ୍‌ ଯୁବକଙ୍କୁ ଧାର୍ମିକ ପ୍ରତିକ ଥାଇ ବାୟୁସେନାରେ ଭର୍ତ୍ତି ଲାଗି ଅନୁମତି ମିଳିଛି। ଓ୍ବାଶିଂଟନର ମୌକାର୍ଡ ଏୟାର...

ସାଢ଼େ ୩ ହଜାର ଅଚଳ ଉପଗ୍ରହ ଯୋଗୁ ପ୍ରଦୂଷିତ ହେଉଛି ମହାକାଶ: ୨୦୨୫ଠାରୁ ପୃଥିବୀକୁ ଫେରାଇ ଅଣାଯିବ

ଲଣ୍ଡନ,୧୨।୧୨: ଗତ ୬୦ ବର୍ଷ ମଧ୍ୟରେ ମହାକାଶରେ ସାଢ଼େ ୩ ହଜାରରୁ ଅଧିକ ଅଚଳ ଉପଗ୍ରହ ଜମା ହୋଇ ରହିଛି। ଏଠାରେ ସାଢ଼େ ୭ ଲକ୍ଷରୁ...

ବାଗ୍‌ଦାଦିଙ୍କ ଭଉଣୀ ଅଟକ

ଇସ୍ତାନ୍‌ବୁଲ, ୬ା୧୧(ପି.ଟି.): ଉତ୍ତର ସିରିଆରେ ଆଇଏସ୍‌ ଆତଙ୍କବାଦୀ ନେତା ବକର ଅଲ୍‌ ବାଗ୍‌ଦାଦିଙ୍କ ଭଉଣୀକୁ ଅଟକ ରଖାଯାଇଥିବା ତୁର୍କୀ ପକ୍ଷରୁ କୁହାଯାଇଛି। ବାଗ୍‌ଦାବି ଆମେରିକା ସେନା...

ମଲାଲା ଆକ୍ରମଣକାରୀ ଜେଲ୍‌ରୁ ଚମ୍ପଟ

ଇସ୍‌ଲାମାବାଦ,୭-୨(ଆଇଏଏନ୍‌ଏସ୍‌):ନାରୀ ଶିକ୍ଷାର ପ୍ରସାର ପାଇଁ ପାକିସ୍ତାନରେ ସଚେତନତା ସୃଷ୍ଟି କରୁଥିବା ମଲାଲା ୟୁସୁଫଜାଇ ଏବଂ ପେଶାଓ୍ବର ସେନା ସ୍କୁଲରେ ଆକ୍ରମଣ କରିଥିବା ତେହରିକ୍‌-ଇ-ତାଲିବାନ ପାକିସ୍ତାନ (ଟିଟିପି)ର...

କୁଳଭୂଷଣଙ୍କ ଉପରେ ଦିଆଯାଇଥିବା ରାୟକୁ ସ୍ବାଗତ କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ଇସଲମାବାଦ, ୧୮।୭: ବହୁପ୍ରତୀକ୍ଷିତ କୁଳଭୂଷଣ ଯାଦବ ମାମଲାରେ ଭାରତର ବିଜୟ ହୋଇଛି। ଇଣ୍ଟରନ୍ୟାସନାଲ କୋର୍ଟ ଅଫ ଜଷ୍ଟିସ (ଆଇସିଜେ) ଭାରତ ସପକ୍ଷରେ ରାୟ ଦେଇଛନ୍ତି। ଅବସରପ୍ରାପ୍ତ...

ଭାରତକୁ ଚନ୍ଦ୍ରରୁ ନୁହେଁ ପଡୋଶୀ ଦେଶରୁ ଆସୁଛନ୍ତି ଆତଙ୍କବାଦୀ

ପୋଲାଣ୍ଡ,୧୮।୯: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇ ଦିଆଯିବା ପରେ ପାକିସ୍ତାନ ଏକ ପ୍ରକାର ହଡବଡେଇ ଯାଇଛି। ଏହାକୁ ନେଇ ସେ ଯାହାକୁ ସାହାଯ୍ୟ ମାଗିଲେ ମଧ୍ୟ...

ବିମାନ ଆକ୍ରମଣରେ ୧୧ ତାଲିବାନ ଆତଙ୍କବାଦୀ ମୃତ

ଶୋରାବକ,୩୧।୧୨: ଦକ୍ଷିଣ ପୂର୍ବ ଆଫଗାନିସ୍ତାନର କାନ୍ଦାହାରରେ ଥିବା ଶୋରାବକ ଜିଲାରେ ହୋଇଥିବା ପୃଥକ ପୃଥକ ବିମାନ ଆକ୍ରମଣରେ ୧୧ ତାଲିବାନ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ସୂଚନା...

Leave a comment

Your email address will not be published. Required fields are marked *