Posted inଜାତୀୟ

ନମସ୍ତେ ବାପୁ କହି ଗାନ୍ଧୀଙ୍କ ଛାତିରେ ୩ଟି ଗୁଳି ଚଳାଇଥିଲେ ଗଡସେ

ନୂଆଦିଲ୍ଲୀ,୨।୧୦:ଅକ୍ଟୋବର ୨ ତାରିଖ। ଜାତିର ଜନକ ମହାତ୍ମା ଗାନ୍ଧିଙ୍କ ଜନ୍ମଦିନ। ଏବର୍ଷ ସାରା ଦେଶ ପାଳନ କରୁଛି ମହାତ୍ମାଙ୍କ ୧୫୦ ତମ ପୁଣ୍ୟତିଥି। ଏହି ପରିପ୍ରେକ୍ଷୀରେ ସବୁଠି ଚାଲିଛି ଗାନ୍ଧିସ୍ମୃତିର ରୋମନ୍ଥନ। ଏଇ ପରିପ୍ରେକ୍ଷୀରେ ମନେ ପଡେ ସେଦିନର କଥା ଯେଉଁଦିନ ବାପୁଙ୍କୁ ହତ୍ୟା କରାଯାଇଥିଲା। ଗାନ୍ଧୀ ୩୦ ଜାନୁୟାରୀ ୧୯୪୮ରେ ଦିଲ୍ଲୀର ବିଡଳା ଭବନର ସନ୍ଧ୍ୟାର ପ୍ରାର୍ଥନା ସଭାରୁ ଉଠୁଥିବା ସମୟରେ ଗଡସେ ତାଙ୍କ ଛାତିରେ ଗୁଳି କରିଥିଲେ। ଗଡସେ ବାପୁଙ୍କ ସାଥିରେ ଛିଡା ହୋଇଥିବା ମହିଳାଙ୍କୁ ହଟାଇଲେ ଏବଂ ନମସ୍ତେ ବାପୁ କହି ନିଜ ସେମି ଅଟୋମେଟିକ ପିସ୍ତଲରେ ଗୋଟିଏ ପରେ ଗୋଟିଏ ୩ଟି ଗୁଳି ମାରି ହତ୍ୟା କରିଥିଲେ ଗଡସେ। ହତ୍ୟା ପରେ ସେ ନିଜ ଭୁଲ ସ୍ବୀକାର କରିଥିଲେ। କହିଥିଲେ, ମୁଁ ୨ଟି ଗୁଳି ଚଳାଇବାକୁ ଚାହୁଁଥିଲି, କିନ୍ତୁ ତୃତୀୟ ଗୁଳିଟି ହଠାତ୍‌ ବାହାରିଯାଇଥିଲା। ହତ୍ୟା କରିବା ପରେ ପରେ ତାଙ୍କୁ ଗିରଫ କରାଯାଇଥିଲା। ୧୫ ନଭେମ୍ବର, ୧୯୪୯କୁ ନାଥୁରାମ ଗଡସେଙ୍କୁ ଗାନ୍ଧୀଙ୍କ ହତ୍ୟା ଅପରାଧରେ ଫାଶି ଦଣ୍ଡାଦେଶ ଶୁଣାଯାଇଥିଲା।


All Right Reserved By Dharitri.Com

ଆତଙ୍କବାଦ ଚିନ୍ତାଧାରା ହଟାଇବା ପାଇଁ ହେବ ଉଦ୍ୟମ: ପାକିସ୍ତାନକୁ ଚେତାବନୀ ଦେଲେ ଡୋଭାଲ୍‌

ନୂଆଦିଲ୍ଲୀ,୧୪।୧୦: ଭାରତରେ ଆତଙ୍କବାଦୀଙ୍କ ଏନ୍‌କାଉଣ୍ଟର ଜାରି ରହିଛି। ତେବେ ଏବେ ଏଭଳି ଚିନ୍ତାଧାରାକୁ ହଟାଇବା ପାଇଁ ଉଦ୍ୟମ କରାଯିବ। ପାକିସ୍ତାନ ଦେଶର ଶାସନ ବ୍ୟବସ୍ଥାରେ ଆତଙ୍କବାଦକୁ...

ପ୍ରେମ ବିବାହ କରିବାରୁ ଝିଅର ତଣ୍ଟିଚିପି ହତ୍ୟା କଲେ ପିତା, ଭାଇ

ପଟିଆଲା, ୧୭।୭: ଝିଅ ନିଜ ଇଚ୍ଛାରେ ବିବାହ କରିବାରୁ ପିତା ଏବଂ ଭାଇ ମିଶି ତାଙ୍କ ତଣ୍ଟି ଚିପି ହତ୍ୟା କରିଛନ୍ତି। ହତ୍ୟା ପରେ ମୃତଦେହକୁ...

ସ୍ମୃତି ଇରାନୀଙ୍କ ମୁଖ୍ୟ ସହଯୋଗୀଙ୍କ ହତ୍ୟାକାରୀ ଗିରଫ

ଆମେଥି,୧।୬: ଉତ୍ତର ପ୍ରଦେଶ ଆମେଥି ଲୋକ ସଭା ଆସନର ଭାଜପା ନେତ୍ରୀ ସ୍ମୃତି ଇରାନିଙ୍କ ମୁଖ୍ୟ ସହଯୋଗୀ ସୁରେନ୍ଦ୍ର ସିଂଙ୍କୁ ହତ୍ୟା କରିଥିବା ମୁଖ୍ୟ ଅଭିଯୁକ୍ତଙ୍କୁ...

ପୋଲିସ ଜିନ୍ଦାବାଦ୍‌ ନାରାରେ କମ୍ପୁଛି ଏନ୍‌କାଉଣ୍ଟର ସ୍ଥାନ

ହାଇଦ୍ରାବାଦ୍‌,୬।୧୨:ହାଇଦ୍ରାବାଦ୍‌ ଗଣବଳାତ୍କାର ମାମଲାରେ ପୋଲିସ ଏନକାଉଣ୍ଟରେ ୪ ଅଭିଯୁକ୍ତଙ୍କ ମୃତ୍ୟୁ ପରେ ଦେଶରେ ଆଶ୍ୱସ୍ତି ଖେଳିଯାଇଛି। ଯେଉଁ ସ୍ଥାନରେ ଅଭିଯୁକ୍ତମାନେ ଡାକ୍ତରାଣୀଙ୍କୁ ମାରିଥିଲେ ସେହିଠାରେ ହିଁ...

୩ ମାସରେ ଜନ୍ମ ହୋଇନାହାନ୍ତି ଝିଅ

ଡେରାଡୁନ୍‌,୨୨ା୭: ଉତ୍ତରାଖଣ୍ଡ ଉତ୍ତରକାଶୀ ଜିଲାର ୧୩୨ ଗାଁରେ ୩ମାସ ମଧ୍ୟରେ ଆଦୌ ଝିଅ ଜନ୍ମ ହୋଇନାହାନ୍ତି। ଏହି ସମୟ ମଧ୍ୟରେ ଜନ୍ମିତ ସମସ୍ତ ୨୧୬ ଶିଶୁ...

ଭାଜପା ଏମ୍‌ପି ପୋଲିସ କର୍ମଚାରୀଙ୍କୁ ମାରିଲେ ଚାପୁଡ଼ା; ଜୀବନରେ ମାରିବାକୁ ଦେଲେ ଧମକ

ଲକ୍ଷ୍ନୌ,୧୧।୬: ଉତ୍ତରପ୍ରଦେଶ ଧୋରହରା ଏମ୍‌ପି ରେଖା ବର୍ମା ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଜଣେ  ପୋଲିସ କର୍ମଚାରୀଙ୍କୁ ଚାପୁଡ଼ା ମାରିଥିବା ନେଇ ସ୍ଥାନୀୟ ମୋହମ୍ମଦି ଥାନାରେ...

ନବ ନିର୍ବାଚିତ ଏମ୍‌ପିଙ୍କୁ ଟିପ୍ସ ଦେଲେ ସୋନିଆ, ରାହୁଲ

ନୂଆଦିଲ୍ଲୀ,୯।୭: କଂଗ୍ରେସର ନବ ନିର୍ବାଚିତ ଏମ୍‌ପିଙ୍କୁ ସଂସଦୀୟ କାର୍ଯ୍ୟକାରିଣୀ ଓ ସଂସଦରେ ଭାଗନେବାକୁ ନେଇ ଗ୍ରୁମିଙ୍ଗ କ୍ଲାସ ନେଇଛନ୍ତି ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ...

ଫାଷ୍ଟ-ଟ୍ରାକ୍‌ କୋର୍ଟରେ ହେବ ଶୁଣାଣି

ହାଇଦ୍ରାବାଦ,୨ା୧୨(ପି.ଟି.): ତେଲଙ୍ଗାନାର ୨୬ ବର୍ଷୀୟା ମହିଳା ପ୍ରାଣୀ ଚିକିତ୍ସକଙ୍କୁ ଗଣବଳାତ୍କାର ଓ ହତ୍ୟା ମାମଲାର ବିଚାର ଫାଷ୍ଟ-ଟ୍ରାକ୍‌ କୋର୍ଟରେ ହେବ ବୋଲି ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର...

Leave a comment

Your email address will not be published. Required fields are marked *