Posted inଜାତୀୟ

ରାଜୀବ କୁମାରଙ୍କୁ ଆଗୁଆ ଜାମିନ

କୋଲକାତା, ୨ା୧୦(ପି.ଟି.): ସାରଦା ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାରେ ବରିଷ୍ଠ ପୋଲିସ ଅଧିକାରୀ ରାଜୀବ କୁମାରଙ୍କୁ ମଙ୍ଗଳବାର କୋଲକାତା ହାଇକୋର୍ଟ ଆଗୁଆ ଜାମିନ ପ୍ରଦାନ କରିଛନ୍ତି। ବିଚାରପତି ଜଷ୍ଟିସ ଏସ୍‌. ମୁନ୍‌ସିି ଓ ଜଷ୍ଟିସ ଏସ୍‌. ଦାସଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି ବେଳେ କହିଛନ୍ତି, ସିବିଆଇ କୁମାରଙ୍କୁ ଗିରଫ କଲେ ସେ କୋର୍ଟରୁ ଜାମିନ ପାଇପାରିବେ। ହାଜତରେ ତାଙ୍କୁ ଜେରା ଲାଗି ଆବେଦନକାରୀଙ୍କ ଏହା ଉଚିତ ପଦକ୍ଷେପ ନୁହେଁ। ଏଥିସହ ଖଣ୍ଡପୀଠ ତଦନ୍ତରେ ସହଯୋଗ କରିବା ଓ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହେବା ଲାଗି କୁମାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପୂର୍ବରୁ କୁମାରଙ୍କ ଆଗୁଆ ଜାମିନ ଆବେଦନକୁ ଆଲିପୁର ଜିଲା ଓ ସେସନ୍ସ କୋର୍ଟ ପକ୍ଷରୁ ଖାରଜ କରାଯାଇଥିଲା। ସାରଦା ଚିଟ୍‌ଫଣ୍ଡ ମାମଲାରେ ସାକ୍ଷୀଭାବେ ତାଙ୍କୁ ତଦନ୍ତ ଅଧିକାରୀଙ୍କ ଆଗରେ ହାଜର ହେବା ଲାଗି ସିବିଆଇ ପକ୍ଷରୁ ମେ ୨୭ରୁ ଏକାଧିକ ଚିଠି କରାଯାଇଥିଲେ ହେଁ ସେ ଧରାଛୁଆଁ ଦେଉ ନ ଥିଲେ।


All Right Reserved By Dharitri.Com

ପ୍ରଶ୍ନର କାଠଗଡ଼ାରେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୭ା୪(ପି.ଟି.): ସାଧାରଣ ନିର୍ବାଚନ ପାଇଁ ଉଭୟ ଶାସକ ଓ ବିରୋଧୀ ପ୍ରସଙ୍ଗ ଖୋଜୁଥିବାବେଳେ କଂଗ୍ରେସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ମିଳିଯାଇଛି ଏକ ‘ବ୍ରହ୍ମାସ୍ତ୍ର’। ମୋଦି...

ମହାରାଷ୍ଟ୍ରର ନୂଆ ସମୀକରଣକୁ ଦେଖି କିଛି ଲୋକଙ୍କ ପେଟ କାଟୁଛି: ଶିବସେନା

ମୁମ୍ବାଇ,୧୬।୧୧: ମହାରାଷ୍ଟ୍ରରେ ଏବେ ସରକାର ଗଢିବାକୁ ଶିବସେନା ପୁଣି ଥରେ ପାଗ ଭିଡୁଛି। ଏତିକି ବେଳେ ଭାରତୀୟ ଜନତା ପାର୍ଟି(ଭାଜପା) ଏହାକୁ ହଜମ କରିପାରୁ ନ...

କନ୍ୟା ଖୋଜିବା ପାଇଁ ପୋଲିସ ଚାକିରି ଛାଡିଦେଲେ

ହାଇଦ୍ରାବାଦ,୧୨।୯: ହାଇଦ୍ରାବାଦ୍‌ର ଚାର୍‌ମିନାର୍‌ରେ ଜଣେ ପୋଲିସ୍‌ କନଷ୍ଟେବଳ ନିଜ ପାଇଁ କନ୍ୟା ଖୋଜିବା ପାଇଁ ପୋଲିସ ଚାକିରି ଛାଡିଦେଇଛନ୍ତି। କନଷ୍ଟେବଳ ଚାକିରି ଯୋଗୁ ତାଙ୍କୁ ଝିଅ...

ଦାଦନଙ୍କ ଗଣପଳାୟନକୁ ରୋକ

ନୂଆଦିଲ୍ଲୀ,୧ା୪: କୋଭିଡ୍‌-୧୯ ଲକ୍‌ଡାଉନ ଯୋଗୁ ଲକ୍ଷାଧିକ ଦାଦନ ଶ୍ରମିକ ଜୀବିକା ହରାଇ ନାନା ଦୁର୍ଦ୍ଦଶା ଭୋଗିଛନ୍ତି। ଲକ୍ଷ ଲକ୍ଷ ଶ୍ରମିକ ଦିଲ୍ଲୀ ଛାଡ଼ିବା ପାଇଁ ବାହାରିଥିବାବେଳେ...

ଏହି ରାଜ୍ୟରେ ଶହୀଦଙ୍କ ପରିବାରଙ୍କୁ ଦେବାକୁ ପଡ଼ିବନି ଟୋଲ ଟ୍ୟାକ୍ସ

ଶିମଲା,୧୧।୧୧: ଶହୀଦଙ୍କ ପରିବାରଙ୍କୁ ଏଣିକି ଦେବାକୁ ପଡ଼ିବନି ଟୋଲ ଟ୍ୟାକ୍ସ। ଏନେଇ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ସୋମବାର ଘୋଷଣା କରିଛନ୍ତି। ଏଥିସହ ଶହୀଦ...

୨୧ ବର୍ଷରେ ବିଚାରପତି

ଜୟପୁର,୨୨-୧୧:ରାଜସ୍ଥାନ ରାଜଧାନୀ ଜୟପୁରର ମାନସରୋବର ବାସିନ୍ଦା ୨୧ ବର୍ଷୀୟ ମୟଙ୍କ ପ୍ରତାପ ସିଂ ଦେଶର ସର୍ବକନିଷ୍ଠ ବିଚାରପତି ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ସେ ପ୍ରଥମ...

ଏସପି ନେତାଙ୍କ ବିବାଦୀୟ ବୟାନ୍‌: ସ୍ତ୍ରୀଙ୍କୁ ଗୁଳି ମାରିଦେବାଠାରୁ ଭଲ ତିନି ତଲାକ

ନୂଆଦିଲ୍ଲୀ, ୨୫।୭: ମୁସଲମାନ ମହିଳାଙ୍କ ସୁରକ୍ଷା ପାଇଁ ସଂସଦରେ ଆଗତ ହେବାକୁ ଥିବା ତିନି ତଲାକ ବିଲ୍‌କୁ ନେଇ ଗୁରୁବାର ଗୃହରେ ହଙ୍ଗାମା ହୋଇଛି। କେନ୍ଦ୍ର...

ଅପରେଶନ୍‌ ଅଲ୍‌ ଆଉଟ୍‌: ୬ ମାସରେ ୧୧୪ ଆତଙ୍କବାଦୀ ନିହତ

ଶ୍ରୀନଗର,୨୪।୬: ଜମ୍ମୁ-କଶ୍ମୀରରେ ଜାରି ରହିଥିବା ଅପରେଶନ ଅଲ୍‌ ଆଉଟ୍‌ରେ ମିଳିତ ସୁରକ୍ଷାକର୍ମୀଙ୍କୁ ସଫଳତା ମିଳିଛି। ଗତ ୬ ମାସ ମଧ୍ୟରେ ୧୪୪ ଜଣ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର...

Leave a comment

Your email address will not be published. Required fields are marked *