ଜାତୀୟ ସ୍ବେଚ୍ଛାକୃତ ରକ୍ତଦାତା ଦିବସ

ନୂଆପଡା ଅଫିସ,୨ା୧୦- ସ୍ଥାନୀୟ ଜିଲା ମୁଖ୍ୟ ଚିକିତ୍ସାଳୟରେ ଜିଲା ରକ୍ତଭଣ୍ଡାର ପକ୍ଷରୁ ଜାତୀୟ ସ୍ବେଚ୍ଛାକୃତ ରକ୍ତଦାତା ଦିବସ ପାଳିତ ହୋଇଯାଇଛି। ଏଥିରେ ଜିଲା ରକ୍ତଭଣ୍ଡାର ମୁଖ୍ୟ ଡା. ଲଳିତ ମୋହନ ବିଶି ସଭାପତିତ୍ୱ କରିଥିବାବେଳେ ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ଜ୍ୟୋତ୍ସ୍ନାରାଣୀ ପଟ୍ଟନାୟକ, ଡା. ବି. ବି. ଜଗତ, ଡିପିଏମ ବିଶ୍ୱମ୍ବର ବେହେରା, ଜିଲା ଲେପ୍ରୋସି ଅଧିକାରୀ ଡା. ରାଧାରମଣ ବିରତିଆ, ଅତିରକ୍ତ ଏସପି ସୁନୀଲ କୁମାର ଆଚାର୍ଯ୍ୟ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ରକ୍ତଦାନର ଉପକାରୀତା ଏବଂ କିପରି ରକ୍ତଦାନକୁ ପ୍ରୋତ୍ସାହିତ କରାଯାଇ ପାରିବ ସେ ଉପରେ ଅତିଥିମାନେ ବୁଝାଇଲେ। ଏହି ଅବସରରେ ରକ୍ତଦାନ ଉପରେ ବିଶେଷ ଭୂମିକା ରଖିଥିବା ସ୍ବେଚ୍ଛାସେବୀ ଓମପ୍ରକାଶ କଲାର, କିଶୋର କୁମାର ପରିଡା, ମନୋଜ କୁମାର ଡାଗା, ଶିକ୍ଷକ କୈଳାସ କୁମାର ନାଏକଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ, ସ୍ଥାନୀୟ ବଟକୃଷ୍ଣ କଲେଜ ଅଫ ଫାର୍ମାସୀର ଛାତ୍ରୀଛାତ୍ରମାନେ ଯୋଗଦେଇଥିଲେ। କାର୍ଯ୍ୟକ୍ରମକୁ ଏଡିପିଏଚସିଓ ରୁକ୍ମଣୀ ବେହେରା, ଶରତ କୁମାର ବେଜୋ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।


All Right Reserved By

ସାନଖେମୁଣ୍ଡିରେ ନନ୍ଦିନୀ ଦେବୀ ଆଗରେ

ବ୍ରହ୍ମପୁର ଅଫିସ,୨୩।୫- ସାନଖେମୁଣ୍ଡି ବିଧାନସଭା ର୍ନିବାଚନ ମଣ୍ଡଳୀରେ ବିଜେଡି ଆଗୁଆ ରହିଛି। ପଞ୍ଚମ ରାଉଣ୍ଡ ଗଣତି ସୁଦ୍ଧା ବିଜେଡିର ନନ୍ଦିନୀ ଦେବୀଙ୍କୁ ୧୦ହଜାର ୪୮୯ ଖଣ୍ଡ...

କୋରାପୁଟରେ ସ୍ବାଧୀନତା ଦିବସ : ବୈଷୟିକ ମନ୍ତ୍ରୀଙ୍କ ପତାକା ଉତ୍ତୋଳନ

କୋରାପୁଟ,୧୫।୮(ସ୍ବ.ପ୍ର.): କୋରାପୁଟ ଜିଲା ପୋଲିସ ପଡ଼ିଆରେ ଜିଲାସ୍ତରୀୟ ସଧୀନତା ଦିବସ ପାଳିତ ହୋଇଯାଇଛି। ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ମୁଖ୍ୟ...

ନିମ୍ନମାନର ରାସ୍ତାକାମ, ବନ୍ଦ କଲେ ଗ୍ରାମବାସୀ

ଅମରପାଲି, ୧୧।୭(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ମୁଖ୍ୟ ଛକଠାରୁ ରେଢ଼ାଖୋଲ- ବୀରମହାରାଜପୁର ସୀମାବର୍ତ୍ତୀ ଅମରପାଲି ପର୍ଯ୍ୟନ୍ତ ହେଉଥିବା ରାସ୍ତା କାମ ନିମ୍ନମାନର ହେଉଥିବା ଅଭିଯୋଗ ହେଉଛି।...

ଜେଲ, ମେଡିକାଲ ପରିସରରେ ରକ୍ଷାବନ୍ଧନ

ସୋରଡ଼ା,୧୫।୮(ଡି.ଏନ୍‌.ଏ.)- ସ୍ବାଧୀନତା ଦିବସ, ରକ୍ଷାବନ୍ଧନ ଉପଲକ୍ଷେ ବିବେକାନନ୍ଦ ଯୁବ ପରିଷଦ ପକ୍ଷରୁ ସ୍ଥାନୀୟ ସବ୍‌ ଜେଲ ପରିସରରେ ରକ୍ଷା ବନ୍ଧନ ପାଳିତ ହୋଇଯାଇଛି। ଏଥିରେ ଅନ୍ତେବାସୀଙ୍କୁ...

ଝଡ଼ ବତାସ ନେଲା ଜୀବନ

ଚିତ୍ରକୋଣ୍ଡା,୩୦।୫: ଚିତ୍ରକୋଣ୍ଡା ଥାନା ଅନ୍ତର୍ଭୁକ୍ତ ନାକାମାମୁଡ଼ି ପଞ୍ଚାୟତ ବାମେରିଙ୍ଗ ଗଁାରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବୁଧବାର ଉକ୍ତ ଗଁାରେ ଥିବା ଏକ ନଦୀକୁ ଡଙ୍ଗାରେ...

ବଜ୍ରପାତରେ ୨ ମୃତ, ୨ ଗୁରୁତର

କାମାକ୍ଷାନଗର,୨୩।୮(ଡି.ଏନ୍‌.ଏ.)-ଢେଙ୍କାନାଳ କାମାକ୍ଷାନଗର ଏବଂ କଙ୍କଡ଼ାହାଡ଼ ବ୍ଲକରେ ଶୁକ୍ରବାର ପୃଥକ୍‌ ସ୍ଥାନରେ ବଜ୍ରପାତ ଘଟି ୨ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ୨ଜଣ ଗୁରୁତର ହୋଇଛନ୍ତି। ବାଲିପଡ଼ା...

ରାୟଗଡ଼ା ଭୋଟ ଗଣତି କେନ୍ଦ୍ରରେ ଅବ୍ୟବସ୍ଥା ଅଭିଯୋଗ: ହୋ ହଲ୍ଲା କଲେ ଏଜେଣ୍ଟ

ରାୟଗଡ଼ା ଅଫିସ, ୨୩।୫- ସାଧାରଣ ନିର୍ବାଚନ ଫଳାଫଳକୁ ଲୋକେ ଅପେକ୍ଷା କରି ରହିଥିବା ବେଳେ ଏହା ମଧ୍ୟରେ ଭୋଟ ଗଣତି ଆରମ୍ଭ ହୋଇଯାଇଛି। ତେବେ ରାୟଗଡ଼ା...

ନାଳରେ ବୁଡି ନାବାଳକ ମୃତ

କୋରାପୁଟ, ୧୪।୮(ସ୍ବ.ପ୍ର): କୋରାପୁଟ ଜିଲାର ଜଲାପୁଟ ପାଣ୍ଡି ଅନ୍ତର୍ଗତ ଝୁଲା ବ୍ରିଜ ନିକଟରେ ଥିବା ନାଳରେ ବୁଡି ଜଣେ ଶିଶୁଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *