Posted inଖେଳ

ମନଦୀପ ସିଂଙ୍କ ୧୫୦ତମ ମ୍ୟାଚ

ଆଣ୍ଟ୍ବେର୍ପ(ବେଲଜିୟମ), ୨।୧୦-ମଙ୍ଗଳବାର ବେଲଜିୟମ ବିପକ୍ଷରେ କ୍ୟାରିୟରର ୧୫୦ତମ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ ମନଦୀପ ସିଂ। ମ୍ୟାଚ ପୂର୍ବରୁ କୋଚ୍‌ ଗ୍ରାହାମ ରିଡ୍‌ ତାଙ୍କୁ ୧୫୦ ନମ୍ବର ଲେଖାଥିବା ଜର୍ସି ପ୍ରଦାନ କରିଥିଲେ। ପଞ୍ଜାବ ଜଳନ୍ଧରର ମନଦୀପ ୨୦୧୩ରେ ନୂଆଦିଲ୍ଲୀଠାରେ ହକି ଓ୍ବାଲର୍‌ଡ ଲିଗ୍‌ ରାଉଣ୍ଡ-୨ ଅବସରରେ ଜାତୀୟ ସିନିୟର ଦଳ ପକ୍ଷରୁ ପଦାର୍ପଣ କରିଥିଲେ। ହକି ଇଣ୍ଡିଆ ଲିଗ୍‌ର ପ୍ରଥମ ସଂସ୍କରଣରେ ଚମତ୍କାର ପ୍ରଦର୍ଶନ ଯୋଗୁ ସେ ଭାରତୀୟ ହକି ଦଳର ଫରଓ୍ବାର୍ଡ ଲାଇନ୍‌ରେ ସ୍ଥାନ ପାଇଥିଲେ। ୨୪ ବର୍ଷୀୟ ମନଦୀପ ୨୦୧୬ରେ ଲଣ୍ଡନରେ ଅନୁଷ୍ଠିତ ଚାମ୍ପିୟନ୍ସ ଟ୍ରଫିରେ ରୌପ୍ୟ, ୨୦୧୮ରେ ବ୍ରେଡାଠାରେ ଅନୁଷ୍ଠିତ ଚାମ୍ପିୟନ୍ସ ଟ୍ରଫିରେ ରୌପ୍ୟ, ସେହିବର୍ଷ ଏସିଆନ ଗେମ୍ସରେ ବ୍ରୋଞ୍ଜ ବିଜୟୀ ଭାରତୀୟ ଦଳର ସଦସ୍ୟ ଥିଲେ। ୨୦୧୬ରେ ଜୁନିୟର ହକି ବିଶ୍ୱକପ ବିଜୟୀ ଭାରତୀୟ ଦଳର ସେ ଜଣେ ପ୍ରମୁଖ ସଦସ୍ୟ ଥିଲେ।


All Right Reserved By Dharitri.Com

Posted inଖେଳ View All

ଜାଫର୍‌ଙ୍କ ନାମରେ ଆଉ ଏକ ରଣ୍‌ଜୀ ରେକର୍ଡ

ନାଗପୁର, ୪।୨- ଭେଟେରାନ ବ୍ୟାଟ୍ସମ୍ୟାନ ଓ୍ବାସିମ ଜାଫର୍‌ ରଣ୍‌ଜୀ ଟ୍ରଫି କ୍ରିକେଟ୍‌ରେ ଆଉ ଏକ ରେକର୍ଡ ନିଜ ନାମରେ ଲିପିବଦ୍ଧ କରିଛନ୍ତି। ରଣ୍‌ଜୀ ଟ୍ରଫି ଇତିହାସରେ...

ଭାରତୀୟ କ୍ରିକେଟ ଦଳର ଜର୍ସିରେ ଅନୁଷ୍କା ଶର୍ମା

ବଲିଉଡ୍‌ ଅଭିନେତ୍ରୀ ତଥା ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲିଙ୍କ ସ୍ତ୍ରୀ ଅନୁଷ୍କା ଶର୍ମା ଅନେକ ଦିନ ବ୍ୟବଧାନ ପରେ ଫିଲ୍ମ ଶୁଟିଂ ଆରମ୍ଭ...

ମେସିଙ୍କୁ ୟୁରୋପର ଗୋଲ୍ଡ ବୁଟ୍‌

ବାର୍ସିଲୋନା,୨୫।୫- ଆର୍ଜେଣ୍ଟିନା ଷ୍ଟାର ଲିଓନେଲ ମେସି ଚଳିତ ସିଜନରେ ୟୁରୋପର ସମସ୍ତ ଲିଗ୍‌ରେ ସର୍ବାଧିକ ସଂଖ୍ୟକ ଗୋଲକରି ଗୋଲ୍ଡ ବୁଟ୍‌ ହାତେଇଛନ୍ତି। କ୍ରମାଗତ ୩ୟ ଥର...

ପ୍ରଥମ ଟି୨୦: ଭାରତ ୪ ଉଇକେଟରେ ବିଜୟୀ

ଲଡରହିଲ,୪।୮(ପି.ଟି.)- ବିଶ୍ୱକପ୍‌ ବିପର୍ଯ୍ୟୟ ପରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ବିଜୟ ହାସଲ କରିଛି। ସ୍ଥାନୀୟ ସେଣ୍ଟ୍ରାଲ...

ରାଜ୍ୟ ସିନିୟର ମହିଳା ହକି ଚାମ୍ପିୟନଶିପ ଉଦ୍‌ଯାପିତ:ଖୋର୍ଦ୍ଧା-ପାନପୋଷ କ୍ରୀଡ଼ା ଛାତ୍ରାବାସ ଯୁଗ୍ମ ଚାମ୍ପିୟନ

ରାଉରକେଲା ଅଫିସ,୧୩।୮- ରାଉରକେଲା ପାନପୋଷ କ୍ରୀଡ଼ା ଛାତ୍ରାବାସ ଷ୍ଟାଡିୟମରେ ଗତ ୯ ତାରିଖରୁ ଆରମ୍ଭ ହୋଇଥିବା ସିନିୟର ମହିଳା ହକି ଚାମ୍ପିୟନଶିପ ସୋମବାର ଉଦ୍‌ଯାପିତ ହୋଇଛି।...

ଫିଟ୍‌ନେସ୍‌ ଟେଷ୍ଟବେଳେ ଅକମଲଙ୍କ ଅସଦାଚରଣ

କରାଚୀ,୩।୨- ଦୀର୍ଘଦିନ ହେଲା ପାକିସ୍ତାନ ଜାତୀୟ ଦଳରୁ ବାଦ୍‌ ପଡ଼ିଥିବା ଉମର ଅକମଲ ଶୃଙ୍ଖଳାଗତ ଦଣ୍ଡାଦେଶର ସମ୍ମୁଖୀନ ହୋଇପାରନ୍ତି। ସେ ଫିଟ୍‌ନେସ ଟେଷ୍ଟବେଳେ ଟ୍ରେନରଙ୍କୁ ଅପମାନିତ...

ପିବିଏଲ୍‌ର ଅନ୍ତିମ ଲେଗ୍‌ ହାଇଦ୍ରାବାଦକୁ ସ୍ଥାନାନ୍ତର

ବେଙ୍ଗାଲୁରୁ,୧୧।୧(ପି.ଟି.)- ପ୍ରିମିୟର ବ୍ୟାଡ୍‌ମିଣ୍ଟନ ଲିଗ (ପିବିଏଲ୍‌)ର ଅନ୍ତିମ ଲେଗର ମ୍ୟାଚ୍‌ଗୁଡିକ ବେଙ୍ଗାଲୁରୁରୁ ହାଇଦ୍ରାବାଦକୁ ସ୍ଥାନାନ୍ତର କରାଯାଇଛି। ମ୍ୟାଚ୍‌ ଖେଳାଯିବା ପାଇଁ ଭେନୁ ଉପଲବ୍ଧ ନ ହେବାକୁ...

ମ୍ୟାଚ୍‌ ଚାଲିଥିବାବେଳେ ଭାରତୀୟ କ୍ରିକେଟରଙ୍କୁ ଆସିଲା ହୃଦ୍‌ଘାତ, ଡାକ୍ତରଖାନା ନେବା ବାଟରେ ଚାଲିଗଲା ଜୀବନ

ଅଗରତାଲା,୪।୧୨: କ୍ରିକେଟ ପଡିଆରେ ଅଘଟଣ ଘଟିବା ନୂଆ କଥା ନୁହେଁ। ପୂର୍ବରୁ ମଧ୍ୟ ଅନେକ ଖେଳାଳିଙ୍କ ଶରୀରରେ ବଲ୍‌ ବାଜି ମୃତ୍ୟୁ ଘଟିଛି। ତ୍ରିପୁରାର ରାଜଧାନୀ...

Leave a comment

Your email address will not be published. Required fields are marked *