ପାକିସ୍ତାନ ନାଳରୁ ମିଳିଲା ବିଏସଏଫ ଯବାନ ପରିତୋଷ ମଣ୍ଡଳଙ୍କ ମୃତଦେହ

ଇସଲାମାବାଦ,୧।୧୦: ଜମ୍ମୁ କଶ୍ମୀର ସୀମା ରେଖାରେ ଡ୍ୟୁଟିରେ ଥିବା ବେଳେ ନିଖୋଜ ହୋଇଯାଇଥିବା ବର୍ଡର ସିକ୍ୟୁରଟି ଫୋର୍ସ(ବିଏସଏଫ)ର ଯବାନ ପରିତୋଷ ମଣ୍ଡଳ(୫୪)ଙ୍କ ମୃତଦେହ ପାକିସ୍ତାନରୁ ଅଇକ୍‌ ନାଳରୁ ଉଦ୍ଧାର କରାଯାଇଛି। ପାକିସତାନ ରେଞ୍ଜର୍ସ ପକ୍ଷରୁ ଏହି ସୂଚନା ବିଏସଏଫ ଜମ୍ମୁ ୟୁନିଟକୁ ପଠାଇଦିଆଯାଇଛି। ଖୁବ୍‌ଶୀଘ୍ର ପରିତୋଷଙ୍କ ମୃତଦେହ ପାକିସ୍ତାନ ପଠାଇଦେବ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ଆରଏସପୁରାର ଆର୍ଣ୍ଣିଆ ସେକ୍ଟରରେ ପାଟ୍ରୋଲିଂ କରୁଥିବାବେଳେ ୪ ଦିନ ହେବ ନିଖୋଜ ଥିଲେ। ବିଏସଏଫରେ ସେ ସବଇନସପେକ୍ଟର ପଦବୀରେ ନିୟୋଜିତ ଥିଲେ। ସେ ଓ ଦୁଇ ଜଣ କନଷ୍ଟେବଳ ସନ୍ଧ୍ୟାରେ ପାଟ୍ରୋଲିଂ କରୁଥିବାବେଳେ ଦୁର୍ଘଟଣାବଶତଃ ପରିତୋଷ ନଦୀରେ ଖସି ପଡ଼ିଥିଲେ। ଏହାପରେ ଏହି ନିଖୋଜ ବିଏସଏଫ ଯବାନଙ୍କୁ ଖୋଜିବା ପାଇଁ ପ୍ରୟାସ ଜାରି ରହିଥିଲା। ପାକିସ୍ତାନକୁ ମଧ୍ୟ ଏ ବାବଦରେ ସୂଚନା ଦିଆଯାଇଥିଲା। ଯଦି ପରିତୋଷଙ୍କ ବାବଦରେ ସୂଚନା ମିଳେ ତାହେଲେ ତୁରନ୍ତ ଭାରତକୁ ଖବର ଦେବାପାଇଁ କୁହାଯାଇଥିଲା। ପରିତୋଷ ମଣ୍ଡଳ ବିଏସଏଫର ୩୬ ବାଟାଲିୟନ ସହ ଜଡ଼ିତ ଥିଲେ।


All Right Reserved By Dharitri.Com

ରୁଷିଆରେ ଭୟଙ୍କର ସ୍ଥିତି

ଓ୍ବାଶିଂଟନ/ ମସ୍କୋ/ ଲଣ୍ଡନ, ୧୩ା୫: ପ୍ରାଣଘାତୀ କରୋନା ଭୂତାଣୁ ବିଶ୍ୱକୁ ଆତଙ୍କିତ କରି ରଖିଛି। ଏହି ମହାମାରୀ ଯୋଗୁ ବିଶ୍ୱରେ ୪୨.୯୭ ଲକ୍ଷ ଲୋକ ଭୂତାଣୁ...

ଜଣେ ଭଲ ପିତା ଆଣିଦେବା ପାଇଁ ସାନ୍ତାକ୍ଲଜ୍‌ଙ୍କୁ ଚିଠି ଲେଖିଲେ ୭ ବର୍ଷ ବାଳକ

ଟେକ୍ସାସ୍‌,୨୫।୧୨: ବନଦିନ ଅବସରରେ ଟେକ୍ସାସ୍‌ର ଜଣେ ୭ ବର୍ଷର କୋମଳମତି ବାଳକ ତାଙ୍କ ପାଇଁ ଉପହାର ଭାବେ ଜଣେ ଭଲ ପିତା ଆଣିଦେବାକୁ ସାନ୍ତାକ୍ଲଜ୍‌ଙ୍କୁ ଚିଠି...

ଗ୍ରେଟାଙ୍କ ନାମରେ ନୂଆ ପ୍ରଜାତି ଗେଣ୍ଡାର ହେଲା ନାମକରଣ

ବନ୍ଦର ସେରି ବେଗାଓ୍ବନ,୨୨।୨: ବ୍ରୁନେଇରେ ଗବେଷକ ଗେଣ୍ଡାର ଏକ ନୂଆ ପ୍ରଜାତି ସମ୍ପର୍କରେ ସନ୍ଧାନ ପାଇଛନ୍ତି। ଏହି ଗେଣ୍ଡା ପ୍ରଜାତିର ନାମକରଣ ପରିବେଶବିତ୍‌ ଗ୍ରେଟା ଥନବର୍ଗଙ୍କ...

ପିଲାମାନେ କାହିଁକି ହୁଅନ୍ତି ବାଉଁଆ ବା ଲେପ୍ଟି

ସାଧାରଣତଃ ଅଧିକାଂଶ ଲୋକେ ସବୁକାମ ପାଇଁ ଡାହାଣ ହାତର ବ୍ୟବହାର କରିଥାଆନ୍ତି। କିନ୍ତୁ ଆଉ କିଛି ଲୋକ ଅଛନ୍ତି ଯେଉଁମାନେ ବେଶି ବାମ ହାତ ବ୍ୟବହାର...

ଭାରତ-ଇଂଲଣ୍ଡ ମଧ୍ୟରେ ହେବ ଫାଇନାଲ୍‌: ଗୁଗୁଲ ସିଇଓ ସୁନ୍ଦର ପିଚାଇ

ଓ୍ବାଶିଂଟନ,୧୩।୬: ଏବେ କ୍ରିକେଟ୍‌ ବିଶ୍ୱ କପ୍‌ ନେଇ ବେଶ୍‌ ଲୋକଙ୍କ ମଧ୍ୟରେ ଉତ୍ସାହ ଜାରି ରହିଛି। ତେବେ ଫାଇନାଲରେ ମୁକାବିଲା କେଉଁ ଦୁଇ ଦେଶ ମଧ୍ୟରେ...

ଅଜବ କୁସ୍ତି ପ୍ରତିଯୋଗିତା

ଚାଇନାର ଚୋଙ୍ଗକିଙ୍ଗ ସହରରେ ଅନୁଷ୍ଠିତ ହେଉଥିବା କୁସ୍ତି ପ୍ରତିଯୋଗିତା ବିଷୟରେ ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇ ଯାଆନ୍ତି। କାରଣ କୁସ୍ତି ସାଧାରଣତଃ ଦୁଇ ଯୋଦ୍ଧାଙ୍କ...

ବିଶ୍ୱରେ ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୮।୫: ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍‌ଓ)ର ଚେତାବନୀ ପରେ ଏବେ ଆମେରିକା, ବ୍ରାଜିଲ, ଭାରତ ଓ କିଛି ଲାଟିନ ଆମେରିକା ଦେଶରେ କରୋନା ସଂକ୍ରମଣ ସଂଖ୍ୟା ଦ୍ରୁତ...

ଓ୍ବାଶିଂଟନରେ ସିଏଏ ବିରୋଧୀ ବିକ୍ଷୋଭ

ଓ୍ବାଶିଂଟନ,୨୪ା୧୨(ପି.ଟି.): ଆମେରିକାରେ ମଧ୍ୟ ସିଏଏ ଏବଂ ଏନ୍‌ଆର୍‌ସି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଓ୍ବାଶିଂଟନସ୍ଥିତ ଭାରତୀୟ ଦୂତାବାସ ସମ୍ମୁଖରେ ଥିତ୍ବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଚତୁଃପାର୍ଶ୍ୱରେ...

Coronavirus Update


selfi corner

Archives

Model This Week

Why Dharitri

Leave a comment

Your email address will not be published. Required fields are marked *