ଡାକ୍ତରଖାନାରେ ଗରିବଙ୍କୁ ମିଳୁଛି ମାଗଣା ଖାଦ୍ୟ

ମହାରାଷ୍ଟ୍ରର ଅମରାବତୀର ହର୍ବିନ୍‌ ସରକାରୀ ଡାକ୍ତରଖାନାରେ ଗରିବଙ୍କୁ ମିଳୁଛି ମାଗଣା ଖାଦ୍ୟ ସୁବିଧା। ଶିଖ୍‌ ସଂପ୍ରଦାୟର ‘ଦଶବନ୍ଦ’ ଶିକ୍ଷା ମାଧ୍ୟମରେ ଆରମ୍ଭ ହୋଇଛି ‘ଜଲାରାମ ପାନପୋଇ ରାମ ରୋଟି’ ଅଭିଯାନ। ‘ଦଶବନ୍ଦ’ର ଅର୍ଥ ନିଜ ରୋଜଗାରର ଦଶ ପ୍ରତିଶତ ଅଂଶକୁ ଗରିବ ଏବଂ ନିଃସହାୟଙ୍କ ସେବାରେ ଲଗାଇବା। ଏଥିରୁ ପ୍ରେରିତ ହୋଇ ‘ଜଲାରାମ ପାନ୍‌ପୋଇ ରାମ ରୋଟି’ ଅଭିଯାନର ସଦସ୍ୟମାନେ ଡାକ୍ତରଖାନାରେ ଦୈନନ୍ଦିନ ଶହ ଶହ ଲୋକଙ୍କୁ ପେଟ ପୂରା ଖାଇବାକୁ ଦେଉଛନ୍ତି। ହସ୍ପିଟାଲରେ ଚାଲିଥିବା ଏହି ଅଭିଯାନ ପ୍ରାୟ ୧୭ବର୍ଷ ପୁରୁଣା। ହସ୍ପିଟାଲ୍‌କୁ ଚିକିତ୍ସା ନିମନ୍ତେ ଆସୁଥିବା ଲୋକଙ୍କ ମଧ୍ୟରୁ ଅଧିକାଂଶ ଗରିବ ଶ୍ରେଣୀର। ଯେଉଁମାନେ ଔଷଧ କିଣିବା ଦୂରର କଥା ଦିନକୁ ଦି’ଓଳି ଠିକ୍‌ରେ ଖାଇବା ବି ଜୁଟାଇ ପାରନ୍ତି ନାହଁି। ‘ଜଲାରାମ ପାନପୋଇ ରାମ ରୋଟି କମିଟି’ ଏହି ଗରିବ ଶ୍ରେଣୀର ଲୋକ ଏବଂ ସେମାନଙ୍କ ସହ ଆସୁଥିବା ସମ୍ପର୍କୀୟଙ୍କୁ ତିନି ଓଳି ମାଗଣାରେ ଖାଇବାକୁ ଦେଉଛନ୍ତି। ତା’ସାଙ୍ଗକୁ ମାଗଣାରେ ପୋଷାକ ବି ବଣ୍ଟନ କରିଥାନ୍ତି। ଅମରାବତୀ ନିବାସୀ ରୂମସିଂହ ସୂର୍ଯ୍ୟବଂଶୀ ନିଜର କିଛି ସାଥୀ ସହଯୋଗୀଙ୍କ ସହ ମିଶି ଏହି ଅଭିଯାନକୁ ଆଗକୁ ବଢ଼ାଇ ଚାଲିଛନ୍ତି।


All Right Reserved By Dharitri.Com

ଆଶ୍ଚର୍ଯ୍ୟ ଯେତିକି ରୋଚକ ସେତିକି: ରାସ୍ତା କଡରେ ବୁଲୁଥିବା ଏକ କୁକୁରକୁ ନିଆଯିବ ସୁଇଜରଲାଣ୍ଡ

କେରଳର ମୁନ୍ନାରରେ ଏକ ନିଆରା ଘଟଣା ଦେଖିବାକୁ ମିଳିଛି। ରାସ୍ତା କଡରେ ବୁଲୁଥିବା ଏକ କୁକୁରକୁ ସୁଇଜରଲାଣ୍ଡ ପଠାଯିବାର ବ୍ୟବସ୍ଥା କରାଯାଇଛି। କଥାଟା ଯେତିକି ଆଶ୍ଚର୍ଯ୍ୟ...

ଭାରତର ଆତ୍ମାକୁ ବିଜୟୀ କରାଇଛନ୍ତି ଦିଲ୍ଲୀବାସୀ: କେଜରିଓ୍ବାଲଙ୍କୁ ଭେଟିଲେ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଏଏପି ଏକ୍‌ଜିଟ୍‌ ପୋଲ୍‌ ଅନୁମାନ ସତ୍ୟରେ ପରିଣତ ହୋଇଛି। ଦିଲ୍ଲୀବାସୀ ପୁଣିଥରେ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ପ୍ରତି ନିଜର ସମର୍ଥନ...

ଜାଲ୍‌ ସାର୍ଟିଫିକେଟରେ ଚାକିରି ହଡ଼ପ

ନୂଆଦିଲ୍ଲୀ,୨୪ା୧୦(ଆଇଏଏନ୍‌ଏସ୍‌): ଉତ୍ତରପ୍ରଦେଶରେ ଅନୁସୂଚିତ ଜନଜାତିଙ୍କ ଲାଗି ସଂରକ୍ଷିତ ହଜାର ହଜାର ସରକାରୀ ଚାକିରି ହଡ଼ପ ହୋଇଛି। ଜିଲାପାଳଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ପ୍ରଶାସନର ଜ୍ଞାତସାରରେ ଚାଲିଥିଲା...

ମିଳିଲା ଗୁପ୍ତଧନ: ଶହେ ବର୍ଷ ତଳର ମାଟିପାତ୍ରରେ ୨,୫୯୫ ମୁଦ୍ରା

ଥିରୁଭାନନ୍ତପୁରମ୍‌,୭।୧୨: କେରଳର ଥିରୁଭାନନ୍ତପୁରମ୍‌ରେ ମାଟି ତଳୁ ମିଳିଛି ଗୁପ୍ତଧନର ସନ୍ଧାନ। ଶହେ ବର୍ଷ ପୁରୁଣା ମାଟି ପାତ୍ରରେ ୨,୫୯୫ ତମ୍ବା ମୁଦ୍ରା ବନ୍ଦ ଅବସ୍ଥାରେ ମିଳିଛି।...

‘ପାଦ ଛୁଇଁବା ମନା’ ବୋର୍ଡ ବାସଭବନରେ ଲଗାଇଲେ ମନ୍ତ୍ରୀ

ଲକ୍ଷ୍ନୌ,୧୩।୧୦: ରାଜନୀତିରେ ପାଦ ଛୁଇଁବା ପରମ୍ପରା ବନ୍ଦ କରିବା ଲାଗି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ଜଣେ ମନ୍ତ୍ରୀ ଅଣ୍ଟା ଭିଡ଼ିଛନ୍ତି। ରାଜ୍ୟ ସାଧାରଣ ପ୍ରଶାସନ ଏବଂ...

ନିଆରା ଢ଼ଙ୍ଗରେ ଯୁବତୀଙ୍କୁ ପ୍ରୋପୋଜ୍‌ କଲେ ଯୁବକ

ପ୍ରେମ ହେଉଛି ଶାସ୍ବତ ଓ ଚିରନ୍ତନ। ଯୁବକ ଓ ଯୁବତୀମାନେ ତାଙ୍କର ପ୍ରଥମ ପ୍ରେମ ନିବେଦନକୁ ଏକ ଭଲ ସ୍ମୃତି କରିବାକୁ ବେଶ୍‌ ପସନ୍ଦ କରନ୍ତି।...

ତେଜ ପ୍ରତାପଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ

ପାଟନା,୩୧।୫: ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି)ର ନେତା ଓ ଲାଲୁ ଯାଦବଙ୍କ ପୁଅ ତେଜ ପ୍ରତାପଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ତେଜ ପ୍ରତାପ ସାମାନ୍ୟ...

ପରାଜୟର କାରଣ ଜାଣିବା ଲାଗି ବୁଥ୍‌ସ୍ତରୀୟ ରିପୋର୍ଟ ଲୋଡିଲେ ରାହୁଲ

ନୂଆଦିଲ୍ଲୀ, ୬।୬: ଚଳିତ ଲୋକ ସଭା ନିର୍ବାଚନରେ କଂଗ୍ରେସ ଦଳର ପରାଜୟ ନେଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବେଶ୍‌ ମର୍ମାହତ ହୋଇଛନ୍ତି। ପରାଜୟର ପ୍ରକୃତ...

Leave a comment

Your email address will not be published. Required fields are marked *