Posted inଖେଳ

ସର୍ଜରୀରୁ ପ୍ରତ୍ୟାବର୍ତ୍ତନ ପରେ ମୁରେଙ୍କ ଶ୍ରେଷ୍ଠ ପ୍ରଦର୍ଶନ

ବେଜିଂ, ୧।୧୦ (ଏଏଫ୍‌ପି)- ବ୍ରିଟେନ ଟେନିସ ଷ୍ଟାର୍‌ ଆଣ୍ଡି ମୁରେ ସର୍ଜରୀରୁ ପ୍ରତ୍ୟାବର୍ତ୍ତନ କରିବା ପରେ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ଏଠାରେ ଚାଲିଥିବା ଚାଇନା ଓପନ୍‌ର ପ୍ରଥମ ରାଉଣ୍ଡର ଏକ ମୁକାବିଲାରେ ୩୨ ବର୍ଷୀୟ ମୁରେ ୭-୬ (୭/୨), ୭-୬ (୯/୭) ସେଟ୍‌ରେ ବିଶ୍ୱ ମାନ୍ୟତାର ତ୍ରୟୋଦଶ ସ୍ଥାନରେ ଥିବା ମାଟ୍ଟେଓ ବେରେଟିନିଙ୍କୁ ପରାସ୍ତ କରିଛନ୍ତି। ଗତ ୟୁଏସ୍‌ ଓପନ୍‌ ଗ୍ରାଣ୍ଡସ୍ଲାମ ପ୍ରତିଯୋଗିତାର ସେମିଫାଇନାଲରେ ପ୍ରବେଶ କରିଥିବା ଇଟାଲୀର ବେରେଟିନି ୨ ଘଣ୍ଟା ଲଢ଼େଇ କରି ଏହି ମ୍ୟାଚ୍‌କୁ ଶେଷରେ ହାରିଯାଇଥିଲେ। ଗତ ଜାନୁୟାରୀରେ ମୁରେଙ୍କ ଅସ୍ତ୍ରୋପଚାର କରାଯାଇଥିଲା। ଏଥିରୁ ସୁସ୍ଥ ହୋଇ ଗତ ସପ୍ତାହରେ ସେ ଏକ ଏଟିପି ସିଙ୍ଗଲ୍ସ ମ୍ୟାଚ୍‌ ଜିତିଥିଲେ। ତିନିଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ହୋଇଥିବା ୩୨ ବର୍ଷୀୟ ମୁରେ ବର୍ତ୍ତମାନ ବିଶ୍ୱ ମାନ୍ୟତାର ୫୦୩ତମ ସ୍ଥାନରେ ରହିଛନ୍ତି।


All Right Reserved By Dharitri.Com

Posted inଖେଳ View All

ଶ୍ରୀଲଙ୍କା ସ୍ପିନର ଦନଞ୍ଜୟ ବାସନ୍ଦ

ଦୁବାଇ, ୨୦।୯(ପି.ଟି.)- ନିୟମ ବହିର୍ଭୁତ ବୋଲିଂ ଆକ୍ସନ ପାଇଁ ଶ୍ରୀଲଙ୍କା ଅଫ୍‌ ସ୍ପିନର ଆକିଲା ଦନଞ୍ଜୟଙ୍କୁ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ୧୨ ମାସ ବାସନ୍ଦ...

ସିନ୍ଧୁ, ଶ୍ରୀକାନ୍ତଙ୍କ ବିଜୟ ଅଭିଯାନ

ଜାକର୍ତ୍ତା,୧୭।୭- ଦେଶର ଷ୍ଟାର ଶଟଲର ପି. ଭି. ସିନ୍ଧୁ ଓ କିଡାମ୍ବି ଶ୍ରୀକାନ୍ତ ଏଠାରେ ଚାଲିଥିବା ଇଣ୍ଡୋନେସିଆ ଓପନ ବିଡବ୍ଲ୍ୟୁଏଫ୍‌ ଓ୍ବାଲର୍‌ଡ ଟୁର ସୁପର ୧୦୦୦...

ଗୁଜରାଟ ଫର୍ଚୁନ୍‌ଜିଆଣ୍ଟ୍ସର ବିଜୟ

ଚେନ୍ନାଇ, ୨୪ା୮ (ପି.ଟି.)- ଚଳିତ ପ୍ରୋ-କବାଡ଼ି ଲିଗ୍‌ ସିଜନ-୭ରେ କ୍ରମାଗତ ୬ଟି ମ୍ୟାଚରେ ପରାଜିତ ହେବା ପରେ ବିଜୟ ଲାଭ କରିଛି ଗୁଜରାଟ ଫର୍ଚୁନ୍‌ଜିଆଣ୍ଟ୍ସ୍ସ। ସ୍ଥାନୀୟ...

ନ୍ୟୁଜିଲାଣ୍ଡ ୧୦ ଉଇକେଟରେ ବିଜୟୀ

କାର୍ଡିଫ୍‌,୨।୬(ଏଏଫପି)- ଗତଥରର ରନର୍ସଅପ୍‌ ନ୍ୟୁଜିଲାଣ୍ଡ ଏକ ଦମ୍‌ଦାର ବିଜୟ ସହ ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିଛି। ସ୍ଥାନୀୟ ସୋଫିଆ ଗାର୍ଡେନ୍ସରେ ଶନିବାର ଖେଳାଯାଇଥିବା ବିଶ୍ୱକପ୍‌ର ତୃତୀୟ...

ପ୍ରଥମ ରାଉଣ୍ଡରୁ କର୍ବର ବିଦାୟ

ପ୍ୟାରିସ,୨୬।୫(ଏଏଫ୍‌ପି)- ଜର୍ମାନୀ ୫ମ ସିଡ୍‌ ତଥା ଓ୍ବିମ୍ବେଲଡନ ଓପନ ଚାମ୍ପିୟନ ଆଞ୍ଜେଲିକ୍‌ କର୍ବର ଏଠାରେ ଆରମ୍ଭ ହୋଇଥିବା ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ ଓପନର ପ୍ରଥମ ରାଉଣ୍ଡରୁ...

ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ୍‌: କୋହଲି, ଧାଓ୍ବନ ଟପ୍‌-୧୦ ନିକଟତର

ଦୁବାଇ,୨୬।୯(ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟି୨୦ ର଼୍ୟାଙ୍କିଙ୍ଗରେ ଭାରତୀୟ ତାରକା ଓପନର ରୋହିତ ଶର୍ମା ଗୋଟିଏ ସ୍ଥାନ ଉପରକୁ ଉଠି ବ୍ୟାଟିଂ ତାଲିକାର ଅଷ୍ଟମ...

ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ: ରୁଷିଆ ବିଦା, ଦକ୍ଷିଣ ଆଫ୍ରିକା ସେମିରେ

ଭୁବନେଶ୍ୱର, ୧୩।୬(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟରେ ଆମେରିକା ସେମିଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ଭେଟିବ। ୧୪ ତାରିଖରେ ଏହି...

ଏନ୍‌ସିଏ ସୁଧାର ଯୋଜନା: ସହାୟତା କରିବେ ମେଡିକାଲ ପ୍ୟାନେଲ, ସୋସିଆଲ ମିଡିଆ ଏକ୍ସପର୍ଟ

ନୂଆଦିଲ୍ଲୀ,୩।୧(ପି.ଟି.)- ଖେଳାଳିଙ୍କ ଇଞ୍ଜୁରି ତଥା ଆଘାତ ସମସ୍ୟାର ସମାଧାନ ନେଇ ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ ଏକାଡେମୀ (ଏନ୍‌ସିଏ) ବେଶ୍‌ ସମାଲୋଚିତ ହୋଇ ଆସୁଛି। ଏବେ ଏନ୍‌ସିଏର...

Leave a comment

Your email address will not be published. Required fields are marked *