Posted inଖେଳ

ବ୍ରାଥଓ୍ବେଟଙ୍କୁ ଆଇସିସିର ସବୁଜ ସଙ୍କେତ

ଦୁବାଇ, ୧।୧୦ (ପି.ଟି.)- ଓ୍ବେଷ୍ଟଇଣ୍ଡିଜ ଅଲ୍‌ରାଉଣ୍ଡର କ୍ରେଗ୍‌ ବ୍ରାଥଓ୍ବେଟ୍‌ଙ୍କୁ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ବୋଲିଂ କରିବା ପାଇଁ ସବୁଜ ସଙ୍କେତ ମିଳିଛି। ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ମଙ୍ଗଳବାର ବ୍ରାର୍ଥଓ୍ବେଟ୍‌ଙ୍କ ବୋଲିଂ ଶୈଳୀ ତ୍ରୁଟିଶୂନ୍ୟ ଥିବା କହିଛି। କିଙ୍ଗ୍ସଷ୍ଟନରେ ଗତ ସେପ୍ଟେମ୍ବର ୨ରେ ଭାରତ ବିପକ୍ଷ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟ ଅବସରରେ ୨୬ ବର୍ଷୀୟ ଏହି ସାମୟିକ ଅଫ୍‌-ସ୍ପିନରଙ୍କ ବୋଲିଂ ଶୈଳୀରେ ତ୍ରୁଟି ଥିବାନେଇ ଆଇସିସି ନିକଟରେ ଅଭିଯୋଗ ହୋଇଥିଲା। ଏହାପରେ ବ୍ରାଥଓ୍ବେଟ୍‌ ଗତ ୧୪ରେ ବ୍ରିଟେନସ୍ଥିତ ଲାଉଗବର୍ଗରେ ତାଙ୍କ ବୋଲିଂ ଶୈଳୀର ପରୀକ୍ଷା କରିଥିଲେ। ଏହି ପରୀକ୍ଷାରେ ବ୍ରାଥ୍‌ଓ୍ବେଟ୍‌ ଆଇସିସିର ଧାର୍ଯ୍ୟ ମାପଦଣ୍ଡ ଅନୁଯାୟୀ ବୋଲିଂ କରିଥିବା ସ୍ପଷ୍ଟ ହୋଇଥିଲା। ସ୍ପିନର ବୋଲର ବୋଲିଂ ସମୟରେ ୧୫ ଡିଗ୍ରୀ ପର୍ଯ୍ୟନ୍ତ କହୁଣି ବଙ୍କା କରିପାରିବେ ବୋଲି ଆଇସିସି ମାନଦଣ୍ଡରେ ଉଲ୍ଲେଖ ରହିଛି।


All Right Reserved By Dharitri.Com

Posted inଖେଳ View All

ମିକ୍ସଡ ଡବଲ୍ସରୁ ଭାରତକୁ ୩ୟ ସ୍ବର୍ଣ୍ଣ

କଟକ ଅଫିସ,୨୨।୭- ରାଜ୍ୟଗୋଷ୍ଠୀ ଟେବୁଲ ଟେନିସର ୨୧ତମ ସଂସ୍କରଣରେ ଭାରତ ମିକ୍ସଡ ଡବଲ୍ସ ଇଭେଣ୍ଟରୁ ତୃତୀୟ ସ୍ବର୍ଣ୍ଣ ପଦକ ହାସଲ କରିଛି । ଜବାହରଲାଲ ନେହେରୁ...

ଇଣ୍ଡିପେଣ୍ଡେନ୍ସ କପ୍‌ ଅନ୍ତର୍ଜାତୀୟ ହ୍ୟାଣ୍ଡବଲ: ଭାରତୀୟ ଦଳରେ ଓଡ଼ିଶାର ଆର୍ଯ୍ୟନ, ଆକାଶ, ରଞ୍ଜିତ

ଭୁବନେଶ୍ୱର, ୧୯।୯(କ୍ରୀଡ଼ା ପ୍ରତିନିଧି)- ଉଜବେକିସ୍ତାନର ତାସକେଣ୍ଟଠାରେ ଚଳିତମାସ ୧୮ରୁ ୨୫ ପର୍ଯ୍ୟନ୍ତ ହେବାକୁଥିବା ୨୮ତମ ଇଣ୍ଡିପେଣ୍ଡେନ୍ସ କପ ଅନ୍ତର୍ଜାତୀୟ ହ୍ୟାଣ୍ଡବଲ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିପାଇଁ...

ଓ୍ବିଲିୟମସନଙ୍କୁ ପଛରେ ପକାଇଲେ ସ୍ମିଥ୍‌

ଦୁବାଇ,୧୯।୮: ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ ଆଇସିସି ଟେଷ୍ଟ ବ୍ୟାଟ୍ସମ୍ୟାନ ର଼୍ୟାଙ୍କିଙ୍ଗରେ ଗୋଟିଏ ସ୍ଥାନ ଉପରକୁ ଉଠିଛନ୍ତି। ହେଲେ ଭାରତୀୟ ଅଧିନାୟକ ବିରାଟ କୋହଲି ଶୀର୍ଷସ୍ଥାନ ବଜାୟ...

କାଠମାଣ୍ଡୁରେ ପହଞ୍ଚିଲା କଳ୍ପନାଙ୍କ ମରଶରୀର

ଢେଙ୍କାନାଳ ଅଫିସ/ଭୁବନେଶ୍ୱର,୩୦।୪(ବ୍ୟୁରୋ): ପର୍ବତାରୋହୀ କଳ୍ପନା ଦାଶଙ୍କ ମରଶରୀର ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ସଫଳ ହୋଇଛି। ଗୁରୁବାର ତାଙ୍କ ମରଶରୀରକୁ ବେସ୍‌ କ୍ୟାମ୍ପ-୪ରୁ ସ୍ବତନ୍ତ୍ର ହେଲିକାପ୍ଟର...

ଏମ୍‌ସିଏ ନିର୍ବାଚନରେ ଭୋଟ ଦେଇପାରିବେ ତେନ୍ଦୁଲକର, ଭେଙ୍ଗସରକର

ମୁମ୍ବାଇ,୧।୧୦(ପିଟି): ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ଓ ଦୀଲିପ ଭେଙ୍ଗସରକରଙ୍କ ସହ ୩୯ ଜଣ ଅନ୍ତର୍ଜାତୀୟ କ୍ରିକେଟର ମୁମ୍ବାଇ କ୍ରିକେଟ ଆସୋସିଏଶନ (ଏମ୍‌ସିଏ) ନିର୍ବାଚନରେ ଭୋଟ...

ମୁମ୍ବାଇ ଇଣ୍ଡିଆନ୍ସରୁ ପପୁଙ୍କୁ ଡାକରା

କଟକ ଅଫିସ,୨୦ା୧୦- ଓଡ଼ିଶା ସିନିୟର କ୍ରିକେଟ ଦଳର ବାମହାତୀ ଅର୍ଥୋଡକ୍ସ ପପୁ ରାୟଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଦଳରୁ ଡାକରା ଆସିଛି। ଭାରତୀୟ ପ୍ରିମିୟର ଲିଗ୍‌(ଆଇପିଏଲ)ର ସର୍ବାଧିକ...

ନୂଆ କୋଚ୍‌ ଚୟନ ଦୌଡ଼ରେ ଆଡହକ କମିଟି ସବୁଠାରୁ ଆଗରେ; ପରବର୍ତ୍ତୀ ଶୁଣାଣି ପରେ ଅନ୍ତିମ ନିଷ୍ପତ୍ତି ନିଆଯିବ

ନୂଆଦିଲ୍ଲୀ,୧୮।୭(ପି.ଟି.)- ପୂର୍ବତନ ଅଧିନାୟକ କପିଳଦେବଙ୍କ ଅଧ୍ୟକ୍ଷତାରେ ଗଠିତ ଆଡ୍‌ହକ୍‌ କମିଟି ଟିମ୍‌ ଇଣ୍ଡିଆର ନୂଆ କୋଚ୍‌ ନିଯୁକ୍ତ କରିବା ପ୍ରକ୍ରିୟା ଦୌଡ଼ରେ ସବୁଠାରୁ ଆଗରେ ରହିଛି।...

ଜାପାନ ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ: ଫାଇନାଲରେ ପ୍ରମୋଦ

ଭୁବନେଶ୍ୱର, ୧୭।୧୧ (ସ୍ପୋଟର୍‌ସ ବ୍ୟୁରୋ)- ଟୋକିଓରେ ଚାଲିଥିବା ଜାପାନ ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର ପୁରୁଷ ସିଙ୍ଗଲ୍ସ ଫାଇନାଲରେ ଓଡ଼ିଶାର ପ୍ରମୋଦ ଭଗତ ପ୍ରବେଶ କରିଛନ୍ତି।...

Leave a comment

Your email address will not be published. Required fields are marked *