ହାତୀର ସ୍ବାସ୍ଥ୍ୟବସ୍ଥାରେ ସୁଧାର ନାହିଁ, ଜାରି ରହିଛି ଚିକିତ୍ସା

କେନ୍ଦୁଝର, ୧।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଭୂୟାଁ ଓ ଜୁଆଙ୍ଗ ପିଢ଼ ରେଞ୍ଜ ଅନ୍ତର୍ଗତ ଉପରସୁମଠ ଗ୍ରାମ ଜଙ୍ଗଲରେ ଗତ ୪ ଦିନ ହେବ ଅସୁସ୍ଥ ହୋଇ ପଡ଼ିରହିଥିବା ମାଈ ହାତୀର ଚିକିତ୍ସା ଜାରିରହିଛି। ତେବେ ତା’ର ସ୍ବାସ୍ଥ୍ୟବସ୍ଥାରେ କୌଣସି ସୁଧାର ଆସି ନ ଥିବା ଜଣାପଡ଼ିଛି। ହାତୀର ବୟସ ପାଖାପାଖି ୨୫ ହେବ ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି। ହର୍ପିସ ସଂକ୍ରମଣକୁ ବନବିଭାଗ ଅସ୍ବୀକାର କରୁଥିଲେ ହେଁ ପ୍ରକୃତ କାରଣ ଜଣାପଡି ନାହିଁ। ହାତୀର ରକ୍ତ ନମୂନା ଯାଞ୍ଚ ପାଇଁ ପଠାଯାଇଛି। ରିପୋର୍ଟ ଆସିବା ପରେ ପ୍ରକୃତରେ କେଉଁ ରୋଗ ହୋଇଛି ତାହା ସ୍ପଷ୍ଟ ହୋଇଯିବ ବୋଲି କୁହାଯାଉଛି। ଶିମିଳିପାଳର ଏକ ବିଶେଷଜ୍ଞ ଟିମ୍‌ ସହ ଅନ୍ୟ ଏକ ଡାକ୍ତରୀ ଦଳ ଅସୁସ୍ଥ ହାତୀର ଚିକିତ୍ସା ଜାରି ରଖିଛନ୍ତି।
ହାତୀକୁ କଦଳୀ ମଞ୍ଜା, ଆଖୁ, ବୋଇତାଳୁ, ଗୁଡ଼ ଆଦି ଖାଇବାକୁ ଦିଆଯାଉଥିବା କେନ୍ଦୁଝର ଡିଏଫ୍‌ଓ ଦାୟିତ୍ୱରେ ଥିବା ଆନନ୍ଦପୁର ବନ୍ୟପ୍ରାଣୀ ଡିଭିଜନର ଅଜିତ୍‌ ଶତପଥୀ କହିଛନ୍ତି। ଏବେ ହାତୀଟି ଖିଆପିଆ କରୁଥିଲେ ହେଁ ଉଠିପାରୁ ନାହିଁ। ହାତୀ ଉଠି ଚଲାବୁଲା ନ କରିବା ଯାଏ ଚିକିତ୍ସା ଜାରିରହିବ ବୋଲି ଜଣାପଡ଼ିଛି।


All Right Reserved By Dharitri.Com

କୋର୍ଟ ପରିସରରୁ ଫେରାର ଥିବା ବିଚାରାଧୀନ କଏଦୀ ଗିରଫ

କେନ୍ଦୁଝର, ୨୧।୫(ସ୍ବ.ପ୍ର.): କେନ୍ଦୁଝର ଅତିରିକ୍ତ ଜିଲା ଜଜ୍‌ କୋର୍ଟ ପରିସରରୁ ଫେରାର ଥିବା ବିଚାରାଧୀନ କଏଦୀ ଟାଉନ ଥାନା ପୋଲିସ ହାତରେ ମଙ୍ଗଳବାର ଧରାପିଡ଼ିଛନ୍ତି। ସେ...

ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ:ରାଧା ଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ପୁରୀ ଅଫିସ, ୯।୧୦: ବୁଧବାର ଆଶ୍ୱିନ ଶୁକ୍ଳ ଏକାଦଶୀ ତିଥିରୁ ମହାପ୍ରଭୁଙ୍କ କାର୍ତ୍ତିକ ନୀତି ଆରମ୍ଭ ହୋଇଛି। ରତ୍ନ ସିଂହାସନରେ ମହାପ୍ରଭୁ ରାଧାଦାମୋଦର ବେଶରେ ଭକ୍ତଙ୍କୁ...

ଆମ୍ବୁଲାନ୍ସ ଦୁର୍ଘଟଣା ଗ୍ରସ୍ତ: ୨ମୃତ, ୨ ଗୁରୁତର

ଚଣ୍ଡିଖୋଲ,୯।୯(ଡି.ଏନ୍‌.ଏ.): ଯାଜପୁର ଜିଲା ୧୬ ନଂ. ଜାତୀୟ ରାଜପଥର ବଡ଼ଚଣା ଥାନା ଅନ୍ତର୍ଗତ ବନ୍ଦାଳ ଛକ ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଆମ୍ବୁଲାନ୍ସ ଗାଡି...

ଆସନ୍ତା ୧୦ରୁ ପବିତ୍ର ଝୁଲଣ ଯାତ୍ରା: ମଠ, ମନ୍ଦିରରେ ଚାଲିଛି ସାଜସଜା

ପୁରୀ ଅଫିସ, ୬ା୮: ଆସନ୍ତା ୧୦ତାରିଖରୁ ପବିତ୍ର ଝୁଲଣ ଯାତ୍ରା। ଶ୍ରାବଣ ଶୁକ୍ଳ ଦଶମୀଠାରୁ ଆରମ୍ଭ ହେଉଥିବା ଏହି ଝୁଲଣ ଯାତ୍ରା ପ୍ରତିପଦ ଯାଏ ୭ଦିନ...

ଜିଲାରେ ପ୍ରଥମ: ସରପଞ୍ଚଙ୍କ ଅଭିଯୋଗ ଶୁଣାଣି

ନୟାଗଡ଼ ଅଫିସ,୨୩-୧୦: ନୟାଗଡ଼ ଜିଲା ସଦର ବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ସରପଞ୍ଚଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ପୂର୍ବରୁ ଜିଲାପାଳ ଓ...

ପେଟର ଲାଗି ନାଟ:୪୪ ଡିଗ୍ରୀ ଖରାରେ ସିଝୁଛେ ମୁନୁଷ୍‌

ଅତାବିରା, ୨୧ା୫ (ଡି.ଏନ୍‌.ଏ): ଦିନୁଦନ୍‌କେ ଖରା ତାତି ବଢ଼ତେଲ ଯାଉଛେ। ଲୋକ୍‌ ଖରା ଝାଉର ଲାଗି ଅଥାଥାଲି ହେଇଯାଉଛନ୍‌। ସଭେ ଛାଇତଲ ଖୁଜୁଛନ୍‌। ସକାଲର ୯...

ଲଙ୍କାଗଡରେ ମାଓବାଦୀ ପୋଷ୍ଟର: ପୋଲିସ ଇନ୍‌ଫର୍ମରଙ୍କୁ ଚେତାବନୀ

ବାଲିଗୁଡା,୧୭ା୭(ଡି.ଏନ୍‌.ଏ.)-କନ୍ଧମାଳ ଜିଲା ତୁମୁଡିବନ୍ଧ ଥାନା ଲଙ୍କାଗଡ଼ ପଞ୍ଚାୟତର ବିଭିନ୍ନ ଗଁାରେ ମଙ୍ଗଳବାର ମାଓବାଦୀ ପୋଷ୍ଟର ଦେଖିବାକୁ ମିଳିଛି। କେକେବିଏନ ମାଓବାଦୀ ସଙ୍ଗଠନ ପକ୍ଷରୁ ଏହି ପୋଷ୍ଟର...

ଛାତ୍ରୀନିବାସରେ ପାଣି, ବିଦ୍ୟୁତ୍‌ ସେବା ଠପ୍‌: ଧାରଣାକୁ ଓହ୍ଲାଇଲେ ଅନ୍ତେବାସୀ

ଢେଙ୍କାନାଳ ଅଫିସ, ୨୮।୮-ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟର ଉପାସନା ଛାତ୍ରୀ ନିବାସରେ ରହୁଥିବା ଅନ୍ତେବାସୀ ପାଣି, ବିଦ୍ୟୁତ୍‌ ସମସ୍ୟାରେ ଧନ୍ଦି ହେଉଛନ୍ତି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ଏହାର...

Leave a comment

Your email address will not be published. Required fields are marked *