Posted inଖେଳ

ଏହି ଖେଳାଳିଙ୍କୁ ହୋଇଛି ବ୍ରେନ୍‌ ଟ୍ୟୁମର୍‌:କହିଲେ, ଯୁବରାଜଙ୍କ ଭଳି ରୋଗ ସହ ଲଢିବି

ଢାକା,୧।୧୦: ବାଲାଂଦେଶର ବାମହାତୀ ସ୍ପିନର୍‌ ମୋଶରଫ ହୁସେନ୍‌ ମାରାତ୍ମକ ରୋଗ ବ୍ରେନ୍‌ ଟ୍ୟୁମର୍‌ ସହ ଲଢୁଛନ୍ତି। ଭାରତର ପୂର୍ବତନ ଖେଳାଳି ଯୁବରାଜ ସିଂଙ୍କ ପରି ରୋଗ ସହ ଲଡିବାକୁ ଚାହିଁଛନ୍ତି ହୁସେନ୍‌। ରୋଗ ପାଇଁ ଖର୍ଚ୍ଚ କରିବାକୁ ପାଖରେ ଟଙ୍କା ନ ଥିଲେ ମଧ୍ୟ ସେ ନିଜ ଘର ବିକ୍ରି କରିବୋକୁ ନିଷ୍ପତ୍ତି ନେଇଛନ୍ତି। ମୋ ପାଖରେ ୬୦ରୁ ୭୦ଲକ୍ଷ ଟଙ୍କା ଥିଲା। ଯାହା ରୋଗରେ ଖର୍ଚ୍ଚ ହୋଇଯାଇଛି। ଏବେ ଆହୁରି ୧.୧୯ କୋଟି ଟଙ୍କା ଆବଶ୍ୟକ ଥିବାବେଳେ ମୋ ପାଖରେ ଆଉ ଟଙ୍କା ନାହିଁ। ତେଣୁ ଘର ବିକିବାକୁ ବାଧ୍ୟ ହେଲି ବୋଲି ହୁସେନ୍‌ କହିଛନ୍ତି। ବାଲାଂଦେଶ ପାଇଁ ୫ଟି ଏକଦିବସୀୟ ମ୍ୟାଚ୍‌ ଖେଳିଥିବା ହୁସେନ୍‌ ବାଲାଂଦେଶ ପ୍ରିମୟର୍‌ ଲିଗ୍‌ ଖେଳୁଥିବାବେଳେ ହଠାତ୍‌ ପଡିଆରେ ପଡିଯାଇଥିଲେ। ଚିକିତ୍ସା କରାଯିବା ପରେ ତାଙ୍କୁ ବେନ୍‌ ଟ୍ୟୁମର୍‌ ହୋଇଥିବା ଜଣାପଡିଥିଲା। ସୂଚନାଯୋଗ୍ୟ, ଯୁବରାଜ ୨୦୧୧ ବିଶ୍ୱକପ ପରେ ଯୁବରାଜ ସିଂଙ୍କୁ କ୍ୟାନସର୍‌ ହୋଇଥିବା ଜଣାପଡିଥିଲା। ସେ ଆମେରିକାରେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ।


All Right Reserved By Dharitri.Com

Posted inଖେଳ View All

ଫ୍ରେଞ୍ଚ ଓପନ ଛଡ଼ା ୨୦୨୦ରେ କ୍ଲେ କୋର୍ଟରେ ଖେଳିବେ ନାହିଁ ଫେଡରର

ବାସେଲ,୧୪।୨- ସୁଇଜରଲାଣ୍ଡର କିମ୍ବଦନ୍ତୀ ରୋଜର ଫେଡରର ଚଳିତ ବର୍ଷ କ୍ଲେ କୋର୍ଟରେ କେବଳ ଥରେ ରୋଲାଣ୍ଡ ଗାରୋସରେ ଖେଳିବେ। ୨୦ ଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ୨୦୧୭...

ଏହି ଖେଳାଳିଙ୍କ ହାତ ଧରିବାକୁ ଯାଉଛନ୍ତି ବଜରଙ୍ଗ ପୁନିଆ

ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ଭାରତୀୟ ରେସଲର୍‌ ବଜରଙ୍ଗ ପୁନିଆ। ସେ ଭାରତର ଲୋକପ୍ରିୟ ମହିଳା କୁସ୍ତି ଯୋଦ୍ଧା ସଙ୍ଗୀତା ଫୋଗଟ୍‌ଙ୍କୁ ବିବାହ...

୨୦୧୯ ଆଇସିସି ବିଶ୍ୱକପର ଶ୍ରେଷ୍ଠ ୫ ରୋଚକ ତଥ୍ୟ

ଗୁରୁବାରଠାରୁ ଇଂଲଣ୍ଡରେ ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍‌ର ଦ୍ୱାଦଶ ସଂସ୍କରଣ ଆରମ୍ଭ ହୋଇଛି। ପଞ୍ଚମଥର ପାଇଁ ଇଂଲଣ୍ଡରେ ବିଶ୍ୱକପ୍‌ ଆୟୋଜିତ ହୋଇଛି। ଟୁର୍ନାମେଣ୍ଟର ଉଦ୍‌ଘାଟନୀ...

ଜାତୀୟ ସିନିୟର ଖୋଖୋ: ଓଡିଶା ମହିଳା ଦଳକୁ ବ୍ରୋଞ୍ଜ

ଭୁବନେଶ୍ୱର, ୩୧।୧୨(କ୍ରୀଡ଼ା ପ୍ରତିନିଧି)- ଛତିଶଗଡରେ ଅନୁଷ୍ଠିତ ୫୩ତମ ଜାତୀୟ ସିନିୟର ଖୋଖୋ ପ୍ରତିଯୋଗିତା ସୋମବାର ଉଦ୍‌ଯାପିତ ହୋଇଛି। ଏଥିରେ ଓଡ଼ିଶା ମହିଳା ଦଳ ବ୍ରୋଞ୍ଜ ପଦକ...

ଟପ୍‌ ୨୫ରେ ସାଥିୟାଁ

ନୂଆଦିଲ୍ଲୀ, ୩୦ା୪ (ପି.ଟି.)-ଭାରତୀୟ ଟେବୁଲ ଟେନିସ (ଟିଟି) ଖେଳାଳି ଜି. ସାଥିୟଁାଙ୍କ ପ୍ରଦର୍ଶନରେ କ୍ରମେ ଉନ୍ନତି ପରିଲକ୍ଷିତ ହେଉଛି। ଫଳ ସ୍ବରୂପ ସେ ସଦସ୍ୟ ପ୍ରକାଶିତ...

ଅବସର ନେଲେ ନଟରାଜ: ଦୁଇଦିନରେ ଦୁଇ ଅଭିଜ୍ଞ ଆଉଟ୍‌

କଟକ ଅଫିସ,୨୨ା୧୦- ଲଗାତର ଦୁଇଦିନରେ ରାଜ୍ୟର ଦୁଇ ଅଭିଜ୍ଞ କ୍ରିକେଟ ଖେଳାଳି କ୍ରିକେଟଠାରୁ ଦୂରେଇ ଯାଇଛନ୍ତି। ରବିବାର ପୂର୍ବତନ ଉଇକେଟ୍‌କିପର ବ୍ୟାଟ୍ସମ୍ୟାନ ହଳଧର ଦାସ ଅବସର...

ଶ୍ରୀଲଙ୍କା କ୍ରିକେଟ ଦଳର କୋଚ୍‌ ପଦ ଛାଡ଼ିବାକୁ ମନାକଲେ ହାଥୁରାସିଙ୍ଘେ

କଲମ୍ବୋ,୮।୭(ଏଏଫ୍‌ପି)- ବାହାର ଚାପ ସତ୍ତ୍ୱେ ଚନ୍ଦିକା ହାଥୁରାସିଙ୍ଘେ ଶ୍ରୀଲଙ୍କା କ୍ରିକେଟ ଦଳର କୋଚ୍‌ ପଦରୁ ଇସ୍ତଫା ଦେବାକୁ ମନା କରିଦେଇଛନ୍ତି। ବିଶ୍ୱର ୯ମ ର଼୍ୟାଙ୍କ୍‌ ଦଳ...

ଶୀର୍ଷରେ କୋହଲି, ଉପରକୁ ଉଠିଲେ ରାହାନେ

ଦୁବାଇ,୨୪।୧(ପି.ଟି.)- ଭାରତୀୟ ଅଧିନାୟକ ବିରାଟ କୋହଲି ଆଇସିସି ଟେଷ୍ଟ ବ୍ୟାଟ୍ସମ୍ୟାନଙ୍କ ର଼୍ୟାଙ୍କିଙ୍ଗ୍‌ର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ଉପଅଧିନାୟକ ଅଜିଙ୍କ୍ୟ ରାହାନେ ଉପରକୁ ଉଠି ୮ମ...

Leave a comment

Your email address will not be published. Required fields are marked *