Posted inଜାତୀୟ

ଜଷ୍ଟିସ୍‌ ତାହିଲରମଣିଙ୍କ ବିରୋଧରେ ଅନିୟମିତତା ଅଭିଯୋଗ: ତଦନ୍ତ ଲାଗି ସିବିଆଇକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧ା୧୦: ଗୋଇନ୍ଦା ବ୍ୟୁରୋ (ଆଇବି) ରିପୋର୍ଟ ଆଧାରରେ ମାଡ୍ରାସ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଭି.କେ. ତାହିଲରମଣିଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରଧାନ ବିଚାରପତି (ସିଜେଆଇ) ରଞ୍ଜନ ଗୋଗୋଇ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ ବିରୋଧରେ ଚେନ୍ନାଇରେ ଦୁଇଟି ଫ୍ଲାଟ କିଣିବା, ପ୍ରଭାବଶାଳୀ ବ୍ୟକ୍ତି ସମ୍ପୃକ୍ତ ଥିବା ଏକ ମୂର୍ତ୍ତି ଚୋରି ମାମଲାର ଶୁଣାଣି କରୁଥିବା ସ୍ବତନ୍ତ୍ର ଖଣ୍ଡପୀଠକୁ ଭାଙ୍ଗିଦେବା ଏବଂ ତାମିଲନାଡୁର ଜଣେ ମନ୍ତ୍ରୀଙ୍କ ସହ ଘନିଷ୍ଠ ସମ୍ପର୍କ ଭଳି ଅନିୟମିତା ଅଭିଯୋଗ ହୋଇଥିଲା।
ଜଷ୍ଟିସ୍‌ ତାହିଲରମଣିଙ୍କୁ ମେଘାଳୟ ହାଇକୋର୍ଟକୁ ବଦଳି କରାଯିବାରୁ ସେ ଇସ୍ତଫା ଦେଇଥିଲେ। ସୁପ୍ରିମକୋର୍ଟ କଲେଜିୟମ ଅଗଷ୍ଟ ୨୮ରେ ତାଙ୍କୁ ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ବଦଳି କରିବା ଲାଗି ନିଷ୍ପତ୍ତି ନେଇଥିଲେ। ନିଷ୍ପତ୍ତିର ପୁନର୍ବିଚାର ପାଇଁ ସେ ଅନୁରୋଧ କରିଥିଲେ ହେଁ କଲେଜିୟମ ତାହାକୁ ଗ୍ରହଣ ନ କରିବାରୁ ସେ ସେପ୍ଟେମ୍ବର ୬ରେ ଇସ୍ତଫା ଦେଇଥିଲେ। ତାଙ୍କୁ ହଇରାଣ କରିବା ଲାଗି ଉଦ୍ଦେଶ୍ୟମୂଳକ ଭାବେ ବଡ଼ ହାଇକୋର୍ଟରୁ ଏକ ଛୋଟ ହାଇକୋର୍ଟକୁ ବଦଳି କରାଯାଇଥିବା ଗୋଟିଏ ଗୋଷ୍ଠୀ ଆଇନଜୀବୀ ଅଭିଯୋଗ କରିଥିଲେ।
ଆଇବି ରିପୋର୍ଟ ଅନୁଯାୟୀ ଜଷ୍ଟିସ୍‌ ତାହିଲରମଣି ଚେନ୍ନାଇ ଉପକଣ୍ଠରେ ଥିତ୍ବା ଲୋରେନ୍‌ ଟାଓ୍ବାରରେ ଦୁଇଟି ଫ୍ଲାଟ ୩.୧୮ କୋଟି ଟଙ୍କାରେ କିଣିଛନ୍ତି। ଏଥିପାଇଁ ୧.୬୨ କୋଟି ଏଚ୍‌ଡିଏଫ୍‌ସି ବ୍ୟାଙ୍କରୁ ଋଣ କରିଥିବାବେଳେ ଗତ ଜୁନ୍‌-ଜୁଲାଇରେ ଅବଶିଷ୍ଟ ୧.୫୬ କୋଟି ନିଜସ୍ବ ଆୟରୁ ଦେଇଛନ୍ତି। ତାହିଲରମଣିଙ୍କର ୬ଟି ବ୍ୟାଙ୍କ ଆକାଉଣ୍ଟରୁ ୧.୬୧ କୋଟି ଟଙ୍କା ତାଙ୍କର ମୁମ୍ବାଇର ମହିମଠାରେ ଥିବା ଅନ୍ୟ ଏକ ବ୍ୟାଙ୍କ ଆକାଉଣ୍ଟକୁ ଯାଇଛି। । ୬ ଆକାଉଣ୍ଟ ମଧ୍ୟରୁ ତିନୋଟି ସେ ଓ ତାଙ୍କ ସ୍ବାମୀଙ୍କ ନାଁରେ ଜଏଣ୍ଟ ଆକାଉଣ୍ଟ ହୋଇଥିବାବେଳେ ଗୋଟିଏରେ ସେ ଓ ତାଙ୍କ ମାଆଙ୍କ ନାଁ ରହିଛି। ଅନ୍ୟ ଏକ ଆକାଉଣ୍ଟ ପୁଅ ନାଁରେ ଥିବାବେଳେ ଗୋଟିଏ ସାଲାରି ଆକାଉଣ୍ଟ। ଜୁଲାଇ ୮ରେ ୧୮ ଲକ୍ଷ ଟଙ୍କା ବିଚାରପତିଙ୍କ ଆକାଉଣ୍ଟକୁ ସେ ଓ ତାଙ୍କ ମାଆଙ୍କ ନାଁରେ ଥିବା ଯୁଗ୍ମ ଆକାଉଣ୍ଟରୁ ଆସିଥିବାବେଳେ ତା ପରମାସରେ ଏହାକୁ ଚେକ୍‌ ମାଧ୍ୟମରେ ଫେରାଇ ଦିଆଯାଇଛି। ସେହିପରି ଜଷ୍ଟିସ ମହାଦେବନଙ୍କ ଅଧ୍ୟକ୍ଷତାରେ ଗଠିତ ସ୍ବତନ୍ତ୍ର ଖଣ୍ଡପୀଠକୁ ଭାଙ୍ଗିଦିଆଯିବା ନେଇ ପ୍ରଶ୍ନ ଉଠିଛି। ମୂର୍ତ୍ତି ଚୋରି ମାମଲାର ଶୁଣାଣି କରୁଥିବା ଏହି ଖଣ୍ଡପୀଠକୁ ତାମିଲନାଡୁ ମନ୍ତ୍ରୀଙ୍କ ପ୍ରରୋଚନାରେ ଭଙ୍ଗାଯାଇଥିବା ଅଭିଯୋଗ ହୋଇଛି। ଏହାବ୍ୟତୀତ ଜଷ୍ଟିସ ତାହିଲରମଣି କେତେଜଣ ଆଇନଜୀବୀଙ୍କୁ ଅନୁକମ୍ପା ଦେଖାଉଥିବା ମଧ୍ୟ ଆଇବି ରିପୋର୍ଟରେ ଅଭିଯୋଗ କରାଯାଇଛି।


All Right Reserved By Dharitri.Com

ବେଆଇନ ଲାଇସେନ୍ସ୍‌ ପ୍ରଦାନ ମାମଲା: ୧୩ଟି ସ୍ଥାନରେ ସିବିଆଇ ଚଢ଼ାଉ

ନୂଆଦିଲ୍ଲୀ,୩୦।୧୨: ମାରଣାସ୍ତ୍ର ରଖିବା ପାଇଁ ବେଆଇନ ଭାବେ ଦିଆଯାଇଥିବା ୨ ଲକ୍ଷ ଲାଇସେନ୍ସ୍‌ ମାମଲାରେ ସିବିଆଇ ପକ୍ଷରୁ ଦେଶର ୧୩ଟି ସ୍ଥାନରେ ସୋମବାର ଚଢ଼ାଉ ଆରମ୍ଭ...

ଟ୍ରାଫିକ୍‌ ନିୟମ ବୁଝାଉଥିବା ‘ଡ୍ୟାନ୍ସିଂ ଗର୍ଲ’ଙ୍କ ଭିଡିଓ ଭାଇରାଲ

ଇନ୍ଦୋର, ୧୯।୧୧: ମଧ୍ୟ ପ୍ରଦେଶରେ ଜଣେ ଏମ୍‌ବିଏ ଛାତ୍ରୀଙ୍କ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଛାତ୍ରୀ ଜଣକ ଟ୍ରାଫିକ୍‌ ପୋଷ୍ଟରେ ଲୋକଙ୍କୁ ଭିନ୍ନ...

ଭୂସ୍ଖଳନରୁ ଜମ୍ମୁ-ଶ୍ରୀନଗର ରାଜପଥ ବନ୍ଦ

ଜମ୍ମୁ,୨୬ା୫(ପି.ଟି.): ଜମ୍ମୁ-କଶ୍ମୀରରେ ବଡ଼ ଧରଣର ଭୂସ୍ଖଳନ ଯୋଗୁ ରମ୍ବାନା ଜିଲା ଅନ୍ତର୍ଗତ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ଅବରୋଧ ହୋଇଛି। କଶ୍ମୀର ସହ ଦେଶର ଅନ୍ୟାନ୍ୟ ଭାଗକୁ...

ବାଇକ୍‌ ଚାଳକଙ୍କୁ ପିଛା କଲା ବାଘ: ଭିଡ଼ିଓ ଭାଇରାଲ

ଓ୍ବାଇନାଡ୍‌,୧।୭: କେରଳ ଓ୍ବାଇନାଡ୍‌ରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଥିବା ମୁଥାଙ୍ଗ୍‌ ଅଭୟାରଣ୍ୟ ନିକଟରେ ଥିବା ରାସ୍ତାରେ ବାଘ ବାଇକ୍‌ ଚାଳକଙ୍କ ପିଛା କରୁଥିବା...

କଲାମଙ୍କୁ ମିଶାଇଲ ମ୍ୟାନ କରିଥିଲେ ଇସ୍ରୋର ଜନକ ଡା. ସାରାଭାଇ

ନୂଆଦିଲ୍ଲୀ,୧୨।୮: ଭାରତ ଆଜି ମହାକାଶ ଗବେଷଣା କ୍ଷେତ୍ରରେ ବହୁ ଆଗକୁ ଚାଲି ଯାଇଛି। ନିକଟରେ ଚନ୍ଦ୍ରୟାନ-୨ ପରୀକ୍ଷଣ କରି ଭାରତ ନିଜପାଇଁ ସୃଷ୍ଟି କରିଛି ଏକ...

‘ହକ୍‌ ଆଇ’ ଆପ୍‌ ଦ୍ୱାରା ଚୋରି ମୋବାଇଲ୍‌ ଉଦ୍ଧାର

ହାଇଦ୍ରାବାଦ୍‌: ଏକ ମୋବାଇଲ୍‌ ଆପ୍‌ ଜରିଆରେ ହାଇଦ୍ରାବାଦ ପୋଲିସ ୬୭ଟି ଚୋରି ମୋବାଇଲ୍‌ ଉଦ୍ଧାର କରିବାରେ ସକ୍ଷମ ହୋଇଥିବା ଜଣାପଡ଼ିଛି। ଜନସାଧାରଣଙ୍କ ସହ ଯୋଡ଼ିହେବା ପାଇଁ...

ନଦୀବନ୍ଧ ନିରାପତ୍ତା ବିଲ୍‌ ଲୋକ ସଭାରେ ଗୃହୀତ: ରାଜ୍ୟକୁ କ୍ଷମତା ଦେବା ପାଇଁ ବିଜେଡିର ଦାବି

ନୂଆଦିଲ୍ଲୀ,୩ା୮: ଦେଶର ନଦୀବନ୍ଧଗୁଡିକର ଅନୁଧ୍ୟାନ, ପରିଚାଳନା ଆଦି ପାଇଁ ଆନୁଷ୍ଠାନିକ ବ୍ୟବସ୍ଥା ନିମନ୍ତେ ନଦୀବନ୍ଧ ନିରାପତ୍ତା ବିଲ୍‌ ଶୁକ୍ରବାର ଲୋକ ସଭାରେ ଗୃହୀତ ହୋଇଛି। ଏହାଦ୍ୱାରା...

ତେଜିଲା କ୍ଷମତା ଲଢ଼େଇ

ମୁମ୍ବାଇ,୩୦ା୧୦(ପି.ଟି./ ଆଇଏଏନ୍‌ଏସ୍‌): ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଅଡ଼ୁଆ ଛିଣ୍ଡୁନି। ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦୁଇ ସହଯୋଗୀ ଭାଜପା ଓ ଶିବସେନା ମଧ୍ୟରେ ଟଣାଓଟଣା ଜାରି...

Leave a comment

Your email address will not be published. Required fields are marked *