ଶାଗୁଆନ କାଠ, ଟ୍ରାକ୍ଟର ଜବତ: ଜଣେ ଗିରଫ

ନୟାଗଡ଼ ଅଫିସ,୧ା୧୦- ନୟାଗଡ଼ ଜିଲା ଶରଣକୁଳ ଥାନା ଗୋତିସାହି ବାଉଁଶିଆ ରାସ୍ତାରୁ ରବିବାର ରାତିରେ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୯ ଗୋଟି ଶାଗୁଆନ ଲଗ୍‌ ସହିତ ଏକ ଟ୍ରାକ୍ଟର (ନଂ.ଓଆର ୨୫ ଏ ୧୨୮୭) ଜବତ କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ନୟାଗଡ଼ ଟାଉନ ଥାନା ଲେଙ୍କୁଡ଼ିପଡ଼ା ଗ୍ରାମର କାଠବେପାରୀ ନରୋତ୍ତମ ସ୍ବାଇଁଙ୍କୁ ଗିରଫ କରାଯାଇଛି।
ସୂଚନା ଅନୁସାରେ, ନରୋତ୍ତମ ଏକ ଟ୍ରାକ୍ଟର ଯୋଗେ କାଠ ଧରି ଗୋତିସାହିରୁ ଧୁସୁମାକୁ ଯାଇଥିଲେ। ଏହି ସମୟରେ ବିଶେଷସୂତ୍ରରୁ ଖବର ପାଇ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ବନଖଣ୍ଡ ଅଧିକାରୀ ଧନରାଜ ଏଚଡି, ବନାଞ୍ଚଳ ଅଧିକାରୀ ଧନେଶ୍ୱର ରଥ, ବନପାଳ ଚନ୍ଦ୍ରମଣି ଡାକୁଆଙ୍କ ସମେତ ଜଙ୍ଗଲ ସୁରକ୍ଷା କର୍ମଚାରୀ ଚଢ଼ାଉରେ ସାମିଲ ଥିଲେ। ପରେ କାଠ ଓ ଟ୍ରାକ୍ଟରକୁ ଜବତ କରାଯାଇଥିଲା। ବେଆଇନ କାଠ ବ୍ୟବସାୟ ଅପରାଧରେ ନରୋତ୍ତମଙ୍କ ନାମରେ ଏକ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ବନାଞ୍ଚଳ ଅଧିକାରୀ ରଥ ପ୍ରକାଶ କରିଛନ୍ତି। ଜବତ କାଠର ଆନୁମାନିକ ମୂଲ୍ୟ ଏକ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି।


All Right Reserved By Dharitri.Com

ସମୟ ଆଧାରିତ ହେଉ ପାଠ୍ୟକ୍ରମରେ ପରୀକ୍ଷା ନିରୀକ୍ଷା

ସୋନପୁର,୨୧।୧(ନି.ପ୍ର.) ସମୟ ସହିତ ନୂତନ ଆହ୍ବାନକୁ ଦୃଷ୍ଟିରେ ରଖି ପାଠ୍ୟକ୍ରମରେ ପରୀକ୍ଷା ନିରୀକ୍ଷା ଜରୁରି। କିନ୍ତୁ ଏହା ସମୟ ଆଧାରିତ ହେବା ଆବଶ୍ୟକ। ପରିଚାଳନାଗତ ପରିବର୍ତ୍ତନ...

ବିଶ୍ୱ ଏଡ୍‌ସ ଦିବସ ଆଜି: ଏବର୍ଷ ୮୦ ରୋଗୀ ଚିହ୍ନଟ, ୧୮ ମୃତ

ବାରିପଦା ଅଫିସ,୧।୧୨- ଏଡସ ନିରାକରଣ ଲାଗି ସଚେତନତା ଆଦି କାର୍ଯ୍ୟକ୍ରମ କରାଯାଉ ଥିଲେ ବି ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲାରେ ରୋଗୀ ସଂଖ୍ୟା ବଢିବାରେ ଲାଗିଛି।...

ଜିଲାସ୍ତରୀୟ ସ୍ବାଧୀନତା ଦିବସ : ପତାକା ଉତ୍ତୋଳନ କଲେ ମନ୍ତ୍ରୀ ପ୍ରତାପ ଜେନା

ବାରିପଦା ଅଫିସ,୧୫।୮: ମୟୂରଭଞ୍ଜ ଜିଲା ବାରିପଦା ସହର ପୋଲିସ ରିଜର୍ଭ ପଡ଼ିଆଠାରେ ଜିଲାସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଆଇନ ଓ ପଞ୍ଚାୟତିରାଜ...

ରୋଗ ଯନ୍ତ୍ରଣା ଅସହ୍ୟ ହେଲା: ନିଜକୁ ଜାଳିଦେଲେ ଯୁବକ

ରାଇରଙ୍ଗପୁର,୧୪।୧୨(ଡି.ଏନ୍‌.ଏ.) – ରୋଗ ଯନ୍ତ୍ରଣା ଅସହ୍ୟ ହେଲା। ଶେଷରେ ଜୀବନ ହାରି ଦେବାକୁ କଠୋର ନିଷ୍ପତ୍ତି ନେଲେ ଯୁବକ। ନିଜକୁ ଜାଳି ଦେଇ ସବୁଦିନ ପାଇଁ...

ଟ୍ରାଫିକ ନିୟମ କଡ଼ାକଡ଼ି: ମୋହନା ପୋଲିସର ଯାନବାହନ ଯାଞ୍ଚ, ୩୯ ହଜାର ଜରିମାନା ଆଦାୟ

ଚନ୍ଦ୍ରଗିରି, ୭।୯(ଡି.ଏନ୍‌.ଏ.): ଟ୍ରାଫିକ ନିୟମ କଡ଼ାକଡ଼ି ଭାବେ ଲାଗୁହେବା ପରେ ବିଭିନ୍ନ ସ୍ଥାନରେ ପରିବହନ ଓ ପୋଲିସ ବିଭାଗ ପକ୍ଷରୁ ଯାନବାହନ ଯାଞ୍ଚ କରାଯାଉଛି ।...

ବଢ଼ୁଛି କାଇଁଚ ରାଖୀ ଚାହିଦା

କେନ୍ଦ୍ରାପଡା ଅଫିସ, ୧୨ା୮ :  ଆଉ ମାତ୍ର ୪ ଦିନ ପରେ ରାଖୀ ପୂର୍ଣ୍ଣିମା। ଭାଇ ହାତରେ ଭଉଣୀ ବାନ୍ଧିବ ରାଖୀ। ଏହାକୁ ଦୃଷ୍ଟିରେ ରଖି...

ଫୁଲବାଣୀରେ ୫, ଦାରିଙ୍ଗବାଡ଼ିରେ ୫.୫ ଡିଗ୍ରୀ ତାପମାତ୍ରା

ଫୁଲବାଣୀ ଅଫିସ, ୩୦ା୧୨-କନ୍ଧମାଳ ଜିଲାରେ ଅଥୟ ହେଲାଣି ଶୀତ। ସକାଳଠୁ ରାତି ପର୍ଯ୍ୟନ୍ତ ଶୀତ ପ୍ରକୋପରେ ଲୋକେ ନାହିଁ ନ ଥିବା ଯନ୍ତ୍ରଣା ଭୋଗୁଛନ୍ତି। ଗତ...

ସ୍କୁଲରେ ଛାତ୍ରଙ୍କୁ ତାଲା ପକାଇବା ଘଟଣା: ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡିଇଓଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର/ବାଲେଶ୍ୱର ଅଫିସ,୧୨।୯ (ବ୍ୟୁରୋ): ବାଲେଶ୍ୱର ସହର ମଠସାହି ମହାବୀର ନୋଡାଲ ସ୍କୁଲରେ ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ତାଲା ପକାଇ ପଳାଇବା ଘଟଣାରେ ସ୍କୁଲ ଓ ଗଣଶିକ୍ଷା...

Leave a comment

Your email address will not be published. Required fields are marked *