Posted inଜାତୀୟ

ପେନ୍‌ସନ୍‌ ନେବାକୁ ମନାକଲେ ଜେଟ୍‌ଲୀଙ୍କ ପରିବାର

ନୂଆଦିଲ୍ଲୀ,୧।୧୦:ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ମୃତ୍ୟୁ ପରେ ମିଳିବାକୁ ଥିବା ପେନସନ୍‌କୁ ତାଙ୍କ ପରିବାର ଲୋକେ ଦାନ କରିଦେଇଛନ୍ତି। ଜେଟଲୀଙ୍କ ସ୍ତ୍ରୀ ସଙ୍ଗୀତା ଏନେଇ ରାଜ୍ୟସଭା ସଭାପତି ତଥା ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କୁ ଚିଠି ଲେଖି ଜଣାଇଛନ୍ତି। ତାଙ୍କୁ ମିଳିବାକୁ ଥିବା ପେନସନ୍‌ ସେହି କର୍ମଚାରୀଙ୍କୁ ଦିଆଯାଉ ଯେଉଁମାନେ କମ୍‌ ଦରମା ପାଉଛନ୍ତି ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ସଙ୍ଗୀତା। ଜେଟ୍‌ଲୀଙ୍କ ପରିବାର ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯିବା ପରେ, ଉକ୍ତ ପେନସନକୁ ରାଜ୍ୟସଭା କମ୍‌ ଦରମା ପାଉଥିବା କର୍ମଚାରୀଙ୍କୁ ଦିଆଯାଇପାରେ ବୋଲି ଜଣାପଡିଛି। ପେନସନ ବାବଦରେ ଜେଟଲୀଙ୍କ ପରିବାରକୁ ମାସକୁ ପାଖାପାଖି ୩ ଲକ୍ଷ ଟଙ୍କା ମିଳିବ। ସ୍ତ୍ରୀ ସଙ୍ଗୀତାଙ୍କ ସହ ଜେଟ୍‌ଲୀଙ୍କ ଏକ ଝିଅ ସୋନାଲୀ ଏବଂ ପୁଅ ରୋହନ ଅଛନ୍ତି। ଦୁହେଁ ପିତାଙ୍କ ଭଳି ଓକିଲ ଅଛନ୍ତି। ସୂଚନାଯୋଗ୍ୟ,ଅରୁଣ ଜେଟ୍‌ଲୀଙ୍କ ଗତ ଅଗଷ୍ଟ ୨୪ରେ ଦିଲ୍ଲୀସ୍ଥିତ ଏମ୍ସରେ ପରଲୋକ ଘଟିଥିଲା।


All Right Reserved By Dharitri.Com

ଚିଦାମ୍ବରମଙ୍କୁ ଝଟ୍‌କା: ମେଡିକାଲ ରିପୋର୍ଟ ଆଧାରରେ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ,୧।୧୧: ଆଇଏନ୍‌ଏକ୍ସ ମିଡିଆ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କୁ ଝଟ୍‌କା ଲାଗିଛି। ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଚିଦାମ୍ବରମ କରିଥିବା ଜାମିନ ଆବେଦନକୁ ହାଇକୋର୍ଟ ଶୁକ୍ରବାର ଖାରଜ...

ପଦ୍ମଶ୍ରୀ ସମ୍ମାନ ପ୍ରାପ୍ତ ଜର୍ମାନୀ ସମାଜସେବୀଙ୍କ ଭିଜା ସମୟ ସୀମା ବଢ଼ାଇବା ମନା: ରିପୋର୍ଟ ତଲବ କଲେ ସୁଷମା

ଆଗ୍ରା,୨୬।୫: ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଥିବା ଜର୍ମାନୀର ୬୧ ବର୍ଷ ବୟସ୍କା ସମାଜସେବୀ ଫ୍ରିଡେରିକ୍‌ ଇରିନା ବର୍ନିଂଙ୍କ ଭାରତୀୟ ଭିଜା ସମୟ ସୀମା ବଢ଼ାଇବା ପାଇଁ...

ଶହୀଦ ପିତାଙ୍କୁ ମୁଖାଗ୍ନି ଦେଲେ ୩ମାସର ଝିଅ

ଚଣ୍ଡିଗଡ଼,୧୭।୧: ଜମ୍ମୁ-କଶ୍ମୀର କୁପଓ୍ବାଡା ଜିଲାର ଉରି ସେକ୍ଟରରେ ମୁତୟନ ହୋଇଥିବା ୪୫ରାଷ୍ଟ୍ରୀୟ ରାଇଫଲ ଗ୍ରେନେଡିୟର ରଣଜୀତ ସିଂହ ଶହୀଦ ହୋଇଛନ୍ତି। ନିକଟରେ ବରଫ ଝଡ଼ରେ ଚାପି...

ଫଡ୍‌ନବିସଙ୍କ ୮୦ ଘଣ୍ଟିଆ ମୁଖ୍ୟମନ୍ତ୍ରୀ ହେବାର ଗୁମର ଫିଟିଲା: କେନ୍ଦ୍ରର ୪୦ ହଜାର କୋଟି ସୁରକ୍ଷିତ !

ମୁମ୍ବାଇ,୨।୧୨: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ସରକାରଙ୍କର ଶାସନ ଆରମ୍ଭ ହୋଇଛି। ତେବେ ଆବଶ୍ୟକ ସଂଖ୍ୟାଗରିଷ୍ଠତା ନ ଥାଇ ମଧ୍ୟ କାହିଁକି ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର...

ଦେଶର ସ୍ଥିତିକୁ ନେଇ ଚିନ୍ତିତ: ପଦ୍ମଶ୍ରୀ ଫେରାଇବେ ଉର୍ଦ୍ଦୁ ଲେଖକ ମୁଜ୍‌ତବା ହୁସେନ

ହାଇଦ୍ରାବାଦ,୧୯।୧୨: ପ୍ରଖ୍ୟାତ ଉର୍ଦ୍ଦୁ ଲେଖକ, ବ୍ୟଙ୍ଗକାର ତଥା ସିତାର ବାଦକ ମୁଜ୍‌ତବା ହୁସେନ ତାଙ୍କୁ ମିଳିଥିବା ପଦ୍ମଶ୍ରୀ ପୁରସ୍କାର ସରକାରଙ୍କୁ ଫେରାଇଦେବେ। ନୂଆ ନାଗରିକତ୍ୱ ସଂଶୋଧନ...

୨୩ତମ ବିବାହ ବାର୍ଷିକୀରେ ଫଟୋ ଶେୟାର କଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୧୮।୨: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ବିବାହ ବାର୍ଷିକୀକୁ ୨୩ ବର୍ଷ ପୂରଣ ହୋଇଛି। ଏହାକୁ ନେଇ ପ୍ରିୟଙ୍କା ସୋସିଆଲ ମିଡିଆରେ କିଛି ଫଟୋ...

୨୨ରେ ଫାଶୀ ଖୁଣ୍ଟରେ ଝୁଲିବେ ନିର୍ଭୟା ମାମଲାର ଦୋଷୀ: ଖାରଜ ହେଲା କ୍ୟୁରେଟିଭ ପିଟିସନ

ନୂଆଦିଲ୍ଲୀ,୧୪।୧: ନିର୍ଭୟା ଗଣବଳାତ୍କାର ମାମଲାର ଦୋଷୀ ବିନୟ ଶର୍ମା ଓ ମୁକେଶଙ୍କ ଦ୍ୱାରା ଦାଖଲ କରାଯାଇଥିବା କ୍ୟୁରେଟିଭ ପିଟିସନ ମଙ୍ଗଳବାର ସୁପ୍ରିମକୋର୍ଟରେ ଖାରଜ ହୋଇଯାଇଛି। ସୁପ୍ରିମକୋର୍ଟର...

ଜୋକ ଦ୍ୱାରା ରୋଗ ଚିକିତ୍ସା ୧୦ ବର୍ଷରେ ୧୩ ଗୁଣା ମହଙ୍ଗା: ବର୍ଷକୁ ୧୨ କୋଟି ଟଙ୍କାର ଜୋକ ବିକ୍ରି

ନାଗପୁର,୧୬।୬: ଆଧୁନିକ ଚିକିତ୍ସା ସତ୍ତ୍ୱେ କେତେକ ଜୋକ ଦ୍ୱାରା ରୋଗ ଚିକିତ୍ସା ପଦ୍ଧତି ପ୍ରତି ବେଶ୍‌ ଆକର୍ଷିତ ହେଉଛନ୍ତି। ଏହି ପଦ୍ଧତି ସମ୍ପର୍କରେ ଆୟୁର୍ବେଦରେ ମଧ୍ୟ...

Leave a comment

Your email address will not be published. Required fields are marked *