ତୋରଣରେ ଷ୍ଟାଚ୍ୟୁ ଅଫ ଲିବର୍ଟି

କଟକ ଅଫିସ,୧।୧୦: ଶାରଦୀୟ ପୂଜା ପାଇଁ ଚଳଚଞ୍ଚଳ ହୋଇଛି କଟକର ବିଭିନ୍ନ ପୂଜା ମଣ୍ଡପ। ଦଶହରା ଯେତିକି ପାଖେଇ ଆସୁଛି ପୂଜା ମଣ୍ଡପ କର୍ମକର୍ତ୍ତାଙ୍କ ମଧ୍ୟରେ ସେତିକି ତତ୍ପରତା ଦେଖିବାକୁ ମିଳିଛି। ପୂଜାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସମସ୍ତେ ଲାଗିପଡିଛନ୍ତି। ଏହି ପୂଜା ଦୌଡରେ ନିଜକୁ ସାମିଲ କରିଛି ମାଲଗୋଦାମ ପୂଜା କମିଟି। କିଛିବର୍ଷ ପୂର୍ବେ ଲାଲକିଲ୍ଲା ଆକୃତିର ତୋରଣ ନିର୍ମାଣ କରି ଚର୍ଚ୍ଚାରେ ରହିଥିବା ଏହି ପୂଜା କମିଟି ଚଳିତବର୍ଷ ଷ୍ଟାଚ୍ୟୁ ଅଫ ଲିବର୍ଟି ଆକୃତିର ତୋରଣ ନିର୍ମାଣ କରୁଛି। ଏହି ତୋରଣକୁ ନିର୍ମାଣ କରିବା ପାଇଁ କଲିକତାରୁ କାରିଗର ଆସିଛନ୍ତି। ଫାଇବରର ଷ୍ଟାଚ୍ୟୁ ଏବଂ ପ୍ଲାଏ ବ୍ୟବହାର କରି କଲିକତାର କାରିଗରମାନେ ଏହି ତୋରଣ ନିର୍ମାଣ କାମ ଜାରି ରଖିଛନ୍ତି। ଏହାର ଉଚ୍ଚତା ୬୫ ଫୁଟ ଓ ଚଉଡା ୨୪ ଫୁଟ ରହିଛି। ଏହି ତୋରଣ ଦର୍ଶକଙ୍କୁ ଆକର୍ଷିତ କରିବ ବୋଲି ପୂଜା କମିଟି କର୍ମକର୍ତ୍ତମାନେ ଆଶା ରଖିଛନ୍ତି।
୧୯୫୨ ଠାରୁ ଏହି କମିଟି ପୂଜା ପାଳନ କରିଆସୁଛି। ପ୍ରଥମେ ଏକ ଚାଳଘରେ ହରପାର୍ବତୀଙ୍କ ପ୍ରତିମା ପୂଜା କରାଯାଉଥିଲା। ୧୯୮୩ରେ କମିଟିର ଏକ ସ୍ଥାୟୀ ପୂଜା ମଣ୍ଡପ ଏଠାରେ ନିର୍ମାଣ କରାଯାଇଥିଲା। ୧୯୯୬ରେ ମାଲଗୋଦାମ ପୂଜା ମଣ୍ଡପକୁ ସଲଗ୍ନ ଥିବା ଖାଲି ସ୍ଥାନରେ ହନୁମାନ ମନ୍ଦିର ନିର୍ମାଣ କରାଯାଇଥିଲା। ପରେ ହନୁମାନଙ୍କର ବିଗ୍ରହ ପ୍ରତିଷ୍ଠା କରାଯାଇ ପୂଜା କରାଗଲା। ଏହି ମଣ୍ଡପରେ ହରପାର୍ବତୀଙ୍କ ପ୍ରତିମା ସହିତ ଗଣେଶ, ଗଜଲକ୍ଷ୍ମୀ ଏବଂ କାର୍ତ୍ତିକେଶ୍ୱରଙ୍କୁ ମଧ୍ୟ ପୂଜା କରାଯାଏ। ହରପାର୍ବତୀଙ୍କ ପାଖରେ ସ୍ବତନ୍ତ୍ର ଭାବେ ଲଡୁ ଭୋଗ କରାଯାଏ। ମୂର୍ତ୍ତି ଓ ମେଢ ନିର୍ମାଣ ପାଇଁ ବିଡାନାସୀର ସୁବାସ ଚନ୍ଦ୍ର ପରିଡା ଏବଂ ରାମଚନ୍ଦ୍ର ରଣା ଦାୟିତ୍ୱ ନେଇଛନ୍ତି। ମୂର୍ତ୍ତିର ଉଚ୍ଚତା ପ୍ରାୟ ୧୫ ଫୁଟ ରହିଛି। ରାସ୍ତାର ଉଭୟ ପାର୍ଶ୍ୱରେ ଆକର୍ଷଣୀୟ ଆଲୋକ ସଜାଯିବା ପାଇଁ କମିଟି ପକ୍ଷରୁ ବ୍ୟବସ୍ଥା କରାଯାଇଛି।
ପୂଜା ପ୍ରସ୍ତୁତି ଶେଷ ପର୍ଯ୍ୟୟରେ ପହଞ୍ଚିଲାଣି। ମାଲଗୋଦାମ ଅଞ୍ଚଳ ବ୍ୟବସାୟିକ ପେଣ୍ଠସ୍ଥଳୀ ହୋଇଥିବାରୁ ଭିଡ଼କୁ ଦୃଷ୍ଟିରେ ରଖି ଆଇନଶୃଙ୍ଖଳା ଦିଗରେ ଧ୍ୟାନ ଦିଆଯିବ। ଶ୍ରଦ୍ଧାଳୁମାନେ ଧାଡିରେ ଆସି ମା’ଙ୍କୁ ଦର୍ଶନ କରିପାରିବେ। ମହାସପ୍ତମୀରୁ ଦଶମୀ ପର୍ଯ୍ୟନ୍ତ ମେଲୋଡି କାର୍ଯ୍ୟକ୍ରମର ବ୍ୟବସ୍ଥା ରହିଛି। ନିଶାମୁକ୍ତ ଭସାଣି ପାଇଁ କମିଟି ପକ୍ଷରୁ ପ୍ରଚେଷ୍ଟା କରାଯିବ।
-କୈଳାସ ଚନ୍ଦ୍ର ପାତ୍ର,
ପୂଜା କମିଟି ସଭାପତି
ଚଳିତବର୍ଷ ପାଇଁ ବଜେଟ ପ୍ରାୟ ୧୭ ଲକ୍ଷ ଟଙ୍କା ରହିଛି। ମୋଟ୍‌ ୬ଟି ଗେଟ୍‌ର ବ୍ୟବସ୍ଥା ରହିଛି। ସୁନ୍ଦର ସାଜସଜ୍ଜା ଆମର ମୁଖ୍ୟ ଲକ୍ଷ୍ୟ।
– ସୟଦ ନିଜାମୁଦ୍ଦିନ ଅହମ୍ମଦ,
ପୂଜା କମିଟି ସାଧାରଣ ସମ୍ପାଦକ


All Right Reserved By

ଖୋର୍ଦ୍ଧା ଅଞ୍ଚଳରେ ପଥର ଚୋରା ଚାଲାଣ ଅଭିଯୁକ୍ତ ନିତୁ ମାନସିଂ ଗିରଫ

ଭୁବନେଶ୍ୱର,୯।୭(ବ୍ୟୁରୋ): ଖୋର୍ଦ୍ଧାରେ ଖଣି ମାଫିଆଙ୍କ ରାଜୁତି ଚାଲିଛି। ସେଠାକାର ପଥର ଖାଦାନଗୁଡ଼ିକ ଉପରେ ସେମାନଙ୍କ ଲୋଲୁପ ନଜର ପଡ଼ିଛି। ରାତାରାତି କୋଟି କୋଟି ଟଙ୍କା ରୋଜଗାର...

ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର

ଖଲ୍ଲିକୋଟ,୨୨।୭(ଡି.ଏନ.ଏ.)-ଖଲ୍ଲିକୋଟ ଥାନା ମଥୁରା ଓ ଭରସା ଗ୍ରାମ ମଧ୍ୟ ଭାଗରେ ଥିବା ଏକ ବ୍ରିଜ ତଳୁ ସୋମବାର ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର କରାଯାଇଛି। ବ୍ରିଜ...

ଆତ୍ମନିର୍ଭରଶୀଳ ହେବା ପାଇଁ ପ୍ରଚେଷ୍ଟା କର

ଅମରପାଲି, ୨୪।୯ (ଡି.ଏନ.ଏ.): ରାଜ୍ୟ ସରକାରଙ୍କ ଅଣୁକ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ତରଫରୁ ଜିଲା ଶିଳ୍ପକେନ୍ଦ୍ର ସୁବର୍ଣ୍ଣପୁର ଆନୁକୂଲ୍ୟରେ ବୀରମହାରାଜପୁର ମହିଳା ମହାବିଦ୍ୟାଳୟରେ ଏକ...

ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଦସ୍ତଖତ ଅଭିଯାନ

ଭଦ୍ରକ ଅଫିସ, ୧୮।୯ : ଭଦ୍ରକ ଜିଲା ଯାଦବ ଓ ଯୁବ ଯାଦବ ମହାସଭା ପକ୍ଷରୁ ବୁଧବାର ତୃତୀୟ ଥର ପାଇଁ ଆରଡ଼ି ଛକଠାରେ ମେଡିକାଲ...

ମଧ୍ୟାହ୍ନଭୋଜନ ଅନିୟମିତତା ଅଭିଯୋଗ: ଦୋଷ ଲୁଚାଇବାକୁ ଖବରଦାତାଙ୍କୁ ଲାଞ୍ଚ ଯାଚିଲେ ଶିକ୍ଷକ

ପଟ୍ଟାମୁଣ୍ଡାଇ,୧।୧୦(ସ୍ବ.ପ୍ର): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଦୋସିଆ ୟୁଜି ୟୁପି ସ୍କୁଲରେ ମଧ୍ୟାହ୍ନ ଭୋଜନରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇ ଆସୁଥିଲା। ତଥ୍ୟ ସଂଗ୍ରହ ଲାଗି...

ହାଜତରେ ମଦ ବ୍ୟବସାୟୀଙ୍କ ମୃତ୍ୟୁ ଘଟଣା:୫ ଲକ୍ଷ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପଟ୍ଟାମୁଣ୍ଡାଇ, ୨୦।୯ (ସ୍ବ.ପ୍ର):କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଥାନା ହାଜତରେ ମଦ ବ୍ୟବସାୟୀ ସୁଶାନ୍ତ ବେହେରାଙ୍କ ମୃତ୍ୟୁ ଘଟଣାରେ ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ...

ଛତିଶା ନିଯୋଗ ବୈଠକ: ହବିଷିଆଳିଙ୍କୁ ଠିକ୍‌ ସମୟରେ ମିଳିବ ମହାପ୍ରସାଦ

ପୁରୀ ଅଫିସ, ୪ା୧୦: ବିଗତ ବର୍ଷ ସରକାରଙ୍କ ହବିଷିଆଳି ଯୋଜନାରେ ରହିଥିବା ହବିଷିଆଳିଙ୍କୁ ମହାପ୍ରସାଦ ଦେବାରେ ଅନେକଥର ବିଳମ୍ବ ହୋଇଛି। ତେଣୁ ଏ ବର୍ଷ ଯେପରି...

ପୌର ଓ ବ୍ଲକ କାର୍ଯ୍ୟାଳୟରେ ଏମ୍‌ପିଙ୍କ ସମୀକ୍ଷା:ସଫେଇ ପାଇଁ କର୍ତ୍ତୃପକ୍ଷଙ୍କୁ ତାଗିଦ

ଅନୁଗୋଳ ଅଫିସ, ୨୪।୯ ଅନୁଗୋଳ ବ୍ଲକ ଓ ପୌରପାଳିକାର କାର୍ଯ୍ୟ ସମୀକ୍ଷା କରିଛନ୍ତି ଢେଙ୍କାନାଳ ଏମ୍‌ପି ମହେଶ ସାହୁ। ପ୍ରଥମେ ସେ ପୌରପାଳିକା କାର୍ଯ୍ୟାଳୟରେ ପହଞ୍ଚି...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *