ଚଳନ୍ତା ଟ୍ରେନ୍‌ରୁ ଅଲଗା ହୋଇଗଲା ବଗି: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ପୁରୀ ଅଫିସ, ୧।୧୦: ପୁରୀ ଜିଲା ଡେଲାଙ୍ଗର ରେଞ୍ଚ ଲେଭଲ କ୍ରସିଂଠାରେ ସୋମବାର ରାତି ପ୍ରାୟ ସାଢେ ୧୦ଟାରେ ଏକ ଚଳନ୍ତା ଟ୍ରେନ୍‌ର ଗୋଟିଏ ବଗି ଅନ୍ୟ ବଗିଠାରୁ ଅଲଗା ହୋଇଯାଇଥିଲା। ଫଳରେ ଉକ୍ତ ବଗିରେ ବସିଥିବା ଯାତ୍ରୀମାନେ ଟ୍ରେନ୍‌ ଭିତରେ ପଡ଼ିଯାଇଥିଲେ। କାହାର କିଛି କ୍ଷୟକ୍ଷତି ହୋଇ ନ ଥିବା ବେଳେ ଏକ ବଡଧରଣର ଟ୍ରେନ୍‌ ଦୁର୍ଘଟଣାରୁ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ। ସୂଚନା ଅନୁଯାୟୀ, ପୁରୀ-ସାଇନଗର ଶିରିଡ଼ି ଏକ୍ସପ୍ରେସ୍‌ ଟ୍ରେନ୍‌ ଜଟଣୀରୁ ପୁରୀ ଅଭିମୁଖେ ଯାଉଥିବାବେଳେ ରେଞ୍ଚ ଲେଭଲ କ୍ରସିଂଠାରେ ଏହାର ଏସ୍‌-୪ ବଗିଠାରୁ ଏସ୍‌-୫ ବଗି ଅଲଗା ହୋଇଯାଇଥିଲା। ଫଳରେ ଟ୍ରେନ୍‌ ଦୋହଲି ଯାଇଥିଲା। ତେବେ ସୌଭାଗ୍ୟବଶତଃ ଟ୍ରାକ୍‌ରେ ଟ୍ରେନ୍‌ଟି ରହିଯାଇଥିଲା। ଜିନିଷପତ୍ର ତଳକୁ ଖସିପଡ଼ିଥିବା ବେଳେ ଯାତ୍ରୀମାନେ ପରସ୍ପର ଉପରେ ପଡ଼ିଯାଇଥିଲେ। ଏଥିରେ କେହି ଆହତ ହୋଇ ନ ଥିବା ଜଣାପଡ଼ିଛି। ଦୁଇଟି ବଗି ମଧ୍ୟରେ ସଂଯୋଗ ରଖୁଥିବା କପ୍‌ଲିନ୍‌ ଭାଙ୍ଗିଯିବାରୁ ଏ ଘଟଣା ଘଟିଥିବା ରେଳ ବିଭାଗ ପକ୍ଷରୁ ଜଣାପଡ଼ିଛି।


All Right Reserved By Dharitri.Com

ଅସମ୍ପୂର୍ଣ୍ଣ ଘର ଆଗରେ ପ୍ରଶାସକଙ୍କ ଧାରଣା

କାମାକ୍ଷାନଗର, ୨୯।୧(ଡି.ଏନ.ଏ.) – ଆବାସ ଯୋଜନାରେ ପୁଳାପୁଳା ଦୁର୍ନୀତିକୁ ନେଇ ନିନ୍ଦିତ ହେଉଛି ଢେଙ୍କାନାଳ ଜିଲା ପ୍ରଶାସନ। ବିଶେଷ କରି ପରଜଙ୍ଗ, କଙ୍କଡ଼ାହାଡ଼ ବ୍ଲକରେ ଏହା...

ଟ୍ରେଲର ଧକ୍କାରେ ନାବାଳିକା ମୃତ: ୨୬ ନଂ. ଜାତୀୟ ରାଜପଥ ଅବରୋଧ

କେସିଙ୍ଗା,୬।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ନୁନ୍‌ମାଠ ନିକଟ ୨୬ ନଂ. ଜାତୀୟ ରାଜପଥ ପାରହେଉଥିବା ବେଳେ ଜଣେ ନାବାଳିକାଙ୍କ ଉପରେ ଲାଞ୍ଜିଗଡ଼ସ୍ଥିତ  ଏକ...

ଧରାପଡିଲେ ଚୋରଗ୍ୟାଙ୍ଗ: ୯ ଗିରଫ, ୩୯ ମୋବାଇଲ, ୩ ବାଇକ ଜବତ

ବାଲେଶ୍ୱର ଅଫିସ, ୧୬।୭-ବାଲେଶ୍ୱର ସହଦେବଖୁଣ୍ଟା ମଡ଼େଲ ଥାନା ପୋଲିସ ଏକ ଚୋରଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି। ଏହି ଗ୍ୟାଙ୍ଗରେ ୯ଜଣ ଚୋର ଅଛନ୍ତି। ସେମାନଙ୍କଠାରୁ...

ପତ୍ନୀଙ୍କୁ ପୋଡି ମାରିବା ପରେ ବିଷ ପିଇଲେ ସ୍ବାମୀ : ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ବାହାନଗା, ୧୧ା୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ନୂଆପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ନିଳାମ୍ବର ମଳିକ(୪୮) ତାଙ୍କ ସ୍ତ୍ରୀଙ୍କୁ ଧାନ ବିଲରେ ମାଡ ମାରି...

ଦାଦାବଟିକୁ କେନ୍ଦ୍ରକରି ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ

ବ୍ରହ୍ମପୁର ଅଫିସ,୧୪।୧୦: ଗଞ୍ଜାମ ଜିଲା ବଡ଼ବଜାରର ଝରଣାନଗରରେ ରବିବାର ରାତିରେ ୨ ଜଣ ଅପରାଧୀ ଦାଦାବଟି ମାଗିବା ସହ ଜଣେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ କରିଛନ୍ତି।...

ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ହେଲେ ବିଶ୍ୱଭୂଷଣ ହରିଚନ୍ଦନ

ଭୁବନେଶ୍ୱର,୧୬।୭(ବ୍ୟୁରୋ): ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ବରିଷ୍ଠ ଭାଜପା ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ନିଯୁକ୍ତି ଦିଆଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଙ୍ଗଳବାର ତାଙ୍କୁ ଏହି ନିଯୁକ୍ତି ପ୍ରଦାନ...

ମେଟଲ୍‌ ମିଟ୍‌-୨୦୧୯: ସାମ୍ନାସାମ୍ନି ହେବେ ୭୮ ଟିମ୍‌

ଭୁବନେଶ୍ୱର,୨୫।୭(ବ୍ୟୁରୋ): କୁଇଜ୍‌ ଭଳି ଏକ ସମ୍ପୂର୍ଣ୍ଣ ଭିନ୍ନ କନ୍‌ସେପ୍ଟକୁ ନେଇ ଦୈନିକ ଇଂଲିଶ ଖବରକାଗଜ ‘ଓଡିଶା ପୋଷ୍ଟ’ ପକ୍ଷରୁ ଲଗାତର ୪ର୍ଥ ବର୍ଷ ପାଇଁ ଆୟୋଜିତ...

ପ୍ରଦୂଷଣକୁ ଅଣଦେଖା: ଧୂଆଁ, ଧୂଳି ବଳୟରେ ଉପକୂଳ

ଭୁବନେଶ୍ୱର,୩।୧୧(ବ୍ୟୁରୋ): ସହରାଞ୍ଚଳ ଓ ଶିଳ୍ପାଞ୍ଚଳ ବାୟୁ ପ୍ରଦୂଷଣ ବେଳକୁବେଳ ଘାତକ ହେବାରେ ଲାଗିଛି। ଯାନବାହନ ସଂଖ୍ୟା ବୃଦ୍ଧି ସାଙ୍ଗକୁ ଧୂଳି, ଧୂଆଁରେ ସହରାଞ୍ଚଳ ବାୟୁମଣ୍ଡଳ ଭରିଯାଉଛି।...

Leave a comment

Your email address will not be published. Required fields are marked *