ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ସମାରୋହ: ଦିନତମାମ ଗାନ୍ଧିଜୀଙ୍କୁ ନେଇ କାର୍ଯ୍ୟକ୍ରମ

ଭୁବନେଶ୍ୱର, ୧।୧୦(ବ୍ୟୁରୋ): ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ଉପଲକ୍ଷେ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସୂଚନା ଓ ଲୋକସମ୍ପର୍କ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ସମାରୋହ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି କରାଯାଇଛି। ଅକ୍ଟୋବର ୨ରେ ଭୁବନେଶ୍ୱରଠାରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏନେଇ ସୋମବାର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀଙ୍କ ସମେତ ବିଭାଗୀୟ ବରିଷ୍ଠ ପଦାଧିକାରୀମାନେ ବୈଠକରେ ଯୋଗଦେଇ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ।
ବିଭାଗ ତରଫରୁ ପ୍ରଥମ ପର୍ଯ୍ୟାୟରେ ମହାତ୍ମା ଗାନ୍ଧୀଙ୍କ ୬ଟି ପୂର୍ଣ୍ଣାବୟବ ତୈଳଚିତ୍ର ରବୀନ୍ଦ୍ର ମଣ୍ଡପ, ରାଜ୍ୟ ସଂଗ୍ରହାଳୟ, ରାଜ୍ୟ ଅଭିଲେଖାଗାର, କଟକସ୍ଥିତ ଆନନ୍ଦଭବନ ସଂଗ୍ରହାଳୟ, ନେତାଜୀ ସୁଭାଷଚନ୍ଦ୍ର ବୋଷ ସଂଗ୍ରହାଳୟ ଓ ସ୍ବରାଜ ଆଶ୍ରମରେ ସ୍ଥାପନ କରାଯାଉଛି। ଗାନ୍ଧୀ ଜୟନ୍ତୀ ଦିନ ଭୋର ୪ଟା ୩୦ରେ ସହର ସାରା ରାମଧୂନ୍‌ ପ୍ରଚାର କରାଯିବ। ପ୍ରାୟ ୪୦୦ ସଂକୀର୍ତ୍ତନ କଳାକାର ଦୁଇ ଭାଗରେ ବିଭକ୍ତ ହୋଇ ପଦଯାତ୍ରାରେ ‘ରଘୁପତି ରାଘବ ରାଜା ରାମ’(ରାମଧୂନ୍‌) ଭଜନ ପରିବେଷଣ କରିବେ। ସକାଳ ୭ଟା ରୁ ୮ଟା ମଧ୍ୟରେ ବିଭିନ୍ନ ଶିକ୍ଷାନୁଷ୍ଠାନର ପ୍ରାୟ ୫ ହଜାରରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଆଚାର୍ଯ୍ୟ ବିହାରଠାରୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପର୍ଯ୍ୟନ୍ତ ଏକ ମାନବ ଶୃଙ୍ଖଳ ସୃଷ୍ଟି କରିବେ। ସକାଳ ୯ଟାରେ ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଓଡ଼ିଶା ଲଳିତକଳା ଏକାଡେମୀ ପକ୍ଷରୁ ଶିଳ୍ପୀ ଶିବିର ଆୟୋଜନ କରାଯିବ। ସକାଳ ୧୦ଟା ୧୦ମିନିଟ୍‌ରେ ରାଜ୍ୟ ବିଧାନସଭା ପରିସରରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାର୍ଘ୍ୟ ପ୍ରଦାନ ସାଙ୍ଗକୁ ଆଶ୍ରମ ଭଜନ ଆବୃତ୍ତି, ରାମଧୂନ୍‌ ଓ ଗାନ୍ଧୀ ଜୟନ୍ତୀ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କ ସହ ଜନପ୍ରତିନିଧିମାନେ ଯୋଗଦେବେ। ପୂର୍ବାହ୍ନ ୧୧ଟାରେ ସୂଚନା ଭବନରେ ଫଟୋଚିତ୍ର ପ୍ରଦର୍ଶନୀ ଉଦ୍‌ଘାଟନ ସହ ‘ଗାନ୍ଧୀକଥା’ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିରେ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ସୂଚନା ଓ ଲୋକସଂପର୍କ ବିଭାଗ ଶାସନ ସଚିବ ସଂଜୟ କୁମାର ସିଂ ଏବଂ ଗାନ୍ଧୀବାଦୀ ବିଦ୍ୱାନ ସତ୍ୟନାରାୟଣ ସାହୁ ଯୋଗଦେବେ। ଅପରାହ୍ନ ୩ଟାରେ ଗୀତଗୋବିନ୍ଦ ସଦନରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଉର୍ଦ୍ଦୁ ଏକାଡେମୀ ଆନୁକୂଲ୍ୟରେ କବିତା ଆସର ଓ ମୁଶୟାରା ଆୟୋଜିତ ହେବ। ସନ୍ଧ୍ୟା ସାଢ଼େ ୬ଟାରେ ସୂଚନା ଭବନଠାରେ ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ବିଶିଷ୍ଟ କଣ୍ଠଶିଳ୍ପୀମାନଙ୍କ ଦ୍ୱାରା ଭଜନ ପରିବେଷଣ କାର୍ଯ୍ୟକ୍ରମ ରହିଛି।


All Right Reserved By Dharitri.Com

ଓଡ଼ିଶୀ-ଭାରତନାଟ୍ୟମ୍‌ରେ ଦର୍ଶକ ବିଭୋର

ଭୁବନେଶ୍ୱର,୧୮।୮(ବ୍ୟୁରୋ): ଓଡ଼ିଶା ଡ୍ୟାନ୍ସ ଏକାଡେମୀ ଏବଂ ସୃଜନ ନୃତ୍ୟାନୁଷ୍ଠାନ ପକ୍ଷରୁ ନିୟମିତ ହୋଇ ଆସୁଥିବା ଯୁବ ନୃତ୍ୟଶିଳ୍ପୀ ଉତ୍ସବ ‘ନବପଲ୍ଲବ’ କାର୍ଯ୍ୟକ୍ରମ ଶନିବାର ସନ୍ଧ୍ୟାରେ ଅନୁଷ୍ଠିତ...

ପଡ଼ାଗଁ।ଥି ପୁଷ୍‌ପୁନି ଭେଟ୍‌ଘାଟ: କବିତା, ନାଚ୍‌ଗାନାଥି ଦେଖନହାରୀ ବିଭୋର

ବିଜେପୁର, ୧୧।୧ (ଡି.ଏନ୍‌.ଏ)- ବରଗଡ଼ ଜିଲା ବିଜେପୁର ବ୍ଲକର ଗାଁଗଁଲିଥି ବଡ଼ା ଉସ୍‌ନାକିଥି ପୁଷ୍‌ପୁନି ତିହାର ଶୁକ୍ରବାର ପାଲିତ ହୋଇଯାଇଛି। କୁକ୍‌ରା ଡକାନୁ ଘରେ ଘରେ...

ଶଳାଙ୍କୁ ଛୁରାମାଡ଼ କରି ଜେଲ ଗଲେ ଭିଣୋଇ

ଭୁବନେଶ୍ୱର,୧୦।୯(ବ୍ୟୁରୋ): ଖୁଦୁରୁକୁଣୀ ଭାରକୁ କେନ୍ଦ୍ରକରି ବଚସା ପରେ ଶଳାଙ୍କୁ ଛୁରାମାଡ କରିବା ଘଟଣାରେ ଭିଣୋଇଙ୍କୁ ପୋଲିସ ଗିରଫ କରିକୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଲେ...

କଳାକାର ଭତାରୁ ବଁଚିତ୍‌ କନିଷ୍ଠ: ଅଦରକାରୀ ପାଲଟିଛେ ମାନ୍‌ପତର

  ଲାଠୋର, ୧୪ା୧ (ଡି.ଏନ୍‌.ଏ.)- ସରକାର କଳାକାରମାନକୁ ମାସିକ ୧୨ଶହ ଟଁକା ଭତା ଯୁଗେଇ ଦେବାର ବେବସ୍‌ତା କରିଛନ୍‌। ହେଲେ ଅନେକ ଗଁାଗଁଡ଼ାରେ କଳାକାରମାନେ ଭତା...

ବିଶ୍ୱାସରେ ବିଷ: ବୃଦ୍ଧାଙ୍କ ଏଟିଏମ୍‌ରୁ ଟଙ୍କା ହଡ଼ପ: ଜେଲ ଗଲେ ଅଭିଯୁକ୍ତ ଫାର୍ମାସିଷ୍ଟ

ଭୁବନେଶ୍ୱର, ୨ା୧୧(ବ୍ୟୁରୋ): ବିଶ୍ୱାସରେ ବିଷ ଦେଇ ଜଣେ ବୃଦ୍ଧାଙ୍କ ଏଟିଏମ୍‌ରୁ ଲକ୍ଷାଧିକ ଟଙ୍କା ଚୋରି ଅଭିଯୋଗରେ ନୟାଗଡ ଜିଲାର ମାନସ ରଞ୍ଜନ ମିଶ୍ରଙ୍କୁ ପୋଲିସ ଗିରଫ...

ନାକଚଣା ଦ୍ୱାରରେ ତିନିରଥ

ପୁରୀ ଅଫିସ,୧୦।୭: ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାରରେ ପ୍ରସ୍ତୁତ ତିନି ରଥ। ମଙ୍ଗଳବାର ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ...

ବିଜୟୀ ହେବା ପରେ ମା’ମଙ୍ଗଳାଙ୍କଠାରୁ ଆଶୀର୍ବାଦ ନେଲେ ତୁଷାରକାନ୍ତି

କାକଟପୁର, ୨୪।୫(ଡି.ଏନ୍‌.ଏ.): କାକଟପୁରର ବିଧାୟକ ଭାବେ ବିଜେଡି ପ୍ରାର୍ଥୀ ତୁଷାରକାନ୍ତି ବେହେରା ବିଜୟୀହେବା ପରେ ଶୁକ୍ରବାର ମା’ ମଙ୍ଗଳାଙ୍କ ମନ୍ଦିର ଯାଇ ମା’ଙ୍କ ଦର୍ଶନ କରିବା...

ଦିଲ୍ଲୀ ପ୍ରଦୂଷଣକୁ ନେଇ ଫିଲ୍ମ ହେବ

ଭୁବନେଶ୍ୱର,୭ା୯(ବ୍ୟୁରୋ): ପରିବେଶ ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ ଚିନ୍ତା ଏବେ ସମଗ୍ର ବିଶ୍ୱ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି। ଏଭଳି ଏକ ଗମ୍ଭୀର ସମମ୍ୟାର ସମାଧାନ...

Leave a comment

Your email address will not be published. Required fields are marked *