ରାଉରକେଲା ନିର୍ବାଚନକୁ ନେଇ ମାମଲା: ବିଧାୟକ ସାରଦା ନାୟକଙ୍କ ସହ ୯ଜଣଙ୍କୁ ନୋଟିସ୍‌

କଟକ ଅଫିସ, ୧।୧୦: ରାଉରକେଲା ବିଧାନସଭା ନିର୍ବାଚନକୁ ନେଇ ହାଇକୋର୍ଟରେ ହୋଇଥିବା ମାମଲାରେ ବିଧାୟକ ସାରଦା ନାୟକଙ୍କ ସହ ୯ଜଣଙ୍କୁ ନୋଟିସ୍‌ ଜାରି କରାଯାଇଛି। ଭାଜପାର ପରାଜିତ ପ୍ରାର୍ଥୀ ନିହାର ରାୟଙ୍କ ପକ୍ଷରୁ ହାଇକୋର୍ଟରେ ରୁଜୁ ହୋଇଥିବା ଏହି ମାମଲାର ଶୁଣାଣି କରି ବିଚାରପତି ଏ.କେ. ମିଶ୍ର ସୋମବାର ଏହି ଆଦେଶ ଦେଇଛନ୍ତି। ଆସନ୍ତା ନଭେମ୍ବର ୨୦ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ। ମାମଲାର ବିବରଣୀରୁ ପ୍ରକାଶ, ଗତ ନିର୍ବାଚନରେ ରାଉରକେଲା ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ସାରଦା ନାୟକ ୬୦,୮୭୭ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବାବେଳେ ନିହାର ୫୦,୪୧୭ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ। ବିଧାୟକ ନାୟକ ନିର୍ବାଚନ ସମୟରେ ଦାଖଲ କରିଥିବା ସତ୍ୟପାଠରେ ଅନେକ ତଥ୍ୟ ଲୁଚାଇଛନ୍ତି ା ସେ ଲାଭଜନକ ବ୍ୟବସାୟରେ ସାମିଲ ଥିବାବେଳେ ଏ ସମ୍ପର୍କରେ ତାଙ୍କ ନିର୍ବାଚନୀ ସତ୍ୟପାଠରେ ଉଲ୍ଲେଖ କରିନାହାନ୍ତି ା ସତ୍ୟପାଠ ଏହା ଲୁଚାଇଥିବାରୁ ସେ ଜନ ପ୍ରତିନିଧି ଆଇନର ଉଲଂଘନ କରିଛନ୍ତି।


All Right Reserved By Dharitri.Com

୧୧ ତାରିଖରୁ ପ୍ରଦାନ କରାଯିବ ଜେଇ ଟିକା

ନୟାଗଡ଼ ଅଫିସ,୯।୧୧: ଆସନ୍ତା ୧୧ ତାରିଖରେ ଜିଲାରେ ପ୍ରଥମ ଥର ପାଇଁ ୧ରୁ ୧୫ ବର୍ଷର ସମସ୍ତ ପିଲାଙ୍କୁ ଜାପାନିଜ ଏନସେଫାଲାଇଟିସ (ଜେଇ) ଟିକା ପ୍ରଦାନ...

୩୦ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷିତ:ବିଜୟ ମିଶ୍ରଙ୍କୁ ‘ଜୟଦେବ ପୁରସ୍କାର’

ଭୁବନେଶ୍ୱର,୧୧ା୧୨(ବ୍ୟୁରୋ):ବରିଷ୍ଠ ଚଳଚ୍ଚିତ୍ର ନିର୍ଦ୍ଦେଶକ, ସଂଳାପ ଲେଖକ ତଥା ନାଟ୍ୟକାର ଡ. ବିଜୟ ମିଶ୍ରଙ୍କୁ ୨୦୧୮ ମସିହା ପାଇଁ ଓଡ଼ିଆ ଚଳଚ୍ଚିତ୍ର କ୍ଷେତ୍ରରେ ଦିଆଯାଉଥିବା ସର୍ବୋଚ୍ଚ ‘ଜୟଦେବ...

ଗଞ୍ଜାମର ୫ ସରକାରୀ ଗୋଦାମରେ ଚାଉଳ ଅସୁରକ୍ଷିତ

ଛତ୍ରପୁର,୧୭ା୬(ଡି.ଏନ.ଏ.)-ଗଞ୍ଜାମ ଜିଲାର ୫ ସରକାରୀ ଗୋଦାମରେ ଚାଉଳ ଅସୁରକ୍ଷିତ ଭାବେ ରଖାଯାଉଛି। ସେଗୁଡିକ ମଧ୍ୟରେ ହିଞ୍ଜିିଳି ଚାଉଳ ରିସିଭିଂ ସେଣ୍ଟର ଗୋଦାମ, ଜଗନ୍ନାଥପୁରସ୍ଥିତ ଯୋଗାଣ ନିଗମ...

ଏଜେଣ୍ଟ, ଗ୍ରାହକଙ୍କୁ ମିଳୁନି ମାଚୁରିଟି ଟଙ୍କା

ବ୍ରହ୍ମପୁର ଅଫିସ,୧୦ା୭-ସାହାରା ଇଣ୍ଡିଆ ଚିଟଫଣ୍ଡ ସଂସ୍ଥା ଅଧୀନରେ କାର୍ଯ୍ୟ କରୁଥିବା ଏଜେଣ୍ଟ(କ୍ଷେତ୍ର କର୍ମଚାରୀ) ଓ ଜମାକାରୀଙ୍କୁ ଦୀର୍ଘ ମାସ ଧରି ମିଳିନି ମାଚୁରିଟି, ଏମ୍‌ଆଇଏସ (ମାସିକ...

ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟ: ଶଯ୍ୟା ସଂଖ୍ୟା ୩୦୦କୁ ବୃଦ୍ଧି

ଭୁବନେଶ୍ୱର, ୭ା୧(ବ୍ୟୁରୋ): ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯାଇ ୩୦୦ ହେବ। ‘ମୋ ସରକାର’ ଟିମ୍‌ ଭଦ୍ରକ ପରିଦର୍ଶନ କରିବା ପରେ...

ମଙ୍ଗଳାଯୋଡ଼ିରେ ଜୈବ ବିବିଧତା ଆଲୋଚନାଚକ୍ର; ବିଦେଶାଗତ ପକ୍ଷୀଙ୍କ ସୁରକ୍ଷା ଉପରେ ଗୁରୁତ୍ୱ

ଟାଙ୍ଗୀ (ଖୋର୍ଦ୍ଧା),୭ା୧୧ (ଡି.ଏନ.ଏ.): ଟାଙ୍ଗୀ ବ୍ଲକ ମଙ୍ଗଳାଯୋଡି ପଞ୍ଚାୟତରେ ବୁଧବାର ଜୈବ ବିବିଧତା ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ବିଶ୍ୱପ୍ରସିଦ୍ଧ ଚିଲକାକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ଯୋଗୁ...

ମାର୍ଚ୍ଚ ୩ରୁ ଯୁକ୍ତ ୨ ପରୀକ୍ଷା

ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ଚଳିତବର୍ଷର ଯୁକ୍ତ ୨ ପରୀକ୍ଷା ଲାଗି ଶୁକ୍ରବାର ତାରିଖ ଘୋଷଣା କରାଯାଇଛି। ମାର୍ଚ୍ଚ ୩ରୁ ପରୀକ୍ଷା ଆରମ୍ଭ ହେବ। ଯୁକ୍ତ ୨ ବିଜ୍ଞାନ ପରୀକ୍ଷା...

ଅତିରିକ୍ତ ବଜେଟ ପାଇଁ ଚାଲିଛି ପ୍ରସ୍ତୁତି: ଆଜି ସବୁ ବିଭାଗ ପକ୍ଷରୁ ଖର୍ଚ୍ଚ ଦାବି ପ୍ରସ୍ତାବ ଦେବାର ଶେଷ ଦିବସ

ଭୁବନେଶ୍ୱର, ୨୨ା୧୦(ବ୍ୟୁରୋ): ଓଡ଼ିଶା ବିଧାନସଭାର ଶୀତଅଧିବେଶନ ଆସନ୍ତା ନଭେମ୍ବର ମାସ ଅଧାରେ ହେବ ବୋଲି ଜଣାପଡିଛି। ଏହି ଅଧିବେଶନ କାଳରେ ରାଜ୍ୟ ସରକାର ଅତିରିକ୍ତ ଖର୍ଚ୍ଚ...

Leave a comment

Your email address will not be published. Required fields are marked *