ଆମେରିକାରେ ୩ ଫୁଟ୍‌ ତୁଷାରପାତ

ଓ୍ବାଶିଂଟନ,୧ା୧୦: ଆମେରିକାରେ ଗ୍ରୀଷ୍ମଋତୁ ଶେଷ ହେବାର ସପ୍ତାହେ ପରେ ସେଠାରେ ପ୍ରବଳ ତୁଷାର ଝଡ଼ ହୋଇଛି। ପଶ୍ଚିମାଞ୍ଚଳରେ ରବିବାର ରେକର୍ଡ ପରିମାଣର ୩ ଫୁଟ୍‌ ଉଚ୍ଚରେ ତୁଷାର ଜମିବା ସହ ପ୍ରବଳ ଶୀତ ଅନୁଭୂତ ହୋଇଛି। ଶୀତଋତୁ ଆରମ୍ଭରୁ ଏଭଳି ତୁଷାରପାତ ହେବା ପ୍ରଥମ ଘଟଣା। କାଲିଫର୍ନିଆ, ଓରେଗନ୍‌, ଓ୍ବାଶିଂଟନ, ମୋଣ୍ଟାନା, ଇଡାହୋ, ନେଭାଡା, ଉଟାହ ଆଦି ଅଞ୍ଚଳରେ ତୁଷାରପାତ ଯୋଗୁ ତାପମାତ୍ରା ସ୍ବାଭାବିକଠାରୁ ୩୦ ଡିଗ୍ରୀ ତଳେ ରହିଛି। ସେପ୍ଟେମ୍ବରରେ ଏଭଳି ଅଭୂତପୂର୍ବ ତୁଷାର ଝଡ଼ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିବା ମୋଣ୍ଟାନା ଗଭର୍ନର ଷ୍ଟିଭ୍‌ ବୁଲକ କହିଛନ୍ତି। ପ୍ରବଳ ବେଗରେ ପବନ ବହିବାରୁ ବହୁ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡିବା ଯୋଗୁ ରାସ୍ତା ଅବରୋଧ ହେବା ସହ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି। ବ୍ରାଉନିଂ ଟାଉନର ଗ୍ଲାସିୟର ପାର୍କ ନିକଟରେ ୪୦ ଲଞ୍ଚ ଉଚ୍ଚର ବରଫ ପଡିଥିବା ଦେଖାଯାଇଛି।


All Right Reserved By Dharitri.Com

୩୭୦ ଉଚ୍ଛେଦ ବିରୋଧରେ ଜେକେଏଲ୍‌ଏଫ୍‌ର ଫ୍ରିଡମ୍‌ ମାର୍ଚ୍ଚ : ଏଲ୍‌ଓସି ଅଭିମୁଖେ ପିଓକେବାସୀ

ଇସ୍‌ଲାମାବାଦ,୭ା୧୦ (ଆଇଏଏନ୍‌ଏସ୍‌): ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ଦୁଇମାସ ପୂରିଛି। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ପାକିସ୍ତାନରେ ଜୋର୍‌ଦାର...

ନେତନ୍ୟାହୁଙ୍କ ଭାଗ୍ୟ ପରୀକ୍ଷା

ଜେରୁଜେଲମ୍‌,୧୭।୯: ଇସ୍ରାଏଲ୍‌ରେ ନୂଆ ପ୍ରଧାନମନ୍ତ୍ରୀ ଚୟନ ପାଇଁ ମଙ୍ଗଳବାର ନେତାଙ୍କ ଭାଗ୍ୟ ପରୀକ୍ଷା ହେବ। ଏଥିପାଇଁ ମଙ୍ଗଳବାର ଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ...

ବିଷାକ୍ତ ଛତୁ ଖାଇବା ତ ଦୂର ଛୁଇଁଲେ ବି ହେବ ମୃତ୍ୟୁ !

ସିଡ୍‌ନୀ, ୨୯।୨: ଛତୁ ଖାଇବାକୁ କେତେକ ପସନ୍ଦ କରିଥାନ୍ତି। କବକ ଜାତୀୟ ଏହି ଖାଦ୍ୟରେ ମଣିଷ ଶରୀର ପାଇଁ ଉପଯୋଗୀ ମଧ୍ୟ। ତେବେ ନିକଟରେ ଅଷ୍ଟ୍ରେଲିଆର...

ପିଆନୋ ହାଉସ୍‌

ଚାଇନାର ଏହା ଏକ ସୁନ୍ଦର ବିଲ୍ଡିଂ, ଯେଉଁମାନେ ଉଭୟ ସଙ୍ଗିତ ଓ ସ୍ଥାପତ୍ୟକୁ ଭଲ ପାଆନ୍ତି, ସେମାନଙ୍କ ପାଇଁ ଏହି ଘର ଏକ ପ୍ରିୟ ଆର୍କିଟେକ୍ଚରାଲ...

ଭୟଭୀତ ପାକିସ୍ତାନ: ଲଦାଖ ନିକଟରେ ମୁତୟନ କଲାଣି ଯୁଦ୍ଧ ବିମାନ

ନୂଆଦିଲ୍ଲୀ,୧୨।୮: ଜମ୍ମୁ-କଶ୍ମୀରକୁ ନେଇ ଭାରତ ଯେଉଁ ନିଷ୍ପତ୍ତି ନେଇଛି ସେଥିରେ ବ୍ୟତିବ୍ୟସ୍ତ ହୋଇପଡିଛି ପାକିସ୍ତାନ। ଏହାକୁ ନେଇ ପ୍ରତିଥର ସେ ଏମିତି କିଛି କାମ କରୁଛି...

ମୋଦିଙ୍କ ଇଂରାଜୀ କହିବା ଶୈଳୀକୁ ପ୍ରଶଂସା କଲେ ଆମେରିକା ରାଷ୍ଟ୍ରପତି

ବାଇରିଜ୍‌,୨୭।୮: ଫ୍ରାନ୍ସର ବାଇରିଜଠାରେ ଜି-୭ ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଥିଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉଭୟଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ...

‘ହାଉଡି ମୋଦି’ କାର୍ଯ୍ୟକ୍ରମ ପୂର୍ବରୁ ହଷ୍ଟନରେ ପ୍ରବଳ ବର୍ଷା: ସ୍କୁଲ, କଲେଜ୍‌ ବନ୍ଦ

ହଷ୍ଟନ,୨୦।୯: ଆଗାମୀ ସେପ୍ଟେମ୍ବର ୨୨ରେ ଆମେରିକାରେ ଆୟୋଜିତ ହେବ ‘ହାଉଡି ମୋଦି’ କାର୍ଯ୍ୟକ୍ରମ। ଟେକ୍ସାସର ହଷ୍ଟନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ଆମେରିକା ରାଷ୍ଟ୍ରପତି...

ଚାଇନା ସରକାର ନିଜ ଇଛା ଅନୁସାରେ ଲେଖିବେ କୋରାନ୍‌ ଓ ବାଇବେଲ୍‌

ବେଜିଂ,୨୯।୧୨: ଚାଇନାରେ ଉଇଗର ମୁସଲମାନ୍‌ ସମ୍ପ୍ରଦାୟ ଉପରେ ନାନା ପ୍ରକାର ନିର୍ଯାତନା ଜାରି ରହିଛି। ଏବେ ଚାଇନା ସରକାର ନିଜ ଇଛା ଅନୁସାରେ ଧର୍ମଗ୍ରନ୍ଥ କୋରାନ୍‌...

Leave a comment

Your email address will not be published. Required fields are marked *