ଶ୍ରୀକ୍ଷେତ୍ରରେ ଗୁପ୍ତ ଗୁଣ୍ଡିଚା: ନାରାୟଣୀ ମନ୍ଦିରକୁ ବିଜେ ହେଲେ ଦୁର୍ଗାମାଧବ

ପୁରୀ ଅଫିସ, ୧।୧୦: ଶ୍ରୀମନ୍ଦିରରେ ଚାଲିଛି ଦୁର୍ଗାମାଧବ ଉପାସନା। ସୋମବାର ମା’ ବିମଳାଙ୍କ ପୀଠରୁ ଦୁର୍ଗାମାଧବ ରଥାକୃତି ବିମାନରେ ବିଜେ ହୋଇ ଦୋଳମଣ୍ଡପ ସାହିସ୍ଥିତ ନାରାୟଣୀ ମନ୍ଦିରକୁ ବିଜେ କରିଥିଲେ। ସେଠାରେ ନୀତି ସମ୍ପନ୍ନ ହୋଇଥିଲା। ଶ୍ରୀମନ୍ଦିରରେ ରାତ୍ର ଚନ୍ଦନ ଲାଗି ବଢିବା ପରେ ଦୁର୍ଗାମାଧବ ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରିଥିଲେ।
ସକାଳ ଧୂପ ବଢିବା ପରେ ଦୁର୍ଗାମାଧବ ଜୟ ବିଜୟ ଦ୍ୱାର ଦେଇ ଝୁଲଣ ମଣ୍ଡପଠାରେ ଥିବା ବିମାନରେ ବିଜେ କରିଥିଲେ। ଘଣ୍ଟ, ଛତା, କାହାଳୀ ଓ ବୈଜୟନ୍ତୀ ପଟୁଆରରେ ବିମାନକୁ ସିଂହଦ୍ୱାର ଦେଇ ଦୋଳମଣ୍ଡପ ସାହିକୁ ବିଜେ କରାଯାଇଥିଲା। ଏହି ସମୟରେ ବିଭିନ୍ନ ସ୍ଥାନରେ ପାରମ୍ପରିକ ପନ୍ତି ଅନୁଷ୍ଠିତ ହୋଇଥିଲା। ବିମାନକୁ ମା’ ନାରାୟଣୀଙ୍କ ମନ୍ଦିର ପରିସରକୁ ବିଜେ କରାଯାଇଥିଲା। ମନ୍ଦିର ଭିତର ଖଟରେ ଦୁର୍ଗାମାଧବ ବିଜେ କରିବା ପରେ ଭିତରଚ୍ଛ ମହାପାତ୍ର ରୁପା ପିଙ୍ଗଣରେ କର୍ପୂର ଜଳ ଲାଗି କରାଇଥିଲେ। ଶୀତଳ ଭୋଗ ମଣୋହି ହୋଇ ବନ୍ଦାପନା ହୋଇଥିଲା। ଶ୍ରୀମନ୍ଦିରରେ ରାତ୍ର ଚନ୍ଦନ ଲାଗି ହେବା ପରେ ଦୁର୍ଗାମାଧବ ପାଲିଙ୍କିରେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ ହୋଇ ଭଣ୍ଡାରକୁ ବିଜେ କରିଥିଲେ। ଏହି ଉପାସନାକୁ ଗୁପ୍ତ ଗୁଣ୍ଡିଚା ବା ଶାକ୍ତ ଗୁଣ୍ଡିଚା କୁହାଯାଏ। ଦୁର୍ଗାମାଧବ ଏଭଳି ଭାବେ ନବମୀ ପର୍ଯ୍ୟନ୍ତ ନାରାୟଣୀ ମନ୍ଦିରକୁ ବିଜେ କରିବେ।
ସୂଚନାଯୋଗ୍ୟ, ମୂଳାଷ୍ଟମୀଠାରୁ ଶ୍ରୀମନ୍ଦିରର ଅଧିଷ୍ଠାତ୍ରୀ ଦେବୀ ବିମଳାଙ୍କ ଷୋଳପୂଜା ଆରମ୍ଭ ହୋଇଛି। ସେହିଦିନଠାରୁ ଦୁର୍ଗାମାଧବ ରୁନ୍ଧା ହୋଇ ପୂଜା ପାଉଛନ୍ତି। ଶ୍ରୀଦୁର୍ଗାମାଧବ ଷୋଳପୂଜାରେ ପ୍ରଥମ ୮ଦିନ ମା’ ବିମଳାଙ୍କ ମନ୍ଦିରକୁ ଏବଂ ଏହାପରେ ନବମୀ ପର୍ଯ୍ୟନ୍ତ ଦୋଳମଣ୍ଡପ ସାହିସ୍ଥ ମା’ ନାରାୟଣୀଙ୍କ ମନ୍ଦିରକୁ ବିଜେ କରିଥାନ୍ତି।


All Right Reserved By Dharitri.Com

ପୋଲିସ,ଅବକାରୀ ବିଭାଗର ମିଳିତ ଚଢାଉ: ମଦ ଜବତ, ୯ ଗିରଫ

ଆସିକା,୨୫ା୭ (ଡି.ଏନ୍‌.ଏ.) – ଆସିକା ଥାନା ଇଲାକାର ବିଭିନ୍ନ ଗ୍ରାମାଞ୍ଚଳରେ ଚାଲିଥିବା ଚୋରା ରନ୍ଧା ମଦ ଭାଟି ଓ ମଦ ଦୋକାନ ଉପରେ ବୁଧବାର ପୋଲିସ...

ଜଳଶକ୍ତି ଅଭିଯାନ ଶୁଭାରମ୍ଭ

କେନ୍ଦ୍ରାପଡା ଅଫିସ, ୮।୮: କେନ୍ଦ୍ର ସରକାରଙ୍କ ଜଳଶକ୍ତି ଅଭିଯାନରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ଏକମାତ୍ର ଜିଲା ଭାବେ କେନ୍ଦ୍ରାପଡ଼ା ସ୍ଥାନ ପାଇଥିବା ବେଳେ ସହରର ଟାଉନହଲଠାରେ...

ସ୍ତ୍ରୀଙ୍କ ଚରିତ୍ରକୁ ସନ୍ଦେହ କରି ହତ୍ୟା : କଟାମୁଣ୍ଡ ଧରି ଥାନାରେ ଆତ୍ମସମର୍ପଣ କଲେ ସ୍ବାମୀ

କାକଟପୁର,୨୬।୮(ଡି.ଏନ୍‌.ଏ.): ପୁରୀ ଜିଲା ଅସ୍ତରଙ୍ଗ ଥାନା ଅଞ୍ଚଳରେ ରବିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଚରିତ୍ରକୁ ସନ୍ଦେହ କରି ଜଣେ ବ୍ୟକ୍ତି ସ୍ତ୍ରୀଙ୍କୁ...

ରାଜ୍ୟକୁ ଆସିବା ପୂର୍ବରୁ ସୂଚନା ଦିଅ, ନଚେତ ସରକାରୀ ସୁବିଧା ମିଳି ନ ପାରେ: ଏସ୍‌ଆର୍‌ସି

ଭୁବନେଶ୍ୱର,୨୪।୫(ବ୍ୟୁରୋ): ଦିନକୁ ଦିନ ରାଜ୍ୟକୁ ଫେରୁଥିବା ପ୍ରବାସୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ହେଲେ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା ସ୍ବତନ୍ତ୍ର ନିୟମ ଅନୁଯାୟୀ ସବୁକିଛି ବ୍ୟବସ୍ଥିତ...

ଦେଢ଼ ମାସ ପରେ ଟ୍ରାଫିକ୍‌ ପୋଷ୍ଟ କାର୍ଯ୍ୟକ୍ଷମ: କଡ଼ାକଡ଼ି ହେଲା ଯାଞ୍ଚ

ଭୁବନେଶ୍ୱର,୫।୫ (ବ୍ୟୁରୋ): ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ସରିବା ପୂର୍ବରୁ ଭୁବନେଶ୍ୱରରେ କଟକଣା ଓ ଯାଞ୍ଚକୁ କୋହଳ କରାଯାଇଥିଲା। ଫଳରେ ରାଜଧାନୀ ରାସ୍ତାରେ ଗାଡ଼ିମୋଟର ଭିଡ଼ ବଢ଼ିଥିଲା।...

ଢେଙ୍କିକୋଟରେ ସଚେତନତାର ବାର୍ତ୍ତା ଦେଲେ ଅରବିନ୍ଦ

ଢେଙ୍କିକୋଟ, ୨୩।୧୧(ଡି.ଏନ୍‌.ଏ.)-ଦିବ୍ୟାଙ୍ଗହେଲେ ବି ମନରେ ଅଦମ୍ୟ ସାହସ। ‘ଝିଅ ବଞ୍ଚାଅ- ଦେଶ ବଞ୍ଚାଅ’, ‘ରକ୍ତଦାନ – ମହାପୁଣ୍ୟ’ ଏବଂ ‘ଯେକୌଣସି ଗାଡ଼ି ଚଳାଇବାବେଳେ ମୋବାଇଲ୍‌ ଫୋନ୍‌ରେ...

ମାସ୍କ ଲଗାଇ କରୋନାଠୁ ଦୂରେଇ ରହିବାକୁ ବାର୍ତ୍ତା ଦେଲା ରାଜ୍ୟ ଛାତ୍ର କଂଗ୍ରେସ

ଭୁବନେଶ୍ୱର,୧୬।୩(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ରାଜ୍ୟବାସୀ ଚିନ୍ତାରେ ପଡ଼ିଯାଇଛନ୍ତି। ଏ ନେଇ ବିଭିନ୍ନ ସ୍ଥାନରେ ସଚେତନ କରାଯାଉଥିବା ବେଳେ ସୋମବାର ଛାତ୍ର କଂଗ୍ରେସ...

ବୁଧବାର ବନକଲାଗି: ୪ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

ପୁରୀ ଅଫିସ,୧୨ା୧୧: ଶ୍ରୀମନ୍ଦିରରେ ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ନ ପ୍ରାୟ ୪ଟାରୁ ରାତି ୮ଟା ୪ ଘଣ୍ଟା ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ...

Leave a comment

Your email address will not be published. Required fields are marked *