‘କ୍ଷେତ୍ର ପରିଦର୍ଶନରେ ଯାଇ ବାସ୍ତବ ସ୍ଥିତି ଅନୁଧ୍ୟାନ କର’

ବାଲେଶ୍ୱର ଅଫିସ, ୧।୧୦-ରାଜ୍ୟ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସୋମବାର ବାଲେଶ୍ୱର ଗସ୍ତରେ ଆସି ବାଲେଶ୍ୱର ଓ ଭଦ୍ରକ ଜିଲାର ସମବାୟ ବିଭାଗର କାର୍ଯ୍ୟାବଳୀ ଏବଂ ୫-ଟି କାର୍ଯ୍ୟାନ୍ବୟନ ସମ୍ପର୍କରେ ସମୀକ୍ଷା କରିଛନ୍ତି। ପୂର୍ବାହ୍ନରେ ସ୍ଥାନୀୟ ବାଲେଶ୍ୱର -ଭଦ୍ରକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ମନ୍ତ୍ରୀ ଚାଷୀ ଏବଂ ଜନସାଧାରଣଙ୍କ ସହ ସମନ୍ବୟ ରକ୍ଷା କରି ସମବାୟ ବିଭାଗ କାର୍ଯ୍ୟ କରିବାକୁ ଉପସ୍ଥିତ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ ସମ୍ପ୍ରତି ୫-ଟି ଉପରେ ଗୁରୁତ୍ୱାରୋପ କରିଥିବା ବେଳେ ତାହାକୁ ନିଷ୍ଠାର ସହ କାର୍ଯ୍ୟକାରୀ କରିବାକୁ ସେ କହିଥିଲେ। ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ କରି ଦଳଗତ ଭାବେ ସମୟସୀମା ମଧ୍ୟରେ ସ୍ବଚ୍ଛତାର ସହ କାର୍ଯ୍ୟ କଲେ ରାଜ୍ୟର ବିକାଶ ତ୍ୱରାନ୍ବିତ ହୋଇପାରିବ ବୋଲି ମନ୍ତ୍ରୀ ମତବ୍ୟକ୍ତ କରିଥିଲେ। ଏଥିରେ ଅବହେଳା କଲେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ଚେତାବନୀ ଦେଇଥିଲେ। ରାଜ୍ୟ ତଥା ଦେଶର ଅର୍ଥନୈତିକ ପ୍ରଗତି ଏଥିସହ ଜଡ଼ିତ ଥିବାରୁ ଏ ଦିଗରେ ଯୋଜନାବଦ୍ଧ ଭାବେ କାମ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ବ୍ୟାଙ୍କର ସଭାପତି ରଘୁନାଥ ଲେଙ୍କା ଏଥିରେ ଅଧ୍ୟକ୍ଷତା କରିଥିଲେ ା
ଚାଷୀମାନେ ଧାନ ବିକ୍ରି ଟଙ୍କା ଠିକ୍‌ ସମୟରେ ପାଇପାରୁ ନ ଥିବା ଏବଂ ସେବା ସମବାୟ ସମିତିର ୨୦୧୪-୧୫ ପାଖରୁ ମଣ୍ଡି ଶ୍ରମ ପ୍ରାପ୍ୟ ପାଇ ନ ଥିବା ସିଏସଓ ଏବଂ ଏସିଏସ୍‌ଓଙ୍କୁ ଡକାଇ ଏହି ସମସ୍ୟାର ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସମବାୟ ବ୍ୟାଙ୍କ ଓ ପ୍ରାଥମିକ ସମବାୟ କୃଷି ସମିତିଗୁଡିକ ଦ୍ୱାରା ଚାଷୀମାନଙ୍କୁ ଦିଆଯାଇଥିବା ଋଣ ଏବଂ ବାଲେଶ୍ୱର, ଭଦ୍ରକ ଜିଲାର ଜନସାଧାରଣ ସମବାୟ ବ୍ୟାଙ୍କରେ ଜମା କରିଥିବା ଟଙ୍କା ଉପରେ ମନ୍ତ୍ରୀ ସମୀକ୍ଷା କରିଥିଲେ। ଋଣ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସମବାୟ ବ୍ୟାଙ୍କ ଓ ସମିତିଗୁଡ଼ିକର ନିୟମିତ ଅଡିଟ୍‌ ସହ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନରେ ଯାଇ ବାସ୍ତବ ସ୍ଥିତି ଅନୁଧ୍ୟାନ କରିବାକୁ ସେ କହିଥିଲେ। ଆଜିର ସମୀକ୍ଷା ପରେ ପୁନର୍ବାର ୪ ମାସ ପରେ ଆଉ ଏକ ସମୀକ୍ଷା ବୈଠକ କରି ଏହାର ଅଗ୍ରଗତି ସମ୍ପର୍କରେ ତଦାରଖ କରିବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଟ୍ରାକ୍ଟର ଓ ପାୱାର ଟିଲର ସମେତ କୃଷି ଯନ୍ତ୍ରପାତି କିଣିବା ଦିଗରେ ଋଣ ପ୍ରଦାନ, ଖରିଫ ଋତୁରେ ଚାଷୀମାନେ ଯେପରି ଧାନର ଉଚିତ୍‌ ମୂଲ୍ୟ ଠିକ୍‌ ସମୟରେ ପାଇପାରିବେ ସେଦିଗରେ ପଦକ୍ଷେପ ନେବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଗ୍ରାମାଞ୍ଚଳରେ ସମବାୟ ସଚେତନତା କାର୍ଯ୍ୟକ୍ରମ, ସାଧାରଣ ସେବା କେନ୍ଦ୍ର, ଚାଷୀମାନଙ୍କ ଆଧାରକାର୍ଡ଼ ଲିଙ୍କ, ଚାଷୀମାନଙ୍କଠାରୁ ଧାନ ସଂଗ୍ରହ ଏବଂ ସେମାନଙ୍କର ପ୍ରାପ୍ୟ ପ୍ରଦାନ ପ୍ରସଙ୍ଗରେ ମନ୍ତ୍ରୀ ସମୀକ୍ଷା କରିଥିଲେ। ସେହିପରି ସମବାୟ ବ୍ୟାଙ୍କ ଓ ସମବାୟ ସମିତିଗୁଡ଼ିକ ନିମନ୍ତେ ଧାର୍ଯ୍ୟ ହୋଇଥିବା ଲକ୍ଷ୍ୟ ଯେପରି ପୂରଣ ହୋଇପାରିବ ତାହା ସୁନିଶ୍ଟିତ କରିବାକୁ ସେ ଅଧିକାରୀମାନଙ୍କୁ କହିଥିଲେ। ସମବାୟ ସମିତିଗୁଡ଼ିକରେ ଖାଲିପଡ଼ିଥିବା ପଦବୀ ଏବଂ କମ୍ପ୍ୟୁଟରୀକରଣ ଉପରେ ସେ ଅଧିକାରୀମାନଙ୍କଠାରୁ ତଥ୍ୟ ହାସଲ କରିଥିଲେ। ବୈଠକରେ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ଡିଆରସିଏସ ଦାୟିତ୍ୱରେ ଥିବା ବ୍ୟାଙ୍କ ଉପସଭାପତି ଅନୀତା ଭୂୟାଁ, ନିର୍ଦ୍ଦେଶକ ଅଜୟ ସାମଲ, ମାନସ ଜେନା, ଗିରୀଶ ଦାସ, ଭାଗବତ ଖିଲାର, ରମେଶ ଭାରତୀ, ନିର୍ମଳ ମଣ୍ଡଳ, ଅସ୍ମିତା ମହାପାତ୍ରଙ୍କ ସମେତ ସେବା ସମବାୟ ସମିତିରୁ ୩ଜଣ ସଭାପତି ଓ ୩ଜଣ ସମ୍ପାଦକ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏଆରସିଏସ, ଅଡିଟର ଓ ବିଭାଗୀୟ ଅଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।


All Right Reserved By Dharitri.Com

ତାଳସାରୀ ବେଳାଭୂମିରୁ ମୃତ ଡଲଫିନ ଉଦ୍ଧାର

ଜଳେଶ୍ୱର/ଭୋଗରାଇ,୧୫।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ତାଳସାରୀ ସମୁଦ୍ର ବେଳାଭୂମିରୁ ଏକ ମୃତ ଡଲଫିନ ଉଦ୍ଧାର ହୋଇଛି। ରବିବାର ସକାଳେ ତାଳସାରୀ ବେଳାଭୂମିରେ ମାଛ ଧରିବାକୁ ଯାଇଥିବା...

ବିଧାନସଭା ଶୀତ ଅଧିବେଶନ: ବିରୋଧୀଙ୍କ ରହୁନି ତାଳମେଳ

ଭୁବନେଶ୍ୱର,୨୪।୧୧: ଚଳିତ ମାସ ୧୩ ତାରିଖରୁ ଆରମ୍ଭ ହୋଇଛି ଷୋଡ଼ଶ ବିଧାନସଭାର ଶୀତ ଅଧିବେଶନ। ଦୀର୍ଘ ଏକ ମାସ ଧରି ଚାଲିବାକୁ ଥିବା ଏହି ଅଧିବେଶନ...

ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା:ସାମିଲ ହେବେ ଆହୁରି ୨ ଲକ୍ଷରୁ ଊର୍ଦ୍ଧ୍ୱ ହିତାଧିକାରୀ

ଭୁବନେଶ୍ୱର,୬।୧୨ (ବ୍ୟୁରୋ):ରାଜ୍ୟ ସରକାରଙ୍କ ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନାରେ ଆଉ ୨ ଲକ୍ଷ ୨ ହଜାର ୮୦୯ ଅନ୍ତର୍ଭୁକ୍ତ କରାଯିବ। ଯେଉଁ ଯୋଗ୍ୟ ହିତାଧିକାରୀ ରାଜ୍ୟ ଖାଦ୍ୟ...

ଆଗେଇପାରୁନି ଆଚାର୍ଯ୍ୟ ବିହାର-ବାରଙ୍ଗ ସମାନ୍ତରାଳ ରାସ୍ତା

ଭୁବନେଶ୍ୱର,୨୨ା୮(ବ୍ୟୁରୋ): ହୁ ହୁ ବଢୁଛି ରାଜଧାନୀର ଜନସଂଖ୍ୟା। ପରିବ୍ୟାପ୍ତ ହୋଇଚାଲିଛି ସହରର ଆକାର। ସ୍ମାର୍ଟସିଟି ହେବାପରଠାରୁ ଭୁବନେଶ୍ୱରରେ ରହିବାକୁ ରାଜ୍ୟ ତଥା ବାହାରୁ ଲୋକଙ୍କ ସୁଅ...

୧୯ରେ ଭଙ୍ଗାଯିବ ମେଘନାଦ ପାଚେରିକୁ ଲାଗି ରହିଥିବା ବେଆଇନ କୋଠା: ଆସିଲା କଣ୍ଟେନର; ଚାଲିବ ସୂଚନା କେନ୍ଦ୍ର, ପୋଲିସ ଫାଣ୍ଡି

ପୁରୀ ଅଫିସ,୧୮।୮: ମେଘନାଦ ପାଚେରି ଚତୁଃପାର୍ଶ୍ୱକୁ ମୁକ୍ତ ରଖିବା ଲାଗି ନିଷ୍ପତ୍ତି ନେଇଛି ଜିଲା ପ୍ରଶାସନ। ମେଘନାଦ ପାଚେରିକୁ ଲାଗି ରହିଥିବା ବେଆଇନ କୋଠା ଆସନ୍ତା...

ଜୁଲାଇ ପହିଲା ଯାଏ ବିଚାର ବିଭାଗୀୟ ହାଜତରେ ରହିବେ ପାଟଣାଗଡ଼ ବିଧାୟକ

ଭୁବନେଶ୍ୱର,୨୬।୬(ବ୍ୟୁରୋ): ପାଟଣାଗଡ଼ ବିଧାୟକ ସରୋଜ ମେହେର ଆସନ୍ତା ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରହିବେ। ବୁଧବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି...

ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଜମୁଛି ପାଣି

କେନ୍ଦୁଝର, ୧୧ା୯(ସ୍ବ.ପ୍ର.)-ଐତିହ୍ୟ ସମ୍ପନ୍ନ କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଡ୍ରେନେଜ ବ୍ୟବସ୍ଥା ନ ଥିବାରୁ ଜଳ ନିଷ୍କାସନ ହୋଇ ନ ପାରି ଅନେକ ସ୍ଥାନରେ ପାଣି...

ତେଣ୍ଡା ଗାଁରେ ବିକାଶ ଅପହଞ୍ଚ

କପ୍ତିପଦା,୨୪ା୮(ଡି.ଏନ୍‌.ଏ.)- କପ୍ତିପଦା ବ୍ଲକ୍‌ର ଆଦିବାସୀ ଅଧ୍ୟୁଷିତ କଳମଗଡ଼ିଆ ପଞ୍ଚାୟତ ଅନ୍ତର୍ଗତ ତେଣ୍ଡା ଗ୍ରାମ ଅପହଞ୍ଚ ଇଲାକା ପାଲଟିଛି। ପ୍ରଶାସନ କିମ୍ବା ରାଜନେତାଙ୍କ ପାଦ ପଡୁ ନ...

Leave a comment

Your email address will not be published. Required fields are marked *