Posted inUncategorized

କୋର ସେକ୍ଟର ଉତ୍ପାଦନ କମିଲା

ନୂଆଦିଲ୍ଲୀ,୧-୧୦: ଦେଶର ୮ କୋର୍‌ ସେକ୍ଟର ଶିଳ୍ପଗୁଡିକର ଉତ୍ପାଦନ ଅଗଷ୍ଟ ମାସରେ ୦.୫%କୁ ହ୍ରାସ ଘଟିଛି। ଏହି ସମୟରେ କୋଇଲା, ଅଶୋଧିତ ତୈଳ, ପ୍ରାକୃତିକ ବାଷ୍ପ, ସିମେଣ୍ଟ ଏବଂ ବିଦ୍ୟୁତ ଭଳି କ୍ଷେତ୍ରର ଉତ୍ପାଦନ ପ୍ରଭାବିତ ହୋଇଥିବା ସରକାର ସୋମବାର ପ୍ରଦାନ କରିଥିବା ତଥ୍ୟରୁ ଜଣାପଡିଛି। ଗତ ବର୍ଷ ଅଗଷ୍ଟ ମାସରେ କୋଇଲା, ଅଶୋଧିତ ତୈଳ, ପ୍ରାକୃତିକ ବାଷ୍ପ, ରିଫାଇନେରୀ ପ୍ରଡକ୍ଟ, ସାର, ଇସ୍ପାତ, ସିମେଣ୍ଟ ଏବଂ ବିଦ୍ୟୁତ ଭଳି ୮ କୋର ସେକ୍ଟର ଶିଳ୍ପର ଅଭିବୃଦ୍ଧି ୪.୭% ରହିଥିଲା। ବର୍ତ୍ତମାନ ସମୟରେ କୋଇଲା, ଅଶୋଧିତ ତୈଳ, ପ୍ରାକୃତିକ ବାଷ୍ପ, ସିମେଣ୍ଟ ଏବଂ ବିଦ୍ୟୁତ ଭଳି କ୍ଷେତ୍ରରେ ଅଭିବୃଦ୍ଧି ନକାରାତ୍ମକ ରହିଛି। ଏହି କ୍ଷେତ୍ରଗୁଡିକରେ ଅଭିବୃଦ୍ଧି ହ୍ରାସ ଘଟି ଯଥାକ୍ରମେ ୮.୬%, ୫.୪%, ୩.୯%, ୪.୯% ଏବଂ ୨.୯% ରହିଥିବା ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ରହିଛି। ଏହାବାଦ ସାର ଏବଂ ଇସ୍ପାତ ଉତ୍ପାଦନ ଅଭିବୃଦ୍ଧି ସକରାତ୍ମକ ରହିବା ସହ ଯଥାକ୍ରମେ ୨.୯% ଏବଂ ୫% ରହିଛି। ଚଳିତ ବର୍ଷ ଏପ୍ରିଲ ଅଗଷ୍ଟ ସମୟରେ ୮ କୋର ସେକ୍ଟର ଶିଳ୍ପ ଅଭିବୃଦ୍ଧି ୨.୪% ରହିଥିବାବେଳେ ଗତ ବର୍ଷ ସମାନ ସମୟରେ ଏହା ୫.୭% ରହିଥିଲା।


All Right Reserved By Dharitri.Com

Posted inUncategorized View All

ବିବାହର ୬ବର୍ଷ ପରେ ନିର୍ଯାତନା : ନ୍ୟାୟ ପାଇଁ ଢେଙ୍କାନାଳରେ ପଶ୍ଚିମବଙ୍ଗ ମହିଳା

ଢେଙ୍କାନାଳ ଅଫିସ, ୩୦।୬ – ବିବାହର ୫ବର୍ଷ ପରେ ପଶ୍ଚିମବଙ୍ଗର ଜଣେ ମହିଳା ସ୍ବାମୀଙ୍କ ଦ୍ୱାରା ଅକଥନୀୟ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ...

ବନ୍ଦ ହେଲା ନାବାଳିକାଙ୍କ ବିବାହ

ମହାକାଳପଡ଼ା,୨୨ା୬(ଡି.ଏନ୍‌.ଏ.): ମହାକାଳପଡା ବ୍ଲକ ଅଧୀନ ଜମ୍ବୁ ମେରାଇନ୍‌ ଥାନା ଅଞ୍ଚଳରେ ଶିଶୁ ସୁରକ୍ଷା ବିଭାଗ, ବ୍ଲକ ସମନ୍ବିତ ଶିଶୁ ସୁରକ୍ଷା କମିଟି ଓ ପୋଲିସର ହସ୍ତକ୍ଷେପ...

ଆଇକନିକ୍‌ ଡେଷ୍ଟିନେଶନରୁ ଓଡ଼ିଶା ଗାଏବ: ବିଧାନସଭାରେ ଉଦ୍‌ବେଗ

ଭୁବନେଶ୍ୱର, ୧୨।୭(ବ୍ୟୁରୋ): କେନ୍ଦ୍ର ସରକାର ସମଗ୍ର ଦେଶରେ ୧୭ଟି ପର୍ଯ୍ୟଟନ ସ୍ଥଳକୁ ଆଇକନିକ୍‌ ଡେଷ୍ଟିନେଶନ ମାନ୍ୟତା ଦେଇଛନ୍ତି। ମାତ୍ର ଦୁର୍ଭାଗ୍ୟର ବିଷୟ ଯେ, ବିଶ୍ୱପ୍ରସିଦ୍ଧ ପୁରୀ...

ମହାକାଶଚାରୀଙ୍କୁ ସୁସ୍ଥ ରଖିବ ରେଡ୍‌ ଓ୍ବାଇନ୍‌

ନ୍ୟୁୟର୍କ: ଭବିଷ୍ୟତରେ ପୃଥିବୀରୁ ମଙ୍ଗଳ ଅଭିଯାନରେ ଯେଉଁ ମହାକାଶଚାରୀମାନେ ଯିବେ ସେମାନଙ୍କୁ ରେଡ୍‌ ଓ୍ବାଇନ୍‌ ସୁସ୍ଥ ରଖିବ ବୋଲି ହାର୍ଭାର୍ଡ ୟୁନିଭର୍ସିଟି ଦ୍ୱାରା କରାଯାଇଥିବା ଏକ...

ଅଭିନୟରେ ହଜିଯିବାକୁ ହୁଏ

ମୁମ୍ବାଇ: ଅଭିନୟ କରିବା ବେଳେ ନିଜକୁ ଭୁଲିଯିବାକୁ ହୁଏ ବୋଲି ବଲିଉଡ୍‌ ଅଭିନେତ୍ରୀ ସାରା ଅଲି ଖାନ୍‌ ପ୍ରକାଶ କରିଛନ୍ତି। ସାରା ‘କେଦାରନାଥ’ ଏବଂ ‘ସିମ୍ବା’...

ଚର୍ଚ୍ଚାରେ ଦୀପିକାଙ୍କ ବ୍ୟାଗ୍‌: ଦାମ୍‌ ୧ଲକ୍ଷ ୧୬ ହଜାର

ମୁମ୍ବାଇ: ବଲିଉଡ୍‌ କୁଇନ୍‌ ଦୀପିକା ପାଦୁକୋନ୍‌ କିଛି ନା କିଛି କାରଣ ପାଇଁ ଅନେକ ସମୟରେ ଥାଆନ୍ତି ଚର୍ଚ୍ଚାରେ। ବିଶେଷ କରି ତାଙ୍କ ଷ୍ଟାଇଲ୍‌କୁ ନେଇ...

ନିକ୍‌ଙ୍କ ବୟସ କମାଇ ଟ୍ରୋଲ୍‌ ହେଲେ ପ୍ରିୟଙ୍କା

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସ୍ବାମୀ ନିକ୍‌ ଜୋନାସ୍‌ଙ୍କ ବୟସ କମ୍‌ ଲେଖି ଟ୍ରୋଲ୍‌ ହୋଇଛନ୍ତି। ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରି ନିକ୍‌ ଟକିଲା ବ୍ରାଣ୍ଡ୍‌...

ଗୋଷ୍ଠୀସ୍ତରୀୟ ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା

କେସିଙ୍ଗା,୧୮।୯(ଡି.ଏନ.ଏ.)-କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୋଷ୍ଠୀସ୍ତରୀୟ ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା ଶିବିର ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏହି ଚକ୍ଷୁ...

Leave a comment

Your email address will not be published. Required fields are marked *