‘ବ୍ରହ୍ମୋସ’ ର ପରୀକ୍ଷଣ ସଫଳ

ବାଲେଶ୍ୱର ଅଫିସ, ୩୦।୯-ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ସମନ୍ବିତ ପରୀକ୍ଷଣ ପରିସର (ଆଇଟିଆର୍‌) ୩ନଂ. ଉତ୍‌କ୍ଷେପଣ କେନ୍ଦ୍ରରୁ ସୋମବାର ପୂର୍ବାହ୍ନ ୧୦ଟା ୩୦ ମିନିଟ୍‌ରେ ସୁପରସୋନିକ୍‌ କ୍ରୁଜ କ୍ଷେପଣାସ୍ତ୍ର ‘ବ୍ରହ୍ମୋସ’ର ବ୍ୟାବହାରିକ ପରୀକ୍ଷଣ ସଫଳ ହୋଇଛି। ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇଥିବା ଏହି କ୍ଷେପଣାସ୍ତ୍ର ‘ବ୍ରହ୍ମୋସ୍‌’ର ବିକଶିତ ମଡ଼େଲ। ପରୀକ୍ଷଣ ସମୟରେ ସେନା ଓ ଡିଆର୍‌ଡିଓ (ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭେଲପ୍‌ମେଣ୍ଟ ଅର୍ଗାନାଇଜେଶନ୍‌)ର ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ।
ଡିଆର୍‌ଡିଓ ଓ ସେନାବାହିନୀର ମିଳିତ ସହଯୋଗରେ ପରୀକ୍ଷା କରାଯାଇଥିବା ଏହି କ୍ଷେପଣାସ୍ତ୍ରର ଓଜନ ୩ହଜାର କିଲୋଗ୍ରାମ୍‌। ୮.୪ ମିଟର ଲମ୍ବ ବିଶିଷ୍ଟ ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ ଦୂରତା ୨୯୦ରୁ ୪୫୦ କି.ମି.। ଦୁଇ ପର୍ଯ୍ୟାୟ ଇଞ୍ଜିନ୍‌ ବିଶିଷ୍ଟ ଏହି କ୍ଷେପଣାସ୍ତ୍ର ୨୦୦ କିଲୋଗ୍ରାମ୍‌ ଓଜନର ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି। ଆକାଶ ମାର୍ଗରେ ସ୍ବଳ୍ପ ଉଚ୍ଚତାରେ ଥାଇ ‘ବ୍ରହ୍ମୋସ୍‌’ ଅକ୍ଳେଶରେ ଶତ୍ରୁ ପକ୍ଷର ଟାର୍ଗେଟ୍‌କୁ ନଷ୍ଟ କରିଥାଏ। ଭାରତ ଓ ରୁଷ୍‌ର ମିଳିତ ସହଯୋଗରେ ଡିଆର୍‌ଡିଓ ପକ୍ଷରୁ ପ୍ରସ୍ତୁତ ଏହି କ୍ଷେପଣାସ୍ତ୍ର ଏକ ନିର୍ଭରଯୋଗ୍ୟ କ୍ଷେପଣାସ୍ତ୍ର ଅଟେ। ଏହାର ପ୍ରଥମ ପରୀକ୍ଷା ୨୦୧୭ ମାର୍ଚ୍ଚ ୧୧ ତାରିଖରେ ହୋଇଥିଲା। ସଫଳ ମଧ୍ୟ ହୋଇଥିଲା। କ୍ଷେପଣାସ୍ତ୍ର ପରୀକ୍ଷଣ ସଫଳ ହେବା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଡିଆର୍‌ଡିଓ ଚେୟାରମ୍ୟାନ୍‌ ଜି. ସଥିସ ରେଡ୍ଡୀ ଏବଂ ଡିଜି ମଶାଇଲ୍‌ ଆଣ୍ଡ୍‌ ଷ୍ଟ୍ରାଟେଜିକ୍‌ ସିଷ୍ଟମ୍‌ସ ଏମ୍‌ଏସ୍‌ଆର୍‌ ପ୍ରସାଦ ଶୁଭେଚ୍ଛା ଜଣାଇଛନ୍ତି। ଡିଜି (ବ୍ରହ୍ମୋସ) ସୁଧୀର କୁମାର ମିଶ୍ର, ଡିଆର୍‌ଡିଏଲ୍‌ ଡାଇରେକ୍ଟର ଦଶରଥ ରାମ ଏବଂ ଆଇଟିଆର୍‌ ନିର୍ଦ୍ଦେଶକ ବିନୟ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ଭାରତ ତାର ପ୍ରତିରକ୍ଷା ଶକ୍ତିକୁ ସୁଦୃଢ କରିବା ଦିଗରେ ଉକ୍ତ କ୍ଷେପଣାସ୍ତ୍ର ସାମର୍ଥ୍ୟ ରଖିଛି ବୋଲି କହିଛନ୍ତି।


All Right Reserved By Dharitri.Com

ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌: ନୂଆବର୍ଷରୁ ଜୋର୍‌ ଧରିବ ଉଚ୍ଛେଦ ଅଭିଯାନ

ପୁରୀ ଅଫିସ,୨୭।୧୨: ଶ୍ରୀମନ୍ଦିର ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ସକାଶେ ମେଘନାଦ ପାଚେରିକୁ ଲାଗି ୭୫ ମିଟର ପରିଧି ମଧ୍ୟରେ ସବୁ ନିର୍ମାଣ ଉଚ୍ଛେଦ ପାଇଁ ନିଷ୍ପତ୍ତି...

ଆଖି ନ ଥାଇ ଜୀବନ ଯୁଦ୍ଧର ବିଜେତା କୀର୍ତ୍ତନ: ୫ ପ୍ରାଣୀଙ୍କ ମୁହଁରେ ଫୁଟାଇଛନ୍ତି ହସ

କାମାକ୍ଷାନଗର, ୧୩।୧: ଆଖି ନାହିଁ। ଦେଖିପାରନ୍ତିନି ଦୁନିଆକୁ। ହେଲେ ଏହି ଦୁଃଖ କେବେ ଆସିନି ତାଙ୍କ ଓଠ ପାଖକୁ। ଖୁସ୍‌ ମିଜାଜ ଆଉ ହସହସ ମୁହଁରେ କେଇ...

ଫନୀ ପ୍ରଭାବ: କ୍ଷେତ୍ରବାସୀ ଡିଏଭି କଲେଜ ଧ୍ୱସ୍ତବିଧ୍ୱସ୍ତ; ୧୪ ଦିନ ପରେ ମଧ୍ୟ ପରିସ୍ଥିତିରେ ଆସିନି ସୁଧାର

ନିରାକାରପୁର,୧୮ା୫(ଡି.ଏନ.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତସ୍ଥ ପୁରାତନ କ୍ଷେତ୍ରବାସୀ ବିଜ୍ଞାନ ଡିଏଭି ମହାବିଦ୍ୟାଳୟ ଫନୀ ପ୍ରଭାବରେ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି ା ଏହି ଅଞ୍ଚଳରେ ଶିକ୍ଷାର ଅନ୍ତୁଡ଼ିଶାଳ...

ରତ୍ନଭଣ୍ଡାର ଖୋଲିବା ଦାବିରେ ଗଣଧାରଣା

ଛତିଆ,୨୬ା୮(ଡି.ଏନ୍‌.ଏ.): ରତ୍ନଭଣ୍ଡାର ସୁରକ୍ଷା ସମିତି ତରଫରୁ ରବିବାର ସକାଳେ ଛତିଆ ପାନ୍ଥଶାଳା ସମ୍ମୁଖରେ ରତ୍ନଭଣ୍ଡାରର ସୁରକ୍ଷା ଓ ତାଲା ଭାଙ୍ଗିବା ଦାବିରେ ଏକ ଶାନ୍ତିପୂର୍ଣ୍ଣ ଗଣଧାରଣା...

ଧରିତ୍ରୀ ପ୍ରଭାବ: ୧୦ ଖଣିରେ ୧୪୪ ଧାରା ଜାରି

ଖଇରା, ୬।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ତହସିଲର ଶାରୀଶୁଆ ପାହାଡ଼ରେ ବେଆଇନ ଭାବେ ଚାଲିଥିବା ୧୦ ଖଣିରେ ତହସିଲଦାର ପ୍ରଦୀପ କୁମାର ସାହୁ ଶୁକ୍ରବାର ୧୪୪ ଧାରା...

ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କଲା ଜିଲା ଶିକ୍ଷା ବିକାଶ ପରିଷଦ

ଭବାନୀପାଟଣା,୨୮।୧୦(ଡି.ଏନ୍‌.ଏ.): ରାଜ୍ୟ ସରକାର କଳାହାଣ୍ଡି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ସମ୍ପର୍କରେ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଥିବାରୁ କଳାହାଣ୍ଡି ଶିକ୍ଷା ବିକାଶ ପରିଷଦ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

ବଢ଼ତି ଭତା ପାଏବାରୁ ଦିବ୍ୟାଙ୍ଗ ବଁଚିତ୍‌

ଚିପିଲିମା, ୧୯।୧୨ (ଡି.ଏନ୍‌.ଏ.)- ରାଏଜ୍‌ ସରକାରକଁର ତରଫୁ ଦିବ୍ୟାଙ୍ଗମାନେ ବଢ଼ତି ଭତା ଟଁକା ପାଏବେ ବଲି ଘୋଷନା କରାଯାଇଛେ। ହେଲେ ସମ୍ବଲପୁର ଜିଲା ଧନକଉଡ଼ା ବ୍ଲକରେ...

ଆଲିପୁର ସରପଞ୍ଚ ପଦବୀ ଅସିଦ୍ଧ ଘୋଷଣା

ଆସିକା,୨୬ା୨(ଡି.ଏନ୍‌.ଏ.) – ଆସିକା ବ୍ଲକ ଆଲିପୁର ପଞ୍ଚାୟତ ନିର୍ବାଚନକୁ ନେଇ ହୋଇଥିବା ଏକ ମାମଲାର ବିଚାରକରି ମଙ୍ଗଳବାର ଆସିକାର ଅତିରିକ୍ତ ଜିଲାଜଜ୍‌ ରାଜଲକ୍ଷ୍ମୀ ପଟ୍ଟନାୟକ ସରପଞ୍ଚ...

Leave a comment

Your email address will not be published. Required fields are marked *