Posted inଜାତୀୟ

ବିହାରରେ ଜଳପ୍ରଳୟ, ଉପମୁଖ୍ୟମନ୍ତ୍ରୀଙ୍କ ଘରେ ପଶିଲା ପାଣି

ପାଟନା, ୩୦।୯: ବିହାରରେ ଜଳପ୍ରଳୟ ଦେଖାଦେଇଛି। ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ନଦୀରେ ବନ୍ୟା ଆସିଛି। ଏପର୍ଯ୍ୟନ୍ତ ବନ୍ୟା ଯୋଗୁ ରାଜ୍ୟରେ ୨୯ ଜଣଙ୍କ ମୃତ୍ୟୁ ଘଟିଛି। କେବଳ ସାଧାରଣ ଲୋକେ ନୁହଁନ୍ତି, ବନ୍ୟା ଯୋଗୁ ନେତାଙ୍କ ନିଦ ମଧ୍ୟ ଉଡିଗଲାଣି। ରାଜ୍ୟର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦିଙ୍କ ଘରେ ମଧ୍ୟ ବନ୍ୟା ଜଳ ପଶିଯାଇଛି। ଘର ଭିତରେ ବନ୍ୟା ଜଳ ପ୍ରବେଶ କରିବା ଫଳରେ ସେ ଏବଂ ତାଙ୍କ ପରିବାର ୩ଦିନ ହେଲା ବାହାରକୁ ଆସିପାରୁନାହାନ୍ତି। ଘରେ ବିଜୁଳି ଏବଂ ପିଇବା ପାଣି ବ୍ୟବସ୍ଥା ସମ୍ପୂର୍ଣ୍ଣ ବ୍ୟାହତ ହୋଇପଡିଛି। ୩ଦିନ ପରେ ଜାତୀୟ ପ୍ରଶମନ ବିଭାଗର ଏକ ଟିମ୍‌ ପକ୍ଷରୁ ତାଙ୍କୁ ବାହାରକୁ ଅଣାଯାଇଛି।


All Right Reserved By Dharitri.Com

ଆଧାର ଲାଗି ବିଳମ୍ବ ହେଲା ଅନ୍ତିମ ସଂସ୍କାର

ବେଙ୍ଗାଲୁରୁ,୧୨।୨: ଗତ ସପ୍ତାହରେ ବେଙ୍ଗାଲୁରୁ ବିଜୟନଗରରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଅନ୍ତିମ ସଂସ୍କାର ପାଇଁ ସମସ୍ୟା ଉପୁଜିଥିଲା। କାରଣ ମୃତକଙ୍କ ଆଧାର...

ଓଓ୍ବାଇସି ବୁଝାଇଲେ ଫରକ୍‌ କ’ଣ

ହାଇଦ୍ରାବାଦ,୨୫ା୧୨: ସିଏଏକୁ ଆରମ୍ଭରୁ ବିରୋଧ କରୁଥିବା ଏଆଇଏମ୍‌ଆଇଏମ୍‌ ଅଧ୍ୟକ୍ଷ ଅସାଦୁଦ୍ଦିନ୍‌ ଓଓ୍ବାଇସି ମଙ୍ଗଳବାର ଏନ୍‌ପିଆର୍‌ ସମ୍ପର୍କରେ ୫ଟି ଟୁଇଟ୍‌ କରିଛନ୍ତି। ଏଥିରେ ସେ ଏନ୍‌ଆର୍‌ସି ଏବଂ...

ବିବାହ ପରେ ନିଖୋଜ ବରଙ୍କ ମିଳିଲା ମୃତଦେହ

ଲକ୍ଷ୍ନୌ,୧୨।୨: ବିବାହ ପରେ ବରକନ୍ୟା ଘରକୁ ଫେରୁଥିବା ବେଳେ ରାସ୍ତାରୁ ହଠାତ୍‌ ବର ନିଖୋଜ ହୋଇଯାଇଥିଲେ। ପରଦିନ ଏକ ଘଞ୍ଚ ଜଙ୍ଗଲରୁ ତାଙ୍କ ମୃତଦେହ ମିଳିଥିଲା।...

ସିଆଚେନ୍‌-ଡୋକଲାମ୍‌ରେ ଭୋକରେ ରହୁଛନ୍ତି ଯବାନ: ମିଳୁନି ଖାଦ୍ୟ ପଦାର୍ଥ

ନୂଆଦିଲ୍ଲୀ,୪।୨: ଭାରତ-ଚାଇନା ସୀମାରେ ସମୁଦ୍ର ପତ୍ତନଠାରୁ ୯ ହଜାରରୁ ଅଧିକ ଫୁଟ ଉଚ୍ଚରେ ଦେଶ ସୁରକ୍ଷାରେ ସେନା ଯବାନ ମୁତୟନ ରହିଛନ୍ତି। ଏଠାରେ ଥିବା ସିଆଚେନ୍‌...

କଂଗ୍ରେସ ନେତାଙ୍କୁ ୧.୦୪ କୋଟିର ନୋଟିସ

ମୋରାଦାବାଦ,୧୭ା୨ (ପି.ଟି.): ସିଏଏ ବିରୋଧୀ ବିକ୍ଷୋଭକାରୀଙ୍କୁ ସାମ୍ବୋଧନ କରିଥିବା କଂଗ୍ରେସ ନେତା ଇମ୍ରାନ୍‌ ପ୍ରତାପଗଡ଼ୀଙ୍କୁ ପ୍ରଶାସନ ପକ୍ଷରୁ ୧.୦୪ କୋଟି ଟଙ୍କାର କାରଣ ଦର୍ଶାଅ ନୋଟିସ...

ଜଣେ ପତ୍ନୀଙ୍କ ସହ ଦିନରେ ଜଣେ ପତ୍ନୀଙ୍କ ସହ ରାତିରେ ରହୁଥିଲେ ସ୍ବାମୀ: ମାମଲା ରୁଜୁ

ଗାନ୍ଧିନଗର,୧୬।୪: ଗୁଜରାଟର ଜଣେ ବ୍ୟକ୍ତି ଦୁଇଟି ବିବାହ କରିଥିଲେ ସୁଦ୍ଧା ଏକଥା କାହାକୁ ଜଣା ନ ଥିଲା। କାରଣ ସେ ଦିନରେ ଜଣେ ସ୍ତ୍ରୀଙ୍କ ପାଖେ...

ବିଗ୍‌ ବସ୍‌ ଫେମ୍‌ ସ୍ବାମୀ ଓମ୍‌ ଜୀଙ୍କ ମୁଣ୍ଡ କାଟ ପାଇଁ ୫୦ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କଲେ ଭିଏଚ୍‌ପି ନେତା

ଶାହାଜହାନପୁର,୧୭।୯: ଉତ୍ତର ପ୍ରଦେଶ ଶାହାଜହାନପୁର ଜିଲାର ବିଶ୍ୱ ହିନ୍ଦୁ ପରିଷଦ(ଭିଏଚ୍‌ପି) ସଚିବ ଏକ ବିବାଦୀୟ ବୟାନ ଦେଇଛନ୍ତି। ବିଗ୍‌ ବସ୍‌ ଫେମ୍‌ ତଥା ଆତ୍ମଘୋଷିତ ସ୍ବାମୀ...

ହେଲ୍‌ମେଟ ପିନ୍ଧି କାମ କଲେ ଡାକ୍ତର

ନୂଆଦିଲ୍ଲୀ,୧୪।୬: ପଶ୍ଚିମବଙ୍ଗରେ ଡାକ୍ତରମାନେ ଅନଶନ କରିବା ଫଳରେ ରୋଗୀ ସେବା ବ୍ୟାହତ ହୋଇଛି। ଏମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ବିରୋଧ କରି ଅଲ୍‌ ଇଣ୍ଡିଆ ଇନଷ୍ଟିଚ୍ୟୁଟ...

Leave a comment

Your email address will not be published. Required fields are marked *