ଭୋଟ ପୂର୍ବରୁ ଚାଲିଲାଣି ବାକ୍‌ଯୁଦ୍ଧ

ଭୁବନେଶ୍ୱର,୩୦ା୯(ବ୍ୟୁରୋ) : ବିଜେପୁର ଉପନିର୍ବାଚନ ନେଇ ୩ ପ୍ରମୁଖ ଦଳର ପ୍ରାର୍ଥୀ ଚୂଡ଼ାନ୍ତ ହୋଇଛି। ଶନିବାର ବିଜେଡି ପକ୍ଷରୁ ପୂର୍ବତନ ବିଧାୟିକା ରୀତା ସାହୁଙ୍କୁ ପ୍ରାର୍ଥୀ କରାଯାଇଥିଲା। ଏହାର ଦିନକ ପରେ ସ୍ଥାନୀୟ ନେତା ସନତ ଗଡତିଆଙ୍କୁ ଭାଜପା ପ୍ରାର୍ଥୀ କରିଛି। ସେହିପରି ଯଥେଷ୍ଟ ପୂର୍ବରୁ କଂଗ୍ରେସ ଦିଲୀପ ପଣ୍ଡାଙ୍କୁ ପ୍ରାର୍ଥୀ ଘୋଷଣା କରିସାରିଛି। ସୋମବାର ନାମାଙ୍କନପତ୍ର ଦାଖଲର ଶେଷଦିନ ହୋଇଥିବାରୁ ଉପରୋକ୍ତ ୩ ଦଳର ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିବେ ବୋଲି ଜଣାପଡ଼ିଛି। ଲଢେଇରେ ମୋଟ ପ୍ରାର୍ଥୀଙ୍କ ସଂଖ୍ୟା ଏଯାବତ୍‌ ଜଣାପଡ଼ି ନାହିଁ। ହେଲେ ଉପନିର୍ବାଚନରେ ମୁଖ୍ୟ ଲଢେଇ ଭାଜପା ଏବଂ ବିଜେଡି ପ୍ରାର୍ଥୀଙ୍କ ମଧ୍ୟରେ ହେବ ବୋଲି ସମୀକ୍ଷକମାନେ ମତ ରଖିଛନ୍ତି। ଏହି ନିର୍ବାଚନରେ ଆସନ ବଜାୟ ରଖିବା ବିଜେଡି ପାଇଁ ଚ୍ୟାଲେଞ୍ଜ ହୋଇଛି। ଅନୁରୂପ ଭାବେ ପଶ୍ଚିମ ଓଡ଼ିଶାର ସଂସଦୀୟ ଆସନରେ ଦଳ ପାଇଥିବା ସଫଳତା ବିଧାନସଭା ଆସନରେ ପ୍ରତିଫଳିତ କରିବାକୁ ଭାଜପା ଚେଷ୍ଟା କରିବ। କଂଗ୍ରେସ ସ୍ଥିତି ସୁଧାରି ଅଧିକରୁ ଅଧିକ ଭୋଟ୍‌ ହାତେଇବାକୁ ଚେଷ୍ଟା କରିବ ବୋଲି କୁହାଯାଉଛି।
ନିର୍ବାଚନ ରାଜନୀତିରେ କିଏ ବିଜୟ ମୁକୁଟ ପିନ୍ଧିବ, ସେ କଥା ଫଳାଫଳ ପରେ ଜଣାପଡ଼ିବ। ହେଲେ ତା’ପୂର୍ବରୁ ପ୍ରମୁଖ ଦଳ ବରିଷ୍ଠ ନେତାମାନଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ବରଗଡ ଭାଜପା ଏମ୍‌ପି ସୁରେଶ ପୂଜାରୀ ବିଜେଡି ଏବଂ ଏହାର ସଭାପତି ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିଛନ୍ତି। ରବିବାର ଗଣମାଧ୍ୟମକୁ ସୁରେଶ କହିଛନ୍ତି ଯେ, ନବୀନ ବାବୁ ବିଜେପୁର ଆସନରୁ ଲଢି ପୁଣି ଛାଡିଲେ କାହିଁକି। ନିଜେ ବିଜେପୁର ଦାୟିତ୍ୱ ନେଇଥିଲେ, ଏହି ସମୟରେ ସେହି ଅଞ୍ଚଳର କେତେ ବିକାଶ ହୋଇଛି। ପ୍ରାୟ ବହୁ କୋଟି ଟଙ୍କା ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପର ସ୍ଥିତି କ’ଣ। ଚାଷୀଙ୍କ ଧାନ କୁଇଣ୍ଟାଲ ପିଛା ୧୦୦ ଟଙ୍କା ବୋନସ୍‌ ଦେବା ପ୍ରତିଶ୍ରୁତି କୁଆଡେ ଗଲା। ଗତ ନିର୍ବାଚନ ସମୟରେ ପୂରଣ ହୋଇଥିବା ବିଜେପୁରରେ ସବୁ ଡାକ୍ତର/ଶିକ୍ଷକ ପଦବୀ ବର୍ତ୍ତମାନ ଖାଲି କ’ଣ ପାଇଁ ବୋଲି ପୂଜାରୀ ପ୍ରଶ୍ନ କରିଛନ୍ତି। ଅପରପକ୍ଷରେ ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ କହିଛନ୍ତି ଯେ, ପୂଜାରୀ ମହୋଦୟ ସ୍ଥାନୀୟ ଅଞ୍ଚଳର ଏମ୍‌ପି ଅଛନ୍ତି। ଗଙ୍ଗାଧର ଜଳସେଚନ ପ୍ରକଳ୍ପ ଅଗ୍ରଗତି ନେଇ ନିଜେ ସମୀକ୍ଷା କରିପାରିବେ। ଏକାଧିକ ଆସନରେ ଲଢିବା ପରମ୍ପରା କ’ଣ ଭାଜପାରେ ନାହିଁ। ବିଗତ ଦୁଇ ବର୍ଷରେ ବିଜେପୁର ବିକାଶଧାରା ଦ୍ରୁତଗତିରେ ହୋଇଛି। ତେଣୁ ଭୋଟ ସମୟରେ ବାକ୍ୟ ଆକ୍ରମଣରୁ ଭାଜପା ନେତାମାନେ ଦୂରେଇ ରୁହନ୍ତୁ ବୋଲି ଦେବେଶ କହିଛନ୍ତି। ଅପରପକ୍ଷରେ କଂଗ୍ରେସ ନେତା ସୁର ରାଉତରାୟ ଉଭୟ ବିଜେଡି, ଭାଜପାକୁ ସମାଲୋଚନା କରିଛନ୍ତି। ସୁର କହିଛନ୍ତି ଯେ, ବିଜେପୁରବାସୀଙ୍କୁ ବିଜେଡି ପ୍ରତାରିତ କରିବା ଛଡା ଆଉ କିଛି ଦେଇନାହିଁ। ଦୀର୍ଘଦିନର ଶାସନ ସତ୍ତ୍ୱେ ସେଠାକାର ବିକାଶ ହୋଇନାହିଁ। ସେହିଭଳି ଭାଜପା ନେତାମାନେ ବଡ ବଡ କଥା କହୁଛନ୍ତି, ହେଲେ ସ୍ଥାନୀୟ ଅଞ୍ଚଳରେ କୌଣସି ଉଲ୍ଲେଖନୀୟ ଅବଦାନ ନାହିଁ। ତେଣୁ ବିଜେଡି-ଭାଜପାର କଂଗ୍ରେସ ହିଁ ପ୍ରକୃତ ବିକଳ୍ପ ବୋଲି ସୁର କହିଛନ୍ତି।


All Right Reserved By Dharitri.Com

୬ରେ ଓଡ଼ିଶା ଆସିବେ ଆନ୍ନା ହଜାରେ

ଭୁବନେଶ୍ୱର,୧।୧୧(ବ୍ୟୁରୋ): ଆସନ୍ତା ୬ ତାରିଖରେ ଓଡ଼ିଶା ଆସିବେ ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ। ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ଆୟୋଜିତ ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ...

ମୁହଁ ଖୋଲିଲେ ମୋକିମ: କହିଲେ ‘ଓଡ଼ିଶାରେ ଯୁବ ନେତୃତ୍ୱରେ ଆବଶ୍ୟକତା ରହିଛି’

ଭୁବନେଶ୍ୱର,୬।୧୧(ବ୍ୟୁରୋ): ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ପରିବର୍ତ୍ତନକୁ ନେଇ ରାଜ୍ୟ ରାଜନୀତି ସରଗରମ ଥିବା ବେଳେ ଦଳରେ ଯୁବ ନେତୃତ୍ୱର ଆବଶ୍ୟକତା ରହିଛି ବୋଲି କହିଛନ୍ତି...

ଆଉ ୩ ସ୍ଥାନରେ ସ୍ଥାପନ ହେବ କୋଭାସ୍‌ ମେଶିନ

ଭୁବନେଶ୍ୱର, ୨୯।୪(ବ୍ୟୁରୋ): କରୋନାକୁ ମୁକାବିଲା କରିବା ପାଇଁ ଏବେ ରାଜ୍ୟର ସବୁ ବିଭାଗ ଏକତ୍ର ହୋଇ କାର୍ଯ୍ୟ କରୁଛି। ରାଜ୍ୟବାସୀଙ୍କୁ କରୋନା କବଳରୁ କିପରି ରକ୍ଷା...

ଆଜି ଜେଲରୁ ବାହାରି ପାରନ୍ତି ସାରଥି

କଟକ ଅଫିସ, ୨୫।୭: ସାରଥି ଓରଫ୍‌ ସନ୍ତୋଷ ରାଉଳ ଗୁରୁବାର ଜେଲରୁ ମୁକୁଳି ପାରନ୍ତି। କେନ୍ଦ୍ରାପଡ଼ା ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ବେଲ୍‌ ବଣ୍ଡ ଦାଖଲ ହୋଇଛି। ସେଠାରୁ...

ଓଡ଼ିଶାର ଆଉ ଏକ ଜିଲାକୁ ଡେଇଁଲା କରୋନା: ୬୧ ନଂ ଆକ୍ରାନ୍ତ ବାଲେଶ୍ୱରର

ଭୁବନେଶ୍ୱର,୧୮ା୪(ବ୍ୟୁରୋ) : ଶନିବାର ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେ ବାଲେଶ୍ୱର ଜିଲାର। ତାଙ୍କର ବୟସ ୫୮ ବର୍ଷ ବୋଲି ରାଜ୍ୟ...

କରୋନାରୁ ଆରୋଗ୍ୟ ପାଇଁ ଆୟୁର୍ବେଦ ଔଷଧ ବ୍ୟବହାରକୁ ସ୍ବାଗତ

କଟକ ଅଫିସ୍‌,୯।୫: କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନ, କେନ୍ଦ୍ର ଆୟୁଷ ବିଭାଗ ମନ୍ତ୍ରୀ ଶ୍ରୀପଦ ନାୟକ ଏବଂ ଆୟୁଷ ମନ୍ତ୍ରଣାଳୟର ସଚିବ ବୈଦ ରାଜେଶ...

ଗରମରେ ସିଝୁଛି ଓଡ଼ିଶା: ୧୫ ଯାଏ ନିସ୍ତାର ନାହିଁ

ଭୁବନେଶ୍ୱର,୧୨।୬(ବ୍ୟୁରୋ)-ସମଗ୍ର ରାଜ୍ୟ ଗରମ ଓ ଗୁଳୁଗୁଳିରେ ସିଝୁଛି। ସତେ ଯେପରି ଆକାଶରୁ ଅଗ୍ନି ବର୍ଷୁଛି। ପ୍ରଚଣ୍ଡ ଗ୍ରୀଷ୍ମ ପରିବେଶକୁ ଉତ୍ତପ୍ତ କରି ଦେଇଛି। ମଣିଷଠାରୁ ଆରମ୍ଭ...

ପରକୀୟା ପ୍ରୀତିରୁ ହତ୍ୟାକାଣ୍ଡ

କଣିହାଁ, ୩ା୧୨(ଡି.ଏନ.ଏ.) ଅନୁଗୋଳ ଜିଲା କଣିହାଁ ବ୍ଲକ ରେଙ୍ଗାଳି ଥାନା ବାଲିପଶିସାହିର ଏକ କୂଅରୁ ଗତ ୨୮ ତାରିଖରେ ଦୁର୍ଯ୍ୟୋଧନ ତୁଙ୍ଗଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର...

Leave a comment

Your email address will not be published. Required fields are marked *