ନିଆରା ବ୍ୟକ୍ତିତ୍ୱ ଉଜ୍ଜ୍ୱଳ କୁମାର: ବାଣ୍ଟି ଚାଲିଛନ୍ତି ସମାଜସେବାର ବାର୍ତ୍ତା

କେନ୍ଦୁଝର, ୩୦।୯ – ସେବା କାର୍ଯ୍ୟରୁ ଯେଉଁ ଆନନ୍ଦ ମିଳେ, ତାହା ଅବର୍ଣ୍ଣନୀୟ । ଯୁବପିଢ଼ି ସେବା କାର୍ଯ୍ୟ ଲାଗି ଆଗଭର ହେଲେ ସମାଜରେ ପରିବର୍ତ୍ତନ ଆସିବ ବୋଲି କହନ୍ତି ଡ.ଉଜ୍ଜ୍ୱଳ କୁମାର ସାହୁ। ଦୁଃଖୀ, ଦରିଦ୍ର, ନିଃସହାୟଙ୍କ ସେବାରେ ଶେଷ ଜୀବନ ବିତାଇବାକୁ ଲକ୍ଷ୍ୟ ରଖି ସେ ପ୍ରତିମାସ ପାଉଥିବା ପେନ୍‌ସନ ବାବଦ ୧୩ ହଜାର ଟଙ୍କାକୁ ଖର୍ଚ୍ଚ କରି ଚାଲିଛନ୍ତି। ଚାକିରି ଜୀବନ ବିତାଇ ଅବସର ନେବା ପରଠାରୁ ବିଭିନ୍ନ ଅନୁଷ୍ଠାନର ବିକାଶ ସହ ନିୟମିତ ଭାବେ ସେବାକାର୍ଯ୍ୟ କରି ନିଜର ଏକ ପରିଚୟ ସୃଷ୍ଟି କରିପାରିଛନ୍ତି।
ଉଜ୍ଜ୍ୱଳଙ୍କ ଘର କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଗ୍ରାମରେ । ବୟସ ୭୯ ହେବ। ୧୯୬୨ ମସିହାରେ ସେ ଜିଲାପାଳଙ୍କ କାର୍ଯ୍ୟାଳୟରେ ମାତ୍ର ୮୦ ଟଙ୍କା ଦରମାରେ ଚାକିରି ଜୀବନ ଆରମ୍ଭ କରିଥିଲେ। ୧୯୬୭ରେ ଶିକ୍ଷକତା ବୃତ୍ତିକୁ ଆଦରି ୨୦୦୦ ମସିହାରେ ଅବସର ଗ୍ରହଣ କରିଥିଲେ। ସେବେଠାରୁ ସମାଜସେବା କାର୍ଯ୍ୟକୁ ଜୀବନର ବ୍ରତ ଭାବେ ଗ୍ରହଣ କରି ସେ କାର୍ଯ୍ୟ କରି ଚାଲିଛନ୍ତି। ୧୯୭୨ରେ ସେ ଭୁବନେଶ୍ୱରସ୍ଥିତ ଓଡ଼ିଶା ରାଜ୍ୟ ହୋମିଓପାଥି ବୋର୍ଡରୁ ହୋମିଓପାଥି ବିଦ୍ୟା ହାସଲ କରିଥିଲେ। ସେବେଠାରୁ ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଯୋଗାଇ ଆସୁଛନ୍ତି। ନିଜ ସକାଶେ ଘର କି ଗାଡି କରିପାରି ନାହାନ୍ତି। ଅତି ନିରାଡମ୍ବର ଭାବେ ଜୀବନ ଅତିବାହିତ କରି ସମାଜସେବାର ବାଣ୍ଟି ଚାଲିଛନ୍ତି। ପାଖରେ ରହୁଥିବା ତାଙ୍କ ସହଧର୍ମିଣୀ ଏଥିଲାଗି ପ୍ରେରଣା ଯୋଗାଉଛନ୍ତି। ଦୁଇ ଝିଅପୁଅଙ୍କ ମଧ୍ୟରୁ ଝିଅ ବାହା ହୋଇ ଯାଇଥିବା ବେଳେ ପୁଅ ମେକାନିକ୍‌ ଭାବେ କାମ କରୁଛନ୍ତି।
ଉଜ୍ଜ୍ୱଳ କହନ୍ତି, ତାଙ୍କ ହାତରେ ବିଶେଷ ସମ୍ବଳ ନ ଥବାରୁ ସେ ପାଉଥିବା ପେନସନ ଅର୍ଥରେ ଦାନଧର୍ମ କରିଆସୁଛନ୍ତି। ଚୁମୁରିଗୋଡା, ଝାରବେଡା, ନିହ୍ନୁଆ, ହାତିବାରୀ, କଇଁଣ୍ଡା, ତ୍ରିବିନ୍ଧା, ତୁରୁମୁଙ୍ଗା ଗାଁ ପାଲଟିଛି ତାଙ୍କ କର୍ମସ୍ଥଳୀ । ନିୟମିତ ଭାବେ ସେ ଏସବୁ ଗାଁକୁ ଯାଇ ଲୋକଙ୍କୁ ଚିକିତ୍ସା କରିଥାନ୍ତି। ଅଭାବରେ ଥିବା ଲୋକଙ୍କୁ ଅନ୍ନ, ବସ୍ତ୍ର, ଔଷଧ ଯୋଗାଇ ଦେଇଥାନ୍ତି। ସ୍ଥାନୀୟ ଦଧିବାମନ ମହାବିଦ୍ୟାଳୟ, ସରସ୍ବତୀ ଶିଶୁ ମନ୍ଦିରକୁ ସେ ୧ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିବା ସହିତ ସ୍ଥାନୀୟ ଶିବ ମନ୍ଦିର ସମେତ ଅନ୍ୟ ମନ୍ଦିରର ବିକାଶ ଲାଗି ଉଦ୍ୟମ କରି ଆସିଛନ୍ତି। ଏଭଳି କାର୍ଯ୍ୟ ଲାଗି ସେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିିତ ହୋଇଛନ୍ତି । ବରିଷ୍ଠ ସାହିତ୍ୟିକ ତଥା ପରିବେଶବିତ ଡ. ବିମ୍ବାଧର ବେହେରା ଉଜ୍ଜ୍ୱଳ କୁମାର ତାଙ୍କ ଚିନ୍ତାଧାରା ଓ ସେବା କାର୍ଯ୍ୟ ଲାଗି ସମସ୍ତଙ୍କ ଆଦର ଭାଜନ ହୋଇପାରିଛନ୍ତି ବୋଲି କହିଛନ୍ତି। ବର୍ତ୍ତମାନର ବିଧାୟକ ଜଗନ୍ନାଥ ନାୟକ ଉଜ୍ୱଳଙ୍କ ଭଳି ଜଣେ ନିଆରା ବ୍ୟକ୍ତିତ୍ୱ ସମ୍ପର୍କରେ ଜାଣିବା ପରେ ତାଙ୍କର ଅନେକ ପ୍ରଶଂସା କରିଛନ୍ତି।


All Right Reserved By Dharitri.Com

ବିଜେଡିର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ

ହାଟଡିହୀ,୧୬l୧୦(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଆନନ୍ଦପୁର ନିର୍ବାଚନ ମଣ୍ଡଳିର ହାଟଡିହୀ ଆଞ୍ଚଳିକ ମହାବିଦ୍ୟାଳୟରେ ବିଜେଡି ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l କାର୍ଯ୍ୟକ୍ରମକୁ ବିଧାୟକ...

୩୪୬ଛାତ୍ରୀଙ୍କୁ ସାନିଟାରି ନାପ୍‌କିନ

ସୋନପୁର,୨୯।୭(ନି.ପ୍ର.): ସୋନପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟସ୍ତରୀୟ ସ୍ବାସ୍ଥ୍ୟ ସଚେତନତା ଓ ସାନିଟାରି ନାପ୍‌କିନ ‘ଖୁସି’ ବଣ୍ଟନ କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହି...

ଆରଡ଼ିରେ ଶିବବିବାହ ମହୋତ୍ସବ ପ୍ରସ୍ତୁତି: ଜୁନ୍‌ ୬ରେ ମଙ୍ଗଳକୃତ୍ୟ, ୭ରେ ବିବାହ

ଭଦ୍ରକ ଅଫିସ, ୧୬।୫ – ଭଦ୍ରକ ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ପରିସରରେ ବୁଧବାର ସନ୍ଧ୍ୟାରେ ପ୍ରସିଦ୍ଧ ଶୈବପୀଠ ଆରଡ଼ି ଧାମର ବାବା ଆଖଣ୍ଡଳମଣିଙ୍କ ବିବାହ ମହୋତ୍ସବ...

ହେଟାବାଘ ଆକ୍ରମଣରେ ୭ ଛେଳି ମୃତ, ୧୨ଗୁରୁତର

ରଣପୁର, ୨୮।୮(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ବନବିଭାଗ ଅଧୀନ କଙ୍କିଆ ସାଆଁତରାପୁର ଆଦିବାସି ସାହିରେ ହେଟା ବାଘ ଆକ୍ରମଣରେ ୭ ଛେଳିଙ୍କ ମୃତ୍ୟୁ ଘଟିଥିବା ବେଳେ...

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୨ ଜଣଙ୍କ ମୃତ୍ୟୁ

ନୟାଗଡ଼ ଅଫିସ,୪।୯: ନୟାଗଡ଼ ଜିଲା ରଣପୁର ବ୍ଲକ ରଙ୍କଦେଉଳି ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ୨ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଉକ୍ତ ଗ୍ରାମର...

ମହିଳା କର୍ମଚାରୀଙ୍କୁ ଅସଦାଚରଣ ମାମଲା: ଜେଲ ଗଲେ କେସିସିଏସ୍‌ ସଭାପତି ପ୍ରମୋଦ

କେନ୍ଦ୍ରାପଡ଼ା ଅଫିସ,୫ା୧୧: ଜଣେ ମହିଳା କର୍ମଚାରୀଙ୍କୁ ଅସଦାଚରଣ କରିବା ମାମଲାରେ କେନ୍ଦ୍ରାପଡ଼ା କ୍ରେଡିଟ କୋ-ଅପରେଟିଭ ସୋସାଇଟି (କେସିସିଏସ୍‌) ସଭାପତି ପ୍ରମୋଦ ସାହୁ ସୋମବାର ଗିରଫ ହୋଇଛନ୍ତି। କେନ୍ଦ୍ରାପଡ଼ା...

ସ୍ମିତାରାଣୀଙ୍କ ହତ୍ୟା ଲୁଚାଇବାକୁ ଷଡ଼ଯନ୍ତ୍ର: ନରସିଂହ

ଭୁବନେଶ୍ୱର, ୨୧।୧୧ (ବ୍ୟୁରୋ): ଯାଜପୁର ଜିଲା ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁକୁ ନେଇ ବୁଧବାର ବିଧାନସଭାରେ ଶୂନ୍ୟକାଳ ଓ ମୁଲତବୀ ଆଲୋଚନା ବେଳେ...

ମଦ କାରବାର: ଢାବା ମାଲିକଙ୍କ ସମେତ ୨ ଗିରଫ

ନୂଆଗାଁ,୨୩।୮(ଡି.ଏନ.ଏ.)-ନୟାଗଡ ଜିଲା ନୂଆଗାଁ ଥାନା ଅଞ୍ଚଳରେ ଅବାଧରେ ନିଶା କାରବାର ବଢିଚାଲିଥିବା ବେଳେ ତାହାକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ତରଫରୁ ବୁଧବାର ରାତି ଅଧିଆ...

Leave a comment

Your email address will not be published. Required fields are marked *