ଦୁର୍ଗମ ଗାଁର ଦୁଃଖ

ରାଇସୁଆଁ, ୩୦।୯(ଡି.ଏନ.ଏ.)- କେନ୍ଦୁଝର ଜିଲା ସଦର ବ୍ଲକ ଅନ୍ତର୍ଗତ ଗୋପୀନାଥପୁର ଓ ମହାଦେଇଯୋଡା ପଞ୍ଚାୟତର କେତେକ ଗାଁ ଆଜି ବି ଦୁର୍ଗମ ଇଲାକା ହୋଇ ରହିଛି। ଗୋପୀନାଥପୁର ପଞ୍ଚାୟତର ହର୍ଷପୁର ଗ୍ରାମ ରାସ୍ତା ମରାମତି ବିନା ଶୋଚନୀୟ ହୋଇପଡିଛି। ମହାଦେଇଯୋଡା ପଞ୍ଚାୟତର କୁଡିଆଘେରା, ରନ୍ଥମରା, ସାଗର ସାହି, ବାଲିପଶି ସାହି,ମାରାସାହି,ଢିପାସାହି,ବୁରୁଡିସାହିକୁ ରାସ୍ତା ନ ଥିବାରୁ ଏଯାଏ ବିକାଶର ଛାଇ ପଡି ନାହିଁ ା ପ୍ରଶାସନ ତରଫରୁ ସବୁ ଗାଁକୁ ପକାରାସ୍ତା ନିର୍ମାଣ ଲାଗି ଯୋଜନା କରାଯାଉଥିବା ବେଳେ ଏହି ଅଞ୍ଚଳକୁ ବାଦ ଦିଆଯାଉଥିବାରୁ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ବର୍ଷାଦିନେ ଏହି ଅଞ୍ଚଳର ଗ୍ରାମ ରାସ୍ତାରେ ବର୍ଷାପାଣି ଜମି ରହୁଥିବାରୁ ଲୋକେ ଯାତାୟତ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଗାଁ ପାଖ ନାଳ ଓ ଖାଲୁଆ ଅଞ୍ଚଳରେ ଛାତ୍ରୀଛାତ୍ରମାନେ ପାଣିରେ ପଶି ବହୁ କଷ୍ଟରେ ବିଦ୍ୟାଳୟକୁ ଯାଉଥିବା ଅଭିଭାବକଙ୍କ ସମେତ ଗ୍ରାମବାସୀ କହିିଛନ୍ତି। ଜିଲା ପ୍ରଶାସନ ଏହି ଦୁର୍ଗମ ଅଞ୍ଚଳର ସମସ୍ୟା ପ୍ରତି ଦୃଷ୍ଟି ଦେଇ ପକ୍କା ରାସ୍ତା ନିର୍ମାଣ କରିବାକୁ ସେମାନେ ଦାବି କରିଛନ୍ତି।


All Right Reserved By Dharitri.Com

ଅଗ୍ନିକାଣ୍ଡରେ ଜଳିଗଲା ୬ ବଖରା

ଓଡ଼ଗାଁ,୨।୧(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ତହସିଲ ଅନ୍ତର୍ଗତ ରାବେରା କୋଠସାହିରେ ଗୁରୁବାର ସକାଳେ ଅଗ୍ନିକାଣ୍ଡ ଘଟି ତିନି ପରିବାରଙ୍କ ୬ ବଖରା ଜଳିଯାଇଛି। ବିପନ୍ନ ପରିବାର...

୫ରେ ବ୍ରହ୍ମଗିରିରେ ପକ୍ଷୀ ଗଣନା

ବ୍ରହ୍ମଗିରି,୩ା୧(ଡି.ଏନ୍‌.ଏ.): ଚିଲିକା, ବାହ୍ୟ ଚିଲିକା ଅଞ୍ଚଳ ଏବଂ ବିଭିନ୍ନ ଜଳାଶୟରେ ବସବାସ କରୁଥିବା ପକ୍ଷୀମାନଙ୍କ ଗଣନା ୫ ତାରିଖରେ ଅନୁଷ୍ଠିତ ହେବ। ଏ ନେଇ ବ୍ରହ୍ମଗିରି...

ଟ୍ରେନ୍‌ରେ ଛାଡ଼ିଥିବା ୪ ଲକ୍ଷ ୫୦ ହଜାର ଟଙ୍କା ଫେରିପାଇଲେ ବ୍ୟକ୍ତି

ରାୟଗଡ଼ା ଅଫିସ,୧୯।୧: ବିଶାଖାପାଟନମ୍‌ରୁ ରାୟଗଡ଼ା ଅଭିମୁଖେ ଶେଖ୍‌ ୟାସୋଦିନ୍‌ ନାମକ ଜଣେ ବ୍ୟକ୍ତି ରବିବାର ସକାଳେ ସମତା ଏକ୍ସପ୍ରେସରେ ତାଙ୍କର ଜଣେ ବନ୍ଧୁଙ୍କ ବିବାହ ଉତ୍ସବରେ...

ବଳାତ୍କାର ଜେଲ ଗଲେ ଛାତ୍ର ନେତା

ବିଞ୍ଝାରପୁର,୧୬ା୧୦(ଡି.ଏନ.ଏ)- ବିଞ୍ଝାରପୁର ଥାନା ନରୁଆ ଗ୍ରାମର ଜଣେ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ବଳାତ୍କାର କରିବା ଅଭିଯୋଗରେ ବିଞ୍ଝାରପୁର ପୋଲିସ ଅଭିଯୁକ୍ତ ଛାତ୍ର ନେତା ଜିତେନ୍ଦ୍ର...

ଆଦିବାସୀ ମନ୍ତ୍ରୀ, ବିଧାୟକଙ୍କ ଜନଜାତି ଆବାସିକ ବିଦ୍ୟାଳୟ ପରିଦର୍ଶନ 

କୋକସରା,୨୪।୮(ଡି.ଏନ.ଏ.): ଆଦିବାସୀ ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସିରକା ଶନିବାର ପାପଡାହାଣ୍ଡି ଗସ୍ତରେ ଆସି ଫେରୁଥିବା ବେଳେ କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣିରେ ଥିବା...

ଖୁଦୁରୁକୁଣୀ ଓଷା ଉଦ୍‌ଯାପିତ

  ବିନିକା,୧୦।୯(ଡି.ଏନ୍‌.ଏ.): ଆମର ରାଏଜେ ବାରବାସେ ୧୩ ପରବ୍‌ ପାଲନ୍‌ ହେଉଛେ। ସେ ଭିତ୍‌ରୁ ଖୁଦୁରୁକୁଣୀ ଓଷା ଅଲଗ୍‌ ଆଏ। ଇ ଓଷା ଫିବଛର ଭୁଦୋମାସର...

କଳିଙ୍ଗ ବାଲିଯାତ୍ରାର ୨ୟ ସନ୍ଧ୍ୟା: ଦର୍ଶକଙ୍କୁ ଆକୃଷ୍ଟକଲା ଇଲିୟାନା ସିସ୍ତାରିସ୍ତଙ୍କ ନୃତ୍ୟ

ପାରାଦୀପ,୧୩ା୧୧(ସ୍ବ.ପ୍ର.): ପାରାଦୀପ କଳିଙ୍ଗ ବାଲିଯାତ୍ରା ମହୋତ୍ସବ ମଙ୍ଗଳବାର ୨ୟ ଦିନରେ ପହଞ୍ଚତ୍ଛି। ଏଥିରେ ବାତ୍ୟା ବୁଲ୍‌ବୁଲ୍‌ର ପ୍ରଭାବ ଦେଖିବାକୁ ମିଳିଛି। ବାତ୍ୟାରେ ଭୁଶୁଡ଼ି ପଡ଼ିଥିବା ଷ୍ଟଲଗୁଡ଼ିକର...

ବିସ୍ଥାପିତଙ୍କ ବିରୋଧ, ଅଟକିଛି କାମ

ବାରିପଦା ଅଫିସ,୩୧ା୭- ମୟୂରଭଞ୍ଜ ଜିଲା ବାରିପଦା ସହରବାସୀ ସବୁବେଳେ ଜଳ କଷ୍ଟ ଭୋଗୁଛନ୍ତି। ଭୂତଳ ଜଳ କ୍ରମଶଃ ହ୍ରାସ ପାଉଥିବାରୁ ଏଭଳି ସମସ୍ୟା ଦେଖାଦେଇଛି। ଭୌଗୋଳିକ...

Leave a comment

Your email address will not be published. Required fields are marked *