ଧନେଇ ଡ୍ୟାମ୍‌ରେ ବୁଡ଼ି ନାବାଳକ ମୃତ

ପୋଲସରା/ହାତୀଓଟ,୩୦ା୯-ପୋଲସରା ବ୍ଲକ ଧନେଇ ଡ୍ୟାମରେ ରବିବାର ଗାଧୋଇଯିବାବେଳେ ଗୋଡ ଖସିଯିବାରୁ ପଥରତଳେ ଚାପିହୋଇ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଚିରିକିପଡା ଶାସନ ଆଡୁାଆସାହିର ମନୁ ସାହୁଙ୍କ ପୁତ୍ର ସିଦ୍ଧାନ୍ତ (୧୪)। ରବିବାର ଛୁଟି ଥିବାରୁ ସାଙ୍ଗମାନଙ୍କ ସହ ସିଦ୍ଧାନ୍ତ ଧନେଇ ଡ୍ୟାମକୁ ଗାଧୋଇ ଯାଇଥିଲେ। ପଥରରେ ଶିଉଳି ଲାଗିଥିବାରୁ ସିଦ୍ଧାନ୍ତଙ୍କ ଗୋଡ ଖସି ଯାଇଥିଲା। ପାଣିଧାରରେ ଭାସିଯିବାପରେ ଏକ ପଥର ଖଣ୍ଡ ଗଡି ଗଡି ଯାଇ ତାଙ୍କୁ ଚାପି ଦେଇଥିଲା। ସେ ପଥର ତଳେ ଚାପିହୋଇ ରହି ଯାଇଥିଲେ। ଫଳରେ ଚାପି ହୋଇ ସିଦ୍ଧାନ୍ତଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ଚିରିକିପଡା ଶାସନ ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚତ୍ ପୋଲସରା ଦମକଳ କେନ୍ଦ୍ରକୁ ଖବର ଦେବାସହ ଗ୍ରାମରେ ଥିବା ଏକ ଜେସିବି ସହାୟତାରେ ପଥର ଖଣ୍ଡକୁ ଉଠାଇ ନାବାଳକଙ୍କୁ ଉଦ୍ଧାର କରାଯାଇଥିଲା। ପରେ ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡା. ଗୋପବନ୍ଧୁ ବେହେରା ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ମେଡିକାଲରେ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଇବା ସହ ନଂ.୧୦/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଥାନା ଏଏସ୍‌ଆଇ ବାବୁଲାଲ ରାଉଳ କହିଛନ୍ତି।


All Right Reserved By Dharitri.Com

ପ୍ରବାସୀ ଶ୍ରମିକଙ୍କୁ ବସ୍‌ରେ ପଠାଇଲା ପୋଲିସ

ବରଗଡ଼ ଅଫିସ୍‌,୧୮।୫: ଆନ୍ଧ୍ରପ୍ରଦେଶର ରାଜମୁନ୍ଦ୍ରିରୁ ଚାଲି ଚାଲି ଝାଡ଼ଖଣ୍ଡ ଅଭିମୁଖେ ଯାଉଥିବା ୨୦ ଜଣ ପ୍ରବାସୀ ଶ୍ରମିକଙ୍କୁ ରବିବାର ରାତିରେ ବରଗଡ଼ ଜିଲା ପୋଲିସ ଏକ...

ଯାଜପୁର ଜିଲାରେ ପାଇପ ଜଳଯୋଗାଣ ପ୍ରକଳ୍ପ : ବସୁଧା ଯୋଜନାରେ ୫ ପ୍ରକଳ୍ପ ମଞ୍ଜୁର

ଯାଜପୁର ଅଫିସ,୧୮।୮- ଯାଜପୁର ଜିଲାରେ ବସୁଧା ଯୋଜନାରେ ୫ଟି ପାଇପ ଜଳଯୋଗାଣ ପ୍ରକଳ୍ପ ପାଇଁ ୮କୋଟି ୦୭ଲକ୍ଷ ୪୩ହଜାର ଟଙ୍କା ପ୍ରଶାସନିକ ମଞ୍ଜୁରି ମିଳିଛି। ଏଥିପାଇଁ...

ପରିଚୟ ପାଇଁ ସଂଗ୍ରାମ: ମିଳୁନି କନ୍ଧ ମାନ୍ୟତା

ନୟାଗଡ ଅଫିସ, ୪ା୨(ଲୋକନାଥ ମିଶ୍ର): ପରିଚୟ ପାଇଁ ସଂଘର୍ଷ ଜାରି ରହିଥିଲେ ମଧ୍ୟ ଓଡିଆ କନ୍ଧଜାତି ପାଉନାହାନ୍ତି ମାନ୍ୟତା। ପରିଚୟ ପାଇଁ ସେମାନେ ବିଭିନ୍ନ ସମୟରେ...

ମଦ ଭାଟିରେ ଚଢ଼ାଉ

ରାଇରଙ୍ଗପୁର,୩ା୫(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧୀନ ହାଟବାଦଡ଼ା ନିକଟବର୍ତ୍ତି ତେଣ୍ଟପୋଷି ଗ୍ରାମର ଏକ ନାଳ ପାର୍ଶ୍ୱରେ ଚାଲିଥିବା ବେଆଇନ ମଦ ରନ୍ଧା ଭାଟି...

ବିପୁଳ ପରିମାଣର ଗଞ୍ଜେଇ ଜବତ: ୨ ଗିରଫ

କୋରାପୁଟ, ୨୦।୧(ସ୍ବ.ପ୍ର): କୋରାପୁଟ ଜିଲା ସେମିଳିଗୁଡା ପୋଲିସ ଦ୍ୱାରା ସୋମବାର ବିପୁଳ ପରିମାଣରେ ଗଞ୍ଜେଇ ଜବତ କରାଯାଇଛି। ଗଞ୍ଜେଇ ଭର୍ତ୍ତି ଟ୍ରକକୁ ଜବତ କରିବା ସହ...

ଧାନମଣ୍ଡି ନିକଟରେ ଭାଙ୍ଗି ପଡିଲା ଗଛ: ଚାଷୀ ଗୁରୁତର

ଔପଦା, ୧୪।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଔପଦା ବ୍ଲକ ବଡ଼ପୋଖରୀ ସେବା ସମବାୟ ସମିତି ପକ୍ଷରୁ କିଣାଯାଉଥିବା ଧାନମଣ୍ଡି ନିକଟରେ ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ଏକ ବିରାଟ ଶୁଖିଲା...

ଲକଡାଉନ ନିୟମ ଉଲ୍ଲଂଘନ : ୨୧ ଗାଡି ଚାଳକ, ୧୪ ଦୋକାନୀଙ୍କୁ ଜରିମାନା

ବୌଦ୍ଧ, ୭ା୪(ସ୍ବ.ପ୍ର): ବୌଦ୍ଧ ଜିଲା ପ୍ରଶାସନ ପକ୍ଷରୁ ଲକ୍‌ଡାଉନ ନିୟମକୁ ଆହୁରି କଡାକଡି ପାଳନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହାକୁ ଅମାନ୍ୟ କରିବା ଅଭିଯୋଗରେ...

ତାସ ଖେଳକୁ ନେଇ ଆକ୍ରମଣ, ୩ ଗିରଫ

ଦିଗପହଣ୍ଡି,୧୦ା୧୧(ଡି.ଏନ.ଏ.)-ଦିଗପହଣ୍ଡି ଥାନା ନୂଆ ପେଣ୍ଡୁରାବାଡି ଗାଁରେ ତାସ ଖେଳକୁ କେନ୍ଦ୍ରକରି ଗ୍ରାମର ସୁଶାନ୍ତ ବେହେରାଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ସୁଶାନ୍ତଙ୍କ ଏତଲାକ୍ରମେ ପୋଲିସ ନଂ....

Leave a comment

Your email address will not be published. Required fields are marked *